ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 15 ଜାନୁଆରୀ, 2019ରେ କେରଳର କୋଲ୍ଲମ ଏବଂ ଥିରୁଅନନ୍ତପୁରମ ଗସ୍ତ କରିବେ ।
କେରଳର କୋଲ୍ଲମରେ ପ୍ରଧାନମନ୍ତ୍ରୀ 66ନଂ ଜାତୀୟ ରାଜପଥରେ କୋଲ୍ଲମ ବାଇପାସର ଉଦଘାଟନ କରିବେ । 13 କିଲୋମିଟର ଲମ୍ବ ଦୁଇ ଲେନ ବିଶିଷ୍ଟ ଏହି ବାଇପାସ ନିମନ୍ତେ 352 କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିରେ ଅଷ୍ଟାମୁଡ଼ି ହ୍ରଦରେ ମୋଟ 1540 ମିଟର ଲମ୍ବ ତିନୋଟି ସେତୁ ମଧ୍ୟ ସାମିଲ ଅଛି । ଏହି ପ୍ରକଳ୍ପ ଦ୍ୱାରା ଅଳପୁଜା ଏବଂ ଥିରୁଅନନ୍ତପୁରମ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ ଏବଂ କୋଲ୍ଲମ ସହରରେ ଟ୍ରାଫିକ ଜାମ ସମସ୍ୟା ମଧ୍ୟ କମ ହେବ ।

ପ୍ରଧାନମନ୍ତ୍ରୀ ଥିରୁଅନନ୍ତପୁରମରେ ପଦ୍ମନାଭ ସ୍ୱାମୀ ମନ୍ଦିର ଦର୍ଶନ କରିବେ । ସେଠାରେ ସେ ଆଗନ୍ତୁକମାନଙ୍କ ପାଇଁ କେତେକ ସୁବିଧାର ଶୁଭାରମ୍ଭ କରି ଏକ ଫଳକ ଅନାବରଣ କରିବେ ।

ପ୍ରଧାନମନ୍ତ୍ରୀଙ୍କର କୋଲ୍ଲମକୁ ଏହା ତୃତୀୟ ଗସ୍ତ । ପ୍ରଥମ ଥର ପ୍ରଧାନମନ୍ତ୍ରୀ ଡିସେମ୍ବର 2015ରେ କୋଲ୍ଲମ ଗସ୍ତ କରିଥିଲେ ଏବଂ ସେ ଆର.ଶଙ୍କରଙ୍କ ମୂର୍ତ୍ତି ଅନାବରଣ କରିଥିଲେ । ଦ୍ୱିତୀୟ ଥର ଏପ୍ରିଲ, 2016ରେ ସେ ଅଗ୍ନିକାଣ୍ଡ ଘଟଣା ପରେ ମଧ୍ୟ କୋଲ୍ଲମ ଗସ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool

Media Coverage

How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 20, 2025
December 20, 2025

Empowering Roots, Elevating Horizons: PM Modi's Leadership in Diplomacy, Economy, and Ecology