ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (11.09.2020) ଦିନ 11ଟା ବେଳେ "ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା" ଶୀର୍ଷକ ଅଧିବେଶନରେ ତାଙ୍କର ଅଭିଭାଷଣ ରଖିବେ । ଜାତୀୟ ଶିକ୍ଷା ନୀତି 2020 (ଏନଇପି 2020) ଅଧୀନରେ ହେଉଥିବା ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିବେ । ଶିକ୍ଷା ପର୍ବର ଅଂଶବିଶେଷ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ଅଧିବେଶନର ଆୟୋଜନ କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ 7 ତାରିଖ ଦିନ ତାଙ୍କର ଉଦଘାଟନୀ ଅଭିଭାଷଣ ଦେଇସାରିଛନ୍ତି । ଏହା ବ୍ୟତୀତ ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି 2020 ଉପରେ ସେହିଦିନ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ ।

ଏନଇପି 2020 ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହାକି ଦୀର୍ଘ 34 ବର୍ଷ ପରେ ଘୋଷିତ ହୋଇଛି । ଏହାପୂର୍ବରୁ 1986ରେ ଜାତୀୟ ଶିକ୍ଷା ନୀତି ଘୋଷିତ ହୋଇଥିଲା । ଜାତୀୟ ଶିକ୍ଷା ନୀତି 2020ରେ ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ପ୍ରମୁଖ ସଂସ୍କାର ଅଣାଯାଇଛି ।

ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ପ୍ରଗତିଶୀଳ ଜ୍ଞାନଯୁକ୍ତ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଶିକ୍ଷା ନୀତିରେ ନିହିତ କେତେକ ବିଷୟ ଭାରତକୁ ବିଶ୍ଵରେ ଏକ ସୁପର ପାୱାରରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ।

ଏନଇପି 2020 ଦେଶର ବିଦ୍ୟାଳୟ ଶିକ୍ଷାରେ ଏକ ବିରାଟ ସଂସ୍କାର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟରେ 8 ବର୍ଷ ସ୍ତରର ପିଲାଙ୍କ ପର୍ଯ୍ୟନ୍ତ ଶିଶୁର ଯତ୍ନ ଓ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଦ୍ୟାଳୟରେ ଥିବା 10+2 ପଦ୍ଧତିକୁ 5+3+3+4 ଶିକ୍ଷା ପଦ୍ଧତିରେ ପରିବର୍ତ୍ତିତ କରାଯାଇଛି । ଏକବିଂଶ ଶତାବ୍ଦୀ ପାଇଁ ଗାଣିତିକ ଓ ବୈଜ୍ଞାନିକ ଚିନ୍ତନ ଓ ଏକ ନୂତନ ଚିନ୍ତାଧାରା ବିଦ୍ୟାଳୟ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଛି । ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନ, ବିଭିନ୍ନ ସଂସ୍କାରର ଆକଳନ, ଶିଶୁର ପ୍ରଗତିର ସମୀକ୍ଷା ଏବଂ ଷଷ୍ଠ ଶ୍ରେଣୀଠାରୁ ବୃତ୍ତିଗତ ଶିକ୍ଷାକୁ ମୂଳ ଶିକ୍ଷା ସହ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆହ୍ଵାନ ଦିଆଯାଇଥିବା ଆତ୍ମନିର୍ଭର ଭାରତର ଗଠନ ପାଇଁ ନୂତନ ଶିକ୍ଷା ନୀତିରେ ଥିବା ବ୍ୟବସ୍ଥାମାନ ବିଶେଷ ସହାୟକ ହେବ ।

ସେପ୍ଟେମ୍ବର 8 ରୁ 25 ପର୍ଯ୍ୟନ୍ତ ଶିକ୍ଷକ ପର୍ବ ପାଳନ କରାଯାଇ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ଶିକ୍ଷା ନୀତି 2020କୁ ଆଗକୁ ବଢାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ୱେବିନାର, ଭର୍ଚୁଆଲ ସମ୍ମିଳନୀ ଓ ଅଧିବେଶନମାନ ନୂତନ ଶିକ୍ଷା ନୀତି 2020ର ବିଭିନ୍ନ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ଆୟୋଜିତ ହେଉଛି ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines