ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହ କଥା ହୋଇଥିଲେ ।

ଦୁଇ ନେତା ଅଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମେତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ତଥା ମାନବ ଚାଲାଣର ପ୍ରସାର, ମାନବିକ ଅଧିକାର, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଆଦି ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ ।

ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସହଯୋଗ ଏବଂ ଭାରତ-ଫ୍ରାନ୍ସର ସହଭାଗିତା ଏହି ଅଞ୍ଚଳରେ ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ।

ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗ ଆଭିମୁଖ୍ୟରେ ନେତାମାନେ ଘନିଷ୍ଠ ଏବଂ ନିୟମିତ ପରାମର୍ଶ ବଜାୟ ରଖିବାକୁ ରାଜି ହୋଇଥିଲେ, ଯାହାକୁ ଉଭୟ ଦେଶ ଗଭୀର ଭାବେ ସମ୍ମାନ କରନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FinMin confident of coping with West Asia crisis with adequate fiscal room

Media Coverage

FinMin confident of coping with West Asia crisis with adequate fiscal room
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India