ଭାରତର ପ୍ରଧାନମନ୍ତ୍ରୀଙ୍କର 29-30 ମେ’ 2018ରେ ଇଣ୍ଡୋନେସିଆ ସାଧାରଣତନ୍ତ୍ରକୁ ଗସ୍ତ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ମହାମହିମ ମିଃ. ଜୋକୋ ୱିଡୋଡୋ ଏବଂ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଦୁଇ ଦେଶ ସାମୁଦ୍ରିକ ସହଯୋଗ ଲାଗି ମିଳିତ ସଂକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

12 ଡିସେମ୍ବର 2016ରେ ରାଷ୍ଟ୍ରପତି ଜୋକୋୱି ତାଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଜାରି ହୋଇଥିବା ସାମୁଦ୍ରିକ ସହଯୋଗର ସ୍ମରଣ କରିଥିଲେ ।

ଭାରତ ଏବଂ ଇଣ୍ଡୋନେସିଆ ସାମୁଦ୍ରିକ ପଡ଼ୋଶୀ ଏବଂ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ଦୂରତ୍ୱ ରହିଥିବା ଉଲ୍ଲେଖ କରାଯାଇଥିଲା । ଏମାନଙ୍କ ସମ୍ପର୍କ ଐତିହାସିକ ଏବଂ ସମୁଦ୍ର ମାଧ୍ୟମରେ ବିକଶିତ ହୋଇଛି । ଆଂଚଳିକ ଏବଂ ବ୍ୟାପକ ଭାବେ ବିଶ୍ୱସ୍ତରରେ ଉଦୀୟମାନ ସାମୁଦ୍ରିକ ପରିବେଶ ଉଭୟ ଦେଶର ସମାନ ଧାରଣା ରହିଛି;

ଶାନ୍ତି, ସ୍ଥିରତାକୁ ପ୍ରୋତ୍ସାହନ ଏବଂ ଅର୍ଥର୍ନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ସମୃଦ୍ଧି ପାଇଁ ସାମୁଦ୍ରିକ ସହଯୋଗକୁ ସୁଦୃଢ଼ କରିବା କରିବା ଲାଗି ଉଭୟ ଆଗ୍ରହୀ;

7500 କିଲୋମିଟର ଉପକୂଳ, 1380 ଦ୍ୱୀପ ଏବଂ 2 ନିୟୁତରୁ ଅଧିକ ବର୍ଗକିଲୋମିଟରର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ସହିତ ଭାରତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କେନ୍ଦ୍ରୀୟ ସ୍ଥାନ ହାସଲ କରିଛି, ଅନ୍ୟପକ୍ଷରେ ଇଣ୍ଡୋନେସିଆ ବିଶ୍ୱର ସର୍ବବୃହତ ଦ୍ୱୀପସମୂହ ରାଷ୍ଟ୍ର ଭାବେ 10,80,00 କିଲୋମିଟର ଉପକୂଳ, 17504 ଦ୍ୱୀପ ଏବଂ ବୈଶିଷ୍ଟ୍ୟ ଏବଂ ମୋଟ ସ୍ୱତନ୍ତ୍ର ଅର୍ଥନୈତିକ ଜୋନକୁ ମିଶାଇ 64,00,00 ବର୍ଗ କିଲୋମିଟର ସାମୁଦ୍ରିକ କ୍ଷେତ୍ର ଏକ ଆଧାର ଯାହା ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ଯୋଡ଼ିଥାଏ । ଦୁଇଟି ମହାସାଗର ଯୁଗ୍ମ ସାମୁଦ୍ରିକ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥାନ୍ତି ଯାହା ବିଶ୍ୱ ସାମୁଦ୍ରିକ ବ୍ୟାପାର ଓ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହାକୁ ବିବେଚନା କରି –

