ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାକୁ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖେଲୋ ଇଣ୍ଡିଆ-ଶୀତକାଳୀନ କ୍ରୀଡାର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି । ଶୀତକାଳୀନ କ୍ରୀଡାରେ ଭାରତର ପ୍ରଭାବଶାଳୀ ଉପସ୍ଥିତି ସହିତ ଜାମ୍ମୁ କାଶ୍ମୀରକୁ ଏକ ପ୍ରମୁଖ ହବ୍ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ସେ ଜାମ୍ମୁ କାଶ୍ମୀରର ଖେଳାଳି ତଥା ଦେଶର ବିଭିନ୍ନ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରୁ ଏହି ଶୀତକାଳୀନ ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଯାହା ଶୀତକାଳୀନ ଖେଳ ପ୍ରତି ଉତ୍ସାହକୁ ଦର୍ଶାଉଛି । ସେ କହିଛନ୍ତି ଯେ ଏହି ଶୀତକାଳୀନ ଖେଳଗୁଡିକର ଅଭିଜ୍ଞତା ଖେଳାଳିମାନଙ୍କୁ ଶୀତକାଳୀନ ଅଲମ୍ପିକ୍ସରେ ଅଂଶଗ୍ରହଣ ସମୟରେ ସାହାର୍ଯ୍ୟ କରିବ । ଜାମ୍ମୁ କାଶ୍ମୀରରେ ଶୀତକାଳୀନ ଖେଳ ଏକ ନୂତନ ଖେଳ ବ୍ୟବସ୍ଥାର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଆବେଗ ଏବଂ ଉତ୍ସାହ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି କ୍ରୀଡା ଏକ କ୍ଷେତ୍ର ହୋଇପାରିଛି ଯେଉଁଠାରେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କର କ୍ରୀଡା ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରୀଡ଼ାର ଏକ ବିଶ୍ୱସ୍ତରୀୟ ଦିଗ ରହିଛି ଏବଂ ଏହି ଦୃଷ୍ଟିକୋଣ କ୍ରୀଡ଼ା ବ୍ୟବସ୍ଥାରେ ସମ୍ପ୍ରତି ସଂସ୍କାରର ମାର୍ଗଦର୍ଶନ କରୁଛି । ଖେଲୋ ଇଣ୍ଡିଆ ଅଭିଯାନ ଠାରୁ ଅଲିମ୍ପିକ୍ ପୋଡିୟମ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସାମଗ୍ରିକ ଉପାୟ ଅଛି । କ୍ରୀଡ଼ା ବୃତ୍ତିଧାରୀଙ୍କ ହାତ ଧରି ତୃଣମୂଳ ସ୍ତରରେ ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ସେମାନଙ୍କୁ ସର୍ବୋଚ୍ଚ ବିଶ୍ୱ ପ୍ଲାଟଫର୍ମକୁ ଆଣିବା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି । ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ ସ୍ୱଚ୍ଛତା ହେଉଛି ସରକାରଙ୍କ ପ୍ରାଥମିକତା । କ୍ରୀଡ଼ାବିତ୍‍ଙ୍କ ସମ୍ମାନ ଏବଂ ସେମାନଙ୍କର ଅବଦାନର ସ୍ୱୀକୃତି ନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପ୍ରତି ଜାତୀୟ ଶିକ୍ଷା ନୀତିରେ କ୍ରୀଡାକୁ ଉଚ୍ଚ ସ୍ଥାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ରୀଡା, ଯାହା ପୂର୍ବରୁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଉଛି ଏବଂ ପିଲାମାନଙ୍କ ଶିକ୍ଷାରେ କ୍ରୀଡ଼ାର ଗ୍ରେଡ୍ ଗଣନା କରାଯିବ । କ୍ରୀଡ଼ା ପାଇଁ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଗଠନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । କ୍ରୀଡା ବିଜ୍ଞାନ ଏବଂ କ୍ରୀଡା ପରିଚାଳନାକୁ ବିଦ୍ୟାଳୟ ସ୍ତରକୁ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କାରଣ ଏହା ଯୁବପଢୀଙ୍କ କ୍ୟାରିୟରର ଆଶାକୁ ବିକଶିତ କରିବ ଏବଂ କ୍ରୀଡ଼ା ଅର୍ଥନୀତିରେ ଭାରତର ଉପସ୍ଥିତି ଜାହିର କରିପାରିବ ।

ଶ୍ରୀ ମୋଦୀ ଯୁବ କ୍ରୀଡ଼ାବିତ୍ମାନଙ୍କୁ ମନେ ରଖିବାକୁ କହିଥିଲେ ଯେ ସେମାନେ ଆତ୍ମ ନିର୍ଭର ଭାରତର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ ବିଶ୍ୱ ଭାରତର ମୂଲ୍ୟାଙ୍କନ କରୁଥିବା କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win