କଦଳୀ ଚାଷୀ ଶ୍ରୀ ଧର୍ମ ରାଜନ କିଷାନ କ୍ରୋଡିଟ୍ କାର୍ଡ ଋଣ, ପିଏମ୍ କିଷାନ ସମ୍ମାନ ନିଧି, ପିଏମ୍‌ଜେବିୱାଇ ଓ ପିଏମ୍ ଏସବିୱାଇ ସହାୟତାରେ ଅର୍ଥ ସଞ୍ଚୟ କରନ୍ତି
ଶ୍ରୀ ରାଜନଙ୍କ ଜୀବନ ପ୍ରକୃତରେ ଉତ୍ସାହବର୍ଦ୍ଧକ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କୁ (୧୬-୧୨) ଦିନ ସମ୍ବୋଧିତ କରିବା ସହ ମତ ବିନିମୟ ଆଭାସୀ ଜରିଆରେ କରିଛନ୍ତି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଶୁଭାରମ୍ଭ କରାଇଛନ୍ତି ।

କେରଳ କୋଝିକୋଡ୍‌ର ଜଣେ କଦଳୀ ଚାଷୀ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ) ହିତାଧିକାରୀ ଶ୍ରୀ ଧର୍ମ ରାଜନ ପ୍ରଧାନମନ୍ତ୍ରୀଙ୍କୁ କିଷାନ କ୍ରେଡିଟ କାର୍ଡ ଋଣ, ପିଏମ୍ କିଷାନ ସମ୍ମାନନିଧି, ପିଏମ୍‌ଜେବିୱାଇ, ପିଏମ୍‌ଏସବିୱାଇର ସୁବିଧା ନେଉଥିବା ଜଣାଇଥିଲେ । ପୂର୍ବପେକ୍ଷା ଏବେ ମିଳୁଥିବା ସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରନ୍ତେ ବର୍ତ୍ତମାନ ସାର ଓ ଅନ୍ୟାନ୍ୟ ଉପକରଣ ସମେତ ମିଳୁଥିବା ଅଧିକ ଆର୍ଥିକ ସହାୟତା କଥା ଶ୍ରୀ ଧର୍ମରାଜନ କହିଥିଲେ । ପିଏମ୍ ସମ୍ମାନନିଧି ଅଧୀନରେ ମିଳୁଥିବା ଅର୍ଥ ବର୍ତମାନ କୃଷି କାର୍ଯ୍ୟରେ ଲାଗୁଛି ବୋଲି ସେ ପ୍ରକାଶ କରିଥିଲେ । 

ସରକାରୀ ଯୋଜନା ଓ ଋଣ ଯୋଗୁଁ ଶ୍ରୀ ଧର୍ମ ରାଜନ ଅଧିକ ସଂଚୟ କରିପାରୁଛନ୍ତି । ତାହା ନ ହେଲେ ସେ କରଜଦାତାଙ୍କୁ ଅଧିକ ସୁଧ ଗଣିଥାନ୍ତେ ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଲେ । ତାଙ୍କ ଦୁଇ ଝିଅଙ୍କୁ ସେ ଶିକ୍ଷିତ କରାଇପାରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଏଥିପାଇଁ ସେ ତାଙ୍କ ବଡ ଝିଅର ବାହାଘର ପାଇଁ ଅର୍ଥ ସଞ୍ଚୟ କରିପାରିଛନ୍ତି ଓ ଆସନ୍ତାବର୍ଷ ଫେବୃୟାରୀରେ ତା’ର ବିବାହ ସମ୍ପନ୍ନ ହେବ ବୋଲି ଜଣାଇଥିଲେ । 

ଏକ ଭଲ ଜୀବନ ଦେଇ ପାରିଥିବାରୁ ଶ୍ରୀ ରାଜନ୍ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜଣେ ପ୍ରଗତିଶୀଳ ଚାଷୀ ହୋଇଥିବାରୁ ଶ୍ରୀ ରାଜନ୍ ନିଜର ଝିଅମାନଙ୍କୁ ଶିକ୍ଷିତ କରାଇ ପାରି ଅର୍ଥର ସଦୁପଯୋଗ କରିପାରିଥିବାରୁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s healthcare sector seeing a fundamental digital transformation: Report

Media Coverage

India’s healthcare sector seeing a fundamental digital transformation: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 11, 2026
February 11, 2026

Empowering India: PM Modi's Policies Fueling Innovation, Jobs, and Sustainability