ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସଫଳତା ଏମଜିଆରଙ୍କୁ ଆନନ୍ଦିତ କରିଥାନ୍ତା: ପ୍ରଧାନମନ୍ତ୍ରୀ
ଭାରତୀୟ ଡାକ୍ତରୀ ବୃତ୍ତିଧାରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଛି: ପ୍ରଧାନମନ୍ତ୍ରୀ
ମହାମାରୀ ପରେ ଡାକ୍ତରମାନଙ୍କ ପ୍ରତି ସମ୍ମାନ ଆହୁରି ବଢିଛି: ପ୍ରଧାନମନ୍ତ୍ରୀ
ସ୍ୱାର୍ଥ ସାଧନରୁ ବିରତ ହେଲେ ଆମେସାହସୀହୋଇପାରିବା: ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଡଃଏମ.ଜି.ଆର ବିଶ୍ୱବିଦ୍ୟାଳୟର ୩୩ ତମ ସମାବର୍ତ୍ତନ ଉତ୍ସବରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିଛନ୍ତି। ସମାବର୍ତ୍ତନ ଉତ୍ସବରେ ୨୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ଡିପ୍ଲୋମା ପ୍ରଦାନ କରାଯାଇଥିଲା। ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ ଏହି ଅବସରରେ ଉପସ୍ଥିତ ଥିଲେ।

୭୦ପ୍ରତିଶତରୁ ଅଧିକ ଛାତ୍ରୀ ଡିଗ୍ରୀ ଓ ଡିପ୍ଲୋମା ଗ୍ରହଣ କରିଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ। ସମସ୍ତ ସ୍ନାତକଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରୀମାନଙ୍କୁ ବିଶେଷ ପ୍ରଶଂସା କରି କହିଥିଲେ ଯେକୌଣସି କ୍ଷେତ୍ରରେ ମହିଳାମାନଙ୍କୁ ନେତୃତ୍ୱ ନେଉଥିବା ଦେଖିବା ସବୁବେଳେ ନିଆରା । ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ।

ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସଫଳତା ଏମଜିଆରଙ୍କୁ ଆନନ୍ଦିତ କରିଥାନ୍ତା। ଏମଜିଆରଙ୍କ ସରକାର ଗରିବ ମାନଙ୍କ ପ୍ରତି ସହାନୁଭୂତିଶୀଳ ଥିଲା। ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମହିଳା ସଶକ୍ତିକରଣକୁ ସେ ସମର୍ଥନ କରୁଥିଲେ। ଏମଜିଆରଙ୍କ ଜନ୍ମସ୍ଥାନ ଶ୍ରୀଲଙ୍କାରେ ତାମିଲ ଭାଇଭଉଣୀଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ ରହିବା ଭାରତ ପାଇଁ ସମ୍ମାନର କଥା। ଭାରତର ଆର୍ଥିକ ଅନୁଦାନରେ ପରିଚାଳିତ ଆମ୍ବୁଲାନ୍ସ ସେବାକୁ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟ ବହୁଳଭାବେ ବ୍ୟବହାର କରୁଛନ୍ତି। ସ୍ୱାସ୍ଥ୍ୟସେବା ବିଶେଷକରି ତାମିଲ ସମ୍ପ୍ରଦାୟଙ୍କ ପାଇଁ ହେଉଥିବା ଏହି ପ୍ରୟାସରେ ଏମଜିଆର ଆନନ୍ଦିତ ହୋଇଥାନ୍ତେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତୀୟ ଡାକ୍ତରୀ ବୃତ୍ତିଧାରୀ, ବୈଜ୍ଞାନିକ ଓ ଭେଷଜ ବିଧ୍ୟା ପ୍ରତି ବେଶ ଶ୍ରଦ୍ଧା ଓ ସମ୍ମାନ ରହିଛି। ଭାରତ ସାରା ବିଶ୍ୱ ପାଇଁ ଔଷଧ ଓ ଟୀକା ପ୍ରସ୍ତୁତ କରୁଛି । କୋଭିଡ-୧୯ରେ ବିଶ୍ୱ ତୁଳନାରେ ଭାରତର ମୃତ୍ୟୁହାର କମ ଓ ସୁସ୍ଥତା ହାର ଅଧିକ ଥିଲା। ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନୂଆଦୃଷ୍ଟି, ସମ୍ମାନ ଓଭର ସାର ସହ ଦେଖାଯାଉଛି। ମହାମାରୀ ସହ ଲଢେଇରୁ ମିଳିଥିବା ଶିକ୍ଷାଟି ବିଭଳି ରୋଗ ସହିତ ଲଢିବାରେ ଆମକୁ ସାହାଯ୍ୟ କରିବ।

ସରକାର ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣୁଛନ୍ତି। ନୂଆ ଡାକ୍ତରୀ କଲେଜ ସ୍ଥାପନ ପାଇଁ ଜାତୀୟ ମେଡିକାଲ ଆୟୋଗ ଯୁକ୍ତିସଙ୍ଗତ ନୀତି ପ୍ରସ୍ତୁତ କରୁଛନ୍ତି। ଅଧିକ ସ୍ୱଚ୍ଛତାର ସହ ଗୁଣବତା ସମ୍ପନ୍ନ ମାନବସମ୍ବଳ ଉପଲବ୍ଧ କରାଇବେ। ଗତ ୬ବର୍ଷରେ ଏମବିବି ଏସସିଟ ସଂଖ୍ୟା ୩୦ ହଜାରରୁ ଅଧିକ ବଢିଛି। ୨୦୧୪ ତୁଳନାରେ ଏହି ବୃଦ୍ଧି ୫୦ପ୍ରତିଶତରୁ ଅଧିକ। ସେହିପରି ସ୍ନାତକୋତର ସିଟ୍ସଂଖ୍ୟା ୨୦୧୪ ତୁଳନାରେ ପ୍ରାୟ ୮୦ ପ୍ରତିଶତ ବା ୨୪ହଜାର ବଢିଛି। ୨୦୧୪ରେ ଦେଶରେ ୬ଟି ଏମ୍ସ ଥିବାବେଳେ ଗତ ୬ବର୍ଷରେ ୧୫ଟି ନୂଆ ଏମ୍ସ ଅନୁମୋଦିତ ହୋଇଛି।

ତାମିଲନାଡୁର ଡାକ୍ତରୀ କଲେଜ ନ ଥିବା ଜିଲ୍ଲାଗୁଡିକରେ ୧୧ଟି ନୂଆ ଡାକ୍ତରୀ କଲେଜ ସ୍ଥାପନ ପାଇଁ ସରକାର ମଞ୍ଜୁରୀପ୍ରଦାନ କରିଛନ୍ତି। ଏହି ଡାକ୍ତରୀ କଲେଜ ଗୁଡିକ ପାଇଁ ଭାରତ ସରକାର ୨ ହଜାର କୋଟିରୁ ଅଧିକ ଟଙ୍କା ଦେବେ। ବଜେଟରେ ଘୋଷିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥଭାରତ ଯୋଜନା ଦ୍ୱାରା ନୂଆ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ବିଭିନ୍ନ ପର୍ଯ୍ୟାୟ ଡାକ୍ତରୀ ଦକ୍ଷତା ବୃଦ୍ଧି ହେବ।

ଆମ ଦେଶର ଡାକ୍ତରମାନଙ୍କୁ ଅଧିକ ସମ୍ମାନ ପ୍ରଦାନ କରାଯାଏ ଓ ମହାମାରୀ ପରେ ଏହି ସମ୍ମାନ ଆହୁରି ବଢିଯାଇଛି। ଜୀବନ ଓ ମରଣର ପ୍ରଶ୍ନ ଜଡିତ ଥିବାରୁ ଡାକ୍ତରୀ ପେଶା ପ୍ରତିଲୋକଙ୍କ ସମ୍ମାନ ରହିଛି। ଗମ୍ଭୀର ହେବା ଓ ଗମ୍ଭୀର ଦେଖାଯିବା ଦୁଇଟି ଭିନ୍ନପ୍ରସଙ୍ଗ ଓ ନିଜରର ସବୋଧ ଅତୁଟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ରୋଗୀଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବଢାଇବାରେ ଏହା ସାହାଯ୍ୟ କରିଥାଏ । ଦେଶ ସ୍ୱାସ୍ଥ୍ୟର ଯତ୍ନ ନେଉଥିବାରୁ ନିଜ ସ୍ୱାସ୍ଥ୍ୟ ଓ ସୁସ୍ଥତା ପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେବା ସହ ନିଃସ୍ୱାର୍ଥଭାବେ କାମ କରି ସାହସୀ ହେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Net GST rises 7.3% in April; gross collections hit record ₹2.43 trillion

Media Coverage

Net GST rises 7.3% in April; gross collections hit record ₹2.43 trillion
NM on the go

Nm on the go

Always be the first to hear from the PM. Get the App Now!
...
Prime Minister wishes for the speedy recovery of Shri Ajay Rai
May 02, 2026

Prime Minister Shri Narendra Modi has wished for the speedy recovery of Shri Ajay Rai.

The Prime Minister stated that he received the news of Shri Ajay Rai being unwell and wished for him to get well at the earliest.

The Prime Minister posted on X:

"उत्तर प्रदेश कांग्रेस अध्यक्ष अजय राय जी के अस्वस्थ होने का समाचार प्राप्त हुआ है। मैं उनके जल्द से जल्द स्वस्थ होने की कामना करता हूं।"