PM Modi inaugurates jungle safari, statue of Pandit Deendayal Upadhyaya and Naya Raipur BRTS project in Chhattisgarh
Despite several challenges Chhattisgarh faced, it has shown the way that it can lead when it comes to development: PM
PM Modi emphasizes extensive scope tourism has in Chhattisgarh
Initiatives of the Centre aimed at improving lives of the people: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ନୂଆ ରାୟପୁର ଗସ୍ତରେ ଯାଇଥିଲେ । ସେ ସେଠାରେ ଜଙ୍ଗଲ ସଫାରି ଉଦ୍ଘାଟନ କରିବା ସହ ସଫାରି ମଧ୍ୟରେ କିଛି ସମୟ ବିତାଇଥିଲେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ପ୍ରତିମୂର୍ତ୍ତି ଅନାବରଣ କରିବା ସହ ନୂଆ ରାୟପୁରର ଏକ କେନ୍ଦ୍ରୀୟ ମାର୍ଗକୁ ଏକାତ୍ମ ପଥ ରୂପେ ଲୋକାର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆ ରାୟପୁର BRTS ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ “ହମାର ଛତିଶଗଡ ଯୋଜନା” ର ଅଂଶିଦାରମାନଙ୍କ ସହ ମତ ବିନିମୟ କରିଥିଲେ । ରାଜ୍ୟୋତ୍ସବର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଦୁଇଟି ଜିଲ୍ଲା ଏବଂ ୧୫ଟି ବ୍ଲକର କର୍ମକର୍ତ୍ତାମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି କର୍ମକର୍ତ୍ତାମାନେ ଖୋଲା ମଳ ମୁକ୍ତ ଅଞ୍ଚଳ (Open Defecation Free)ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ଯୋଜନା ଅଧୀନରେ ଗରିବ ପରିବାରମାନଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରିବା ସହ ସୌର ଉଜ୍ଜ୍ଵଲା ଯୋଜନାରେ ସୌରପମ୍ପ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଉପାୟରେ କିଭଳି ଛତିଶଗଡ ସମେତ ୩ ଟି ନୂଆ ରାଜ୍ୟ ଗଠନ କରିବାରେ ସମର୍ଥ ହୋଇଥିଲେ ତାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ଛତିଶଗଡ ଭଳି ଏକ ଛୋଟ ରାଜ୍ୟ ବିକାଶର ନୂଆ ସୋପାନରେ ପହଞ୍ଚି ଥିବାରୁ ପ୍ରଧାନମନ୍ତ୍ରୀ ସେଠାକାର ମୁଖ୍ୟମନ୍ତ୍ରୀ ଡଃ ରମଣ ସିଂହ ଏବଂ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ କଲ୍ୟାଣ ମୂଳକ ଯୋଜନାଗୁଡିକର ସୁଫଳ ଆଗାମୀ ପିଢୀ ପାଇଁ ମଧ୍ୟ ଉପକାରସିଦ୍ଧ ସାବ୍ୟସ୍ତ ହେବ । ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବିପୁଳ ସୁଯୋଗ ରହିଥିବାରୁ ଏହା ଛତିଶଗଡର ଗରିବ ଲୋକଙ୍କ ପାଇଁ ଅଧିକରୁ ଅଧିକ ଅର୍ଥ ଉପାର୍ଜନର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚାଷୀମାନଙ୍କ ଉତ୍ପାଦର ମୂଲ୍ୟ ସମ୍ବର୍ଦ୍ଧନ ଦିଗରେ ଛତିଶଗଡ ସରକାରଙ୍କ ନୂତନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity