ମହାକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତର ସଫଳତାଯାତ୍ରା ଆତ୍ମନିର୍ଭରଶୀଳତା ସହ ଜଡ଼ିତ : ପ୍ରଧାନମନ୍ତ୍ରୀ
ଭବିଷ୍ୟତ ମିଶନର ନେତୃତ୍ୱ ନେବା ପାଇଁ ଭାରତକୁ ୪୦-୫୦ ଜଣ ପ୍ରଶିକ୍ଷିତ ମହାକାଶଚାରୀଙ୍କ ଏକ ଗୋଷ୍ଠୀ ଗଠନ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଭାରତ ପାଖରେ ଏବେ ଦୁଇଟି ରଣନୈତିକ ମିଶନ ଅଛି - ମହାକାଶ ଷ୍ଟେସନ ଏବଂ ଗଗନଯାନ: ପ୍ରଧାନମନ୍ତ୍ରୀ
ମହାକାଶଚାରୀ ଶୁକ୍ଳାଙ୍କ ଯାତ୍ରା ଭାରତର ମହାକାଶ ମହତ୍ତ୍ୱାକାଂକ୍ଷା ଦିଗରେ କେବଳ ଏକ ପ୍ରଥମ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଯାତ୍ରାର ପରିବର୍ତ୍ତନକାରୀ ଅଭିଜ୍ଞତା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପରେ ଜଣେ ନିଶ୍ଚିତଭାବେ କିଛିଟା ପରିବର୍ତ୍ତନ ଅନୁଭବ କରୁଥିବ ଏବଂ ମହାକାଶଚାରୀମାନେ ଏହି ପରିବର୍ତ୍ତନକୁ କିପରି ଦେଖନ୍ତି ଏବଂ ଅନୁଭବ କରନ୍ତି ତାହା ସେ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, ଏହାର ଏକ ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣର ଅଭାବ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ଯାତ୍ରା ସମୟରେ ବସିବା ବ୍ୟବସ୍ଥା ସମାନ ରହିଥାଏ କି? ଶୁକ୍ଳା ଏହାକୁ ନିଶ୍ଚିତ କରି କହିଥିଲେ, "ହଁ, ଏହା ସମାନ ରହିଥାଏ।" ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ ମହାକାଶଚାରୀମାନଙ୍କୁ ସମାନ ସେଟଅପରେ ୨୩-୨୪ ଘଣ୍ଟା ବିତାଇବାକୁ ପଡ଼ିଥାଏ। ଶୁକ୍ଳା ଏହାକୁ ନିଶ୍ଚିତ କରି କହିଥିଲେ ଯେ ମହାକାଶରେ ପହଞ୍ଚିବା ପରେ, ମହାକାଶଚାରୀମାନେ ସେମାନଙ୍କର ଆସନ ଏବଂ ହାର୍ନେସ୍ କାଢି କ୍ୟାପସୁଲ୍ ଭିତରେ ମୁକ୍ତ ଭାବରେ ଗତି କରିପାରିବେ।

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ତାଙ୍କର ଆଲୋଚନା ଜାରି ରଖି ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ କ୍ୟାପସୁଲରେ ଯଥେଷ୍ଟ ସ୍ଥାନ ଥିଲା କି? ଶୁଭାଂଶୁ ଶୁକ୍ଳା ଉତ୍ତର ଦେଇଥିଲେ ଯେ ଯଦିଓ ତାହା ସେତେଟା ଅଧିକ ନୁହେଁ, ତେବେ କିଛି ସ୍ଥାନ ଉପଲବ୍ଧ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ୟାପସୁଲଟି ବୋଧହୁଏ ଏକ ଯୁଦ୍ଧ ବିମାନର କକପିଟ ଅପେକ୍ଷା ଅଧିକ ଆରାମଦାୟକ ମନେ ହେଉଥିଲା। ତାହାକୁ ନିଶ୍ଚିତ କରି ଶୁଭାଂଶୁ କହିଥିଲେ "ହଁ, ତା'ଠାରୁ ଭଲ, ସାର୍।"

ଏହା ସହିତ, ସେ ଶ୍ରୀ ମୋଦୀଙ୍କୁ ମହାକାଶରେ ପହଞ୍ଚିବା ସମୟରେ ହେଉଥିବା ଶାରୀରିକ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ। ଶୁକ୍ଲା ବୁଝାଇଥିଲେ ଯେ ଯାତ୍ରାବେଳେ ହୃଦସ୍ପନ୍ଦନ ଯଥେଷ୍ଟ ହ୍ରାସ ପାଏ ଏବଂ ଶରୀରରେ ଅନେକ ପରିବର୍ତ୍ତନ ଆସେ। ତଥାପି, ଚାରିରୁ ପାଞ୍ଚ ଦିନ ମଧ୍ୟରେ, ଶରୀର ମହାକାଶ ପରିବେଶ ସହିତ ଖାପ ଖୁଆଇ ସ୍ୱାଭାବିକ ହୋଇଯାଏ। ଶୁକ୍ଲା ଆହୁରି ବୁଝାଇଥିଲେ ଯେ ପୃଥିବୀକୁ ଫେରିବା ପରେ, ଶରୀରରେ ପୁଣି ସମାନ ପରିବର୍ତ୍ତନ ଘଟେ। ଜଣେ ବ୍ୟକ୍ତିଙ୍କ ଫିଟନେସ୍ ସ୍ତର ଯାହା ହେଉନା କାହିଁକି, ପ୍ରଥମେ ଚାଲିବା କଷ୍ଟକର ହୋଇପାରେ। ନିଜର ବ୍ୟକ୍ତିଗତ ଅଭିଜ୍ଞତା ବଖାଣି ସେ କହିଥିଲେ ଯେ ଯଦିଓ ସେ ଭଲ ଅନୁଭବ କରୁଥିଲେ, ପ୍ରଥମେ ପାଦ ପକାଇବା  ସମୟରେ ସେ ଝୁଣ୍ଟି ପଡ଼ିଥିଲେ ଏବଂ ଅନ୍ୟମାନଙ୍କ ଠାରୁ ସମର୍ଥନ ନେବାକୁ ପଡ଼ିଥିଲା। ଯଦିଓ ଜଣେ ବ୍ୟକ୍ତି ଚାଲିବା ଜାଣନ୍ତି, ମସ୍ତିଷ୍କକୁ ନୂତନ ପରିବେଶ ସହିତ ଖାପ ଖୁଆଇବା ଏବଂ ବୁଝିବା ପାଇଁ ସମୟ ଲାଗେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ମହାକାଶ ଯାତ୍ରା ପାଇଁ କେବଳ ଶାରୀରିକ ତାଲିମ ନୁହେଁ ବରଂ ମାନସିକ ଅନୁକୂଳନ ମଧ୍ୟ ଆବଶ୍ୟକ। ଶୁକ୍ଲା ସହମତ ହୋଇ କହିଥିଲେ ଯେ ଶରୀର ଏବଂ ମାଂସପେଶୀରେ ଶକ୍ତି ଥାଏ, କିନ୍ତୁ ନୂତନ ପରିବେଶକୁ ବୁଝିବା ଏବଂ ସାଧାରଣ ଭାବରେ ଚାଲିବା ଏବଂ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପ୍ରୟାସକୁ ପୁନଃସଂଗଠିତ କରିବା ପାଇଁ ମସ୍ତିଷ୍କକୁ ପୁନଃ ତାଲିମ ଆବଶ୍ୟକ ପଡ଼େ।

ମହାକାଶ ମିଶନର ଅବଧି ସଂପର୍କିତ ଗବେଷଣା ବିଷୟରେ ଆଲୋଚନା କରିବା ସମୟରେ, ଶ୍ରୀ ମୋଦୀ ମହାକାଶଚାରୀମାନଙ୍କ ଦ୍ୱାରା ମହାକାଶରେ ବିତାଇଥିବା ସର୍ବାଧିକ ସମୟ ବିଷୟରେ ପଚାରିଥିଲେ। ଶୁଭାଂଶୁ ଶୁକ୍ଳା ସୂଚନା ଦେଇଥିଲେ ଯେ ବର୍ତ୍ତମାନ ଲୋକମାନେ ଆଠ ମାସ ଧରି ମହାକାଶରେ ରହୁଛନ୍ତି, ଯାହାକି ଏହି ମିଶନ ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ଶୁକ୍ଲାଙ୍କୁ ତାଙ୍କ ମିଶନ ସମୟରେ ଭେଟିଥିବା ମହାକାଶଚାରୀମାନଙ୍କ ବିଷୟରେ ପଚାରିଥିଲେ। ଶୁକ୍ଲା ସୂଚନା ଦେଇଛନ୍ତି ଯେ ସେମାନଙ୍କ ମଧ୍ୟରୁ କିଛି ଡିସେମ୍ବରରେ ଫେରିବେ।

 

ଶ୍ରୀ ମୋଦୀ ଶୁଭାଂଶୁ ଶୁକ୍ଳାଙ୍କ ଦ୍ୱାରା ମହାକାଶ ଷ୍ଟେସନରେ ମୁଗ ଏବଂ ମେଥି ଚାଷ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ମଧ୍ୟ ମାଗିଥିଲେ। ଶ୍ରୀ ଶୁକ୍ଳା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଯେ ଅନେକ ଲୋକ ଏସବୁ ବିଷୟରେ ଜାଣିନଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସୀମିତ ସ୍ଥାନ ଏବଂ ବ୍ୟୟବହୁଳ ସାମଗ୍ରୀ ହେତୁ ମହାକାଶ ଷ୍ଟେସନରେ ଖାଦ୍ୟ ଯୋଗାଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ତେଣୁ, ସର୍ବନିମ୍ନ ସ୍ଥାନରେ ସର୍ବାଧିକ କ୍ୟାଲୋରୀ ଏବଂ ପୁଷ୍ଟିସାର ସହିତ ଉପାଦାନ ପଠାଇବା ଉପରେ ଧ୍ୟାନ ଦିଆଯାଉଛି। ସେ ସୂଚନା ଦେଇଥିଲେ ଯେ ବିଭିନ୍ନ ପରୀକ୍ଷଣ ଏବେ ଚାଲିଛି ଏବଂ ମହାକାଶରେ କିଛି ଖାଦ୍ୟ ସାମଗ୍ରୀ ଚାଷ କରିବା ଅତ୍ୟନ୍ତ ସରଳ। ଶ୍ରୀ ଶୁକ୍ଳା ନିଜେ ମହାକାଶ ଷ୍ଟେସନରେ ଏକ ପରୀକ୍ଷଣ ଦେଖିଥିଲେ ଯେଉଁଥିରେ ଏକ ଛୋଟ ପାତ୍ର ଏବଂ ଅଳ୍ପ ପାଣି ଭଳି ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଆଠ ଦିନ ମଧ୍ୟରେ ବିହନ ଗଜା ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଅନନ୍ୟ କୃଷି ଉଦ୍ଭାବନ ବର୍ତ୍ତମାନ ମାଇକ୍ରୋ-ଗ୍ରାଭିଟି ଗବେଷଣା କେନ୍ଦ୍ରରେ ପହଞ୍ଚିଛି। ଖାଦ୍ୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏହି ପରୀକ୍ଷଣଗୁଡ଼ିକର ସମ୍ଭାବନା ସେ ଉଲ୍ଲେଖ କରିଥିଲେ ଯାହା କେବଳ ମହାକାଶଚାରୀମାନଙ୍କୁ ନୁହେଁ ବରଂ ପୃଥିବୀର ଗରିବ ଜନସଂଖ୍ୟା ଲାଗି ମଧ୍ୟ ଲାଭଦାୟକ ହେବ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପଚାରିଥିଲେ ଯେ ଅନ୍ୟ ଦେଶର ମହାକାଶଚାରୀମାନେ ଜଣେ ଭାରତୀୟ ମହାକାଶଚାରୀଙ୍କୁ ଭେଟିଲେ କିପରି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଶୁଭାଂଶୁ ଶୁକ୍ଳା କହିଛନ୍ତି ଯେ ଗତ ଗୋଟିଏ ବର୍ଷରେ ସେ ଯେଉଁଠାକୁ ଯାଇଛନ୍ତି, ଲୋକମାନେ ତାଙ୍କୁ ଭେଟି ପ୍ରକୃତରେ ଖୁସି ଏବଂ ଉତ୍ସାହିତ ଥିଲେ। ସେମାନେ ପ୍ରାୟତଃ ଭାରତର ମହାକାଶ କାର୍ଯ୍ୟକଳାପ ବିଷୟରେ ପଚାରି ଆସୁଥିଲେ ଏବଂ ଏହି ଦେଶର ପ୍ରଗତି ବିଷୟରେ ଭଲ ଭାବରେ ଅବଗତ ଥିଲେ। ଅନେକ ଲୋକ ଗଗନଯାନ ମିଶନ ବିଷୟରେ ବହୁତ ଉତ୍ସାହିତ ଥିଲେ ଏବଂ ଏହାର ସମୟସୀମା ବିଷୟରେ ପଚାରୁଥିଲେ। ଶୁଭାଂଶୁ ଶୁକ୍ଳାଙ୍କ ସହକର୍ମୀମାନେ ତାଙ୍କୁ ଦସ୍ତଖତ ନୋଟ୍ ଦେବାକୁ ଅନୁରୋଧ କରିଥିଲେ ଏବଂ ଭାରତର ମହାକାଶଯାନରେ ଉତକ୍ଷେପଣ ଏବଂ ଯାତ୍ରା ପାଇଁ ନିମନ୍ତ୍ରିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।

 

ଶ୍ରୀ ମୋଦୀ ଏହା ମଧ୍ୟ ପଚାରିଥିଲେ ଯେ ଅନ୍ୟମାନେ ଶୁଭାଂଶୁ ଶୁକ୍ଳାଙ୍କୁ କାହିଁକି ପ୍ରତିଭା ବୋଲି କୁହନ୍ତି। ଏହାର ଉତ୍ତରରେ ଶୁଭାଂଶୁ ଶୁକ୍ଳା ନମ୍ରତାର ସହିତ ଉତ୍ତର ଦେଇଥିଲେ ଯେ ଲୋକମାନେ ତାଙ୍କ ପ୍ରତି ଉଦାରତା ପ୍ରଦର୍ଶନ କରୁଛନ୍ତି। ସେ ପ୍ରଥମେ ଭାରତୀୟ ବାୟୁସେନାରେ ଏବଂ ପରେ ଜଣେ ମହାକାଶଯାନ ପାଇଲଟ୍ ଭାବରେ ତାଙ୍କର କଠୋର ତାଲିମକୁ ଏସବୁ ପ୍ରସଂଶାର ଶ୍ରେୟ ପ୍ରଦାନ କରିଥିଲେ। ଶୁଭାଂଶୁ ଶୁକ୍ଳା ପ୍ରଥମେ ଭାବୁଥିଲେ ଯେ ଏଥିରେ ବହୁତ କମ୍ ଶୈକ୍ଷିକ ଅଧ୍ୟୟନ ହେବ, କିନ୍ତୁ ପରେ ସେ ଅନୁଭବ କଲେ ଯେ ଏହି ପଥ ଅନୁସରଣ କରିବା ପାଇଁ ବ୍ୟାପକ ଅଧ୍ୟୟନ ଆବଶ୍ୟକ। ସେ କହିଥିଲେ ଯେ ଜଣେ ମହାକାଶଯାନ ପାଇଲଟ୍ ହେବା ଏକ ଇଞ୍ଜିନିୟରିଂ ବିଷୟରେ ଜ୍ଞାନ ହାସଲ କରିବା ଭଳି। ସେ ଭାରତୀୟ ବୈଜ୍ଞାନିକଙ୍କ ଅଧୀନରେ ଅନେକ ବର୍ଷ ଧରି ତାଲିମ ନେଇଥିଲେ ଏବଂ ଏହା ପରେ ସେ ଅନୁଭବ କରିଥିଲେ ଯେ ସେ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଦିଆଯାଇଥିବା "ହୋମୱାର୍କ"ର ଅଗ୍ରଗତି ସମୀକ୍ଷା ମଧ୍ୟ କରିଥିଲେ। ଶୁଭାଂଶୁ ଶୁକ୍ଳା କହିଛନ୍ତି ଯେ ତାଙ୍କର ଅଗ୍ରଗତି ଉତ୍କୃଷ୍ଟ ହୋଇଛି। ସେ ଏହା ମଧ୍ୟ ନିଶ୍ଚିତ କରିଥିଲେ ଯେ ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ପ୍ରକୃତରେ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯଦିଓ ମିଶନ ସଫଳ ହୋଇଥିଲା ଏବଂ କ୍ରୁ ସୁରକ୍ଷିତ ଭାବରେ ଫେରି ଆସିଥିଲେ, ତଥାପି ଏହାକୁ ଶେଷ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ - ଏହା କେବଳ ଆରମ୍ଭ ମାତ୍ର ଥିଲା। ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ ଏହା ସେମାନଙ୍କର ପ୍ରଥମ ପଦକ୍ଷେପ ଥିଲା। "ହଁ, ଏହା ପ୍ରଥମ ପଦକ୍ଷେପ ଥିଲା," ଶୁଭାଂଶୁ ଶୁକ୍ଳା ଦୋହରାଇଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଥାସମ୍ଭବ ଶିଖିବା ଏବଂ ଅର୍ଜିତ ଜ୍ଞାନକୁ ପୃଥିବୀକୁ ଆଣିବା ।

ପ୍ରଧାନମନ୍ତ୍ରୀ ଆଲୋଚନା ସମୟରେ ଭାରତରେ ମହାକାଶଚାରୀଙ୍କ ଏକ ବଡ଼ ଦଳ ସୃଷ୍ଟି କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଏପରି ମିଶନ ପାଇଁ ୪୦-୫୦ ଜଣଙ୍କୁ ପ୍ରସ୍ତୁତ କରାଯିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ୍ ପିଲା ମହାକାଶଚାରୀ ହେବା ବିଷୟରେ ଚିନ୍ତା କରିଥିବେ, କିନ୍ତୁ ଶୁଭାଂଶୁ ଶୁକ୍ଳାଙ୍କ ଯାତ୍ରା ହୁଏତ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ଅଧିକ ଆତ୍ମବିଶ୍ୱାସ ଏବଂ ଆଗ୍ରହକୁ ପ୍ରେରଣା ଦେବ।

 

ଶୁଭାଂଶୁ ଶୁକ୍ଳା ତାଙ୍କ ପିଲାଦିନ ବିଷୟରେ କହି କହିଥିଲେ ଯେ ଯେତେବେଳେ ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାଇଥିଲେ, ସେତେବେଳେ କୌଣସି ଜାତୀୟ କାର୍ଯ୍ୟକ୍ରମ ନଥିବାରୁ ତାଙ୍କ ମନରେ ମହାକାଶଚାରୀ ହେବାର ଚିନ୍ତା ଆସି ନଥିଲା। ତଥାପି, ତାଙ୍କ ସାମ୍ପ୍ରତିକ ମିଶନ ସମୟରେ, ସେ ତିନିଥର ପିଲାମାନଙ୍କ ସହିତ ଆଲୋଚନା କରିଥିଲେ - ଥରେ ଲାଇଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ଦୁଇଥର ରେଡିଓ ମାଧ୍ୟମରେ। ପ୍ରତ୍ୟେକ କାର୍ଯ୍ୟକ୍ରମରେ, ଅତି କମରେ ଗୋଟିଏ ପିଲା ତାଙ୍କୁ ପଚାରିଥିଲା, "ସାର୍, ମୁଁ କିପରି ଜଣେ ମହାକାଶଚାରୀ ହୋଇପାରିବି?" ମହାକାଶଚାରୀ ଶୁଭାଂଶୁ ଶୁକ୍ଳା କହିଛନ୍ତି ଯେ ଏହି ସଫଳତା ଦେଶ ପାଇଁ ଏକ ବଡ଼ ସଫଳତା ଏବଂ ଆଜିର ଭାରତକୁ ଆଉ କେବଳ ସ୍ୱପ୍ନ ଦେଖିବାର ଆବଶ୍ୟକତା ନାହିଁ - ଏହା ଜାଣେ ଯେ ମହାକାଶରେ ଉଡ଼ିବା ସମ୍ଭବ, ଏଥିପାଇଁ ବିକଳ୍ପ ଅଛି, ଜଣେ ମହାକାଶଚାରୀ ହେବା ସମ୍ଭବ। ସେ କହିଥିଲେ, "ମହାକାଶରେ ଭାରତକୁ ପ୍ରତିନିଧିତ୍ୱ କରିବା ଏକ ସୁନ୍ଦର ସୁଯୋଗ ଥିଲା ଏବଂ ଏବେ ଅଧିକ ଲୋକଙ୍କୁ ଏହି ପଦବୀରେ ପହଞ୍ଚିବାରେ ସାହାଯ୍ୟ କରିବା ତାଙ୍କର ଦାୟିତ୍ୱ।"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତରେ ବର୍ତ୍ତମାନ ଦୁଇଟି ବଡ଼ ମିଶନ ଅଛି - ଆମର ମହାକାଶ କେନ୍ଦ୍ର ଏବଂ ଗଗନଯାନ। ସେ ଜୋର ଦେଇ କହିଛନ୍ତି ଯେ ଶୁଭାଂଶୁ ଶୁକ୍ଳାଙ୍କ ଅଭିଜ୍ଞତା ଏହି ଆଗାମୀ ପ୍ରୟାସରେ ଅତ୍ୟନ୍ତ ଉପଯୋଗୀ ହେବ।

ଶୁଭାଂଶୁ ଶୁକ୍ଳା ଏହାର ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଏହା ଦେଶ ପାଇଁ ଏକ ମହାନ ସୁଯୋଗ, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ବିଚାର କରି। ସେ କହିଛନ୍ତି ଯେ ଚନ୍ଦ୍ରଯାନ-୨ ବିଫଳତା ଭଳି ଘଟଣା ସତ୍ତ୍ୱେ, ସରକାର ନିରନ୍ତର ବଜେଟ୍ ମାଧ୍ୟମରେ ମହାକାଶ କାର୍ଯ୍ୟକ୍ରମକୁ ସମର୍ଥନ କରିଚାଲିଛି, ଯାହା ଚନ୍ଦ୍ରଯାନ-୩ର ସଫଳତାକୁ ସୁନିଶ୍ଚିତ କରିଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିଫଳତା ପରେ ମଧ୍ୟ, ଏପରି ସହଯୋଗ ଏବଂ ସମର୍ଥନ ସମଗ୍ର ବିଶ୍ୱ ଦେଖୁଛି ଏବଂ ଏହା ମହାକାଶ କ୍ଷେତ୍ରରେ ଭାରତର ଦୃଢ଼ କ୍ଷମତା ଏବଂ ସ୍ଥିତିକୁ ପ୍ରତିଫଳିତ କରେ। ଶୁଭାଂଶୁ ଶୁକ୍ଳା କହିଛନ୍ତି ଯେ ଭାରତ ଏହି କ୍ଷେତ୍ରରେ ନେତୃତ୍ୱ ଭୂମିକା ଗ୍ରହଣ କରିପାରିବ ଏବଂ ଅନ୍ୟ ଦେଶମାନଙ୍କ ଅଂଶଗ୍ରହଣରେ ଭାରତର ନେତୃତ୍ୱରେ ନିର୍ମିତ ହେବାକୁ ଥିବା ମହାକାଶ ଷ୍ଟେସନ ଏହି କ୍ଷେତ୍ରରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏକ ଶକ୍ତିଶାଳୀ ଉପକରଣ ହେବ।

ଶୁଭାଂଶୁ ଶୁକ୍ଳା ସ୍ୱାଧୀନତା ଦିବସରେ ମହାକାଶ ସମ୍ବନ୍ଧୀୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଗଗନଯାନ, ମହାକାଶ କେନ୍ଦ୍ର ଏବଂ ଚନ୍ଦ୍ରରେ ଅବତରଣ କରିବାର ଦୂରଦୃଷ୍ଟି - ଏହି ସମସ୍ତ ଉପାଦାନ ପରସ୍ପର ସହିତ ଜଡିତ ଏବଂ ଏକତ୍ର ଏକ ବିଶାଳ ଏବଂ ମହତ୍ୱାକାଂକ୍ଷୀ ସ୍ୱପ୍ନ ଗଠନ କରେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ଭାରତ ଆତ୍ମନିର୍ଭରଶୀଳତାର ସହିତ ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବାକୁ ଚେଷ୍ଟା କରେ, ତେବେ ଏହା ସଫଳ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"