ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ତିନିଦିନିଆ ଗସ୍ତରେ ଗୁଜରାଟ ଯାଉଛନ୍ତି, ଯେଉଁ ଗସ୍ତ କି ଆସନ୍ତକାଲିଠାରୁ  2019 ଜାନୁଆରୀ 17ରୁ ଆରମ୍ଭ ହେବ । ଏହି ଗସ୍ତ ସମୟରେ ସେ ଗାନ୍ଧୀନଗର,ଅହମ୍ମଦାବାଦ ଓ ହାଜିରା ଗସ୍ତ କରିବେ ।

ଆସନ୍ତାକାଲି ଗାନ୍ଧୀନଗରରେ ମହାତ୍ମା ମନ୍ଦିର ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷରେ ତାଙ୍କ ପ୍ରଥମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁଜରାଟ ବୈଶ୍ୱିକ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିବେ । ଏହି ପ୍ରଦର୍ଶନୀ ଅନ୍ତର୍ଗତ 25ରୁ ଉର୍ଦ୍ଧ୍ଵ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରମାନଙ୍କୁ ପ୍ରଦର୍ଶିତ କରାଯିବ ।

ସଂଧ୍ୟାରେ ସେ ଅହମ୍ମଦାବାଦଠାରେ ସର୍ଦ୍ଦାର ବଲ୍ଲଭଭାଏ ପଟେଲ ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିବେ । ଏହା ଅହମ୍ମଦାବାଦ ମୁନିସପାଲ କର୍ପୋରେସନ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ସୁବିଧା ଥିବା ଏକ ଅତ୍ୟାଧୁନିକ ସାର୍ବଜନୀନ ଡାକ୍ତରଖାନା ଏବଂ ଏଥିରେ ଏୟାର ଆମ୍ବୁଲାନ୍ସ ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି । 78 ମିଟର ଉଚ୍ଚତା ବିଶିଷ୍ଟ ଏହି ସୌଧ ଦକ୍ଷତା,ପରିମାପକ ଏବଂ ବେଗର ଏକ ପ୍ରକୃତ ମିଶ୍ରଣ ।

ଡିଜିଟାଲ ଭାରତର ଭାବନାକୁ ଆଖି ଆଗରେ ରଖି ଏହା ହେବ ସମ୍ପୂର୍ଣ୍ଣ ଭାବେ ଏକ କାଗଜ ବିହୀନ ଡାକ୍ତରଖାନା । ଏହା ସାଧାରଣ ଜନତାଙ୍କ ସେବା କରିବ ଏବଂ ଆୟୁଷ୍ମାନ ଭାରତର ଅନ୍ତର୍ଦ୍ଦୁଷ୍ଟିକୁ ବ୍ୟାପକ କରିବା ନେଇ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ହସପିଟାଲର ସୁବିଧା ସୁଯୋଗକୁ ତଦାରଖ କରିବେ ଏବଂ ଏକ ସମ୍ମେଳନକୁ ସମ୍ବୋଧନ କରିବେ ।

ପରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅହମ୍ମଦାବାଦ ସପିଙ୍ଗ ଫେଷ୍ଟଭାଲ-2019ର ଉଦଘାଟନ କରାଯିବ । ଏହା ଉଦ୍ୟୋଗୀ ଗୁଜରାଟ ସମ୍ମିଳନୀ ସହ ଏକାସଙ୍ଗେ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ମଧ୍ୟ ଭାଏବ୍ରାଣ୍ଟ ଗୁଜରାଟ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ ମାସ୍କଟର ଉନ୍ମୋଚନ କରିବେ । ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ 2019 ହେଉଛି ଭାରତରେ ଆୟୋଜିତ ଏପରି ଏକ ପ୍ରଥମ କାର୍ଯ୍ୟକ୍ରମ । ଏହା ସହରର ଉଦ୍ୟୋଗମାନଙ୍କୁ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଏକ ଜନସାଧାରଣଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ପରଦିନ ଅର୍ଥାତ 2019 ଜାନୁଆରୀ 18ରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରଠାରେ ମହାତ୍ମା ମନ୍ଦିର ପ୍ରଦର୍ଶନୀ  ଓ ସମ୍ମିଳନୀ କେନ୍ଦ୍ରରେ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ନବମ ସଂସ୍କରଣର ଉଦଘାଟନ କରିବେ ।

ଗୁଜରାଟକୁ ଏକ ପସନ୍ଦ ଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳରେ ପୁନଃ ପ୍ରତିଷ୍ଠିତ କରିବା ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2003ରେ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ପରିକଳ୍ପନା କରିଥିଲେ । ବୈଶ୍ୱିକ ସାମାଜିକ-ଅର୍ଥନୈତିକ ବିକାଶ, ଜ୍ଞାନ ବଂଟନ ଏବଂ ଫଳପ୍ରଦ ଭାଗୀଦାରୀତା ଆଦି ବିଷୟକୁ ନେଇ ମାନସ ମନ୍ଥନ ପାଇଁ ଏହି ସମ୍ମିଳନୀ ଏକ ଭିତ୍ତିଭୂମି ପ୍ରଦାନ କରିବ ।

ହାଜିରା ବନ୍ଧୁକ କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ 2019 ଜାନୁଆରୀ 19ରେ ହାଜିରା ଗସ୍ତ କରିବେ ।

ହାଜିରାରୁ ସେ ଦାଦ୍ରା ନଗର ହାବେଳୀର ସିଲଭାସା ଯାତ୍ରା କରିବେ । ସେଠାରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ତାଙ୍କ ଗସ୍ତ ଶେଷରେ ଜାନୁଆରୀ 19ରେ ପ୍ରଧାନମନ୍ତ୍ରୀ ମୁମ୍ବାଇ ଯିବେ । ସେଠାରେ ସେ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Share your ideas for PM Modi's Independence Day speech
July 25, 2026

Prime Minister Narendra Modi has invited citizens to share their ideas and suggestions for his Independence Day address.

Share your thoughts and suggestions. Some of the ideas received may be mentioned by the Prime Minister during his Independence Day address from the Red Fort.