ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରେସନ ଗଙ୍ଗାରେ ସାମିଲ ହୋଇଥିବା ସମସ୍ତ ଅଂଶୀଦାରମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରେ ଫସି ରହିଥିବା ପ୍ରାୟ ୨୩ ହଜାର ଭାରତୀୟ ନାଗରିକ ଏବଂ ୧୮ଟି ଦେଶର ୧୪୭ ଜଣ ବିଦେଶୀ ନାଗରିକମାନଙ୍କୁ ସଫଳତାପୂର୍ବକ ଉଦ୍ଧାର କରାଯାଇଥିଲା।

ଏହି ଆଲୋଚନାରେ, ୟୁକ୍ରେନ, ପୋଲାଣ୍ଡ, ସ୍ଲୋଭାକିଆ, ରୋମାନିଆ ଏବଂ ହଙ୍ଗେରୀର ଭାରତୀୟ ସମୁଦାୟ ଏବଂ ଘରୋଇ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେମାନେ ଅପରେସନ ଗଙ୍ଗାର ଅଂଶବିଶେଷ ଭାବେ ନିଜର ଅନୁଭୂତି ବଖାଣିଥିଲେ । ବିଶେଷ କରି ସେମାନେ ସମ୍ମୁଖିନ ହୋଇଥିବା ଆହ୍ବାନ ବିଷୟରେ ଉଲ୍ଲେଖ କରିବା ସହିତ ଏଥିରେ ସେମାନେ ଆତ୍ମସନ୍ତୋଷ ଲାଭ କରିଥିବା କହିଥିଲେ । ଏତେ ଜଟିଳ ଏକ ମାନବୀୟ ଉଦ୍ଧାର କାର୍ଯ୍ୟରେ ଯୋଗଦାନ ଦେବା ସେମାନଙ୍କ ପାଇଁ ସମ୍ମାନର ବିଷୟ ବୋଲି ଅଂଶୀଦାରମାନେ ମତପ୍ରକାଶ କରିଥିଲେ ।

ଅପରେସନ ଗଙ୍ଗାର ସଫଳତା ପାଇଁ ନିରବିଚ୍ଛିନ୍ନ ଭାବେ କାମ କରିଥିବା ଭାରତୀୟ ସମୁଦାୟ ନେତା, ସ୍ବେଚ୍ଛାସେବୀ ସଂଗଠନ, କମ୍ପାନୀ, ଘରୋଇ ବ୍ୟକ୍ତିବିଶେଷ ଏବଂ ସରକାରୀ ଅଧିକାରୀମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ । ଅପରେସନ ଗଙ୍ଗାରେ ସାମିଲ ହୋଇଥିବା ସମସ୍ତ ଅଂଶୀଦାରମାନେ ପ୍ରଦର୍ଶନ କରିଥିବା ଦେଶପ୍ରେମ ଏବଂ ମାନବସେବା ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ନାଗରିକ ସଂଗଠନର କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କର ନିସ୍ବାର୍ଥପର ସେବାରେ ଭାରତୀୟ ସଭ୍ୟତାର ମୂଲ୍ୟବୋଧ ପ୍ରତିଫଳିତ ହୋଇଛି । ସେମାନେ ବିଦେଶ ମାଟିରେ ମଧ୍ୟ ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି ।

ସଙ୍କଟ ସମୟରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୟୁକ୍ରେନ ଏବଂ ଏହାର ପଡ଼ୋଶୀ ରାଷ୍ଟ୍ରର ନେତାମାନଙ୍କ ସହିତ କରିଥିବା ବ୍ୟକ୍ତିଗତ ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଭାରତୀୟଙ୍କ ଉଦ୍ଧାରରେ ସହାୟତା କରିଥିବା ସବୁ ବିଦେଶୀ ସରକାରଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

ବିଦେଶରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ସରକାର ଉଚ୍ଚ ପ୍ରାଥମିକତା ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । କୌଣସି ପ୍ରକାର ଅନ୍ତର୍ଜାତୀୟ ସଙ୍କଟ ସମୟରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର କିଭଳି ଭାବେ ତତ୍ପରତାପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଜରୁରିକାଳୀନ ପରିସ୍ଥିତି ସମୟରେ, ଭାରତର ପ୍ରାଚୀନ ବସୁଧୈବ କୁଟୁମ୍ବକମ୍‌ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi