ମୁଁ ସେପ୍ଟେମ୍ବର 4-5, 2019ରେ ରୁଷର ଭ୍ଲାଡିଭୋଷ୍ଟକ ଗସ୍ତ କରିବି ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ରୁଷର ସୁଦୂର ପୂର୍ବାଂଚଳକୁ ମୋର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିବିଧ ଏବଂ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଆଗ୍ରହକୁ ଦର୍ଶାଉଛି ।

ମୋର ଏହି ଗସ୍ତର ଉଦ୍ଦେଶ୍ୟ ଦ୍ୱିବିଧ-ରୁଷ ରାଷ୍ଟ୍ରପତି ମି. ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ପଞ୍ଚମ ଇଷ୍ଟର୍ଣ୍ଣ ଇନୋମିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଏବଂ ତାଙ୍କ ସହିତ 20ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା । ରୁଷର ସୁଦୂର ପୂର୍ବାଂଚଳରେ ବ୍ୟବସାୟ ଏବଂ ନିବେଶ ସୁଯୋଗର ବିକାଶ ନେଇ ଏହି ମଂଚ ଧ୍ୟାନ ଦେବ ଏବଂ ଏହି ଅଂଚଳରେ ଭାରତ ଓ ରୁଷ ମଧ୍ୟରେ ପାରସ୍ପରିକ ଲାଭପ୍ରଦ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି କରିବ ।

ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତା ଆଧାରରେ ଆମ ଦୁଇ ଦେଶଙ୍କ ମଧ୍ୟରେ ଚମତ୍କାର ସମ୍ପର୍କ ରହିଛି । ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକ ଭାବେ ସହଯୋଗ କରନ୍ତି ।

ଏକ ବହୁମୁଖୀ ବିଶ୍ୱ ଗଠନ କରିବା ଦିଗରେ ଦୁଇ ଦେଶ ପ୍ରତିଶୃତିବଦ୍ଧ ଏବଂ ଆଂଚଳିକ ତଥା ବହୁପାକ୍ଷିକ ମଂଚରେ ଏହି ଉଦ୍ଦେଶ୍ୟକୁ ହାସଲ କରିବା ଦିଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରନ୍ତି ।

ଆମ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରୀକ ବିସ୍ତାର ଉପରେ ଏବଂ ପାରସ୍ପରିକ ଲାଭ ଥିବା ଆଂଚଳିକ ଓ ଆନ୍ତର୍ଜାତିକ ବିଷୟ ଉପରେ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହୀ । ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଉଥିବା ବୈଶ୍ୱିକ ନେତାଙ୍କୁ ଭେଟିବା ତଥା ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଶିଳ୍ପଦ୍ୟୋଗ ଏବଂ ବ୍ୟବସାୟିକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବା ପାଇଁ ମୁଁ ମଧ୍ୟ ଆଗ୍ରହୀ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 21, 2026
April 21, 2026

Aatmanirbhar Bharat Goes Global: PM Modi Turns India into Manufacturing Superpower & Innovation Powerhouse