ମିଳିତ ଜାତିସଂଘ ଘୋଷଣାପତ୍ର, 1982 ମିଳିତ ଜାତିସଂଘ ସାମୁଦ୍ରିକ ଆଇନ ସମ୍ମେଳନ (ୟୁଏନକ୍ଲଜ) ଏବଂ 1976 ଆମିଟି ଏବଂ ଦକ୍ଷିଣ ପୂର୍ବ ଏସିଆ ସହଯୋଗ ଚୁକ୍ତି (ଟ୍ୟାକ) ଆଦି ଅନ୍ତର୍ଜାତୀୟ ଆଇନ ଅଧୀନରେ ଅଧିକାର ଏବଂ ଦାୟିତ୍ୱବୋଧକୁ ପାଳନ କରିବା;

ମୁକ୍ତ, ଖୋଲା, ପାରଦର୍ଶୀ, ଆଇନ ଆଧାରିତ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସାମଗ୍ରୀକ ଆନ୍ତଃ-ପ୍ରଶାନ୍ତ ମହାସାଗର କ୍ଷେତ୍ର ହାସଲର ଗୁରୁତ୍ୱ ଦୋହରାଉଛୁ ଯେଉଁଠି ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା, ଅନ୍ତର୍ଜାତୀୟ ଆଇନ,ବିଶେଷ କରି ୟୁଏନକ୍ଲଜ, ନୌ ଏବଂ ବାୟୁ ପରିବହନ କ୍ଷେତ୍ରରେ ସ୍ୱାଧୀନତା, ନିରନ୍ତର ବିକାଶ ଏବଂ ଏକ ମୁକ୍ତ,ଅବାଧ, ସ୍ୱଚ୍ଛ ଏବଂ ଆପୋସ ଲାଭ ଆଧାରିତ ବାଣିଜ୍ୟ ଏବଂ ନିବେଶ ବ୍ୟବସ୍ଥାକୁ ସମ୍ମାନ ଦିଆଯାଉଥିବ;

ଶାନ୍ତି, ସ୍ଥିରତା ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ଏବଂ ୟୁଏନକ୍ଲଜ ଓ ଉପଯୁକ୍ତ ଅନ୍ତର୍ଜାତୀୟ ଆଇନ ଦ୍ୱାରା ସ୍ଥାପିତ ନିୟମ ଅନୁଯାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ପଥର ବିକାଶର ଆବଶ୍ୟକତାକୁ ଉପଲବ୍ଧୀ କରୁଛୁ;

ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତୃତ ରଣନୈତିକ ଭାଗିଦାରୀ ଏବଂ ଦ୍ୱିପାକ୍ଷିକ ନିରାପତ୍ତା ଆଲୋଚନା,ତ୍ରିପାକ୍ଷିକ ଆଲୋଚନା, ବିସ୍ତୃତ ପ୍ରତିରକ୍ଷା ସହଯୋଗ ଚୁକ୍ତି ସ୍ୱାକ୍ଷର କରିବା ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନର ଏବଂ ଉପଯୋଗ ଉଦ୍ଦେଶ୍ୟରେ ଫ୍ରେମୱାର୍କ ଚୁକ୍ତିକୁ ସ୍ୱାଗତ କରୁଛୁ;

ଭାରତ ମହାସାଗର ରିମ ଆସୋସିଏସନ (ଆଇଓଆରଏ)ର ବିଂଶତମ ବର୍ଷପୂର୍ତ୍ତି ଉଦ୍ଦେଶ୍ୟରେ ଜାକର୍ତ୍ତାଠାରେ ମାର୍ଚ୍ଚ 2017ରେ ଆୟୋଜିତ ଆଇଓଆରଏ ନେତୃତ୍ୱ ଶିଖର ସମ୍ମିଳନୀର ଫଳସ୍ୱରୂପ କାର୍ଯ୍ୟଯୋଜନା ଏବଂ  ଜାକର୍ତ୍ତା କଙ୍କର୍ଡ ଅଧିପତ୍ରରେ ଉଲ୍ଲେଖ ଥିବା ପ୍ରକାରେ ଆହୁରି ଅଧିକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ଭାରତ ମହାସାଗର କ୍ଷେତ୍ର ନିର୍ମାଣ କରିବା ଲାଗି ଆଇଓଆରଏରେ ଭାରତ ଏବଂ ଇଣ୍ଡୋନେସିଆ ତୁଲାଇଥିବା ନେତୃତ୍ୱଭୂମିକାକୁ  ଗ୍ରହଣ କରୁଛୁ;

ୟୁଏନକ୍ଲଜ ଦ୍ୱାରା ନିୟନ୍ତ୍ରିତ ମୁକ୍ତ ଏବଂ ଖୋଲା ସାମୁଦ୍ରିକ କ୍ଷେତ୍ର ଯାହା ଶାନ୍ତି, ସ୍ଥିରତା ଏବଂ ଆଂଚଳିକ ସମୃଦ୍ଧି ତଥା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବେ ଦୋହରାଉଛୁ;

ମାନବ, ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଚାଲାଣ ଏବଂ ବେଆଇନ ଅର୍ଥକାରବାର, ବେଆଇନ, ଅସୂଚିତ ଏବଂ ଅନିୟନ୍ତ୍ରିତ ମାଛମରା ଏବଂ ଆତଙ୍କବାଦ ଗତିବିଧି ସମେତ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସମ୍ମୁଖୀନ ହେଉଥିବା ସାମୁଦ୍ରିକ ନିରାପତ୍ତା ଆହ୍ୱାନର ମୁକାବିଲା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ;

ବିଶ୍ୱସ୍ତରରେ ଅନୁମୋଦିତ ଅନ୍ତର୍ଜାତୀୟ ନିୟମ, ଉତ୍ତମ ପ୍ରଶାସନ, ଆଇନର ଶାସନ, ଖୋଲାପଣ, ପାରଦର୍ଶୀତା,ସମାନତା ଏବଂ ସାର୍ବଭୌମତ୍ୱ ପ୍ରତି ସମ୍ମାନ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆଧାରିତ ଆଂଚଳିକ ସମୃଦ୍ଧିର ପ୍ରୋତ୍ସାହନ ପାଇଁ ଯୋଗାଯୋଗ ବୃଦ୍ଧି କରିବା ଜରିଆରେ ସମୃଦ୍ଧ ଭାରତ-ମହାସାଗର କ୍ଷେତ୍ରରେ ଆମର ମିଳିତ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରୁଛୁ;

ଭାରତର ଏକ୍ଟ ଇଷ୍ଟ ନୀତି ଏବଂ ଅଂଚଳରେ ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ଅଭିବୃଦ୍ଧି (ସାଗର), ଏବଂ ଇଣ୍ଡୋନେସିଆ ମହାସାଗର ନୀତି ଏବଂ ଇଣ୍ଡୋନେସିଆର ବିଶ୍ୱ ସାମୁଦ୍ରିକ ଆଧାର ସଂକଳ୍ପ ମଧ୍ୟରେ ଅଭିସରଣ ଏବଂ ପରିପୂରକତାର ସନ୍ଧାନ କରୁଛୁ ଏବଂ ଆସିଆନର କେନ୍ଦ୍ରୀୟତା ଏବଂ ଏକତାର ଗୁରୁତ୍ୱକୁ ପୁନଃସ୍ଥାପନ କରୁଛୁ;

ଏକୀକୃତ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ କ୍ଷେତ୍ରର ବିକାଶକୁ ଆଗେଇ ନେବା ଲାଗି ନୀଳ ଅର୍ଥବ୍ୟବସ୍ଥାର ଗୁରୁତ୍ୱକୁ ହୃଦୟଙ୍ଗମ କରୁଛୁ;

ଉପରୋକ୍ତଗୁଡ଼ିକୁ ଅନୁସରଣ କରି, ଦୁଇ ନେତା ସୁଯୋଗ ହାସଲ ପାଇଁ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ପାଇଁ ମିଳିତ ସଂକଳ୍ପ ନିମନ୍ତେ ସହମତ ହୋଇଥିଲେ ଏବଂ ବିସ୍ତୃତ ରଣନୈତିକ ସହଯୋଗୀ ଭାବେ ମିଳିତ ଭାବେ ଆହ୍ୱାନଗୁଡିକର ମୁକାବିଲା ଲାଗି ସହମତ ହୋଇଥିଲେ ଏବଂ ନିମ୍ନ ପ୍ରସ୍ତାବ ଲାଗି ସହମତ ହୋଇଥିଲେ;

କ. ବାଣିଜ୍ୟ ଏବଂ ନିବେଶ ସହଯୋଗ ବୃଦ୍ଧି

ଆମର ଅର୍ଥବ୍ୟବସ୍ଥାକୁ ଆହୁରି ନିରନ୍ତର ଭାବେ ବିକଶିତ କରିବା ଲାଗି ଦୁଇ ଦେଶ ମଧ୍ୟରେ ଏବଂ ଅଂଚଳରେ ବସ୍ତୁ, ସେବା, ନିବେଶ ଏବଂ ପ୍ରଯୁକ୍ତିର ଅଧିକ ପ୍ରବାହକୁ ଉତ୍ସାହିତ କରିବୁ ।

ଲୋକ ଏବଂ ଲୋକ ଯୋଗାଯୋଗ, ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ଲାଗି ଭାରତର ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହ ଏବଂ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପାଞ୍ଚଳ ମଧ୍ୟରେ ଯୋଗାଯୋଗ (ସଂସ୍ଥାଗତ, ବାହ୍ୟ,ଡିଜିଟାଲ ଏବଂ ଲୋକ ଏବଂ ଲୋକ ଯୋଗାଯୋଗ) ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନେବୁ; ଆଣ୍ଡାମାନ ଚାମ୍ବର ଅଫ କମର୍ସ ଏବଂ ଏହା ସମେତ ସୁମାତ୍ରାର ଏକ ପ୍ରାନ୍ତ ମଧ୍ୟରୁ ଅନ୍ୟତମ ମଧ୍ୟରେ ବି-ଟୁ-ବି ଯୋଗାଯୋଗ ସୁବିଧା କରାଯିବା ପାଇଁ ମଧ୍ୟ ପଦକ୍ଷେପ ନେବୁ ।

ସରଞ୍ଜାମର ବ୍ୟବସ୍ଥା ଏବଂ ଆର୍ଥିକ ସହାୟତା ସମେତ ସାମୁଦ୍ରିକ ନିରାପତ୍ତା, ମତ୍ସ୍ୟ ଉଦ୍ୟୋଗକୁ ପ୍ରୋତ୍ସାହନ,ବୈଷୟିକ ସହଯୋଗ ମାଧ୍ୟମରେ ସାମୁଦ୍ରିକ ଜୀବନ ସମ୍ପଦର ପରିଚାଳନା, ବିଶେଷଜ୍ଞମାନଙ୍କ ବିନିମୟ ପାଇଁ ଦକ୍ଷତା ବିକାଶ ନିମନ୍ତେ ସହଯୋଗକୁ ସୁଦୃଢ଼ କରିବାକୁ ଦୃଷ୍ଟିରେ ରଖି ଦ୍ୱିପାକ୍ଷିକ ସହଯୋଗ ଆଧାରରେ ମାନବ ସମ୍ବଳ ବିକାଶ ଦିଗରେ କାର୍ଯ୍ୟ କରିବୁ ।

ସାମୁଦ୍ରିକ ଭିତ୍ତିଭୂମି ବିକାଶ ଏବଂ ବିଶେଷ କରି ମତ୍ସ୍ୟଚାଷ ଏବଂ ଜାହାଜ ନିର୍ମାଣ ଭଳି ସାମୁଦ୍ରିକ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇଦେବୁ ।

ଖ. ସାମୁଦ୍ରିକ ସମ୍ବଳ ପାଇଁ ନିରନ୍ତର ବିକାଶକୁ ପ୍ରୋତ୍ସାହନ

ସାମୁଦ୍ରିକ ଜୀବନ ସମ୍ପଦର ବିଜ୍ଞାନ ଆଧାରିତ ପରିଚାଳନ ଏବଂ ସଂରକ୍ଷଣ ବୃଦ୍ଧି କରାଯିବ ।

ଜଳବାୟୁ ପରିବର୍ତ୍ତନର ନିରାକରଣ ଏବଂ ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସୁନିଶ୍ଚିତ କରିବୁ  ।

ବେଆଇନ, ଅନିୟନ୍ତ୍ରିତ ଏବଂ ଅଣସୂଚିତ (ଆଇୟୁୟୁ) ମାଛ ମାରିବାର ମୁକାବିଲା, ନିରାକରଣ କରିବା, ରୋକିବା ଏବଂ ଉନ୍ମୁଳନ କରିବା ଏବଂ ମାଛ ମରା ସହ ଜଡ଼ିତ ଅପରାଧକୁ ଏକ ବର୍ଦ୍ଧିତ ଅପରାଧ ଭାବେ ବିବେଚନା କରିବୁ । କାରଣ ଏହା ବର୍ତ୍ତମାନ ବିଶ୍ୱ ପାଇଁ ଏକ ବିପଦ ଭାବେ ଉଭା ହୋଇଛି ଯାହା ସାମୁଦ୍ରିକ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି ।

ସାମଗ୍ରୀକ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଯୋଗାଇଦେବୁ ।

ଦ୍ୱିପାକ୍ଷିକ ଏବଂ ଆଂଚଳିକ ସହଯୋଗ ମାଧ୍ୟମରେ ସାମୁଦ୍ରିକ ପ୍ଲାଷ୍ଟିକ ଆବର୍ଜନାର ମୁକାବିଲା କରାଯିବ ।

ଗ. ବିପର୍ଯ୍ୟୟ ବିପତ୍ତି ମୁକାବିଲା କ୍ଷେତ୍ରରେ ସହଯୋଗ :

କ୍ଷେତ୍ରରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ବିପତ୍ତି ପରିଚାଳନା, ବିଶେଷ କରି ବିପର୍ଯ୍ୟୟ ବିପନ୍ନଙ୍କୁ ସହାୟତାକୁ ସୁଦୃଢ଼ କରାଯିବ ।

ଜିଓ ଡାଟା ଆଦାନପ୍ରଦାନ, ଭିତ୍ତିଭୂମି ଏବଂ ପ୍ରଣାଳିର ଉନ୍ନତି ଏବଂ ପାଣିପାଗ ପୂର୍ବାନୁମାନ ପାଇଁ ଅଂଚଳରେ ଆଗୁଆ ସତର୍କ ବ୍ୟବସ୍ଥାକୁ ଆହୁରି ବିକଶିତ କରାଯିବ ଏବଂ ବିପର୍ଯ୍ୟୟ ସଂକ୍ରାନ୍ତ ବିପଦ ଏବଂ ବିପତ୍ତି ସମ୍ପର୍କରେ ଯୋଗାଯୋଗ କରାଯିବ ।

ପ୍ରାକୃତିକ ବିପର୍ଯ୍ୟୟ ଏବଂ ମାନବୀୟ ଆବଶ୍ୟକତାର ମୁକାବିଲା କରିବା ଲାଗି କ୍ଷମତା ବୃଦ୍ଧି ନିମନ୍ତେ ତାଲିମ ସହଯୋଗ ଏବଂ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ଯୁଗ୍ମ ଅଭ୍ୟାସ ସମେତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ତ୍ୱରାନ୍ୱିତ କରାଯିବ ।

ଘ. ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହନ

ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଲାଗି ନାଗରିକଙ୍କଠାରୁ ନାଗରିକଙ୍କ ଯୋଗାଯୋଗ ବୃଦ୍ଧି କରାଯିବ ।

ଗୋଷ୍ଠୀ ଆଧାରିତ ପର୍ଯ୍ୟଟନ ଓ ଇକୋ-ପର୍ଯ୍ୟଟନର ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦିଆଯିବ ।

ସାମୁଦ୍ରିକ ପର୍ଯ୍ୟଟନ, କ୍ରୁଜ ଜାହାଜ, ସାମୁଦ୍ରିକ ଦୁଃସାହସିକ କ୍ରୀଡ଼ା, ଡାଇଭିଂ ଏବଂ ୱେଲନେସ ପର୍ଯ୍ୟଟନ ପାଇଁ ଆଣ୍ଡାମାନର ହାଭଲକ ଦ୍ୱୀପ ସହିତ ପୋର୍ଟବ୍ଲେୟାର ଏବଂ ସାବାଙ୍ଗ ଦ୍ୱୀପ ସହ ଯୋଗାଯୋଗ ବିକଶିତ କରିବା ଜରିଆରେ ଆଣ୍ଡାମାନ ସମୁଦ୍ର ପର୍ଯ୍ୟଟନ ସୃଷ୍ଟି ଦିଗରେ କାର୍ଯ୍ୟ କରାଯିବ ।

ଅଲ-ମୁସଲିମ ବିଶ୍ୱବିଦ୍ୟାଳୟଠାରେ ଭାରତ-ଇଣ୍ଡୋନେସିଆ ପାଠ୍ୟକ୍ରମ କେନ୍ଦ୍ର ପ୍ରତିଷ୍ଠା ଲାଗି ବିରୁନର ଅଲ-ମୁସଲିମ ବିଶ୍ୱବିଦ୍ୟାଳୟ, ଲୋକସିଉମାୱେର ମଲିକୁସାଲେ ବିଶ୍ୱବିଦ୍ୟାଳୟ (ଏସ), ନୂଆଦିଲ୍ଲୀର ଜବାହରଲାଲନେହେରୁ ବିଶ୍ୱବିଦ୍ୟାଳୟ ଏବଂ ପୋର୍ଟବ୍ଲେୟାରରେ ଥିବା ଉପଯୁକ୍ତ ଅନୁଷ୍ଠାନ ମଧ୍ୟରେ ସଂସ୍ଥାଗତ ଯୋଗାଯୋଗ ପ୍ରତିଷ୍ଠା କରାଯିବ ।

ଙ. ସାମୁଦ୍ରିକ ନିରାପତ୍ତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ

ଆସିଆନ ନେତୃତ୍ୱାଧୀନ ବ୍ୟବସ୍ଥା ଅନୁଯାୟୀ, ବର୍ତ୍ତମାନର ଭାରତ-ପ୍ରଶାନ୍ତ ମହାସାଗର ସୁରକ୍ଷା ଢାଂଚାକୁ ସୁଦୃଢ଼ କରାଯିବ ।

ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ପାଇଁ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧି ଉଦ୍ଦେଶ୍ୟରେ ଏକ ମୁକ୍ତ, ସାମଗ୍ରୀକ ଏବଂ ପାରଦର୍ଶୀ ସହଯୋଗ ପ୍ରତିଷ୍ଠା କରାଯିବ ।

2002ରେ ଦୁଇ ଦେଶର ନୌସେନା ଦ୍ୱାରା ଆରମ୍ଭ କରାଯାଇଥିବା ଦ୍ୱିପାକ୍ଷିକ ସମନ୍ୱିତ ସୁରକ୍ଷା ଅଭିଯାନ ସମେତ ବର୍ତ୍ତମାନର ନୌସେନା ସହଯୋଗକୁ ସୁଦୃଢ଼ କରାଯିବ ଏବଂ ନିୟମିତ ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ ଆୟୋଜନ କରାଯିବ ।

ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ନିରାପତ୍ତା ସଂକ୍ରାନ୍ତ ସୂଚନାର ଆଦାନପ୍ରଦାନକୁ ବୃଦ୍ଧି କରାଯିବ ।

ବର୍ତ୍ତମାନର ସାମୁଦ୍ରିକ ସୀମା ଚୁକ୍ତି ପ୍ରତିଷ୍ଠା କରିବା ଏବଂ ୟୁଏନକ୍ଲଜ ସମେତ ଅନ୍ତର୍ଜାତୀୟ ଆଇନର ନୀତି ଆଧାରରେ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ନିର୍ଦ୍ଧାରଣ କରିବା ଉପରେ ଆପୋସ ଗ୍ରହଣ ଯୋଗ୍ୟ ସମାଧାନ ଲାଗି ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ବୈଷୟିକ ବୈଠକ ପାଇଁ ସହଯୋଗକୁ ସୁଦୃଢ଼ କରିବା ଲାଗି ସହମତ ହୋଇଛୁ ।

ଉନ୍ନତ ଏବଂ ସମ୍ପ୍ରସାରିତ ସାମୁଦ୍ରିକ ସଚେତନତା ସୃଷ୍ଟି ସମେତ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ରଣନୈତିକ ବୈଷୟିକ ସହଯୋଗ ବୃଦ୍ଧି ପାଇଁ ମାର୍ଗ ଅନୁସନ୍ଧାନ ଜାରି ରଖିବା ଲାଗି ଦୁଇ ଦେଶର ବିଶେଷଜ୍ଞମାନେ ପ୍ରୟାସ କରିବେ ।

ହାଇଡ୍ରୋଗ୍ରାଫୀ ଏବଂ ସାମୁଦ୍ରିକ କାର୍ଟୋଗ୍ରାଫୀ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଗ୍ରହଣ କରାଯିବ ।

ବିଶେଷଜ୍ଞଙ୍କ ବିନିମୟ ସମେତ ବୈଷୟିକ ସହଯୋଗ, ସରଞ୍ଜାମ ବ୍ୟବସ୍ଥା ଏବଂ ଆର୍ଥିକ ସହାୟତା ଜରିଆରେ ସନ୍ଧାନ ଓ ଉଦ୍ଧାର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସମେତ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ସହଯୋଗକୁ ପ୍ରୋତ୍ସାହନ ଦିଆଯିବ ।

ଦକ୍ଷତା ବିକାଶ କାର୍ଯ୍ୟକଳାପ, ହଟଲାଇନ ପ୍ରତିଷ୍ଠା ଏବଂ ଏକକ ବିନ୍ଦୁ ଯୋଗାଯୋଗ ଏବଂ ନିୟମିତ ପରାମଶ ବୈଠକ/ସମନ୍ୱିତ ସୁରକ୍ଷା ଏବଂ ଯୁଗ୍ମ ଅଭ୍ୟାସ ଜରିଆରେ ତଟରକ୍ଷୀ ବାହିନୀଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରାଯିବ ।

ଇଣ୍ଡିଆନ ରିମ ଆସୋସିଏସନ ସଂଗଠନ (ଆଇଓଆରଏ) ଫ୍ରେମୱାର୍କ ମଧ୍ୟରେ ସୁରକ୍ଷିତ ଏବଂ ନିରାପଦ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରାଯିବ ।

ଚ. ଶିକ୍ଷାଗତବିଜ୍ଞାନ ଏବଂ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା :

ବାହ୍ୟ ମହାକାଶରୁ ପୃଥିବୀର ପରିବେଶ ଅନୁଧ୍ୟାନ ଏବଂ ପୃଥିବୀର ରିମୋଟ ସେନ୍ସିଂରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଇଣ୍ଡୋନେସିଆ ସାଧାରଣତନ୍ତ୍ରର ଜାତୀୟ ଏରୋନେଟିକ୍ସ ଓ ସ୍ପେସ୍ ଇନଷ୍ଟିଚ୍ୟୁଟ (ଲାପାନ) ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ ।

ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ ଏବଂ ଶିକ୍ଷାବିତଙ୍କ ମଧ୍ୟରେ ସାମୁଦ୍ରିକ ପ୍ରଯୁକ୍ତି ହସ୍ତାନ୍ତର ଏବଂ ଗବେଷଣା ସାମର୍ଥ୍ୟ ବିକଶିତ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India, Australia clinched Uranium deal

Media Coverage

How India, Australia clinched Uranium deal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”