ରାଷ୍ଟ୍ରପତି ବାଇଡେନ୍‌

ଉପାଧ୍ୟକ୍ଷ ହ୍ୟାରିସ

ମହାମହିମ

ନମସ୍କାର !

କୋଭିଡ ମହାମାରୀ ଆମ ଜୀବନଧାରା ଏବଂ ଯୋଗାଣ ଶୃଙ୍ଖଳକୁ ବାଧିତ କରିଛି । ମୁକ୍ତ ସମାଜ ଭାବେ ଆମ ସହନଶୀଳତାର ପରୀକ୍ଷା ନେଉଛି । ମହାମାରୀ ବିରୋଧରେ ଆମେ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଛୁ । ଆମ ବଜେଟ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବକାଳୀନ ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି ।

ଆମ ଟିକାକରଣ କାର୍ଯ୍ୟକ୍ରମରେ ବିଶ୍ବରେ ସର୍ବବୃହତ । ଆମ ପ୍ରାପ୍ତ ବୟସ୍କ ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକ ଏବଂ ୫୦ ନିୟୁତରୁ ଅଧିକ ପିଲାଙ୍କର ଆମେ ଟିକାକରଣ କରିସାରିଛୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନ୍ୟତାପ୍ରାପ୍ତ ଟିକା ଭାରତ ଉତ୍ପାଦନ କରୁଛି ଏବଂ ଚଳିତ ବର୍ଷ ୫ ବିଲିୟନରୁ ଅଧିକ ଟିକା ଉତ୍ପାଦନ କରିବାର କ୍ଷମତା ଭାରତ ନିକଟରେ ରହିଛି ।

ଦ୍ବିପାକ୍ଷିକ ଏବଂ କୋଭାକ୍ସ ପ୍ରୟାସ ମାଧ୍ୟମରେ ୯୮ଟି ଦେଶକୁ ଆମେ ୨୦୦ ନିୟୁତରୁ ଅଧିକ କୋଭିଡ୍ ପ୍ରତିଷେଧକ ଟିକା ଯୋଗାଇ ଦେଇଛୁ । ନମୁନା ପରୀକ୍ଷା, ଚିକିତ୍ସା ଏବଂ ଡେଟା ମ୍ୟାନେଜମେଣ୍ଟ ପାଇଁ ଭାରତ ମିତବ୍ୟୟୀ ପ୍ରଯୁକ୍ତି ବିକଶିତ କରିଛି । ଆମେ ଏହି ସୁବିଧା ଅନ୍ୟ ଦେଶମାନଙ୍କୁ ମଧ୍ୟ ଯୋଗାଇ ଦେବାର ପ୍ରସ୍ତାବ ଦେଇଛୁ । 

ଭୂତାଣୁ ଉପରେ ବିଶ୍ବ ଡେଟାବେସକୁ ଭାରତର ଜିନୋମିକ୍ସ କନସୋର୍ଟିଅମ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ଆମେ ଏହି ନେଟୱର୍କ ଆମର ପଡ଼ୋଶୀ ଦେଶକୁ ମଧ୍ୟ ଯୋଗାଇ ଦେଇଛୁ। 

ଭାରତରେ ଆମେ କୋଭିଡ ମୁକାବିଲା ଏବଂ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ବ୍ୟାପକ ଭାବେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବ୍ୟବହାର କରିଛୁ, ଏହାଦ୍ବାରା ଅଗଣିତ ଜୀବନ ରକ୍ଷା ହୋଇପାରିଛି ।

ସାରା ବିଶ୍ବରେ ଏହି ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ପ୍ରସାରିତ କରିବାର ଲକ୍ଷ୍ୟ ନେଇ ଗତ ମାସ ଭାରତରେ ଆମେ ‘‘ଡବ୍ଲୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡ଼ିସିନ’’ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶ୍ବ ପାରମ୍ପରିକ ଚିକିତ୍ସା କେନ୍ଦ୍ର) ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛୁ ।

ମହାମହିମ,

ଭବିଷ୍ୟତର ଜରୁରିକାଳୀନ ସ୍ବାସ୍ଥ୍ୟ ଆହ୍ବାନର ମୁକାବିଲା କରିବା ଲାଗି ଏକ ସମନ୍ବିତ ବିଶ୍ବ ମୁକାବିଲା ପ୍ରଣାଳୀର ଆବଶ୍ୟକତା ରହିଥିବା ସ୍ପଷ୍ଟ ହୋଇଯାଇଛି । ଆମେ ଏକ ସୁଦୃଢ଼ ବିଶ୍ବ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବା ସହିତ ଟିକା ଏବଂ ଔଷଧର ସମାନତାପୂର୍ଣ୍ଣ ବିତରଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ।

ଡବ୍ଲୁଟିଓ ନିୟମାବଳୀ, ବିଶେଷ କରି ଟିଆରଆଇପିଏସ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି । ଅଧିକ ଦୃଢ଼ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ଢାଞ୍ଚ ନିର୍ମାଣ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସଂସ୍କାର ଆଣିବା ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ଜରୁରି ।

ଯୋଗାଣ ଶୃଙ୍ଖଳାକୁ ସ୍ଥିର ଓ ଆକଳନଯୋଗ୍ୟ କରିବା ଲାଗି ଟିକା ଓ ଚିକିତ୍ସା ପଦ୍ଧତିର ଅନୁମୋଦନ ଲାଗି ଡବ୍ଲୁଏଚଓର ଅନୁମୋଦନ ପ୍ରକ୍ରିୟାକୁ ଅଧିକ ବିକଶିତ କରିବା ନିମନ୍ତେ ଆମେ ଆହ୍ବାନ କରୁଛୁ । ବିଶ୍ବ ସମୁଦାୟର ଏକ ଉତ୍ତରଦାୟୀ ସଦସ୍ୟ ଭାବେ, ଭାରତ ଏସବୁ ପ୍ରୟାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ପ୍ରସ୍ତୁତ ରହିଛି ।

ଧନ୍ୟବାଦ ।

ଅନେକ ଅନେକ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India