ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ ଆୟୋଜିତ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ ସାନ ସୁ କିଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର 2017ରେ ମିଆଁମାରକୁ ତାଙ୍କ ଗସ୍ତ ଏବଂ ଜାନୁଆରୀ 2018ରେ ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ ସମୟରେ ରାଷ୍ଟ୍ର ପରାମର୍ଶଦାତାଙ୍କ ଗସ୍ତ ସମ୍ବନ୍ଧରେ ସ୍ମରଣ କରି ନେତାମାନେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀରେ ହୋଇଥିବା ବିକାଶ ନେଇ ସନ୍ତୋଷ ପ୍ରକାଶ କରିଥିଲେ।

ଭାରତର ଲୁକ ଇଷ୍ଟ ନୀତି ଏବଂ ପଡୋଶୀ ପ୍ରଥମ ନୀତିକୁ ଦୃଷ୍ଟି ଦେଇ ମିଆଁମାର ସହିତ ଭାଗିଦାରୀ ନେଇ ଭାରତ ପ୍ରଦାନ କରୁଥିବା ଗୁରୁତ୍ୱ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସଡକ, ବନ୍ଦର ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସହିତ ମିଆଁମାର ମଧ୍ୟଦେଇ ଦକ୍ଷିଣ ଏସିଆ ସହିତ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭାରତର ସଂକଳ୍ପବଦ୍ଧତା ଜାରି ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ମିଆଁମାରର ପୋଲିସ, ସାମରିକ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଏହାର ଛାତ୍ରଛାତ୍ରୀ ଓ ନାଗରିକଙ୍କ ସାମର୍ଥ୍ୟ ବୃଦ୍ଧିରେ ଭାରତ ଏହାର ଦୃଢ଼ ସମର୍ଥନ ପ୍ରଦାନ କରିବା ଜାରି ରଖିବ ।

ଉଭୟ ନେତା ଏକମତ ହୋଇଥିଲେ ଯେ ଏହି ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମ୍ବନ୍ଧ ସହାୟକ ହେବ ଏବଂ ଏଥିପାଇଁ ସେମାନେ ଦୁଇ ଦେଶ ମଧ୍ୟରେ ଆକାଶ ପଥରେ ଯୋଗାଯୋଗ ବୃଦ୍ଧି ଓ ମିଆଁମାର ସହିତ ଭାରତର ବ୍ୟବସାୟିକ ସମ୍ପର୍କ ବୃଦ୍ଧିକୁ ସ୍ୱାଗତ କରିଥିଲେ । ଏଥିରେ ସାମିଲ ରହିଛି ନଭେମ୍ବର 2019 ଶେଷ ସୁଦ୍ଧା ୟାଙ୍ଗୁନଠାରେ ସିଏଲଏମଭି (କମ୍ବୋଡିଆ, ଲାଓସ, ମିଆଁମାର ଓ ଭିଏତନାମ) ଦେଶମାନଙ୍କ ସହ ବ୍ୟାବସାୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଭାରତ ସରକାରଙ୍କ ଯୋଜନା ।

ରାଷ୍ଟ୍ର ପରାମର୍ଶଦାତା ଡ. ସୁ କି ଭାରତ ସହିତ ଭାଗିଦାରୀ ନେଇ ତାଙ୍କ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାର ଦୃଢ଼ତାର ସହ କହିଥିଲେ । ମିଆଁମାରରେ ଗଣତନ୍ତ୍ରର ପ୍ରସାର ଏବଂ ବିକାଶ ପ୍ରକ୍ରିୟାକୁ ନିୟମିତ ଭାବେ ସହାୟତା ପ୍ରଦାନ କରୁଥିବାରୁ ସେ ଭାରତକୁ ପ୍ରଶଂସା କରିଥିଲେ ।

ଦୁଇ ନେତା ଏହି ବିଷୟ ଉପରେ ସହମତି ପ୍ରକାଶ କରିଥିଲେ ଯେ ସ୍ଥିର ଓ ସୁରକ୍ଷିତ ସୀମା ଦୁଇ ଦେଶର ଭାଗିଦାରୀର ନିରନ୍ତର ବିକାଶ ପାଇଁ ମହତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ବିରୋଧି ପକ୍ଷମାନଙ୍କୁ ଭାରତ-ମିଆଁମାର ସୀମାପାର ଗତିବିଧିକୁ ଚଲାଇବାର ଅବସର ନମିଳିପାରିବା ସୁନିଶ୍ଚିତ କରିବା ପାଇଁ ମିଆଁମାର ତରଫରୁ ପ୍ରଦାନ କରାଯାଉଥିବା ସହଯୋଗକୁ ଭାରତ ଅନେକ ମହତ୍ୱ ପ୍ରଦାନ କରେ ।

ମିଆଁମାରର ରାଖାନ ପ୍ରାନ୍ତରେ 250 ପ୍ରିଫାବ୍ରିକେଟେଡ ଗୃହ ନିର୍ମାଣ କରିବା ସମ୍ବନ୍ଧୀୟ ପ୍ରଥମ ଭାରତୀୟ ପ୍ରକଳ୍ପ ଶେଷ ହେବା ପରେ ସେଠାକାର ସ୍ଥିତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଲେ କି ଭାରତ ସେହି ପ୍ରାନ୍ତରେ ଅଧିକ ସାମାଜିକ-ଆର୍ଥିକ ପ୍ରକଳ୍ପ ସଂଚାଳନ କରିବା ଦିଗରେ ତତ୍ପର ଅଛି । ଏହି ଗୃହ ଗୁଡ଼ିକୁ ଚଳିତ ବର୍ଷ ଜୁଲାଇରେ ମିଆଁମାର ସରକାରଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ବାଂଲାଦେଶରୁ ବିସ୍ଥାପିତମାନଙ୍କୁ ରଖାଇନସ୍ଥିତ ସେମାନଙ୍କ ଘରେ ତ୍ୱରିତ, ସୁରକ୍ଷିତ ଏବଂ ସ୍ଥାୟୀ ଭାବେ ରଖିବା, ବିସ୍ଥାପିତ ଏବଂ ତିନି ପଡୋଶୀ ଦେଶ-ଭାରତ, ବାଂଲାଦେଶ ଓ ମିଆଁମାରର ହିତ ପାଇଁ ଉଦ୍ଦିଷ୍ଟ ।

ଦୁଇ ନେତା ଆଗାମୀ ବର୍ଷମାନଙ୍କରେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରିବା, ସହଯୋଗର ସମସ୍ତ କ୍ଷେତ୍ରରେ ମଜଭୁତ ସମ୍ବନ୍ଧକୁ ଦୁଇ ଦେଶର ମୌଳିକ ହିତ ଭାବେ ମାନ୍ୟତା ଦେବା ପାଇଁ ସହମତି ପ୍ରକାଶ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership