ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଶ୍ରୀ ମୋଦୀ ଇଲେୟାରାଜାଙ୍କ ପ୍ରଥମ ୱେଷ୍ଟର୍ଣ୍ଣ କ୍ଲାସିକାଲ ସିମ୍ଫୋନି ଭେଲିଏଣ୍ଟକୁ ପ୍ରଶଂସା କରିଥିଲେ । ଏହା ନିକଟରେ ଲଣ୍ଡନରେ ଖ୍ୟାତନାମା ରୟାଲ ଫିଲହାରମୋନିକ ଅର୍କେଷ୍ଟ୍ରାରେ ପ୍ରଦର୍ଶିତ ହୋଇଥିଲା । ଭାରତୀୟ ଏବଂ ବୈଶ୍ୱିକ ସଙ୍ଗୀତ ଜଗତରେ ଏହି ମହାନ କଳାକାରଙ୍କ ପ୍ରଭାବକୁ ମାନ୍ୟତା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଇଲେୟାରାଜାଙ୍କୁ ‘ସଙ୍ଗୀତ ଦୁନିଆର ମହାରଥୀ ତଥା ପଥପ୍ରଦର୍ଶକ’ ଭାବେ ପ୍ରଶଂସା କରିଛନ୍ତି । ତାଙ୍କ କାମ ବୈଶ୍ୱିକ ସ୍ତରରେ ଉକ୍ରୃଷ୍ଟତାକୁ ଏକ ନୂତନ ପରିଭାଷା ପ୍ରଦାନ କରିଥିବା ସେ କହିଛନ୍ତି ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:

“ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜାଙ୍କୁ ସାକ୍ଷାତ କରି ଖୁସି ହେଲି । ସେ ସଙ୍ଗୀତ ଜଗତର ଜଣେ ମହାରଥୀ ଯାହାର ପ୍ରଭାବ ଆମ ସଂସ୍କୃତି ଓ ସଙ୍ଗୀତ ଉପରେ ଅଧିକ ରହିଛି ।

ପ୍ରତ୍ୟେକ ଦୃଷ୍ଟିରୁ ସେ ଅଗ୍ରଣୀ ଏବଂ କିଛି ଦିନ ତଳେ ସେ ଲଣ୍ଡନରେ ନିଜର ପ୍ରଥମ ୱେଷ୍ଟର୍ଣ୍ଣ କ୍ଲାସିକାଲ ସିମ୍ଫୋନି ଭେଲିଏଣ୍ଟ ପ୍ରସ୍ତୁତ କରି ପୁଣି ଥରେ ଇତିହାସ ରଚନା କରିଛନ୍ତି । ଏହି ପ୍ରଦର୍ଶନ ବିଶ୍ୱ ପ୍ରସିଦ୍ଧ ରୟାଲ ଫିଲହାରମୋନିକ ଅର୍କେଷ୍ଟ୍ରା ସହ କରାଯାଇଥିଲା । ଏହି ଅଦ୍ୱିତୀୟ ଉପଲବ୍ଧି ତାଙ୍କର ଅଦ୍ୱିତୀୟ ସଙ୍ଗୀତ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ୁଛି-ଯାହାକି ବୈଶ୍ୱିକ ସ୍ତରରେ ଉକ୍ରୃଷ୍ଟତା ପ୍ରାପ୍ତ ଜାରି ରଖୁଛି ।

@ilaiyaraaja”

 

 

"நாடாளுமன்ற மாநிலங்களவை உறுப்பினர் திரு இளையராஜா அவர்களை சந்தித்ததில் மகிழ்ச்சி அடைகிறேன். இசைஞானியான அவரது மேதைமை நமது இசை மற்றும் கலாச்சாரத்தில் மகத்தான தாக்கத்தை ஏற்படுத்தியுள்ளது. எல்லா வகையிலும் முன்னோடியாக இருக்கும் அவர், சில நாட்களுக்கு முன் லண்டனில் தனது முதலாவது மேற்கத்திய செவ்வியல் சிம்பொனியான வேலியண்ட்டை வழங்கியதன் மூலம் மீண்டும் வரலாறு படைத்துள்ளார். இந்த நிகழ்ச்சி, உலகப் புகழ்பெற்ற ராயல் பில்ஹார்மோனிக் இசைக்குழுவுடன் இணைந்து நடத்தப்பட்டது. இந்த முக்கியமான சாதனை, அவரது இணையற்ற இசைப் பயணத்தில் மற்றொரு அத்தியாயத்தைக் குறிக்கிறது - உலக அளவில் தொடர்ந்து மேன்மையுடன் விளங்குவதை இது எடுத்துக்காட்டுகிறது.

@ilaiyaraaja"

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India