ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି ।

ଶ୍ରୀ ପ୍ରଣବ ମୁଖାର୍ଜୀ ଜଣେ ଉତ୍କୃଷ୍ଟ ରାଜନେତା ଓ ପ୍ରଶାସକ ବୋଲି କହିବା ସହ ଶ୍ରୀ ମୋଦୀ ଦେଶର ବିକାଶରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି :

“ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି । ପ୍ରଣବ ବାବୁ ଜଣେ ଅଦ୍ୱିତୀୟ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଥିଲେ – ଜଣେ ଅସାଧାରଣ ରାଜନେତା, ଜଣେ ଚମତ୍କାର ପ୍ରଶାସକ ଏବଂ ଜ୍ଞାନର ଭଣ୍ଡାର ଥିଲେ । ଭାରତର ବିକାଶରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ରହିଛି । ସେ ସମସ୍ତ କ୍ଷେତ୍ରରେ ସହମତି ବଜାୟ ରଖିବାର ଏକ ଅନନ୍ୟ ଦକ୍ଷତାର ଅଧିକାରୀ ଥିଲେ ଏବଂ ଏହା ଶାସନରେ ତାଙ୍କର ବିପୁଳ ଅଭିଜ୍ଞତା ଓ ଭାରତର ସଂସ୍କୃତି ତଥା ନୈତିକତା ବିଷୟରେ ତାଙ୍କର ଗଭୀର ବୁଝାମଣା ଯୋଗୁଁ ହୋଇଥିଲା । ଆମେ ଦେଶ ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ ଜାରି ରଖିବୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy