ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗିଦାରୀ ବା ଆରସିଇପିରେ ଭାରତ ପକ୍ଷରୁ ପ୍ରସ୍ତାବ ରଖିବେ । ଆରସିଇପି ହେଉଛି ଏକ ବ୍ୟାପକ ମୁକ୍ତ ବ୍ୟବସାୟିକ ବୁଝାମଣା, ଯେଉଁଥିରେ ଆସିଆନର 10ଟି ସଦସ୍ୟ ରାଷ୍ଟ୍ର ଏବଂ ଆସିଆନର ମୁକ୍ତ ବ୍ୟବସାୟିକ ବୁଝାମଣାର ଅଂଶୀଦାର-ଅଷ୍ଟ୍ରେଲିଆ, ଚୀନ, ଭାରତ, ଜାପାନ, କୋରିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଲୋଚନା କରାଯାଉଛି ।

ଭାରତ ଆରସିଇପି ବ୍ୟବସାୟିକ ବୁଝାମଣାରେ ସାମିଲ ନହେବା ନେଇ ରହିଥିବା ଧାରଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂର କରିବେ । ବ୍ୟାଂକକ ପୋଷ୍ଟକୁ ଦେଇଥିବା ଏକ ବିସ୍ତୃତ ସାକ୍ଷାତକାରରେ ସେ କହିଥିଲେ ଯେ ବର୍ତ୍ତମାନର ଆରସିଇପି ଆଲୋଚନାର ବ୍ୟାପକ ଏବଂ ସନ୍ତୁଳିତ ପରିଣାମ ପ୍ରତି ଭାରତ ନିରନ୍ତର ସମର୍ପିତ, କିନ୍ତୁ ଭାରତ ଏହାର ସୁଖଦ ପରିଣାମ ଚାହିଁବ ।

ସେ କହିଥିଲେ ଯେ ଅସ୍ଥିର ବ୍ୟବସାୟିକ କ୍ଷତି ବିଷୟରେ ଭାରତର ଉଦବେଗକୁ ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ପକ୍ଷ ପାଇଁ ଲାଭଦାୟକ ଆରସିଇପି ଦ୍ୱାରା ଭାରତ ସହିତ ଆଲୋଚନାର ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥସାଧିତ ହୋଇପାରିବ ।

ଆରସିଇପି ଆଲୋଚନା 2012ରେ କାମ୍ବୋଡିଆରେ ଆରମ୍ଭ ହୋଇଥିଲା, ଯେଉଁଥିରେ ବସ୍ତୁ ଏବଂ ସେବାର ବ୍ୟବସାୟ, ନିବେଶ, ବଜାର ପହଁଚ, ଆର୍ଥିକ ସହଯୋଗ, ବୌଦ୍ଧିକ ସମ୍ପତ୍ତି ଏବଂ ଇ-କମର୍ସ ସାମିଲ ରହିଛି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour