ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକଠାରେ ଆସିଆନ/ଇଏଏସ ସମ୍ବନ୍ଧିତ ବୈଠକ ସମୟରେ ନଭେମ୍ବର 3, 2019ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବେ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିଥିବାରୁ ରାଷ୍ଟ୍ରପତି ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ବିଶ୍ୱର ଦୁଇ ସବୁଠାରୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ, ଭାରତ ଇଣ୍ଡୋନେସିଆ ସହିତ ପ୍ରତିରକ୍ଷା, ସୁରକ୍ଷା, ବ୍ୟବସାୟ ଓ ନିବେଶ ତଥା ଜନ ସମ୍ପର୍କକୁ ମଜଭୁତ କରିବା ପାଇଁ ସଂକଳ୍ପବଦ୍ଧ ।

ଏହାକୁ ଦୃଷ୍ଟିରେ ରଖି ଯେ ଭାରତ ଓ ଇଣ୍ଡୋନେସିଆ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ତଥା ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ପାଇଁ ଏକସଙ୍ଗେ ମିଶି କାମ କରିବାର ପ୍ରତିବଦ୍ଧତା ଦୋହରାଇଥିଲେ । ଦୁଇ ନେତା ଉଗ୍ରବାଦ ଓ ଆତଙ୍କବାଦର ବିପଦ ଉପରେ ଚର୍ଚ୍ଚା କରିଥିଲେ ଏବଂ ଏହି ବିପଦର ମୁକାବିଲା କରିବା ପାଇଁ ଦ୍ୱିପାକ୍ଷିକ ଓ ବୈଶ୍ୱିକ ସ୍ତରରେ ଘନିଷ୍ଠତା ପୂର୍ବକ କାମ କରିବା ଉପରେ ସହମତି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି କରିବା ନେଇ ଦୂରଦର୍ଶିତାପୂର୍ଣ୍ଣ ଚର୍ଚ୍ଚା କରିଥିଲେ ଏବଂ ଔଷଧ, ମୋଟର ବାହନ ଓ କୃଷି ଉତ୍ପାଦ ସହିତ ଭାରତୀୟ ପଦାର୍ଥ ମାନଙ୍କ ପାଇଁ ଅଧିକ ବଜାର ପହଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଦୃଷ୍ଟିରେ ରଖି ଯେ ଭାରତୀୟ କମ୍ପାନୀ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣରେ ନିବେଶ କରିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଣ୍ଡୋନେସିଆର କମ୍ପାନୀମାନଙ୍କୁ ଭାରତରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ୱିଡୋଡୋଙ୍କୁ ଆଗାମୀ ବର୍ଷ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ଇଣ୍ଡୋନେସିଆ ସହିତ ବ୍ୟାପକ ରଣନୈତିକ ଭାଗିଦାରିତା ଥିବା ଭାରତ ଏହି ଦେଶ ସହିତ ନିଜର ଦ୍ୱିପାକ୍ଷିକ ସମ୍ପର୍କକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିଥାଏ । ଚଳିତ ବର୍ଷ ଭାରତ ଓ ଇଣ୍ଡୋନେସିଆ କୁଟନୈତିକ ସମ୍ବନ୍ଧ ସ୍ଥାପନର 70ତମ ବାର୍ଷିକୀ ମଧ୍ୟ ପାଳନ କରୁଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi