ରୁଷ-ଭାରତ-ଚୀନ ତ୍ରିପକ୍ଷୀୟ ବୈଠକ

Published By : Admin | November 30, 2018 | 23:50 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ସଂଘର ରାଷ୍ଟ୍ରପତି ଭ୍ଲାଦିମିର ଭି ପୁଟିନ ଏବଂ ଚୀନ ସାଧାରଣତନ୍ତ୍ରର ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ବୁଏନ୍ସ ଏୟାର୍ସରେ ଏକ ତ୍ରିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ ।

ତିନି ନେତା ଅନ୍ତର୍ଜାତୀୟ ମଂଚରେ ଆପୋସ ସହଯୋଗ ବୃଦ୍ଧି କରିବା ଏବଂ ତିନି ରାଷ୍ଟ୍ର ମଧ୍ୟରେ ବ୍ୟାପକ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବା ଲାଗି ମତବିନିମୟ କରିଥିଲେ । ସେମାନେ ମିଳିତ ଜାତିସଂଘ ଏବଂ ଡବ୍ଲୁଟିଓ ସମେତ ବିଶ୍ୱ କଲ୍ୟାଣକାରୀ ରାଷ୍ଟ୍ର ସଂଗଠନଗୁଡ଼ିକରେ ସଂସ୍କାର ଓ ଦୃଢ଼ତା ଏବଂ ଉତ୍ତମ ଭାବେ ପ୍ରତିଷ୍ଠିତ ନୂତନ ବୈଶ୍ୱିକ ଆର୍ଥିକ ସଂସ୍ଥାନ ଲାଗି ସହମତ ହୋଇଥିଲେ । ବୈଶ୍ୱିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ଏକ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଏବଂ ଏକ ମୁକ୍ତଅର୍ଥବ୍ୟବସ୍ଥାର ଲାଭ ଉପରେ ସେମାନେ ରେଖାପାତ କରିଥିଲେ ।

ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବୈଶ୍ୱିକ ଆହ୍ୱାନ ଏବଂ ସମସ୍ତ ମତଭେଦର ଶାନ୍ତିପୂର୍ଣ୍ଣ ସମାଧାନକୁ ପ୍ରୋତ୍ସାହିତ କରିବା ଲାଗି ବ୍ରିକ୍ସ, ଏସସିସ ଏବଂ ଇଏଏସ ବ୍ୟବସ୍ଥା ଜରିଆରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ ଅନ୍ତର୍ଜାତୀୟ ଏବଂ କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତାକୁ ସମସ୍ତ ସ୍ତରରେ ପ୍ରୋତ୍ସାହିତ କରିବାରେ ନିୟମିତ ପରାମର୍ଶ ଲାଗି ତିନି ନେତା ରାଜି ହୋଇଥିଲେ ।

ରିକ(RIC – ରୁଷ, ଭାରତ, ଚୀନ) ଫର୍ମାଟରେ ସହଯୋଗର ଗୁରୁତ୍ୱକୁ ତିନି ନେତା ଉପଲବ୍ଧ କରିଥିଲେ ଏବଂ ବହୁପକ୍ଷୀୟ ଅବସରରେ ଏପରି ତ୍ରିପାକ୍ଷିକ ବୈଠକ ଆୟୋଜନ କରିବା ଲାଗି ରାଜି ହୋଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi