ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

ଆଜି ସନ୍ଧ୍ୟାରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଲି । ମୁଁ ୧୪୦ କୋଟି ଭାରତୀୟଙ୍କ ସେବା କରିବା ଏବଂ ମନ୍ତ୍ରିମଣ୍ଡଳ ସହିତ କାର୍ଯ୍ୟ କରି ଭାରତକୁ ପ୍ରଗତିର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଅପେକ୍ଷା କରିଛି ।

ଆଜି ଶପଥ ନେଇଥିବା ସମସ୍ତଙ୍କୁ ଅଭିନନ୍ଦନ । ମନ୍ତ୍ରୀ ମାନଙ୍କର ଏହି ଗୋଷ୍ଠୀ ଯୁବଗୋଷ୍ଠୀଙ୍କର ଓ ଅଭିଜ୍ଞତାର ଏକ ଚମତ୍କାର ମିଶ୍ରଣ ଏବଂ ଆମେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ କୌଣସି ବାଟକୁ ଛାଡିବୁ ନାହିଁ ।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବିଦେଶରଚ ଆସିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମାନବତାର ପ୍ରଗତି ପାଇଁ ଭାରତ ସର୍ବଦା ଆମର ମୂଲ୍ୟବାନ ସହଯୋଗୀ ମାନଙ୍କ ସହ ମିଶି କାମ କରିବ ।

 

ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ମୁଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲି । ମୁଁ ଏବଂ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀମାନେ ୧୪୦ କୋଟି ଦେଶବାସୀ ଏବଂ ଦେଶର ସେବା କରିବା ପାଇଁ ଏବଂ ବିକାଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଲାଗି ପ୍ରତିଶ୍ରୁତିବଦ୍ଧ ।

ଏନଡିଏ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହଯୋଗୀଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ମନ୍ତ୍ରୀ ଗୋଷ୍ଠୀରେ ଯୁବଗୋଷ୍ଠୀଙ୍କର ଓ ଅଭିଜ୍ଞତାର ଏକ ଚମତ୍କାର ସମାଗମ ରହିଛି । ସମସ୍ତ ଦେଶବାସୀଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି ଉପାୟ ଛାଡ଼ିବୁ ନାହିଁ ।

“ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି । ବିଶ୍ୱବନ୍ଧୁ ହିସାବରେ ଭାରତ ସର୍ବଦା ସହଯୋଗୀ ମାନଙ୍କ ସହିତ ମିଳିତ ଭାବେ  ମାନବତାର ହିତ ପାଇଁ କାର୍ଯ୍ୟ ଜାରି ରଖିବ । "

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived