ଦୈନିକ ଜାଗରଣର ମୁଖ୍ୟ ସମ୍ପାଦକ ଏବଂ ସିଇଓ ଶ୍ରୀ ସଞ୍ଜୟ ଗୁପ୍ତା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ 2.71 କୋଟି ଟଙ୍କାର ଦୁଇଟି ଡ୍ରାଫ୍ଟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଦାନ କରିଥିଲେ ।



