21ରୁ 27 ସେପ୍ଟେମ୍ବର, 2019 ପର୍ଯ୍ୟନ୍ତ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରୁଛି । ମୁଁ ପ୍ରଥମେ ହଷ୍ଟନ ଗସ୍ତ କରିବି ଏବଂ ତା’ପରେ ମିଳିତ ଜାତିସଂଘ ସାଧାରଣ ପରିଷଦର 74ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ନ୍ୟୁୟର୍କ ଯାତ୍ରା କରିବି ।

ହଷ୍ଟନ ଠାରେ ମୁଁ ଭାରତ-ଆମେରିକା ଶକ୍ତି ସହଭାଗିତା ବୃଦ୍ଧି ଲାଗି ଆମେରିକାର ଅଗ୍ରଣୀ ଶକ୍ତି କମ୍ପାନୀଗୁଡ଼ିକର ସିଇଓମାନଙ୍କ ସହିତ ଆଲୋଚନା କରିବି । ଶକ୍ତି ସହଯୋଗ ଆପୋସ ଲାଭର ଏକ ନୂଆ କ୍ଷେତ୍ର ଭାବେ ଉଭା ହୋଇଛି ଏବଂ ଏହା ଦ୍ରୁତଗତିରେ ଆମ ଦ୍ୱିପାକ୍ଷିକ ସମ୍ପର୍କର ଏକ  ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇପାରିଛି ।

ହଷ୍ଟନଠାରେ, ଭାରତୀୟ-ଆମେରିକୀୟ ସମୁଦାୟକୁ ଭେଟିବା ଏବଂ ଉଦବୋଧନ ଦେବାକୁ ମୁଁ ଆଗ୍ରହର ସହ ଅପେକ୍ଷା କରି ରହିଛି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତା, ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ, ଭାରତ ସହ ସେମାନଙ୍କ ନିବିଡ଼ ସମ୍ପର୍କ, ଆମ ଦୁଇ ଗଣତନ୍ତ୍ର ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ଲାଗି ସେମାନଙ୍କ ଭୂମିକା ଆମ ପାଇଁ ଗର୍ବର ବିଷୟ । ଏହା ମୋ ପାଇଁ ଏବଂ ଭାରତୀୟ ସମୁଦାୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଯେ ଆମେରିକାର ରାଷ୍ଟ୍ରପତି ମିଃ ଡୋନାଲ୍ଡ ଟ୍ରମ୍ପ ଏହି ସମାରୋହରେ ଯୋଗ ଦେବେ ଏବଂ ମୋ ସହିତ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ । ମୋ ସହିତ ଏକ ଭାରତୀୟ ସମୁଦାୟର କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ଉପସ୍ଥିତି ରହିବାର ଏହା ହେଉଛି ପ୍ରଥମ ଅବସର । ଏହା ସେମାନଙ୍କ ସହିତ ଆମ ସମ୍ପର୍କର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ହଷ୍ଟନରେ ଥିବା ସମୟରେ ଭାରତୀୟ-ଆମେରିକୀୟ ସମୁଦାୟର ବିଭିନ୍ନ ଗୋଷ୍ଠୀ ଏବଂ ସେମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ଲାଗି ମୁଁ ସୁଯୋଗ ପାଇବି ।

ନ୍ୟୁୟର୍କରେ ମୁଁ ମିଳିତ ଜାତିଂସଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବି । 1945ରେ ପ୍ରତିଷ୍ଠାତା ସଦସ୍ୟ ଭାବେ ମିଳିତ ଜାତିସଂଘରେ ସାମିଲ ହେବା ପରଠାରୁ ଭାରତ ବହୁପକ୍ଷବାଦ, ଶାନ୍ତି ଓ ନିରାପତ୍ତା, ବିଶ୍ୱର ବ୍ୟାପକ ସମାବେଶୀ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତା ଜାହିର କରି ଆସିଛି ।

ଚଳିତ ବର୍ଷ ମିଳିତ ଜାତିସଂଘ ସାଧାରଣ ପରିଷଦର 74ତମ ଅଧିବେଶନର ବିଷୟବସ୍ତୁ ରହିଛି “ଦାରିଦ୍ର୍ୟ ଉନ୍ମୁଳନ, ଉନ୍ନତମାନର ଶିକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ସମାବେଶନ ଲାଗି ବହୁପକ୍ଷୀୟ ପ୍ରୟାସକୁ ବୃଦ୍ଧି କରିବା” । ଅସ୍ଥିର ବିଶ୍ୱ ଅର୍ଥବ୍ୟବସ୍ଥା, ବିଶ୍ୱର ଅଧିକାଂଶ ଭାଗରେ ଉତ୍ତେଜନା ଓ ସମସ୍ୟା, ଆତଙ୍କବାଦର ପ୍ରସାର, ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ଅନେକ ଆହ୍ୱାନ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ରହିଛି । ଏଥିପାଇଁ ଦୃଢ଼ ବୈଶ୍ୱିକ ପ୍ରତିବଦ୍ଧତା ଏବଂ ନିରନ୍ତର ବହୁମୁଖୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏକ ଉତ୍ତରଦାୟୀ, ପ୍ରଭାବୀ ଏବଂ ସମାବେଶୀ ବହୁପକ୍ଷବାଦ ପ୍ରତି ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଇବି ଏବଂ ଭାରତ ଏଥିରେ ନିଜର ଭୂମିକା ନିର୍ବାହ କରିବ ।

ମିଳିତ ଜାତିସଂଘ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଆମର ସଫଳତା ବିଷୟରେ ମୁଁ ଉଲ୍ଲେଖ କରିବି । ସେପ୍ଟେମ୍ବର 23ରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବୈଶ୍ୱିକ ଲକ୍ଷ୍ୟ ଏବଂ ଆମର ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଆଧାରରେ ଭାରତର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ବିଷୟରେ ମୁଁ ଉଲ୍ଲେଖ କରିବି ।

ସେହିପରି ମିଳିତ ଜାତିସଂଘର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର କାର୍ଯ୍ୟକ୍ରମରେ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ସମେତ ଗରିବଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଁଚାଇବା ଲାଗି ଆମର ଅନ୍ୟସବୁ ଉପଲବ୍ଧିକୁ ମୁଁ ବିଶ୍ୱ ମଂଚରେ ଉପସ୍ଥାପନ କରିବି ।

ମିଳିତ ଜାତିସଂଘରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ଭାରତ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଆଜିର ବିଶ୍ୱ ପାଇଁ ଗାନ୍ଧୀ ବିଚାର ଓ ମୂଲ୍ୟବୋଧର ନିରନ୍ତର ଉପଯୋଗିତା ଉପରେ ଆଲୋକପାତ କରାଯିବ । ମିଳିତ ଜାତିସଂଘ ମହାସଚିବଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଏହି ସମାରୋହରେ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ବାର୍ତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିବେ ।

ମିଳିତ ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ମୁଁ ମଧ୍ୟ ଅନ୍ୟ ରାଷ୍ଟ୍ର ମୁଖ୍ୟ ଏବଂ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବି । ଭାରତ ପ୍ରଥମ ଥର ପାଇଁ ପ୍ରଶାନ୍ତ ମହାସାଗରୀୟ ଏବଂ କାରୀକମ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏହି ଅବସରରେ ନେତୃମଣ୍ଡଳୀ ସ୍ତରୀୟ ଆଲୋଚନା କରିବ । ଏହା ଆମର ଉଜ୍ଜ୍ୱଳ ଦକ୍ଷିଣ-ଦକ୍ଷିଣ ସହଯୋଗ ଏବଂ ସେମାନଙ୍କ ସହିତ ସହଭାଗିତାକୁ ଆହୁରି ଆଗେଇ ନେବ ।

କିଛିଦିନର ବ୍ୟବଧାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ହଷ୍ଟନ ଓ ନ୍ୟୁୟର୍କରେ ବୈଠକୁ ଆଗ୍ରହର ସହ ଅପେକ୍ଷା କରି ରହିଛି । ଉଭୟ ଦେଶର ଲୋକମାନଙ୍କୁ ଆହୁରି ଅଧିକ ଲାଭ ଦେବା ଉଦ୍ଦେଶ୍ୟରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆମେ ସମୀକ୍ଷା କରିବୁ । ଆମର ଜାତୀୟ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଭାଗୀତା ପାଇଁ ଅନେକ ସମ୍ଭାବନା ରହିଛି । ଭାରତର ଆର୍ଥିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତା କ୍ଷେତ୍ରରେ ମଧ୍ୟ ଆମେରିକାର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ସହଭାଗୀ ମୂଲ୍ୟବୋଧ, ସମ୍ମିଳିତ ସ୍ୱାର୍ଥ ଏବଂ ମିଳିତ ଶକ୍ତି ବିଶ୍ୱର ସର୍ବପ୍ରାଚୀନ ଏବଂ ସର୍ବବୃହତ ଗଣତନ୍ତ୍ର ମଧ୍ୟରେ ପ୍ରାକୃତିକ ସହଭାଗୀତା ପାଇଁ ମୂଳଦୁଆ ପାଲଟିଛି । ମିଳିତ ଭାବେ କାର୍ଯ୍ୟ କରି ଆମେ ଏକ ଅଧିକ ଶାନ୍ତିପୂର୍ଣ୍ଣ, ସ୍ଥିର, ନିରାପଦ, ସ୍ଥାୟୀ ଓ ସମୃଦ୍ଧ ବିଶ୍ୱ ନିର୍ମାଣ ଦିଗରେ ଯୋଗଦାନ ଦେଇପାରିବୁ ।

ନ୍ୟୁୟର୍କକୁ ମୋ ଗସ୍ତ ଆମେରିକା ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗକୁ ଛୁଇଁବ । ବ୍ଲୁମବର୍ଗ ଗ୍ଲୋବାଲ ବିଜନେସ ଫୋରମର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେବା ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ପରିବର୍ତ୍ତନରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ଆମେରିକୀୟ ବ୍ୟବସାୟୀମାନଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି । ‘ଗ୍ଲୋବାଲ ଗୋଲକିପର୍ସ ଗୋଲ ପୁରସ୍କାର 2019ରେ ମୋତେ ସମ୍ମାନିତ କରିବା ଲାଗି ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ନେଇଥିବା ନିଷ୍ପତ୍ତି ମୋ ପାଇଁ ଗର୍ବର ବିଷୟ ।

ମୋର ବିଶ୍ୱାସ ଯେ ମୋର ଏହି ଗସ୍ତ ଭାରତକୁ ଏକ ସମ୍ଭାବନାମୟ ଭୂମି, ଏକ ବିଶ୍ୱସ୍ତ ସହଯୋଗୀ ଏବଂ ବିଶ୍ୱ ନେତା ଭାବେ ଉପସ୍ଥାପିତ କରିବ । ଏହା ମଧ୍ୟ ଆମେରିକା ସହ ଆମ ସମ୍ପର୍କରେ ନୂତନ ଉତ୍ସାହ ଭରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision