Heartiest congratulations to the scientists at ISRO for their achievements: PM #MannKiBaat
India created history by becoming the first country to launch successfully 104 satellites into space at one go: PM #MannKiBaat
This cost effective, efficient space programme of ISRO has become a marvel for the entire world: PM #MannKiBaat
The attraction of science for youngsters should increase. We need more & more scientists: PM #MannKiBaat
People are moving towards digital currency. Digital transactions are rising: PM #MannKiBaat
Delighted to learn that till now, under Lucky Grahak & Digi-Dhan Yojana, 10 lakh people have been rewarded: PM #MannKiBaat
Gladdening that the hard work of our farmers has resulted in a record production of food grains: PM #MannKiBaat
Remembering Dr. Baba Saheb Ambedkar, one teach at least 125 persons about downloading BHIM App: PM #MannKiBaat
Government, society, institutions, organizations, in fact everyone, is making some or the other effort towards Swachhta: PM #MannKiBaat
Congratulations to our team for winning Blind T-20 World cup and making us proud #MannKiBaat
‘Beti Bachao, Beti Padhao’ is moving forward with rapid strides. It has now become a campaign of public education: PM #MannKiBaat

ମୋର ପ୍ରିୟ ଦେଶବାସୀ, ନମସ୍କାର ।

ଶୀତଋତୁ ସରିବାକୁ ଯାଉଛି । ବସନ୍ତ ଋତୁ ଏବେ ଆମ ଜୀବନର ଦ୍ୱାରଦେଶରେ । ପତ୍ରସବୁ ଝଡ଼ିବା ପରେ ଗଛରେ ନୂଆ ପତ୍ର କଅଁଳେ । ଫୁଲ ଫୁଟେ । ବାଡ଼ିବଗିଚା ସବୁଜିମାରେ ଭରିଯାଏ । ପକ୍ଷୀମାନଙ୍କ କଳରବ ମନକୁ ଭଲ ଲାଗେ । କେବଳ ଫୁଲ ନୁହେଁ ଗଛଡାଳରେ ଫଳ ମଧ୍ୟ ସୂର୍ଯ୍ୟାଲୋକରେ ଝଲସୁଥାଏ । ଗ୍ରୀଷ୍ମଋତୁରେ ଫଳୁଥିବା ଆମ୍ବର ବଉଳ ବସନ୍ତରେ ହିଁ ଦେଖିବାକୁ ମିଳିଥାଏ । ସେହିପରି କ୍ଷେତରେ ସୋରିଷର ହଳଦିଆ ଫୁଲ ଚାଷୀ ମନରେ ଆଶାର ସଂଚାର କରିଥାଏ । ପଳାଶର ନାଲି ଫୁଲ ହୋଲିର ଆଗମନର ସୂଚନା ଦେଇଥାଏ । ଅମୀର ଖୁସ୍ରୋ ଋତୁ ପରିବର୍ତ୍ତନର ଏହି ଦିନଗୁଡ଼ିକ ସମ୍ପର୍କରେ ଅତି ଚମତ୍କାର ଭାବରେ ଲେଖିଛନ୍ତି :

ସୋରିଷ ଫୁଲର ଅପରୂପ ମେଳେ

ପଳାଶ ଫୁଟେ, ଆମ୍ବ ଫଳେ

କୋଇଲି ଗାଏ ଡାଳେ ଡାଳେ ।

ଯେତେବେଳେ ପ୍ରକୃତି ସୁନ୍ଦର ରୂପ ଧାରଣ କରିଥାଏ, ଋତୁ ମନକୁ ସୁହାଇଲା ଭଳି ହୋଇଥାଏ, ସେତେବେଳେ ମଣିଷ ମଧ୍ୟ ଏହି ଋତୁର ଭରପୁର ମଜା ନେଇଥାଏ । ଶ୍ରୀପଞ୍ଚମୀ, ମହାଶିବରାତ୍ରୀ ଏବଂ ହୋଲି ଉତ୍ସବ ମଣିଷ ଜୀବନରେ ଖୁସିର ରଙ୍ଗ ଭରିଦେଇଥାଏ । ପ୍ରେମ, ଭ୍ରାତୃଭାବ, ମାନବିକତାରେ ପରିପୂର୍ଣ୍ଣ ବାତାବରଣରେ ଆମେ ବର୍ଷର ଅନ୍ତିମ ମାସ ଫାଲଗୁନକୁ ବିଦାୟ ଦେବା ଏବଂ ନୂଆ ମାସ ଚୈତ୍ରକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହେବା । ଏହି ଦୁଇମାସକୁ ନେଇ ତ ବସନ୍ତ ଋତୁ । ସର୍ବପ୍ରଥମେ ମୁଁ ଦେଶର ଲକ୍ଷ ଲକ୍ଷ ନାଗରିକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି, କାରଣ “ମନ୍ କି ବାତ୍ ପୂର୍ବରୁ ମୁଁ ଯେତେବେଳେ ମତାମତ ପଠାଇବାକୁ କହେ ସେତେବେଳେ ଅନେକ ମତାମତ ଆସେ । NarendraModi App ରେ, Twitter ମାଧ୍ୟମରେ, ଚିଠିରେ … ଏଥିପାଇଁ ମୁଁ ସମସ୍ତଙ୍କ ପ୍ରତି କୃତଜ୍ଞ ।

ଶୋଭା ଜଲାନ୍ ମୋତେ ନରେନ୍ଦ୍ର ମୋଦୀ App ରେ ଲେଖିଛନ୍ତି ଯେ, ବହୁଳ ସଂଖ୍ୟାରେ ଲୋକ ISRO ର ଉପଲବଧି ସମ୍ପର୍କରେ ଜାଣିନାହାନ୍ତି । ତେଣୁ ସେ 104ଟି ଉପଗ୍ରହ ପ୍ରେରଣ ଏବଂ Interceptor missile ସମ୍ପର୍କରେ କିଛି ସୂଚନା ଦେବାପାଇଁ ମୋତେ ଅନୁରୋଧ କରିଛନ୍ତି । ଶୋଭାଜୀ, ଭାରତ ପାଇଁ ଗର୍ବର ଉଦାହରଣକୁ ସ୍ମରଣ କରିଥିବାରୁ ଆପଣଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରୁଛି । ଦାରିଦ୍ର୍ୟ ସହ ସଂଗ୍ରାମ ହେଉ, ଅସୁସ୍ଥତାରୁ ରକ୍ଷା ପାଇବା ପାଇଁ ହେଉ, ଦୁନିଆ ସହ ସମ୍ପର୍କ ସ୍ଥାପନ କରିବାକୁ ହେଉ, ଜ୍ଞାନ କିମ୍ବା ସୂଚନାର ପ୍ରଚାର ପାଇଁ ହେଉ, ପ୍ରଯୁକ୍ତି ବିଦ୍ୟା  ବା ବିଜ୍ଞାନ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । 15 ଫେବୃୟାରୀ, 2017 ଭାରତର ଜୀବନରେ ଏକ ଗୌରବମୟ ଦିନ । ଆମର ବୈଜ୍ଞାନିକମାନେ ବିଶ୍ୱ ଆଗରେ ଭାରତର ଗୌରବ ସ୍ଥାପିତ କରିଦେଲେ । ଆମେ ସମସ୍ତେ ଜାଣିଛୁ ଯେ, ISRO ବିଗତ କିଛିବର୍ଷରେ ଅନେକ ଅଦ୍ଭୁତପୂର୍ବ ଅଭିଯାନ ସଫଳତାର ସହ ପୂର୍ଣ୍ଣ କରିଛି । ମଙ୍ଗଳ ଗ୍ରହକୁ “MARS MISSION” “ମଙ୍ଗଳଯାନ’ ପ୍ରେରଣ କରିବାର ସଫଳତା ପରେ ବିଗତ ଦିନରେ ISRO ମହାକାଶ କ୍ଷେତ୍ରରେ ଗୋଟିଏ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ISRO Mega Mission ଜରିଆରେ ଏକ ସଙ୍ଗେ ବିଭିନ୍ନ ଦେଶ, ଯେଉଁଥିରେ ଆମେରିକା, ଇସ୍ରାଏଲ, କାଜାକସ୍ତାନ, ନେଦରଲାଣ୍ଡ, ସ୍ୱିଜରଲାଣ୍ଡ, ୟୁଏଇ ଏବଂ ଭାରତ ସାମିଲ ଅଛନ୍ତି, ଏମାନଙ୍କର 104ଟି ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି । ଏକସଙ୍ଗେ 104 ଟି ଉପଗ୍ରହ ମହାକାଶକୁ ପ୍ରେରଣ କରି ଇତିହାସ ସୃଷ୍ଟି କରିଥିବା ଭାରତ ଏହି କ୍ଷେତ୍ରରେ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଏହା ମଧ୍ୟ ଖୁସିର କଥା ଯେ, ଏହା PSLV ର ଲଗାତାର ଭାବରେ 38ତମ ସଫଳ ପ୍ରେରଣ ଅଟେ । ଏହା କେବଳ ISRO ପାଇଁ ନୁହେଁ ସମଗ୍ର ଭାରତ ପାଇଁ ଏକ ଐତିହାସିକ ଉପଲବଧି । ଇସ୍ରୋ ର ଏହି ସ୍ୱଳ୍ପ ବ୍ୟୟରେ ନିର୍ମିତ ପାରଦର୍ଶୀ ମହାକାଶ କାର୍ଯ୍ୟକ୍ରମ ସାରା ଦୁନିଆ ପାଇଁ ଗୋଟିଏ ଆଶ୍ଚର୍ଯ୍ୟ ପାଲଟିଯାଇଛି ଏବଂ ସାରା ବିଶ୍ୱ ଖୋଲା ହୃଦୟରେ ଭାରତର ବୈଜ୍ଞାନିକମାନଙ୍କ ସଫଳତାର ପ୍ରଶଂସା କରିଛନ୍ତି ।

ଭାଇ ଓ ଭଉଣୀମାନେ, ଏହି 104ଟି ଉପଗ୍ରହ ମଧ୍ୟରୁ ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ ହେଉଛି Cartosat 2D – ଏହା ଭାରତର ଉପଗ୍ରହ । ଏହାଦ୍ୱାରା ଉଠାଯାଉଥିବା ଫଟୋଚିତ୍ର ମାଧ୍ୟମରେ ସମ୍ବଳର Mapping, ଭିତ୍ତିଭୂମି ବିକାଶର ଆକଳନ, ସହରାଂଚଳ ବିକାଶ ପାଇଁ ଯୋଜନା ପ୍ରସ୍ତୁତିରେ ସହାୟତା ମିଳିବ । ବିଶେଷକରି ମୋ ଚାଷୀ ଭାଇ ଭଉଣୀମାନଙ୍କୁ – ଦେଶରେ ଯେଉଁସବୁ ଜଳସ୍ରୋତ ରହିଛି ତାହାର ପରିମାଣ କେତେ, କିଭଳି ଏହାର ବ୍ୟବହାର ହୋଇପାରିବ, କେଉଁସବୁ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ – ଏହି ସମସ୍ତ ବିଷୟ ଉପରେ ଆମର ଏହି ନୂଆ ଉପଗ୍ରହ Cartosat 2D ବହୁତ ସାହାଯ୍ୟ କରିବ । ପହଂଚିବା ପରେ ପରେ ଆମ ଉପଗ୍ରହ କିଛି ଫଟୋଚିତ୍ର ପଠାଇଛି । ଉପଗ୍ରହ ନିଜ କାମ ଆରମ୍ଭ କରିଦେଇଛି । ଆମ ପାଇଁ ଏହା ମଧ୍ୟ ଆନନ୍ଦର କଥା ଯେ, ଆମର ଯୁବ ବୈଜ୍ଞାନିକ, ମହିଳା ବୈଜ୍ଞାନିକ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି । ଯୁବଗୋଷ୍ଠୀ ଏବଂ ମହିଳାମାନଙ୍କ ଏତେ ଅଧିକ ଅଂଶଗ୍ରହଣ ଇସ୍ରୋ ସଫଳତାର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିଗ । ମୁଁ ଦେଶବାସୀମାନଙ୍କ ତରଫରୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ସାଧାରଣ ଜନତା ପାଇଁ, ଦେଶସେବା ପାଇଁ ରହିଥିବା ମହାକାଶ ବିଜ୍ଞାନର ଲକ୍ଷ୍ୟକୁ ସେମାନେ ସର୍ବଦା କାଏମ ରଖି ନୂଆ ନୂଆ ରେକର୍ଡ ସୃଷ୍ଟି କରିଚାଲିଛନ୍ତି । ଆମର ଏହି ବୈଜ୍ଞାନିକମାନଙ୍କୁ, ସେମାନଙ୍କ ପୁରା ଟିମକୁ ଯେତେ ସାଧୁବାଦ ଓ ଅଭିନନ୍ଦନ ଜଣାଇଲେ ମଧ୍ୟ ତାହା କମ୍ ହେବ ।

ଶୋଭାଜୀ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ଯାହା ହେଉଛି ଦେଶର ସୁରକ୍ଷା ସମ୍ପର୍କରେ । ଭାରତ ଗୋଟିଏ ବହୁତ ବଡ଼ ସଫଳତା ଅର୍ଜନ କରିଛି । ଯଦିଓ ଏ ସମ୍ପର୍କରେ ଏବେ ସେତେ ଅଧିକ ଆଲୋଚନା ହୋଇନାହିଁ, କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଶୋଭାଜୀଙ୍କ ଦୃଷ୍ଟି ପଡ଼ିଛି । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ Ballistic Interceptor Missile ର ସଫଳ ପରୀକ୍ଷା କରିଛି । Interceptor Technology ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଏହାର ପରୀକ୍ଷା ସମୟରେ ଭୂମିରୁ ପ୍ରାୟ 100 କିଲୋମିଟର ଉର୍ଦ୍ଧ୍ଵରେ ଶତ୍ରୁର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ସଫଳତା ଲାଭ କରିଛି । ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏବଂ ଆପଣ ଜାଣି ଖୁସିହେବେ ଯେ, ବିଶ୍ୱରେ ମାତ୍ର 4ଟି କିମ୍ବା 5ଟି ଦେଶ ପାଖରେ ଏହି କ୍ଷମତା ରହିଛି । ଭାରତର ବୈଜ୍ଞାନିକମାନେ ଏହା କରି ଦେଖାଇଛନ୍ତି । ଏହା ଏତେ ଶକ୍ତିଶାଳୀ ଯେ, 2000 କିଲୋମିଟର ଦୂରରୁ ବି ଯଦି ଭାରତ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ କୌଣସି କ୍ଷେପଣାସ୍ତ୍ର ଆସେ ତେବେ ଏହି କ୍ଷେପଣାସ୍ତ୍ର ତାକୁ ଧ୍ୱଂସ କରିଦେବ । ନୂଆ ଜ୍ଞାନକୌଶଳ କିମ୍ବା ନୂଆ ବୈଜ୍ଞାନିକ ସଫଳତା ଦେଖିଲେ ଆମକୁ ଆନନ୍ଦର ଅନୁଭୂତି ହୁଏ । ମାନବ ଜୀବନର ବିକାଶ ଯାତ୍ରାରେ ଜିଜ୍ଞାସା ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ବିଶେଷ ଭାବରେ ବୁଦ୍ଧିମାନ ଏବଂ ପ୍ରତିଭାଶାଳୀ ବ୍ୟକ୍ତି ଜିଜ୍ଞାସାକୁ ଜିଜ୍ଞାସା ହୋଇ ରହିବାକୁ ଦିଅନ୍ତିନି, ସେମାନେ ଏଥିରେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରନ୍ତି, ନୂଆ ନୂଆ ଜିଜ୍ଞାସା ଖୋଜନ୍ତି, ନୂତନ ଜିଜ୍ଞାସା ସୃଷ୍ଟି କରନ୍ତି । ଏହି ଜିଜ୍ଞାସାଗୁଡ଼ିକ ନୂତନ ଉଦ୍ଭାବନର କାରଣ ପାଲଟିଯାଆନ୍ତି । ନିଜର ଜିଜ୍ଞାସାଗୁଡ଼ିକର ଉତ୍ତର ନ ପାଇବା ଯାଏ ସେମାନେ ଶାନ୍ତିରେ ବସନ୍ତି ନାହିଁ ଏବଂ ହଜାର ହଜାର ବର୍ଷର ମାନବ ଜୀବନର ବିକାଶଯାତ୍ରାକୁ ଅନୁଧ୍ୟାନ କଲେ ଆମେ କହିପାରିବା ଯେ ଏହି ବିକାଶ ଯାତ୍ରାରେ କେଉଁଠି ହେଲେ ପୂର୍ଣ୍ଣଚ୍ଛେଦ ନାହିଁ । ପୂର୍ଣ୍ଣଚ୍ଛେଦ ଅସମ୍ଭବ । ବିଶ୍ୱବ୍ରହ୍ମାଣ୍ଡକୁ, ସୃଷ୍ଟିର ନିୟମକୁ, ମାନବର ମନକୁ ଜାଣିବାର ପ୍ରଚେଷ୍ଟା ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ସେହିଥିରୁ ସୃଷ୍ଟିହୁଏ ନୂଆ ବିଜ୍ଞାନ, ନୂତନ ଜ୍ଞାନକୌଶଳ ଏବଂ ପ୍ରତ୍ୟେକ ଜ୍ଞାନକୌଶଳ, ବିଜ୍ଞାନର ପ୍ରତ୍ୟେକ ନୂଆ ରୂପ ଗୋଟିଏ ନୂତନ ଯୁଗକୁ ଜନ୍ମ ଦେଇଥାଏ ।

ମୋର ପ୍ରିୟ ଯୁବବନ୍ଧୁ, ଆମେ ଯେତେବେଳେ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ କଥା କହୁଁ, ସେତେବେଳେ ମୁଁ କହିବି ଯେ, ଆଗରୁ ମଧ୍ୟ ଅନେକ ଥର “ମନ୍ କି ବାତ୍”ରେ କହିଛି ଯେ ବିଜ୍ଞାନ ପ୍ରତି ଆମ ଯୁବପିଢ଼ିର ଆକର୍ଷଣ ବୃଦ୍ଧି ପାଇବା ଉଚିତ । ଦେଶ ପାଇଁ ଅନେକ ବୈଜ୍ଞାନିକମାନଙ୍କ ଆବଶ୍ୟକତା ରହିଛି । ଆଜିର ବୈଜ୍ଞାନିକ ଭବିଷ୍ୟତ ଯୁଗର ଆଗାମୀ ପିଢ଼ିର ଜୀବନରେ ଏକ ସ୍ଥାୟୀ ପରିବର୍ତ୍ତନର କାରଣ ହୋଇଥାଏ । 

ମହାତ୍ମାଗାନ୍ଧୀ କହୁଥିଲେ – “No science has dropped from the skies in a perfect form. All sciences develop and are built up through experience” (ଅର୍ଥାତ୍ କୌଣସି ବିଜ୍ଞାନ ପରିପୂର୍ଣ୍ଣ ରୂପରେ ଆକାଶରୁ ଖସିନାହିଁ, ପ୍ରତ୍ୟେକ ବିଜ୍ଞାନ ବିକଶିତ ହୋଇଛି ଏବଂ ଅନୁଭୂତିରୁ ସମୃଦ୍ଧ ହୋଇଛି)

ପୂଜ୍ୟ ବାପୁ ଆହୁରି ମଧ୍ୟ କହିଥିଲେ –  “I have nothing but praise for the zeal, industry and sacrifice that have animated the modern scientists in the pursuit after truth.” (ଅର୍ଥାତ୍ ଆଧୁନିକ ବୈଜ୍ଞାନିକମାନେ ସତ୍ୟର ଅନୁଧାବନ ପାଇଁ ପ୍ରଦର୍ଶିତ କରୁଥିବା ଉତ୍ସାହ, ପରିଶ୍ରମ ଓ ତ୍ୟାଗର ପ୍ରଶଂସା ବ୍ୟତୀତ ମୋ ପାଖରେ କିଛି ନାହିଁ) ।  

ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନର ସିଦ୍ଧାନ୍ତଗୁଡ଼ିକର ସରଳ ବ୍ୟବହାର କିଭଳି ହୋଇପାରିବ, ସେଥିପାଇଁ ମାଧ୍ୟମ କ’ଣ ହୋଇପାରିବ, ପ୍ରଯୁକ୍ତି ବିଦ୍ୟା କ’ଣ ହୋଇପାରିବ ଏସବୁ ହିଁ ସାଧାରଣ ମଣିଷ ପାଇଁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ହୋଇପାରିବ । ବିଗତ ଦିନରେ ନୀତି ଆୟୋଗ ଏବଂ ଭାରତର ବିଦେଶ ମନ୍ତ୍ରଣାଳୟ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୋଟିଏ ନିଆରା ପ୍ରତିଯୋଗିତାର ଆୟୋଜନ କରିଥିଲେ । ଏଥିରେ ସମାଜ ଉପଯୋଗୀ ନବସୃଜନ ବା (INNOVATION) ନିମନ୍ତ୍ରିତ କରାଗଲା । ଏଭଳି ନୂଆ ଚିନ୍ତାଧାରାକୁ ଚିହ୍ନଟ କରିବା, ପ୍ରଦର୍ଶିତ କରିବା, ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେବା, ଏଗୁଡ଼ିକ କିଭଳି ଜନସାଧାରଣଙ୍କ କାମରେ ଲାଗିବ, କିଭଳି ବହୁଳ ମାତ୍ରାରେ ଉତ୍ପାଦିତ ହୋଇପାରିବ, କିଭଳି ଏହାର ବ୍ୟବସାୟିକ ଉପଯୋଗ ହୋଇପାରିବ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାର ମୁଁ ଲକ୍ଷ୍ୟ କଲି । ଯେମିତିକି ଏବେ ମୁଁ ଗୋଟିଏ ନୂଆ ଆବିଷ୍କାର ଦେଖିଲି ଯାହା ଆମ ଗରିବ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ତିଆରି କରାଯାଇଛି । ଏହା ଗୋଟିଏ ସାଧାରଣ Mobile App କିନ୍ତୁ ଏହା ବହୁତ ଶକ୍ତିଶାଳୀ । ମତ୍ସ୍ୟଜୀବୀଟି ଯେତେବେଳେ ମାଛ ଧରିବାକୁ ଯାଉଛି – ସେ କେଉଁଠିକୁ ଯିବ, ସର୍ବାଧିକ Fish Zone ବା ମତ୍ସ୍ୟ ଅଞ୍ଚଳ କେଉଁଠି ରହିଛି, ପବନର ଦିଗ କ’ଣ ରହିଛି, ବେଗ କେତେ ରହିଛି, ଢ଼େଉର ଉଚ୍ଚତା କେତେ ଅଛି – ମାନେ ଗୋଟିଏ ମୋବାଇଲ ଆପ ରେ ସବୁ ସୂଚନା ରହିଛି । ଏହା ସାହାଯ୍ୟରେ ଆମର ମତ୍ସ୍ୟଜୀବୀ ଭାଇ ଖୁବ୍ କମ ସମୟରେ ସବୁଠାରୁ ଅଧିକ ସଂଖ୍ୟାରେ ମାଛ ଥିବା ଅଂଚଳରେ ପହଂଚି ଅର୍ଥ ଉପାର୍ଜନ କରିପାରିବେ । ବେଳେବେଳେ ସମସ୍ୟା ମଧ୍ୟ ସମାଧାନ ପାଇଁ ବିଜ୍ଞାନର ଗୁରୁତ୍ୱକୁ ପ୍ରଦର୍ଶିତ କରିଥାଏ । 2005 ରେ ମୁମ୍ବାଇରେ ବହୁତ ବର୍ଷା ହେଲା, ବନ୍ୟା ହେଲା, ସମୁଦ୍ରରେ ମଧ୍ୟ ଜୁଆର ଉଠିଲା । ଅନେକ ଅସୁବିଧା ହେଲା ଏବଂ ଯେତେବେଳେ ବି କୌଣସି ପ୍ରାକୃତିକ ବିପଦ ଆସେ ସେତେବେଳେ ପ୍ରଥମେ ଗରିବ ଲୋକ ବିପଦରେ ପଡ଼େ । ଦୁଇଜଣ ବ୍ୟକ୍ତି ଏଥିପାଇଁ ଖୁବ୍ ମନଦେଇ କାମ କରିଛନ୍ତି ଏବଂ ସେମାନେ ଏଭଳି ଗୃହ ସଂରଚନା, ବିକଶିତ କରିଛନ୍ତି, ଯାହା ଏଭଳି ବିପଦରେ ଘରକୁ ରକ୍ଷା କରିପାରିବ । ଘରେ ବାସ କରୁଥିବା ଲୋକଙ୍କୁ ରକ୍ଷା କରିପାରିବ । ଜଳାର୍ଣ୍ଣବ ହେବାରୁ ମଧ୍ୟ ରକ୍ଷା କରିପାରିବ, ଜଳଜନିତ ରୋଗରୁ ମଧ୍ୟ ରକ୍ଷା କରିପାରିବ । ଅବଶ୍ୟ ଅନେକ ଆବିଷ୍କାର ରହିଥିଲା ।

କହିବାର ତାତ୍ପର୍ଯ୍ୟ ହେଲା ଯେ ସମାଜରେ, ଦେଶରେ ଏଭଳି ଭୂମିକା ବହନ କରୁଥିବା ଅନେକ ଲୋକ ଅଛନ୍ତି । ଆମ ସମାଜ ମଧ୍ୟ ପ୍ରଯୁକ୍ତି ଆଧାରିତ ହୋଇଚାଲିଛି । ବ୍ୟବସ୍ଥାମାନ ପ୍ରଯୁକ୍ତି ଆଧାରିତ ହୋଇଚାଲିଛି । ପ୍ରଯୁକ୍ତି ବିଦ୍ୟା ଏକ ପ୍ରକାର ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଗଲାଣି । ବିଗତ ଦିନରେ “ଡିଜି-ଧନ ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ଲୋକେ ଧୀରେ ଧୀରେ ନଗଦ କାରବାରରୁ ବାହାରି ଡିଜିଟାଲ ମୁଦ୍ରା ଆଡ଼କୁ ଅଗ୍ରସର ହେଉଛନ୍ତି । ଭାରତରେ ମଧ୍ୟ ଡିଜିଟାଲ କାରବାର ବା ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷକରି ଯୁବପିଢ଼ି ନିଜ ମୋବାଇଲ ଫୋନରୁ ହିଁ ଡିଜିଟାଲ ପାଉଣା ପଇଠ କରିବାରେ ଅଭ୍ୟସ୍ତ ହେଲେଣି । ଏହାକୁ ମୁଁ ଏକ ଶୁଭ ସଂକେତ ମନେକରୁଛି । ଆମ ଦେଶରେ ବିଗତ ଦିନରେ “ଲକି ଗ୍ରାହକ ଯୋଜନା, ଡିଜି ଧନ ବ୍ୟବସାୟୀ ଯୋଜନାକୁ ବହୁଳ ସମର୍ଥନ ମିଳିଛି । ପ୍ରାୟ ଦୁଇମାସ ହୋଇଗଲାଣି, ପ୍ରତିଦିନ 15ହଜାର ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ମିଳୁଛି । ଏବେ ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଭାରତରେ ଡିଜିଟାଲ ନେଣଦେଣକୁ ଗୋଟିଏ ଜନ ଆନ୍ଦୋଳନରେ ପରିଣତ କରିବାର ଏକ ପ୍ରାରମ୍ଭିକ ପ୍ରଚେଷ୍ଟାକୁ ସମଗ୍ର ଦେଶ ସ୍ୱାଗତ କରିଛି । ଏହା ଆନନ୍ଦର ବିଷୟ ଯେ ଏଯାବତ୍ ଡିଜିଧନ ଯୋଜନାରେ ଦଶ ଲକ୍ଷ ଲୋକଙ୍କୁ ପୁରସ୍କାର ମିଳିବା ସଙ୍ଗେ ସଙ୍ଗେ ପଚାଶ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ପୁରସ୍କାର ମିଳିସାରିଛି ଏବଂ ପ୍ରାୟ 150 କୋଟିରୁ ଅଧିକ ଟଙ୍କା ପୁରସ୍କାର ରୂପରେ,ଏହି ମହାନ ଅଭିଯାନକୁ ଆଗେଇ ନେଇଥିବା ଲୋକଙ୍କୁ ମିଳିଛି । ଏହି ଯୋଜନା ଅନ୍ତର୍ଗତ ଶହେରୁ ଅଧିକ ଗ୍ରାହକ ସେମାନେ ଯେଉଁମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ଚାରି ହଜାରରୁ ଅଧିକ ବ୍ୟବସାୟୀଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ଚାଷୀ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ଛୋଟ ଉଦ୍ୟୋଗୀ ହୁଅନ୍ତୁ, ପେଷାଦାର ହୁଅନ୍ତୁ, ଗୃହିଣୀ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, ପ୍ରତ୍ୟେକେ ଏଥିରେ ଉତ୍ସାହର ସହିତ ଭାଗ ନେଉଛନ୍ତି । ସେମାନଙ୍କୁ ଏହାର ଲାଭ ମଧ୍ୟ ମିଳୁଛି । ଯେତେବେଳେ ମୁଁ ଏହାର ବିଶ୍ଳେଷଣ ସମ୍ପର୍କରେ ପଚାରିଲି ଯେ କ’ଣ କେବଳ ଯୁବଗୋଷ୍ଠୀର ଲୋକ ହିଁ ଏଥିରେ ସାମିଲ ହେଉଛନ୍ତି, ସେତେବେଳେ ମୋତେ ଜାଣି ଖୁସି ଲାଗିଲା ଯେ ପୁରସ୍କାର ଗ୍ରହିତାଙ୍କ ମଧ୍ୟରେ 15 ବର୍ଷର ଯୁବକଠାରୁ ଆରମ୍ଭ କରି 65-70 ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ରହିଛନ୍ତି ।

ମହୀଶୂରରୁ ଶ୍ରୀମାନ ସନ୍ତୋଷଜୀ ଆନନ୍ଦ ପ୍ରକାଶ କରି Narendra Modi App ରେ ଲେଖିଛନ୍ତି ଯେ, ତାଙ୍କୁ  ଲକି ଗ୍ରାହକ ଯୋଜନାରେ ଏକ ହଜାର ଟଙ୍କାର ପୁରସ୍କାର ମିଳିଛି, କିନ୍ତୁ ସବୁଠାରୁ ବଡ଼କଥା ଯାହା ସେ ଲେଖିଛନ୍ତି, ମୁଁ ଭାବୁଛି, ମୋର ଆପଣଙ୍କୁ କହିବା ଉଚିତ ହେବ – ସେ କହିଛନ୍ତି ଯେ, ମୋତେ ଏକ ହଜାର ଟଙ୍କାର ଏହି ପୁରସ୍କାର ମିଳିଛି ଏବଂ ସେହି ସମୟରେ ମୋ ଦୃଷ୍ଟିକୁ ଆସିଲା ଯେ ଗୋଟିଏ ଗରିବ ବୃଦ୍ଧାଙ୍କ ଘରେ ନିଆଁ ଲାଗିଯାଇଥିଲା, ଆସବାବପତ୍ର ପୋଡ଼ିଯାଇଥିଲା । ମୁଁ ଅନୁଭବ କଲି ଯେ, ମୋତେ ମିଳିଥିବା ପୁରସ୍କାର ରାଶି ଉପରେ ସେହି ଗରିବ ବୁଢ଼ୀ ମା’ର ଅଧିକାର ରହିଛି । ତେଣୁ ମୁଁ ହଜାର ଟଙ୍କା ତାଙ୍କୁ ହିଁ ଦେଇଦେଲି, ମୋତେ ଖୁବ୍ ସନ୍ତୋଷ ମିଳିଲା । ସନ୍ତୋଷଜୀ ଆପଣଙ୍କ ନାମ ଏବଂ ଆପଣଙ୍କ କାମ ଆମ ସମସ୍ତଙ୍କୁ ସନ୍ତୋଷ ପ୍ରଦାନ କରୁଛି । ଆପଣ ଗୋଟିଏ ବହୁତ ବଡ଼ ପ୍ରେରଣାଦାୟୀ କାମ କରିଛନ୍ତି ।

ଦିଲ୍ଲୀର 22 ବର୍ଷ ବୟସ୍କ ଅଟୋ ଚାଳକ ଭାଇ ସବୀର୍ । ବିମୁଦ୍ରୀକରଣ ପରେ ସେ ତ ଏବେ ଡିଜିଟାଲ କାରବାର ଆରମ୍ଭ କରିଦେଇଛନ୍ତି ଆଉ ସରକାରଙ୍କ ଲକି ଗ୍ରାହକ ଯୋଜନାରେ ତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ବି ମିଳିଯାଇଛି । ସେ ଏବେ କାର ଚଳାଉଛନ୍ତି ହେଲେ ଗୋଟିଏ ଦୃଷ୍ଟିରୁ ସେ ଏହି ଯୋଜନାର ଆମ୍ବାସଡ଼ର ହେଇଯାଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ସେ ସବୁବେଳେ ଡିଜିଟାଲ କାରବାରର କୌଶଳ ଶିଖାଉଛନ୍ତି । ବଡ଼ ଉତ୍ସାହର ସହିତ ବୁଝାଉଛନ୍ତି ଆଉ ପ୍ରୋତ୍ସାହିତ କରୁଛନ୍ତି ।

ମହାରାଷ୍ଟ୍ରର ଜଣେ ଯୁବ ସାଥୀ ପୂଜା ନେମାଡ଼େ, ଜଣେ ସ୍ନାତକୋତ୍ତର ଛାତ୍ରୀ, ସେ ମଧ୍ୟ ନିଜ ପରିବାରରେ Rupay Card, e-Wallet ଆଦିର ପ୍ରୟୋଗ କେମିତି ହେଉଛି ଆଉ ୟା’ଦ୍ୱାରା କେତେ ଆନନ୍ଦ ମିଳୁଛି ସେ ବିଷୟରେ ନିଜର ଅନୁଭୂତି ସମସ୍ତଙ୍କୁ ଜଣାଉଛନ୍ତି । ଆଉ ଏକଲକ୍ଷ ଟଙ୍କାର ପୁରସ୍କାର ତାଙ୍କ ପାଇଁ କେତେ ବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସେ ଏହି କାମକୁ ଏବେ ଅଭିଯାନ ଭାବରେ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ପ୍ରେରିତ କରୁଛନ୍ତି ।

ମୁଁ ଦେଶବାସୀମାନଙ୍କୁ, ବିଶେଷ କରି ଦେଶର ଯୁବପିଢ଼ିକୁ ଆଉ ଏହି ଲକି ଗ୍ରାହକ ଯୋଜନା, ଡିଜି-ଧନ ବ୍ୟବସାୟ ଯୋଜନାରେ ଯେଉଁମାନେ ପୁରସ୍କାର ପାଇଛନ୍ତି ସେମାନଙ୍କୁ ଅନୁରୋଧ କରୁଛି କି ଆପଣ ନିଜେ ଏହାର ରାଷ୍ଟ୍ରଦୂତ ବା ଆମ୍ବାସଡର ହୁଅନ୍ତୁ, ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ । ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଲଢ଼େଇ କ୍ଷେତ୍ରରେ ଏ କାମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ମୋ ବିଚାରରେ ଏହି କାମରେ ଯୋଗଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦେଶର ଜଣେ ଦୁର୍ନୀତି ନିବାରଣ କର୍ମୀ । ଆପଣ ଏକ ପ୍ରକାର ପବିତ୍ରତାର ବାର୍ତ୍ତାବହ । ଆପଣ ଜାଣିଛନ୍ତି ଯେ ଯେଉଁଦିନ ଏହି ଲକି ଗ୍ରାହକ ଯୋଜନାର ଶହେ ଦିନ ପୂର୍ଣ୍ଣହେବ ଅର୍ଥାତ୍ 14 ଅପ୍ରେଲ ଡଃ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉତ୍ସବ, ଗୋଟିଏ ସ୍ମରଣୀୟ ଦିନ । ଅପ୍ରେଲ 14 ତାରିଖରେ କୋଟି କୋଟି ଟଙ୍କାର ବଡ଼ ପୁରସ୍କାର ଉଠାଣ କରାଯିବ । ଏବେ ପ୍ରାୟ ଆଉ 40/45 ଦିନ ରହିଲା । ବାବାସାହେବ ଆମ୍ବେଦକରଙ୍କ ସ୍ମୃତିରେ ଆପଣ ଗୋଟିଏ କାମ କରିପାରିବେ? ଏହି କିଛିଦିନ ତଳେ ବାବାସାହେବ ଆମ୍ବେଦକରଙ୍କ 125ତମ ଜନ୍ମଦିନ ପାଳିତ ହୋଇଯାଇଛି । ସେଇ ସ୍ମୃତିରେ ଆପଣ ବି ଅତି କମ୍ ରେ 125 ଜଣ ଲୋକଙ୍କୁ BHIM App ଡାଉନଲୋଡ କରିବା ଶିଖାନ୍ତୁ । ୟା’ଦ୍ୱାରା ନେଣଦେଣ କେମିତି ହୋଇପାରୁଛି, ସେ କଥା ଶିଖାନ୍ତୁ, ବିଶେଷକରି ଆପଣଙ୍କ ପାଖାପାଖି ଥିବା ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଶିଖାନ୍ତୁ । ଏ ବର୍ଷର ଆମ୍ବେଦକର ଜୟନ୍ତୀ ଏବଂ BHIM App କୁ ବିଶେଷ ଗୁରୁତ୍ୱ ଦିଅନ୍ତୁ । ତେଣୁ ମୋର କହିବାର କଥା ଯେ ବାବାସାହେବ ଆମ୍ବେଦକର ଯେଉଁ ମୂଳଦୁଆ ପକାଇଛନ୍ତି ତାକୁ ମଜଭୁତ କରିବାକୁ ହେବ । ଘର ଘର ଯାଇ ଦେଶର 125 କୋଟି ଲୋକଙ୍କ ନିକଟରେ BHIM App କୁ ପହଂଚାଇବାକୁ ପଡ଼ିବ । ଗତ ଦୁଇ ତିନି ମାସ ଧରି ଏ ଯେଉଁ ଆନ୍ଦୋଳନ ଚାଲିଛି ତାର ପ୍ରଭାବରେ ଅନେକ ଟାଉନ, ଅନେକ ଗାଁ ଆଉ ଅନେକ ସହରରେ ବହୁତ ସଫଳତା ମିଳିଛି ।

ମୋର ପ୍ରିୟ ଦେଶବାସୀ, ଆମ ଦେଶର ଅର୍ଥ ବ୍ୟବସ୍ଥାରେ କୃଷିର ବହୁତ ଅବଦାନ ଅଛି । ଗାଁର ଆର୍ଥିକ ଶକ୍ତି ଦେଶର ଆର୍ଥିକ ବିକାଶକୁ ଶକ୍ତି ପ୍ରଦାନ କରେ । ମୁଁ ଆଜି ଆପଣମାନଙ୍କୁ ଗୋଟିଏ ବହୁତ ଖୁସିର କଥା କହିବାକୁ ଚାହେଁ – ଆମର କୃଷକ ଭାଇଭଉଣୀମାନେ କଠିନ ପରିଶ୍ରମ କରି ଆମର ଖାଦ୍ୟଭଣ୍ଡାର ପୂର୍ଣ୍ଣ କରିଛନ୍ତି । ଆମ କୃଷକ ଭାଇ-ଭଉଣୀମାନେ ଏ ବର୍ଷ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛନ୍ତି । ସମସ୍ତ ସୂଚନାରୁ ଜଣାପଡ଼ୁଛି ଯେ ଆମର କୃଷକମାନେ ଏ ବର୍ଷ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି । ଏଥର କ୍ଷେତରେ ଫସଲ ଏମିତି ହୋଇଛି ଯେ ପ୍ରତିଦିନ ଲାଗୁଛି ଯେମିତି ପୋଙ୍ଗଲ ଆଉ ବୈଶାଖୀ ଆଜି ହିଁ ପାଳନ କରୁଛୁ । ଏ ବର୍ଷ କ୍ଷେତରେ ପ୍ରାୟ ଦୁଇ ହଜାର ସାତ ଶହ ଲକ୍ଷ ଟନ୍ ରୁ ବେଶୀ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ଆମ କୃଷକମାନଙ୍କର ସର୍ବଶେଷ ରେକର୍ଡ ଯାହା ଅଛି ତା’ଠାରୁ ବି ଆଠ ପ୍ରତିଶତ ଅଧିକ ଉତ୍ପାଦନ ହୋଇଛି । ଏହା ବାସ୍ତବରେ ଏକ ଅଭୂତପୂର୍ବ ସିଦ୍ଧି (ସଫଳତା) । ମୁଁ ଦେଶର କୃଷକ ଭାଇ ଭଉଣୀମାନଙ୍କୁ ବିଶେଷ ଧନ୍ୟବାଦ ଦେବାକୁ ଚାହେଁ (ଦେଉଛି) । କୃଷକମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ସେମାନେ ପରମ୍ପରାଗତ ଫସଲ ସହିତ ଦେଶର ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଡାଲିଜାତୀୟ ଫସଲ ଚାଷ ମଧ୍ୟ କରିଛନ୍ତି । କାରଣ ଗରିବ ଲୋକଟିକୁ ସବୁଠୁ ଅଧିକ ପ୍ରୋଟିନ୍ ଡାଲିରୁ ହିଁ ମିଳିଥାଏ । ବହୁତ ଖୁସିର କଥା ମୋ ଦେଶର କୃଷକମାନେ ଗରିବର ଡାକ ଶୁଣିଲେ ଏବଂ ପ୍ରାୟ ଦୁଇଶହ ନବେ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଡାଲି ଜାତୀୟ ଫସଲର ଚାଷ କଲେ । ଏହା ଖାଲି ଡାଲି ଉତ୍ପାଦନ ନୁହେଁ, ମୋ ଦେଶର ଗରିବମାନଙ୍କର ସବୁଠାରୁ ବଡ଼ ସେବା । ମୋର ଗୋଟିଏ ପ୍ରାର୍ଥନା, ଗୋଟିଏ ବିନତିକୁ ମୋ ଦେଶର କୃଷକମାନେ ଯେପରି ସର୍ବାଧିକ ଗୁରୁତ୍ୱ ଦେଇ ପରିଶ୍ରମ କଲେ ଏବଂ ରେକର୍ଡ ପରିମାଣର ଡାଲି ଉତ୍ପାଦନ କଲେ, ସେଥିପାଇଁ ମୋର କୃଷକ ଭାଇ-ଭଉଣୀମାନେ ବିଶେଷ ଧନ୍ୟବାଦର ଅଧିକାରୀ ।

ମୋର ପ୍ରିୟ ଦେଶବାସୀ, ଆମ ଦେଶରେ ସରକାରଙ୍କ ଦ୍ୱାରା, ସମାଜ ଦ୍ୱାରା, ସଂଗଠନମାନଙ୍କ ଦ୍ୱାରା, ପ୍ରତ୍ୟେକଙ୍କ ଦ୍ୱାରା ସ୍ୱଚ୍ଛତା ଦିଗରେ କିଛି ନା କିଛି କାମ ଚାଲିଛି । ସମସ୍ତେ କିଛି ନା କିଛି ଉପାୟରେ ସ୍ୱଚ୍ଛତା ପ୍ରତି ସଚେତନ ବ୍ୟବହାର କରିବାର ଦେଖିବାକୁ ମିଳୁଛି । ସରକାର ଏ ଦିଗରେ ନିରନ୍ତର ଚେଷ୍ଟା କରୁଛନ୍ତି । ଗତ କିଛିଦିନ ତଳେ ଭାରତ ସରକାରଙ୍କର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ଦ୍ୱାରା ତେଲଙ୍ଗାନାରେ 23ଟି ରାଜ୍ୟର ସରକାରୀ ଅଧିକାରୀମାନଙ୍କର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ତେଲଙ୍ଗାନା ରାଜ୍ୟର ୱାରାଙ୍ଗଲ୍ ରେ, ଏହା ଖାଲି ବନ୍ଦ କୋଠରୀରେ ଆୟୋଜିତ ହୋଇନଥିଲା ବରଂ ପ୍ରତ୍ୟକ୍ଷ ସ୍ୱଚ୍ଛତାର କାମକୁ ପ୍ରାୟୋଗିକ ଦୃଷ୍ଟିରୁ କରାଯାଇଥିଲା । 17 ଓ 18 ଫେବୃୟାରୀରେ ହାଇଦ୍ରାବାଦରେ ପାଇଖାନା ଟାଙ୍କି ସଫେଇ କାର୍ଯ୍ୟ (toilet pit empting exercise) କାର୍ଯ୍ୟକ୍ରମ ଆୟୋଜିତ ହେଲା ଯେଉଁଥିରେ ଛଅଟି ଘରର ପାଇଖାନା ଟାଙ୍କିକୁ ଖାଲିକରି ତାର ସଫେଇ କରାଗଲା । ଅଧିକାରୀମାନେ ନିଜେ କାମକରି ଦେଖାଇଲେ ଯେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାରେ ବ୍ୟବହୃତ ଖାତକୁ ଖାଲି କରି ପୁଣି ଉପଯୋଗ କରାଯାଇପାରେ, ଏହି ନୂତନ ଜ୍ଞାନକୌଶଳରେ ନିର୍ମିତ ଏ ଶୌଚାଳୟ କେତେ ସୁବିଧାଜନକ ଆଉ ୟା’କୁ ଖାଲି କରିବାରେ କୌଣସି ଅସୁବିଧା ଅନୁଭୂତ ହୁଏନି, କୌଣସି ପ୍ରକାର ସଂକୋଚ ମଧ୍ୟ ଲାଗେନି । ସଫେଇକୁ ନେଇ ଯେଉଁ ମାନସିକ ଦ୍ୱିଧା ଥାଏ ତାହା ମଧ୍ୟ ଅନୁଭୂତ ହୁଏନାହିଁ । ଆମେ ଅନ୍ୟ ସଫେଇ କାମ ମଧ୍ୟ କରୁ ସେହିପରି ଆମେ ପାଇଖାନା ଟାଙ୍କି ମଧ୍ୟ ସଫା କରିପାରିବା । ଆଉ ଏହି ପ୍ରଚେଷ୍ଟାର ଫଳ ବି ମିଳିଲା, ଦେଶର ମିଡିଆମାନେ ଏହାର ବହୁଳ ପ୍ରଚାର ପ୍ରସାର କଲେ, ଗୁରୁତ୍ୱ ବି ଦେଲେ । ସ୍ୱାଭାବିକ କଥା ଯଦି ଜଣେ IAS ଅଫିସର ପାଇଖାନା ଟାଙ୍କି ସଫା କରୁଛି, ଦେଶର ଧ୍ୟାନ ଆକର୍ଷିତ ହେବା ତ ସ୍ୱାଭାବିକ । ଆଉ ଏ ଯେଉଁ ପାଇଖାନା ଟାଙ୍କି ସଫାହୁଏ ସେଥିରୁ ଯାହା ବାହାରେ, ଆମେ ଆବର୍ଜନା ବୋଲି କହୁ – କିନ୍ତୁ ଯଦି ଖତସାର ଭାବରେ ଦେଖିବା ତାହା ଏକ ପ୍ରକାରର କଳା ସୁନା । ବର୍ଜ୍ୟ ରୁ ସମ୍ପଦ କେମିତି ହୁଏ ତାହା ଆମେ ଜାଣିପାରିବା ଏବଂ ତାହା ପ୍ରମାଣିତ ହୋଇସାରିଛି । ଛଅଜଣ ସଦସ୍ୟ ଥିବା ପରିବାର ପାଇଁ ଗୋଟିଏ ସ୍ଵାଭାବିକ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା । ଏହି ମଡେଲଟି ପ୍ରାୟ ପାଞ୍ଚ ବର୍ଷରେ ଭର୍ତ୍ତି ହୋଇଯାଏ । ତା’ପରେ ଆବର୍ଜ୍ଜନାକୁ ସହଜରେ ସଫାକରି ଆଉଗୋଟେ ଖାତରେ (Pit) କୁ ଛାଡିଦିଆଯାଏ । ଛଅମାସରୁ 12 ମାସ ମଧ୍ୟରେ ଏହି ଆବର୍ଜ୍ଜନା ସମ୍ପୂର୍ଣ୍ଣ ବିଘଟିତ (Decompose) ହୋଇଯାଏ । ଏହି ବିଘଟିତ ଆବର୍ଜ୍ଜନାକୁ ପରିଚାଳିତ କରିବା ବହୁତ ସୁରକ୍ଷିତ ହୋଇଥାଏ ଏବଂ ସାର ବା ଖତ ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ NPK ସାର ପାଲଟିଯାଏ । କୃଷକମାନେ NPK ସହ ଭଲଭାବରେ ପରିଚିତ – Nitrogen, Phosphorous, Pottasium । ଏହା ପୋଷକ ତତ୍ତ୍ଵରେ ପରିପୂର୍ଣ୍ଣ ତଥା କୃଷିକ୍ଷେତ୍ର ପାଇଁ ବହୁତ ଉପଯୋଗୀ ହୋଇଥାଏ । ଯେଉଁଭଳି ଭାବେ ସରକାର ପଦକ୍ଷେପ ନେଉଛନ୍ତି, ଅନ୍ୟମାନେ ବି କିଛି ପଦକ୍ଷେପ ନେଉଥିବେ, ଆଉ ଏବେ ତ ଦୂରଦର୍ଶନରେ ସ୍ୱଚ୍ଛତା ସମାଚାର ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ସେଥିରେ ଏହିଭଳି କଥାଗୁଡ଼ିକ ଯେତେ ରୋଚକ ଢଙ୍ଗରେ ପ୍ରଚାର କରାଯିବ ସେତେ ଲାଭ ମିଳିବ । ସରକାରଙ୍କ ବିଭିନ୍ନ ବିଭାଗମାନେ ମଧ୍ୟ ନିୟମିତ ସ୍ୱଚ୍ଛତା ପକ୍ଷର ଆୟୋଜନ କରୁଛନ୍ତି । ମାର୍ଚ୍ଚ ମାସର ପ୍ରଥମ ପକ୍ଷରେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଏବଂ ଜନଜାତି ବିକାଶ ମନ୍ତ୍ରଣାଳୟ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବ । ମାର୍ଚ୍ଚ ମାସର ଦ୍ୱିତୀୟ ପକ୍ଷରେ ଆଉ ଦୁଇଟି ବିଭାଗ – ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ମଧ୍ୟ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିବେ ।

ଆମେ ଜାଣୁ ଯେ ଆମ ଦେଶର କୌଣସି ନାଗରିକ ଯେତେବେଳେ କିଛି ଭଲ କାମ କରେ, ସେତେବେଳେ ସମଗ୍ର ଦେଶ ଏକ ନୂତନ ଶକ୍ତିର ଅନୁଭବ କରେ, ଦେଶର ଆତ୍ମବିଶ୍ୱାସ ବଢ଼ିଯାଏ । ରିଓ ପାରାଅଲିମ୍ପିକରେ ଆମ ଦେଶର ଦିବ୍ୟାଙ୍ଗମାନେ ଯେଉଁ ପ୍ରଦର୍ଶନ କଲେ ଆମେ ସମସ୍ତେ ତାଙ୍କୁ ସ୍ୱାଗତ କରିଛୁ । ଏହି ମାସରେ ଆୟୋଜିତ ଦୃଷ୍ଟିହୀନ Under-20 ବିଶ୍ୱକପ କ୍ରିକେଟ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଲଗାତାର ଦ୍ଵିତୀୟ ଥର ବିଶ୍ୱ ଚମ୍ପିଆନ ହୋଇ ଦେଶର ଗୌରବ ବଢ଼ାଇଲା । ମୁଁ ପୁଣିଥରେ ଦଳର ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆମ ଦିବ୍ୟାଙ୍ଗ ସାଥୀମାନଙ୍କର ଏହି ଉପଲବଧି ପାଇଁ ଦେଶ ଗର୍ବିତ । ମୁଁ ସଦାସର୍ବଦା ବିଶ୍ୱାସ କରେ ଯେ ଆମର ଦିବ୍ୟାଙ୍ଗ ଭାଇଭଉଣୀମାନେ ସାମର୍ଥ୍ୟବାନ୍, ଦୃଢ଼ ସଂକଳ୍ପଯୁକ୍ତ, ସାହସୀ ଏବଂ ନିଷ୍ଠାବାନ ଅଟନ୍ତି । ସେମାନଙ୍କଠାରୁ ସବୁବେଳେ ଆମକୁ କିଛି ଶିଖିବାକୁ ମିଳିପାରେ ।

କ୍ରୀଡ଼ାକ୍ଷେତ୍ର ହେଉ ବା ମହାକାଶ ବିଜ୍ଞାନ କ୍ଷେତ୍ର ଆମ ଦେଶର ମହିଳାମାନେ କୌଣସି କ୍ଷେତ୍ରରେ ପଛୁଆ ନାହାନ୍ତି । ସେମାନେ ପାଦ ସହିତ ପାଦ ମିଳାଇ ଆଗେଇ ଚାଲିଛନ୍ତି ଏବଂ ଦେଶ ପାଇଁ ସୁନାମ ଅର୍ଜନ କରୁଛନ୍ତି । ଗତ କିଛିଦିନ ତଳେ ଏସିଆ Rugby Sevens’ Trophy ପ୍ରତିଯୋଗିତାରେ ଆମର ମହିଳାମାନେ ରୌପ୍ୟପଦକ ପାଇଲେ । ସେ ସମସ୍ତ ଖେଳାଳିମାନଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ ।

ମାର୍ଚ୍ଚ ଆଠ ତାରିଖକୁ ସମଗ୍ର ବିଶ୍ୱ ମହିଳା ଦିବସ ଭାବରେ ପାଳନ କରୁଛି । ଭାରତରେ ଝିଅମାନଙ୍କୁ ମହତ୍ୱ ଦିଆଯାଉ, ପରିବାର ଓ ସମାଜରେ ତାଙ୍କ ପ୍ରତି ସଚେତନତା ଓ ସମ୍ବେଦନଶୀଳତା ବଢ଼ିବା ଉଚିତ । “ବେଟୀ ବଚାଓ, ବେଟୀ ପଢ଼ାଓ” ଆନ୍ଦୋଳନ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ଏହା ଖାଲି ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନି । ଏହା ସାମାଜିକ ସମ୍ବେଦନା ଏବଂ ଗଣଶିକ୍ଷାର ଏକ ଅଭିଯାନର ରୂପ ନେଇଛି । ଏହି କାର୍ଯ୍ୟକ୍ରମ ବିଗତ ଦୁଇବର୍ଷ ମଧ୍ୟରେ ଦେଶର ଜନମାନସକୁ ଏକତ୍ର କରିଦେଇଛି, ଦେଶର ପ୍ରତ୍ୟେକ କୋଣରେ ଏହି ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଚିନ୍ତା କରିବାକୁ ଲୋକମାନଙ୍କୁ ବାଧ୍ୟ କରିଛି ଏବଂ ବହୁବର୍ଷ ଧରି ଚଳିଆସିଥିବା ରୀତିନୀତି ପ୍ରତି ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ କରିପାରିଛି । ଯେତେବେଳେ ଖବରଟିଏ ମିଳେ ଯେ ଝିଅଟିଏ ଜନ୍ମ ହୋଇଥିବାରୁ ଉତ୍ସବର ଆୟୋଜନ ହୋଇଛି … ସେତେବେଳେ ବହୁତ ଖୁସି ଲାଗେ । କନ୍ୟା ସନ୍ତାନ ପ୍ରତି ଏହି ସକାରାତ୍ମକ ଚିନ୍ତାଧାରା ଏବେ ସାମାଜିକ ସ୍ୱୀକୃତିର କାରଣ ହୋଇଛି । ମୁଁ ଶୁଣିଲି ଯେ ତାମିଲନାଡ଼ୁ ରାଜ୍ୟର କୁଡାଲୁର୍ ଜିଲ୍ଲାରେ ଏକ ବିଶେଷ ଅଭିଯାନ ଦ୍ୱାରା ବାଲ୍ୟବିବାହ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପର୍ଯ୍ୟନ୍ତ ପାଖାପାଖି ଶହେ ପଚସ୍ତରୀରୁ ଅଧିକ ବାଲ୍ୟବିବାହକୁ ବନ୍ଦ କରାଯାଇପାରିଛି । ଜିଲ୍ଲା ପ୍ରଶାସନ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନାରେ ପ୍ରାୟ 50-60 ହଜାର ଝିଅମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲାଯାଇଛି । ଜାମ୍ମୁ-କାଶ୍ମୀରର କଠୱା ଜିଲ୍ଲାରେ Convergence Model ଅନୁଯାୟୀ ସମସ୍ତ ବିଭାଗକୁ ” ବେଟୀ ବଚାଓ, ବେଟୀ ପଢ଼ାଓ ଯୋଜନା ସହିତ ଯୋଡ଼ିଛନ୍ତି ଏବଂ ଗ୍ରାମସଭା ଆୟୋଜନ କରି ଅନାଥ ଝିଅମାନଙ୍କୁ ପୋଷ୍ୟକନ୍ୟା ରୂପେ ଗ୍ରହଣ କରି ତାଙ୍କୁ ନିଶ୍ଚିତ ଶିକ୍ଷାଦାନର ସମ୍ପୂର୍ଣ୍ଣ ପ୍ରୟାସ କରାଯାଉଛି । ମଧ୍ୟପ୍ରଦେଶରେ “ହର୍ ଘର୍ ଦସ୍ତକ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଗ୍ରାମରେ ଏବଂ ଘରେ ଘରେ ଝିଅମାନଙ୍କର ଶିକ୍ଷା ପାଇଁ ଅଭିଯାନ ଚାଲିଛି । ରାଜସ୍ଥାନରେ ମଧ୍ୟ “ଅପ୍ନା ବଚ୍ଚା, ଅପ୍ନା ବିଦ୍ୟାଳୟ” ଅଭିଯାନ ଜରିଆରେ ଅଧାରୁ ପାଠପଢ଼ା ଛାଡ଼ିଥିବା ବାଳିକାମାନଙ୍କୁ ପୁଣି ସ୍କୁଲକୁ ଆଣିବା ଏବଂ ପୁଣି ପଢ଼େଇବାର ପଦକ୍ଷେପ ନିଆଯାଇଛି । କହିବାର ତାତ୍ପର୍ଯ୍ୟ ହେଲା, ବେଟୀ ବଚାଓ, ବେଟୀ ପଢ଼ାଓ” ଆନ୍ଦୋଳନ ଆଜି ଅନେକ ରୂପରେ ଚାଲିଛି । ସମଗ୍ର ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ନୂଆ ନୂଆ ପରିକଳ୍ପନା ତା’ସହିତ ଯୋଡ଼ି ହୋଇଯାଇଛି । ସ୍ଥାନୀୟ ଆବଶ୍ୟକତାକୁ ଧ୍ୟାନରେ ରଖି ତାକୁ ରୂପ ଦିଆଯାଇଛି । ମୁଁ ଏହାକୁ ଏକ ଶୁଭ ସଂକେତ ମନେ କରୁଛି । ମାର୍ଚ୍ଚ 8 ତାରିଖରେ ଯେତେବେଳେ ଆମେ ମହିଳା ଦିବସ ପାଳନ କରିବା ସେତେବେଳେ ଆମର ଏହି ଗୋଟିଏ ଭାବ ରହିବା ଦରକାର – ମହିଳା, ସେ ଶକ୍ତି, ସେ ସଶକ୍ତ ଭାରତର ନାରୀ- କମ୍ ବେଶୀ ନୁହେଁ ସବୁଥିରେ ସେ ସମାନ ଅଧିକାରୀ ।

ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍” କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ ସମୟ ସମୟରେ କିଛି କିଛି ଚର୍ଚ୍ଚା କରିବାର ସୁଯୋଗ ମିଳୁଛି । ଆପଣମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଆପଣମାନଙ୍କଠାରୁ ମୋତେ ବହୁତ କିଛି ଜାଣିବାକୁ ମିଳୁଛି । ଦୁନିଆରେ କ’ଣ ଚାଲିଛି, ଗାଁରେ, ଗରିବଙ୍କ ମନରେ କ’ଣ ସବୁ ରହିଛି ସେସବୁ ମୋ ପାଖରେ ପହଂଚୁଛି । ଆପଣମାନଙ୍କର ସହଭାଗିତା ପାଇଁ ମୁଁ ବହୁତ ବହୁତ କୃତଜ୍ଞ ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves infrastructure projects between National Highway-19 and Varanasi Ring Road in Uttar Pradesh worth Rs.14447.64 crore
July 15, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the development of a Link/Connector Corridor between National Highway-19 (NH-19) and the Varanasi Ring Road with riverbank connectivity along the River Ganga for the decongestion of Varanasi City in Uttar Pradesh. The 46.039 km project, comprising a six-lane elevated main carriageway, an iconic cable-stayed bridge, an extradosed Foot Over Bridge-cum-Major Bridge, loops, ramps, link roads and service roads, will be implemented under the Hybrid Annuity Model (HAM) at a total capital cost of Rs.14,447.64 crore including a civil construction cost of Rs.6,037.85 crore (including utility shifting, excluding GST) and a land acquisition cost of Rs.541.11 crore under NH(O).

The project will provide seamless connectivity between NH-19 and the Varanasi Ring Road, significantly decongesting the city’s road network and improving urban mobility. Designed for an operating speed of 80–100 km/h, it is expected to reduce the average travel time across the project influence area from approximately 60 minutes to 20 minutes, representing a reduction of nearly 67 per cent. Travel time between NH-19 and Kashi Railway Station will be reduced from approximately 50 minutes to about 25 minutes, resulting in a saving of about 25 minutes (nearly 50 per cent).

Aligned with the PM Gati Shakti National Master Plan, the corridor will strengthen multimodal connectivity by providing seamless access to major highways, railway stations, Lal Bahadur Shastri Airport and Ramnagar IWAI Port, while significantly improving connectivity to key religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi. By linking important economic, social and logistics nodes, the project will improve logistics efficiency, enhance road safety, facilitate tourism and pilgrimage, and support sustainable regional economic growth across eastern Uttar Pradesh.

The corridor has been conceived as a transformative urban mobility project to decongest the road network of Varanasi & Chandauli by providing a high-speed, access-controlled connection between NH-19, the Varanasi Ring Road (NH-135B), Ramnagar/ BHU and other major urban destinations. With more than 15 crore tourists and pilgrims visiting Varanasi every year, the project will significantly improve connectivity to major religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort, the Ghats of Varanasi, and Kashi Railway Station, while substantially reducing congestion on the existing city road network. An elevated spur between BHU/Lanka and Samne Ghat will further ease traffic congestion at the heavily trafficked Lanka Junction by separating through traffic from local traffic movements.

The project will improve road safety through controlled-access movement, reduce vehicle operating costs and emissions, enhance travel reliability, and facilitate the efficient movement of passenger and freight traffic. It will also decongest NH-19, the BHU-Ramnagar Corridor and NH-35 by diverting through traffic away from the densely developed urban core.

The project incorporates several landmark engineering features, including an iconic 910 m cable-stayed bridge across the River Ganga, a 1.32 km extradosed Foot Over Bridge-cum-Major Bridge with travelators providing seamless pedestrian connectivity to the Kashi Vishwanath Temple, a Rail Over Bridge over the existing/proposed Malviya Bridge, dedicated emergency parking bays, noise barriers, façade lighting and architectural elements inspired by the cultural heritage of Varanasi. These features will not only improve transportation efficiency but also enhance the city’s urban landscape, create an iconic addition to Varanasi’s skyline, and reinforce its position as one of India’s foremost religious and cultural destinations.

Planned in accordance with the PM Gati Shakti National Master Plan, the corridor will strengthen multimodal connectivity by linking one Economic Node (Chandauli SEZ), one Social Node (Chandauli Aspirational District) and six major Logistics Nodes, namely Lal Bahadur Shastri Airport, Kashi Railway Station, Banaras Railway Station, Varanasi City Railway Station, Pt. Deen Dayal Upadhyay Junction and Ramnagar IWAI Port. By providing seamless connectivity between these transport hubs and key destinations such as the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi, the project will enhance multimodal integration, improve logistics efficiency, facilitate tourism and pilgrimage, and support sustainable regional economic development across eastern Uttar Pradesh.

Overall, the proposed Ganga Elevated Corridor will create a modern, high-capacity urban transport corridor that transforms mobility in Varanasi by providing faster, safer and more reliable connectivity, significantly reducing congestion, strengthening multimodal integration, enhancing tourism and pilgrimage infrastructure, and supporting sustainable economic growth in line with the vision of PM Gati Shakti and Viksit Bharat.

Map of Corridor: