ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜାତୀୟ ରାଜଧାନୀର ବିଜ୍ଞାନ ଭବନ ଠାରେ ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀର 2018 ସଂସ୍କରଣ (WSDS-2018)କୁ ଉଦ୍ଘାଟନ କରିବେ । ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟିଇଆରଆଇ)ର ଏକ ଅଗ୍ରବାହକ(Flagship) ମଞ୍ଚ ଭାବେ WSDS କାର୍ଯ୍ୟ କରୁଛି । ଏହା ନିରନ୍ତର ବିକାଶ, ଶକ୍ତି ଏବଂ ପରିବେଶ କ୍ଷେତ୍ରର ବିଶ୍ୱ ନେତୃବୃନ୍ଦ ଏବଂ ବିଚାରକମାନଙ୍କୁ ଗୋଟିଏ ସାଧାରଣ ମଂଚରେ ଏକତ୍ର କରିବା ପାଇଁ ପ୍ରୟାସ କରିଆସୁଛି ।

ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ, ଆବାସ ଓ ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂହ ପୁରୀ, ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା ପ୍ରମୁଖ । ଅନ୍ୟ ରାଜନୈତିକ ତଥା କର୍ପୋରେଟ ନେତୃବୃନ୍ଦ ମଧ୍ୟରେ ଏଥିରେ ଯୋଗଦେବେ ।

ଚଳିତ ବର୍ଷ ଏହି ସମ୍ମିଳନୀ ମୁଖ୍ୟ ବିଷୟବସ୍ତୁ ରହିଛି “ଏକ ନମନୀୟ ବିଶ୍ୱ ପାଇଁ ଭାଗିଦାରୀ” । ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିପ୍ରେକ୍ଷୀରେ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସର୍ବାଧିକ ଜରୁରୀ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଡବ୍ଲୁ୍ୟଏସଡିଏସ 2018ର ଉଦେ୍ଦଶ୍ୟ । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଯେପରିକି: ମୃର୍ତିକାକ୍ଷୟ ନିରାକରଣ, ସହରଗୁଡ଼ିକୁ ଆବର୍ଜନାମୁକ୍ତ କରିବା ଲାଗି ଦକ୍ଷ ବର୍ଜ୍ୟ ପରିଚାଳନା, ବାୟୁ ପ୍ରଦୂଷଣର ଦକ୍ଷତାପୂର୍ବକ ମୁକାବିଲା, ସମ୍ବଳ ବୃଦ୍ଧି ଏବଂ ଶକ୍ତିର ସଂଚୟ ପାଇଁ ପଦକ୍ଷେପ, ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଲାଗି ଆର୍ଥିକ ମେକାନିଜମ ପ୍ରସ୍ତୁତ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବିକାଶକୁ ପ୍ରଦର୍ଶନ କରିବା ଲାଗି ଡବ୍ଲ୍ୟୁଏସଡିଏସ ଠାରେ ଏକ ‘ଗ୍ରୀନୋଭେସନ ପ୍ରଦର୍ଶନୀ’ ଆୟୋଜନ କରାଯାଇଛି ।

ଏହି ସମ୍ମିଳନୀରେ ସାରା ବିଶ୍ୱରୁ ନୀତି ନିର୍ମାତା, ଗବେଷକ, ବିଚାରକ, କୂଟନୈତିଜ୍ଞ ଏବଂ କର୍ପୋରେଟଙ୍କ ସମେତ 2000ରୁ ଅଧିକ ପ୍ରତିନିଧି ଭାଗନେବେ ବୋଲି ଆଶା କରାଯାଉଛି । ପୂର୍ଣ୍ଣକାଳୀନ ଅଧିବେଶନରେ ବିଶିଷ୍ଟ ଅନ୍ତର୍ଜାତୀୟ ବକ୍ତାମାନେ ବିଭିନ୍ନ ପ୍ରସଙ୍ଗ, ଯେପରିକି ପୃଥିବୀ, ବାୟୁ ଏବଂ ଜଳ ଉପରେ ପ୍ରଭାବକୁ ହ୍ରାସ କରିବା ଏବଂ ଶକ୍ତି ଓ ସମ୍ବଳକୁ ଆହୁରି ଦକ୍ଷତାପୂର୍ଣ୍ଣ ଭାବେ ଉପଯୋଗ କରିବା ଉପରେ ଆଲୋଚନା କରିବେ । ଡବ୍ଲ୍ୟୁଏସଡିଏସ 2018ର ବିଷୟଗତ କାର୍ଯ୍ୟକ୍ରମରେ କାର୍ବନ ମାର୍କେଟ୍ସ ଏବଂ ମୂଲ୍ୟ, ନିରନ୍ତର ପରିବହନ, ନମନୀୟ ସହର, ସୌର ଶକ୍ତି ଏବଂ ଶୀତଳ ପ୍ରଯୁକ୍ତି ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟିଇଆରଆଇ) ଏହାର ଫ୍ଲାଗଶିପ ମଂଚରେ ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀର 2018 ସଂସ୍କରଣକୁ ଆୟୋଜନ କରୁଛି । ଦିଲ୍ଲୀରେ ଏହି ସମ୍ମେଳନ ଫେବୃଆରୀ 15,16,17 – ତିନି ଦିନ ଧରି ଆୟୋଜିତ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership