ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର 31, 2019ରେ ଗୁଜରାଟର କେୱଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିରେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକତା ଦିବସ ପରେଡରେ ଅଂଶଗ୍ରହଣ କରିବେ, ପ୍ରଯୁକ୍ତି ପ୍ରଦର୍ଶନୀ ବୁଲି ଦେଖିବେ ଏବଂ ପରେ କେୱଡିଆଠାରେ ପ୍ରଶାସନିକ ସେବା ଶିକ୍ଷାନବୀସଙ୍କ ସହ ମତ ବିନିମୟ କରିବେ ।

2014 ପରଠାରୁ ଅକ୍ଟୋବର 31କୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ଏବଂ ସମସ୍ତ ବର୍ଗର ଲୋକ ‘ଏକତା ଦୌଡ’ରେ ଅଂଶଗ୍ରହଣ କରୁଛନ୍ତି ।

ଗୋଟିଏ ଲକ୍ଷ୍ୟ- “ଏକ ଭାରତ ଶ୍ରେଷ୍ଠ ଭାରତ” ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଅକ୍ଟୋବର 27, 2019ରେ ତାଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

“ବନ୍ଧୁଗଣ, ଆପଣମାନେ ଜାଣନ୍ତି ଯେ 2014 ପରଠାରୁ ପ୍ରତି ବର୍ଷ ଅକ୍ଟୋବର 31କୁ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରାଯାଉଛି । ଏହି ଦିବସ ବାର୍ତ୍ତା ଦେଇଥାଏ ଯେ ଆମକୁ ଯେକୌଣସି ମୂଲ୍ୟ ଦେଇ ଆମ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ରକ୍ଷା କରିବାକୁ ପଡିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର 31ରେ ମଧ୍ୟ ‘ଏକତାର ଦୌଡ’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ‘ଏକତାର ଦୌଡ’ ହେଉଛି ଏକ ସ୍ୱରର ପ୍ରତୀକ, ଏହାର ଅର୍ଥ ହେଉଛି ଦେଶ ଏକାଠି ହେଉଛି, ଗୋଟିଏ ଦିଗରେ ଗତି କରୁଛି ଏବଂ ସାମଗ୍ରୀକ ଭାବେ ଗୋଟିଏ ଲକ୍ଷ୍ୟ!-ଏକ ଭାରତ, ଶ୍ରେଷ୍ଠ ଭାରତ ହାସଲ କରିବା ପାଇଁ ଚେଷ୍ଟା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ପ୍ରିୟ ଦେଶବାସୀ, ସର୍ଦ୍ଦାର ପଟେଲ ଦେଶକୁ ଏକତାର ରଜ୍ଜୁରେ ବାନ୍ଧି ରଖିଥିଲେ । ଏକତାର ଏହି ମନ୍ତ୍ର ହେଉଛି ଆମ ଜୀବନର ଏକ ସଂସ୍କାର ଭଳି ଏବଂ ବିବିଧତାରେ ପୂର୍ଣ୍ଣ ଆମ ଦେଶରେ ଆମେ ଏହି ଏକତାର ମନ୍ତ୍ରକୁ ସବୁ କ୍ଷେତ୍ରରେ ଏବଂ ସବୁ ସ୍ଥାନରେ ସୁଦୃଢ଼ କରିବା ଆବଶ୍ୟକ । ମୋର ପ୍ରିୟ ଦେଶବାସୀ, ଏକତା ଓ ସାମ୍ପ୍ରଦାୟିକ ସଦଭାବନାକୁ ସୁଦୃଢ଼ କରିବାରେ ଆମ ଦେଶ ସବୁବେଳେ ଆଗୁଆ । ଯଦି ଆମେ ଆମ ଚତୁଃପାର୍ଶ୍ଵକୁ ଦୃଷ୍ଟି ଦେବା ତେବେ ଆମେ ଅନେକ ବ୍ୟକ୍ତିଙ୍କୁ ଉଦାହରଣ ଭାବେ ଦେଖିବା ଯେଉଁମାନେ କି ନିରବଚ୍ଛିନ୍ନ ଭାବେ ସାମ୍ପ୍ରଦାୟିକ ସଦଭାବନା ପାଇଁ କାର୍ଯ୍ୟ କରୁଛନ୍ତି ।”

ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ, “ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ଦେଖିଛେ ଯେ କେବଳ ଦିଲ୍ଲୀ ନୁହେଁ ବରଂ ଭାରତର ଶହ ଶହ ସହରରେ, କେନ୍ଦ୍ରଶାସିତ ଅଂଚଳରେ, ରାଜ୍ୟ ରାଜଧାନୀରେ, ଜିଲ୍ଲା କେନ୍ଦ୍ରରେ, ଏପରିକି ଟାୟାର 2 ଓ ଟାୟାର 3 ସହରରେ ସହର ବାସିନ୍ଦା ହୁଅନ୍ତୁ କିମ୍ବା ଗ୍ରାମବାସୀ ହୁଅନ୍ତୁ, ପିଲା ହୁଅନ୍ତୁ ବା ଯୁବକ ହୁଅନ୍ତୁ, ବୃଦ୍ଧ ବ୍ୟକ୍ତି ହୁଅନ୍ତୁ କିମ୍ବା ଦିବ୍ୟାଙ୍ଗ ହୁଅନ୍ତୁ, ବହୁ ସଂଖ୍ୟାରେ ପୁରୁଷ ଓ ମହିଳା “ଏକତାର ଦୌଡ” କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।”

ଫିଟ୍ ଇଣ୍ଡିଆର ଗୁରୁତ୍ୱ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ‘ଏକତାର ଦୌଡ’ ହେଉଛି ଏପରି ଏକ ବିଶେଷ କାର୍ଯ୍ୟକ୍ରମ ଯାହାକି ମନ, ଶରୀର ଓ ଆତ୍ମା ପାଇଁ ଲାଭପ୍ରଦ । “ଏକତାର ଦୌଡ ସମୟରେ ଆମେ କେବଳ ଦୌଡି ନଥାଉ ବରଂ ଏପରି କରିବା ସମୟରେ ଫିଟ ଇଣ୍ଡିଆର ଭାବନା ମଧ୍ୟ ଏଥିରେ ପ୍ରତିଫଳିତ ହୋଇଥାଏ । ଆମେ ମଧ୍ୟ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ସହିତ ଯୋଡ଼ି ହୋଇଥିବା ଅନୁଭବ କରୁ! ଏହାଦ୍ୱାରା କେବଳ ଆମ ଶରୀର ନୁହେଁ ବରଂ ଭାରତର ଏକତା ଭାବନାକୁ ଜାଗ୍ରତ କରି ଏହାକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ଆମର ମନ ଓ ମୂଲ୍ୟବୋଧ ସମନ୍ୱିତ ହୋଇଥା’ନ୍ତି !”

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକତାର ଦୌଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏନେଇ runforunity.gov.in ୱେବ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏ ବାବଦରେ ସମସ୍ତ ସୂଚନା ଏଥିରେ ଉପଲବ୍ଧ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"