କୌଣସି ନିର୍ଦ୍ଦିଷ୍ଟ ଗ୍ରୁପକୁ ମୁଦ୍ରା ଯୋଜନା ସୂଚାଉନାହିଁ, ବରଂ ଯୁବବର୍ଗଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ଏହା ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଓ ଉଦ୍ୟୋଗୀ ହେବା ପାଇଁ ଏହି ଯୋଜନାର ସକାରାତ୍ମକ ପ୍ରଭାବ ରହିଛି : ପ୍ରଧାନମନ୍ତ୍ରୀ
ଉଦ୍ୟୋଗିକତା ପ୍ରତି ପ୍ରଚଳିତ ଭାବଧାରାରେ ପରିବର୍ତନ ଆଣିଛି ମୁଦ୍ରା ଯୋଜନା : ପ୍ରଧାନମନ୍ତ୍ରୀ
ମୁଦ୍ରା ଯୋଜନା ଅଧୀନରେ ମହିଳାମାନେ ଅଧିକତମ ହିତାଧିକାରୀ : ପ୍ରଧାନମନ୍ତ୍ରୀ
୫୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି : ପ୍ରଧାନମନ୍ତ୍ରୀ

ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି ଉପଲକ୍ଷେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । ଉପସ୍ଥିତ ହିତାଧିକାରୀମାନଙ୍କ ସହ ମନଖୋଲା କଥା ହୋଇ ନିଜ ଅନୁଭୂତି ବାଂଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୋଷା ଜନ୍ତୁଙ୍କ ଖାଦ୍ୟ ଓ ଔଷଧ ଯୋଗାଇ ସଫଳ ଉଦ୍ୟୋଗୀ ହୋଇପାରିଥିବା ଜଣେ ହିତାଧିକାରୀ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ । କଠିନ ସମୟରେ ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ସମ୍ପୃକ୍ତ ହିତାଧିକାରୀ ମତପ୍ରକାଶ କରିଥିଲେ । ଏହା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀଙ୍କୁ ଡାକିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଓ ଋଣ ଯୋଗୁଁ ଏଯାବତ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚିତ କରିବା ପାଇଁ କହିଥିଲେ । ବିକାଶ ଓ ସଫଳତା ପାଇଁ କରାଯାଇଥିବା ସହଯୋଗ ହିତାଧିକାରୀମାନଙ୍କ ମନରେ ଉତ୍ସାହ ଭରି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗୋପୀ କ୍ରିଷ୍ଣା ନାମକ କେରଳରୁ ଆସିଥିବା ଜଣେ ହିତାଧିକାରୀଙ୍କ ସହ ଆଲୋଚନା କରି ମୁଦ୍ରା ଯୋଜନାର ରୂପାନ୍ତରିତ ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଘର ଓ ଅଫିସରେ ପରିବର୍ତନଶୀଳ ଊର୍ଜା ବ୍ୟବହାର ଓ ନୂତନ ନିଯୁକ୍ତି ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଥିଲେ । ମୁଦ୍ରା ଯୋଜନା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀ ଦୁବାଇ କମ୍ପାନୀ ଛାଡିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସେହି ହିତାଧିକାରୀଙ୍କ ଘରେ ପ୍ୟାନେଲ ସଂସ୍ଥାପନ ହେବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କେରଳରେ ପ୍ରବଳ ବର୍ଷା ଓ ଘଂଚ ଜଙ୍ଗଲ ରହିଥିବା ସତ୍ୱେ ଏହି ଯୋଜନା ଅଧୀନରେ ମାଗଣାରେ ବିଜୁଳି ପାଇବା କଥା ସେ କହିଥିଲେ । ତେବେ ହିତାଧିକାରୀ ଜଣକ ବିଜୁଳି ବାବଦକୁ ଆଗରୁ ତିନି ହଜାର ଟଙ୍କା ଦେଉଥିବା ବେଳେ ଏବେ ମାତ୍ର ୨୪୦/୨୫୦ ଟଙ୍କା ଦେଉଥିବା ବେଳେ ତାଙ୍କ ମାସିକ ରୋଜଗାର ଏବେ ୨.୫ ଲକ୍ଷ ଉପରେ ପହଂଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

 

ପରେ ଛତିଶଗଡ ରାଇପୁରର ପୁଚକା ଘର ତିଆରି କରିଥିବା ଜଣେ ସଫଳ ମହିଳା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଘରେ ରାନ୍ଧିବା କାମ ଛାଡି ସଫଳ କାଫେ ବ୍ୟବସାୟ ଆରମ୍ଭ କରିଥିବା ସମ୍ପୃକ୍ତ ମହିଳା ହିତାଧିକାରୀ ନିଜ ଜୀବନାଭୂତି ସମ୍ପର୍କରେ ଅବତାରଣା କରିଥିଲେ । ପ୍ରଫିଟ ମାର୍ଜିନ ଓ ଖାଦ୍ୟ ଖର୍ଚ୍ଚକାଟ ଉପରେ ଗବେଷଣା କରି ସଫଳତା ପାଇଥିବା ମହିଳା ହିତାଧିକାରୀ ଜଣକ କହିଥିଲେ । ରିସ୍କ ନେବା ଅପେକ୍ଷା ଚାକିରି କରିବାକୁ ଅନେକ ଯୁବକ ଇଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ । ତେବେ ରିସ୍କ ନେବା ଉପରେ ବେଶୀ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୩ ବର୍ଷ ବୟସରେ ପୁଚକା ଘରର ପ୍ରତିଷ୍ଠାତା ରିସ୍କ ନେଇ ନିଜ ବ୍ୟବସାୟ ଆରମ୍ଭ କରିପାରିଛନ୍ତି । ରାଇପୁରରୁ ଆସିଥିବା ବନ୍ଧୁ, କର୍ପୋରେଟ ଜଗତ, ଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ହିତାଧିକାରୀ ଜଣକ ନିଜ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ସରକାରୀ ସ୍କିମ ସମ୍ପର୍କରେ ବହୁ ଲୋକଙ୍କର କିଛି ବି ଧାରଣା ନଥିବା ମହିଳା ହିତାଧିକାରୀ ଜଣକ ଆଲୋକପାତ କରିଥିଲେ । ମୁଦ୍ରା ଯୋଜନା ଓ ପିଏମଇଜିପି ଋଣ ଦ୍ୱାରା ଜଣେ ଭଲ ରୋଜଗାର କରିପାରି ଆତ୍ମ ନିର୍ଭର ହୋଇପାରିବ ବୋଲି ସମ୍ପୃକ୍ତ ହିତାଧିକାରୀ ଜଣକ ନିଜସ୍ୱ ମତ ରଖିଥିଲେ ।

କାଶ୍ମୀରର ବାରାମୂଲାରେ ବେକ ମାଇଁ କେକ ଦୋକାନ କରି ଲାଭାନ୍ୱିତ ହୋଇଥିବା ମୁଦାଶୀର ନକ୍ସବନ୍ଦୀ ନାମକ ଜଣେ ହିତାଧିକାରୀ ପରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଦିନେ ଚାକିରି ଖୋଜୁଥିବା ଏହି ବ୍ୟକ୍ତି ଜଣକ ବାରାମୂଲା ଦୁର୍ଗମ ଅଂଚଳର ପ୍ରାୟ ୪୨ ଜଣଙ୍କୁ ଚାକିରି ଦେଇଥିବା କଥା କହିଥିଲେ । ମୁଦ୍ରା ଯୋଜନା ଅଧୀନରେ ଋଣ ପାଇବା ପୂର୍ବରୁ ମୁଦଶୀର ମାତ୍ର କିଛି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏବେ ତାଙ୍କର ଉଦ୍ୟୋଗରୁ ଲକ୍ଷାଧିକ ଟଙ୍କା ମିଳୁଛି । ମୁଦାଶୀରଙ୍କ ବ୍ୟବସାୟରେ ୟୁପିଆଇର ବ୍ୟାପକ ବ୍ୟବହାର ହେଉଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ । ମୁଦାଶୀରଙ୍କ ବ୍ୟବସାୟରେ ପ୍ରାୟ ୯୦ ପ୍ରତିଶତ କାରବାର ୟୁପିଆଇ ମାଧ୍ୟମରେ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ନଗଦ କାରବାର ହେଉଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ସୁରେଶ ନାମକ ଜଣେ ହିତାଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିଥିଲେ । ଦିନେ ଭାପିରେ ଚାକାରି କରୁଥିବା ଏହି ଯୁବକ ନିଜସ୍ୱ ଉଦ୍ୟମରେ ସିଲଭାସାରେ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଛନ୍ତି । କେବଳ ଚାକିରି ତାଙ୍କୁ ଚଳାଇ ପାରିବ ନାହିଁ ବୋଲି ଭାବି ୨୦୨୨ରେ ସେ ନିଜ ବ୍ୟବସାୟ କରିବା ଆରମ୍ଭ କଲେ । ସୁରେଶଙ୍କର ଏହି ସଫଳତା ପରେ ତାଙ୍କର କିଛି ବନ୍ଧୁ ନିଜେ କିଛି ଆରମ୍ଭ କରିବା ପାଇଁ ମୁଦ୍ରା ଯୋଜନାରେ ଆବେଦନ କରଥିବା କହିଛନ୍ତି । ତେବେ ସଫଳ ଉଦ୍ୟୋଗୀ ହେବା ପାଇଁ ସୁରେଶଙ୍କ ପରି କିଛି ସଫଳ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

 

ଏମଏସଏମଇ ସେକ୍ଟରରେ ସଫଳତା ପାଇଥିବାରୁ ରାଏବରେଲୀର ଜଣେ ମହିଳା ଉଦ୍ୟୋଗପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଲାଇସେନ୍ସ ଓ ଫଣ୍ଡିଂ ପାଇବାକୁ ଆଗରୁ କଷ୍ଟକର ହେଉଥିଲା । କିନ୍ତୁ ଏବେ ଏହା ସରଳୀକୃତ ହୋଇଥିବାରୁ ବିକଶିତ ଭାରତ ନିର୍ମାଣ ପ୍ରକ୍ରିୟାରେ ସହଜସାଧ୍ୟ ହୋଇଛି । ବେକେରି କାରବାରରୁ ମାସିକ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ରୋଜଗାର କରି ସମ୍ପୃକ୍ତ ମହିଳା ଏବେ ୭ରୁ ୮ ଜଣ ଲୋକଙ୍କୁ ନିଯୁକ୍ତି ଦେଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ଋଣ ନେଇ ୨୦୨୧ ମସିହାରେ ମଧ୍ୟପ୍ରଦେଶ ଭୋପାଳର ଲବକୁଶ ମେହେରା ନାମକ ଜଣେ ଲୋକ ଫାର୍ମାସିଟ୍ୟୁକାଲ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ୯.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ନେଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିଥିବା କହିଛନ୍ତି । ନିର୍ଦ୍ଦିଷ୍ଟ କୌଣସି ଗ୍ରୁପ ପ୍ରତି ମୁଦ୍ରା ଯୋଜନା ଅଭିପ୍ରେତ ନୁହେଁ । ବରଂ ନିଜ ଗୋଡରେ ଛିଡା ହୋଇ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏହା ସହାୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଆଗରୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର କରୁଥିବା ଲବକୁଶଙ୍କ ମାସିକ ରୋଜଗାର ପ୍ରାୟ ଦେଢ ଲକ୍ଷ ଟଙ୍କା । ଲବକୁଶ ଏବେ ୩୪ ଲକ୍ଷ ଟଙ୍କାର ଘର ତିଆରି କରିପାରିବାରେ ସକ୍ଷମ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଅନ୍ୟମାନଙ୍କୁ ମୁଦ୍ରା ଯୋଜନାର ସଫଳତାର କାହାଣୀ କହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଗୁଜରାଟ ଭାବନଗର ଅଂଚଳର ଜଣେ ଯୁବ ଉଦ୍ୟୋଗପତି ମାତ୍ର ୨୧ ବର୍ଷ ବୟସରେ ଆଦିତ୍ୟ ଲାବ ପ୍ରତିଷ୍ଠା କରିପାରିବାରେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ମୁଦ୍ରା ଯୋଜନାର କିଶୋର କାଟାଗୋରୀରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନେଇ ମେକାଟ୍ରୋନିକ୍ସ ଶେଷବର୍ଷର ଜଣେ ଛାତ୍ର ଥ୍ରିଡି ପ୍ରିଟିଂଗ, ରିଭର୍ସ ଇଞ୍ଜିନିୟରିଂ, ରାପିଡ ପ୍ରୋଟୋଟାଇପିଙ୍ଗ, ରୋବୋଟିକ୍ସ ବ୍ୟବସାୟ କରି ସଫଳତା ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନିଜ ପରିବାରର ସହାୟତା ନେଇ ସମ୍ପୃକ୍ତ ହିତାଧିକାରୀ ଏବେ ମାସିକ ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସେହିପରି ମନାଲିର ଜଣେ ସଫଳ ମହିଳା ଉଦ୍ୟୋଗୀ ନିଜ ସଫଳତା କଥା ବଖାଣି ଥିଲେ । ୨୦୧୫-୧୬ରେ ମୁଦ୍ରା ଯୋଜନାରେ ଅଢେଇ ଲକ୍ଷ ଟଙ୍କାର ଋଣ ନେଇ ଅଢେଇ ବର୍ଷ ଭିତରେ ସେ ଏହାକୁ ପରିଶୋଧ କରିପାରିଥିବା କହିଥିଲେ । ପରେ ୫, ୧୦, ୧୫ ଲକ୍ଷ ଟଙ୍କାର ଋଣ ନେଇ ପରିବା ଦୋକାନରୁ ସେ ନିଜ ବ୍ୟବସାୟକୁ ରାସନ ଦୋକାନରେ ପରିଣତ କରିପାରିଥିଲେ । ଏହାଦ୍ୱାରା ବାର୍ଷିକ ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବାକୁ ସେ ସକ୍ଷମ ହୋଇଥିଲେ । ତେବେ ମୁଦ୍ରା ଯୋଜନାରେ ଋଣ ନେଇ ନିଜକୁ ସଶକ୍ତ କରିପାରିଥିବା ଅନେକ ସଫଳ ଉଦ୍ୟୋଗୀଙ୍କ କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ ।

ସେହିପରି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସଫଳ ଉଦ୍ୟୋଗୀଙ୍କ କଥା ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ । ସାଧାରଣ ଗୃହିଣୀରୁ ଜଣେ ସଫଳ ଝୋଟ ବ୍ୟାଗ ପ୍ରସ୍ତୁତକର୍ତା ହିସାବରେ ତାଙ୍କ ସଫଳତା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ୨୦୧୯ରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରରୁ ତାଲିମ ପାଇ କାନାରା ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କାର ମୁଦ୍ରା ଋଣ ନେଇ ସେ କାମ ଆରମ୍ଭ କରିଥିଲେ । ଋଣ ପରିଶୋଧ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୨ରେ ସେ ଅଧିକ ୯.୫ ଲକ୍ଷ ଟଙ୍କାର ଋଣ ସହାୟତା ପାଇଥିଲେ । ତେବେ ମୁଦ୍ରା ଯୋଜନାରେ ଏପରି ମହିଳାମାନେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ବିହାରର ପୁନମ କୁମାରୀଙ୍କ ସଫଳତାର କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ । ମୁଦ୍ରା ଯୋଜନାରେ ଋଣ ନେଇ ସେ ଏବେ ମାସିକ ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ । ଏହି ଯୋଜନା ଅଧୀନରେ ନିଜର ଉନ୍ନତି କରିବା ପାରିବା ସହ ଅନେକ ସଫଳ ଉଦ୍ୟୋଗୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବିନା ଗ୍ୟାରେଂଟି କିମ୍ବା କାଗଜପତ୍ରରେ ଅନେକ ଲୋକ ମୁଦ୍ରା ଯୋଜନା ଅଧୀନରେ ଋଣ ସହାୟତା ନେଇ ନିଜ ଗୋଡ ଛିଡା ହୋଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆର୍ଥିକ ସ୍ୱାଧୀନତା ପାଇ ବହୁ ମହିଳା ଏହି ଯୋଜନା ଅଧୀନରେ ଏବେ ଖୁବ ଉପକୃତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମୁଦ୍ରା ଯୋଜନା ଅଧୀନରେ ବିନା ଗ୍ୟାରେଂଟିରେ ଏଯାଏ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୁଦ୍ରା ଯୋଜନା ଅଧୀନରେ ଲୋକଙ୍କର ଆର୍ଥିକ ଜୀବନଧାରଣର ମାନରେ ପରିବର୍ତନ ଘଟିଛି । ଏଥି ଯୋଗୁଁ ସାଧାରଣ ନାରଗିକଙ୍କର ରୋଜଗାରରେ ଅଭୂତପୂର୍ବ ପରିବର୍ତନ ଆସିପାରିଛି । ଫଳରେ ବ୍ୟକ୍ତିଟିଏ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସଜାଡିପାରିବାରେ ସକ୍ଷମ ହୋଇପାରିଥିବା ମୋଦୀ କହିଥିଲେ । ଏହି ଯୋଜନାର ଦଶ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ହିତାଧିକାରୀଙ୍କଠାରୁ ଫିଡବ୍ୟାକ ନେଇ ସେ ଏହାର ସମୀକ୍ଷା କରିପାରୁଥିବା କହିଛନ୍ତି ।

 

ପ୍ରଥମେ ପଚାଶ ହଜାରରୁ ପାଂଚ ଲକ୍ଷ ଓ ପରେ କୋଡିଏ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଯାଇ ପାରୁଥିବାରୁ ଏହି ଯୋଜନାରେ ଅଧିକରୁ ଅଧିକ ଲୋକ ଉପକୃତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ପ୍ରାୟ ପାଂଚରୁ ଦଶ ଜଣଙ୍କ ସହ କଥା ହୋଇ ଏହି ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏହି ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କା ବଂଟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି ।

 

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆରମ୍ଭ କରାଯାଇଥିବା ଗରିବ କଲ୍ୟାଣ ମେଳ କଥା ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ । ଗୁଜରାଟର ଗୋଟିଏ ଟ୍ରାଇବାଲ ଗ୍ରୁପ କଥା ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରମ୍ପରିକ ସଙ୍ଗୀତ ପରିବେଷଣ କରୁଥିବା ଏହି ଗ୍ରୁପ ସଫଳତାର ସହ ପରେ ଏକ ମ୍ୟୁଜିକାଲ ବ୍ୟାଣ୍ଡ ବି ପ୍ରତିଷ୍ଠା କରିପାରିଥିଲେ ।

ତେବେ ମୁଦ୍ରା ଯୋଜନା ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଳେ ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.