ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।

ନିଜର ଏହି ଗସ୍ତ ଅବସରରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତା ଓ ଆପୋସ ହିତ ସହ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବି । ନିଜର ଏହି ଗସ୍ତ ସମୟରେ ମୁଁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ସାକ୍ଷାତକୁ ନେଇ ଅତ୍ୟନ୍ତ ଉତ୍ସୁକ ଅଛି ଏବଂ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ କଥାବାର୍ତ୍ତା କରିବି ।

ମୁଁ ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ବ୍ୟକ୍ତିଗତ ପ୍ରଥମ କ୍ୱାଡ ନେତା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବି । ଏହି ସମ୍ମିଳନୀ ଚଳିତବର୍ଷ ମାର୍ଚ୍ଚରେ ଆମ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ଶିଖର ସମ୍ମିଳନୀର ନିର୍ଯାସଗୁଡ଼ିକର ପ୍ରଗତି ସଂକ୍ରାନ୍ତରେ ବିଚାରବିମର୍ଶ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ନିମନ୍ତେ ଆମର ମିଳିତ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ କାର୍ଯ୍ୟକଳାପର ପ୍ରାଥମିକତାଗୁଡ଼ିକୁ ରେଖାଙ୍କିତ ପାଇଁ ସୁଯୋଗ ପ୍ରଦାନ କରିବ ।

ମୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ସାକ୍ଷାତ କରିବି । ଏହି ଅବସରରେ ସେମାନଙ୍କ ଦେଶଗୁଡ଼ିକ ସହ ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ତଥା ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ଜଡ଼ିତ ଉପଯୋଗୀ ବିଷୟ ଉପରେ ବିଚାର ଆଦାନ ପ୍ରଦାନ କରାଯିବ ।

ଜାତିସଂଘ ମହା ସମ୍ମିଳନୀରେ ଉଦବୋଧନ ଦେଇ ମୁଁ ନିଜ ଗସ୍ତର ସମାପନ କରିବି ଏବଂ ସେଠାରେ ମୁଁ କୋଭିଡ-୧୯ ମହାମାରୀ, ଆତଙ୍କବାଦ ମୁକାବିଲାର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭଳି ବିଭିନ୍ନ ଅନ୍ତର୍ଜାତୀୟ ଆହ୍ୱାନଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବି ।

ମୋର ଆମେରିକା ଗସ୍ତ ଆମେରିକା ସହ ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତାକୁ ମଜଭୁତ କରିବା ତଥା ଆମର ରଣନୀତିକ ସହଯୋଗୀ- ଜାପାନ ଓ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସୁଯୋଗ ପ୍ରଦାନ କରିବ ଏବଂ ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆମ ସହଯୋଗକୁ ଆଗେଇ ନେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat