ଗଣତନ୍ତ୍ର ଓ ସ୍ବାଧୀନତା ହେଉଛି ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ
ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନ ଉପରେ ସାମୂହିକ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଛନ୍ତି,କହିଛନ୍ତି ସଙ୍କୀର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରୁଥିବା ଦେଶଗୁଡ଼ିକ ପୃଥିବୀର ପରିବେଶ, ଜୈବବିବିଧତା ଓ ମହାସାଗରଗୁଡ଼ିକର ସୁରକ୍ଷା କରିପାରିବେ ନାହିଁ

ଜି7 ଶିଖର ସମ୍ମିଳନୀର ଜନସମ୍ପର୍କ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନଗୁଡ଼ିକର ଶୀର୍ଷକ ଥିଲା ‘ମିଳିତ ଭାବେ ନିର୍ମାଣ କରିବା-ମୁକ୍ତ ସମାଜ ଓ ଅର୍ଥବ୍ୟବସ୍ଥା’ ଏବଂ ‘ସବୁଜ: ଜଳବାୟୁ ଓ ପ୍ରକୃତି ନିର୍ମାଣ କରିବା’।

ମୁକ୍ତ ସମାଜ ଉପରେ ଆୟୋଜିତ ଅଧିବେଶନରେ ପ୍ରମୁଖ ବକ୍ତା ଭାବେ ଆମନ୍ତ୍ରିତ ହୋଇ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଗଣତନ୍ତ୍ର ଓ ସ୍ବାଧୀନତା ହେଉଛି ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ। ମୁକ୍ତ ସମାଜଗୁଡ଼ିକ ପ୍ରତି ବିଶେଷ କରି ଦୁଷ୍ପ୍ରଚାର ଓ ସାଇବର ଆକ୍ରମଣର ବିପଦ ରହିଥିବା ନେଇ ବିଭିନ୍ନ ନେତାମାନେ ଚିନ୍ତା ବ୍ୟକ୍ତ କରିବା ପ୍ରସଙ୍ଗକୁ ଉଲ୍ଲେଖ କରି ସେ କହିଥିଲେ ଯେ ସାଇବର ସ୍ପେସ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଗେଇ ନେବା ଉଚିତ ଏବଂ ଏହାକୁ ନଷ୍ଟ କରିବା ଅନୁଚିତ୍। ଏହା ଆମ ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ହେବ। ବିଶ୍ବର ପ୍ରଶାସନିକ ସଂସ୍ଥାଗୁଡ଼ିକର ଅଗଣତାନ୍ତ୍ରିକ ଓ ଅସମାନ ପ୍ରକୃତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ନିମନ୍ତେ ଆହ୍ବାନ କରିଥିଲେ ଯାହାଫଳରେ ମୁକ୍ତ ସମାଜ ପ୍ରତି ପ୍ରତିବଦ୍ଧତା ପୂରଣ କରାଯାଇପାରିବ। ବୈଠକର ଶେଷରେ ‘ମୁକ୍ତ ସମାଜ ବିବୃତି’କୁ ନେତାମାନେ ଗ୍ରହଣ କରିଥିଲେ।

ଜଳବାୟୁ ପରିବର୍ତ୍ତନ ଅଧିବେଶନରେ, ପ୍ରଧାନମନ୍ତ୍ରୀ ପୃଥିବୀର ପରିବେଶ, ଜୈବବିବିଧତା ଓ ମହାସାଗରଗୁଡ଼ିକର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସଙ୍କୀର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରୁଥିବା ଦେଶଗୁଡ଼ିକ ଏସବୁର ସୁରକ୍ଷା କରିପାରିବେ ନାହିଁ ତେଣୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ରତି ଭାରତର ଅତୁଟ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରି ସେ ଭାରତୀୟ ରେଳବାଇ ଦ୍ବାରା 2030 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରିଥିଲେ। ପ୍ୟାରିସ ପ୍ରତିବଦ୍ଧତାକୁ ହାସଲ କରିବା ଦିଗରେ ଭାରତ ହେଉଛି ଏକମାତ୍ର ଜି-20 ରାଷ୍ଟ୍ର। ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଦୁଇଟି ବୃହତ ବିଶ୍ବସ୍ତରୀୟ ପ୍ରୟାସ ସିଡିଆରଆଇ ଏବଂ ଅନ୍ତର୍ଜାତୀୟ ସୌରମେଣ୍ଟର ବର୍ଦ୍ଧିତ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ ପାଣ୍ଠିଯୋଗାଣ ଅଧିକ ମାତ୍ରାରେ ମିଳିବା ଉଚିତ୍। ଜଳବାୟୁ ପରିବର୍ତ୍ତନ ଦିଗରେ ଏକ ସାମୂହିକ ଆଭିମୁଖ୍ୟ ନେଇ ଆଗେଇବା ନିମନ୍ତେ ସେ ଆହ୍ବାନ କରିଥିଲେ ଯେଉଁଥିରେ ସମସ୍ୟାର ସମସ୍ତ ଦିଗ-ପ୍ରଶମନ, ଅନୁକୂଳନ, ପ୍ରଯୁକ୍ତି ହସ୍ତାନ୍ତର, ଜଳବାୟୁ ପାଣ୍ଠିଯୋଗାଣ, ନିରପେକ୍ଷତା, ଜଳବାୟୁ ନ୍ୟାୟ ଏବଂ ଜୀବନଶୈଳୀ ପରିବର୍ତ୍ତନ ଆଦିର ସମାଧାନ ରହିଥିବ।

ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଓ ଆର୍ଥିକ ସୁଧାର ଭଳି ବିଶ୍ବସ୍ତରୀୟ ସମସ୍ୟା ସମାଧାନ ଲାଗି, ବିଶେଷ କରି ମୁକ୍ତ ଓ ଗଣତାନ୍ତ୍ରିକ ସମାଜ ଓ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ବିଶ୍ବ ଭ୍ରାତୃତ୍ବ ଓ ଏକତା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶିଖର ସମ୍ମିଳନୀର ନେତାମାନେ ପ୍ରଶଂସା କରିଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi