2020 ସେପ୍ଟେମ୍ବର 4 ତାରିଖ ପୂର୍ବାହ୍ନ 11ଟା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀ (ଏସଭିପି ଏନପିଏ)ର ଦିକ୍ଷାନ୍ତ ପ୍ୟାରେଡ୍ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ।

28 ଜଣ ମହିଳାଙ୍କ ସମେତ 131 ଜଣ ଆଇପିଏସ୍ ଶିକ୍ଷାନବୀଶ ଏହି ଏକାଡେମୀରେ 42 ସପ୍ତାହର ଫେଜ୍-1 ଟ୍ରେନିଂର ବେସିକ୍ କୋର୍ସ ଶେଷ କରିଛନ୍ତି ।

ସେମାନେ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ମସୁରୀ ଏବଂ ଡ. ମ୍ୟାରୀ ଚନ୍ନା ରେଡ୍ଡୀ ଏଚଆରଡି ଇନଷ୍ଟିଚ୍ୟୁଟ୍ ଅଫ୍ ତେଲଙ୍ଗାନା, ହାଇଦ୍ରାବାଦରେ ଆଇଏଏସ୍ ଓ ଆଇଏଫଏସ୍ ପ୍ରୋବେସନରଙ୍କ ସହ ସେମାନଙ୍କର ଫାଉଣ୍ଡେସନ୍ କୋର୍ସ ଶେଷ କରିବା ପରେ 2018 ଡିସେମ୍ବର 17ରେ ଏହି ଏକାଡେମୀରେ ଯୋଗ ଦେଇଥିଲେ ।

ଏସଭିପି ଏନପିଏ ଠାରେ ବେସିକ୍ କୋର୍ସ ଟ୍ରେନିଂ ବେଳେ ପ୍ରୋବେସନରମାନଙ୍କୁ ଆଇନ, ତଦନ୍ତ, ଫୋରେନସିକ୍, ନେତୃତ୍ୱ ଓ ପରିଚାଳନା, କ୍ରିମିନୋଲୋଜି, ପବ୍ଲିକ୍ ଅର୍ଡର ଓ ଆଭ୍ୟନ୍ତରୀଣ ସୁରକ୍ଷା, ନୈତିକତା ଓ ମାନବ ଅଧିକାର, ଆଧୁନିକ ଭାରତୀୟ ନୀତି, ଫିଲ୍ଡ କ୍ରାଫ୍ଟ ଓ ଟାକ୍ଟିକ୍, ଅସ୍ତ୍ର ଟ୍ରେନିଂ ଓ ଫାୟାରିଂ ଭଳି ଇନଡୋର୍ ଓ ଆଉଟଡୋର୍ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 4, 2026
July 04, 2026

PM Modi’s Viksit Bharat Vision in Action: Modern Infrastructure, Strategic Strength & Economic Progress