କୋଟି କୋଟି ଲୋକ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଆର୍ଥିକ ଅର୍ନ୍ତଭୁକ୍ତିକରଣରେ ସାମିଲ କରିବା ଏବଂ ସମ୍ମାନ ଦେବାରେ ଜନ ଧନ ଯୋଜନା ସର୍ବାଗ୍ରେ ରହିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକବିଶେଷକରି ମହିଳାଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

 

‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକବିଶେଷକରି ମହିଳାଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ଦେବାରେ ଜନଧନ ଯୋଜନା ସର୍ବାଗ୍ରେ ରହିଛି।

 

‘‘ଆଜି ଦେଶ ପାଇଁ ଏକ ଐତିହାସିକ ଦିନ, #10YearsOfJanDhan। ଏହି ଅବସରରେ ମୁଁ ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଯୋଜନାକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ସମସ୍ତଙ୍କୁ ଅନେକ ଅଭିନନ୍ଦନ । କୋଟି କୋଟି ଦେଶବାସୀ, ବିଶେଷ କରି ଗରିବ ଭାଇ ଭଉଣୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ସୁଯୋଗ ଦେବାରେ ଜନଧନ ଯୋଜନା ସଫଳ ହୋଇଛି। "

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 5, 2026
June 05, 2026

From Chenab to the World Stage: PM Modi’s India is Delivering Exactly What the Planet Needs — Reliable Partnerships & Transformative Progress