ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ
କଲ୍ୟାଣ ସିଂହ ଜୀ... ଏଭଳି ଜଣେ ନେତା ଥିଲେ ଯିଏକି ସଦାସର୍ବଦା ଜନକଲ୍ୟାଣ ପାଇଁ କାର୍ଯ୍ୟ କରିଥିଲେ ଏବଂ ସମଗ୍ର ଦେଶ ସଦାସର୍ବଦା ତାଙ୍କର ଗୁଣଗାନ କରିବ: ପ୍ରଧାନମନ୍ତ୍ରୀ

ଆମ ସମସ୍ତଙ୍କ ପାଇଁ ଏହା ଦୁଃଖଦ ମୁହୁର୍ତ । କଲ୍ୟାଣ ସିଂ ଜୀଙ୍କ ମାତା ପିତା ତାଙ୍କ ନାମ କଲ୍ୟାଣ ସିଂହ ରଖିଥିଲେ ।   ସେ ଏଭଳି ଜୀବନ ବଂଚିଲେ ଯେ ନିଜ ମାତା ପିତାଙ୍କ ଦ୍ୱାରା ଦିଆଯାଇଥିବା ନାମକୁ ସାର୍ଥକ କରିଗଲେ । ସେ ସାରା ଜୀବନ ଜନ କଲ୍ୟାଣ ପାଇଁ ବଂଚିଥିଲେ, ସେ ଜନ କଲ୍ୟାଣକୁ ହିଁ ନିଜ ଜୀବନ-ମନ୍ତ୍ର କରିଥଲେ । ଏବଂ ଭାରତୀୟ ଜନତା ପାର୍ଟି, ଭାରତୀୟ ଜନସଂଘ, ପୁରା ପରିବାରକୁ ଗୋଟିଏ ବିଚାର ପାଇଁ, ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ସେ ସମର୍ପି ଦେଇଥିଲେ ।

          କଲ୍ୟାଣ ସିଂହ ଜୀ ଭାରତର କୋଣ ଅନୁକୋଣରେ ବିଶ୍ୱାସର ଅନ୍ୟନାମ ପାଲଟି ଯାଇଥିଲେ । ଏକ ପ୍ରତିବଦ୍ଧ ନିର୍ଣ୍ଣୟକର୍ତାର ନାଁ ପାଲଟି ଯାଇଥିଲେ ଏବଂ ଜୀବନର ଅଧିକାଂଶ ସମୟ ଜନକଲ୍ୟାଣ ପାଇଁ ପ୍ରୟାସରତ ଥିଲେ । ତାଙ୍କୁ ଯେତେବେଳେ ବି ଯେଉଁ ଦାୟିତ୍ୱ ମିଳିଥିଲା, ତାହା ବିଧାୟକ ଭାବେ ହେଉ. ଅବା ସରକାରରେ ତାଙ୍କର ସ୍ଥାନ ହେଉ ଅବା ରାଜ୍ୟପାଳ ଭାବେ ତାଙ୍କର ଦାୟିତ୍ୱ ହେଉ, ସବୁବବେଳେ ସମସ୍ତଙ୍କ ପାଇଁ ସେ ପେରଣାର କେନ୍ଦ୍ର ପାଲଟିଗଲେ । ଜନସାଧାରଣଙ୍କ ବିଶ୍ୱାସର ପ୍ର୍ରତୀକ ହୋଇଗଲେ ।

          ଦେଶ ଏକ ମହାନ ବ୍ୟକ୍ତିତ୍ୱ, ଏକ ସାମର୍ଥ୍ୟବାନ ନେତା ହରାଇଛି । ଆମେ ତାଙ୍କର ଶୂନ୍ୟସ୍ଥାନ ପୂରଣ ନିମନ୍ତେ, ତାଙ୍କର ଆଦର୍ଶ ଏବଂ ତାଙ୍କର ସଙ୍କଳ୍ପକୁ ଅଧିକରୁ ଅଧିକ ଚରିତାର୍ଥ କରିବା ଏବଂ ଆମେ ତାଙ୍କର ସ୍ୱପ୍ନକୁ ସାକାର କରିବାରେ କିଛି ବି ଉଣା ରଖିବା ନାହିଁ । ମୁଁ ପ୍ରଭୂ ଶ୍ରୀରାମଙ୍କ ଚରଣରେ ଏହି ପ୍ରାର୍ଥନା କରୁଛି ଯେ ପ୍ରଭୂ ଶ୍ରୀରାମ କଲ୍ୟାଣ ସିଂହ ଜୀଙ୍କୁ ନିଜ ଚରଣ କମଳରେ ସ୍ଥାନ ଦିଅନ୍ତୁ ଏବଂ ପ୍ରଭୂ ଶ୍ରୀରାମ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଏହି ଦୁଃଖକୁ ସହିବାର ଶକ୍ତି ଦିଅନ୍ତୁ । ଏବଂ ଦେଶରେ ମଧ୍ୟ ଏଠାକାର ମୂଲ୍ୟବୋଧ, ଏଠାକାର ଆଦର୍ଶ. ଏଠାକାର ସଂସ୍କୃତି, ଏଠାକାର ପରମ୍ପରାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଦୁଃଖୀ ବ୍ୟକ୍ତିଙ୍କୁ ପ୍ରଭୂ ଶ୍ରୀରାମ ସାହସ ଦିଅନ୍ତୁ, ମୁଁ ଏହି ପ୍ରାର୍ଥନା କରୁଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi