ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।

୨୦୧୭ ର ଏକ ବୁଝାମଣାପତ୍ର ଅଧୀନରେ ୪.୭୪ ନିୟୁତ ୟୁଏସ ଡଲାର ଅନୁଦାନ ମାଧ୍ୟମରେ ଏହି ଅତ୍ୟାଧୁନିକ ଅନୁଷ୍ଠାନ ମନ୍ତ୍ରଣାଳୟ, ସରକାରୀ କାର୍ଯ୍ୟାଳୟ, ଅର୍ଦ୍ଧ ସରକାରୀ ସଂସ୍ଥା ଏବଂ ସରକାରୀ ଉଦ୍ୟୋଗ ଗୁଡିକରେ ମରିସସର ପ୍ରଶାସନିକ କର୍ମଚାରୀଙ୍କ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବ । ପ୍ରଶିକ୍ଷଣ ବ୍ୟତୀତ, ଏହି ଅନୁଷ୍ଠାନ ଭାରତ ସହିତ ଗବେଷଣା, ଶାସନ ଅଧ୍ୟୟନ ଏବଂ ବିଭିନ୍ନ ସଂସ୍ଥା ସହିତ ସମ୍ପର୍କକୁ ପ୍ରୋତ୍ସାହିତ କରିବ ଏବଂ ସାଧାରଣ ପ୍ରଶାସନରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିଇସି ଏବଂ ଭାରତ ସରକାରଙ୍କ ସ୍କଲାରସିପ୍ ଲାଭ କରିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ, ଯେଉଁମାନେ ପୂର୍ବରୁ ଭାରତରେ ପ୍ରଶିକ୍ଷଣ ଏବଂ ଶିକ୍ଷା ଲାଭ କରିଛନ୍ତି । ଏହି ଦକ୍ଷତା ବୃଦ୍ଧି ଦୁଇ ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି।

ଗ୍ଲୋବାଲ୍ ସାଉଥ୍ ପ୍ରତି ଭାରତର ପ୍ରତିବଦ୍ଧତା ସହ ଯୋଡ଼ି ହୋଇଥିବା ଏହି ଅନୁଷ୍ଠାନ ଭାରତ ମହାସାଗରୀୟ ଅଞ୍ଚଳରେ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଭାରତର ଭୂମିକା ଏବଂ ବ୍ୟାପକ ଭାରତ-ମରିସସ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India