ଚୀନରେ କରୋନା ଭାଇରସ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ବୈଠକରେ ଉପସ୍ଥିତ ଅଧିକାରୀମାନେ ପ୍ରମୁଖ ସଚିବଙ୍କୁ କରୋନା ଭାଇରସ ବ୍ୟାପିବାର ବର୍ତ୍ତମାନର ସ୍ଥିତି, ପ୍ରଯୁକ୍ତି ଏବଂ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ କରାଯାଇଥିବା ପ୍ରସ୍ତୁତି, ପରୀକ୍ଷାଗାରର ପ୍ରସ୍ତୁତି, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳର ସାମର୍ଥ୍ୟ ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ବ୍ୟାପକ ନିରୀକ୍ଷଣ କାର୍ଯ୍ୟକଳାପ ସମ୍ପର୍କରେ ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭଳି ଅନ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପର ମଧ୍ୟ ପ୍ରମୁଖ ସଚିବ ସମୀକ୍ଷା କରିଥିଲେ ।

ଅଧିକାରୀମାନେ ପ୍ରମୁଖ ସଚିବଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହ ସମନ୍ୱୟ ରଖାଯାଇ ସ୍ଥିତି ଉପରେ ଗଭୀର ଭାବେ ନିରୀକ୍ଷଣ କରାଯାଉଛି ।

ବର୍ତ୍ତମାନସୁଦ୍ଧା 7ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ 115ଟି ବିମାନରେ ଆସିଥିବା 20,000 ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇସାରିଛି । ସାରା ଦେଶରେ ଥିବା ଜାତୀୟ ଭାଇରୋଲୋଜି ଇନଷ୍ଟିଚ୍ୟୁଟର ପରୀକ୍ଷାଗାରରେ ଭାଇରସ ଚିହ୍ନଟ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।

ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ବୈଦେଶିକ ବ୍ୟାପାର ସଚିବ, ପ୍ରତିରକ୍ଷା ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ବେସାମରିକ ବିମାନ ଚଳାଚଳ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride