ମହାମହୀମମାନେ,

ଦୁର୍ଭାଗ୍ୟବଶତଃ, ଏହା ବିବେଚନା କରାଯାଏ ଯେ ବିଶ୍ୱର ବିକାଶ ଲକ୍ଷ୍ୟ ଓ ପରିବେଶ ସୁରକ୍ଷା ମଧ୍ୟରେ ଏକ ମୌଳିକ ବିବାଦ ରହିଛି । ଆହୁରି ମଧ୍ୟ ଏକ ଭ୍ରାନ୍ତ ଧାରଣା ରହିଛି ଯେ ଗରିବ ରାଷ୍ଟ୍ର ଓ ଦରିଦ୍ର ଲୋକମାନେ ପରିବେଶକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି । କିନ୍ତୁ, ଭାରତର ହଜାର ହଜାର ବର୍ଷର ଇତିହାସ ଏହି ଅଭିମତକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି । ପ୍ରାଚୀନ ଭାରତ ଅପାର ସମୃଦ୍ଧିର ସମୟ ଦେଇ ଗତି କରିଛି; ଏହାପରେ ଆମେ ଶତାବ୍ଦୀ ଶତାବ୍ଦୀର ଦାସତ୍ୱକୁ ମଧ୍ୟ ବରଦାସ୍ତ କରିଛୁ, ଏବଂ ବର୍ତ୍ତମାନର ସ୍ୱାଧୀନ ଭାରତ ସମଗ୍ର ବିଶ୍ୱରେ ଦ୍ରୁତତମ ବିକାଶଶୀଳ ଅର୍ଥ ବ୍ୟବସ୍ଥା ପାଲଟିଛି । କିନ୍ତୁ ଏହି ତମାମ ଅବଧି ମଧ୍ୟରେ, ଭାରତ କୌଣସି ଗୋଟିଏ କ୍ଷେତ୍ରରେ ପରିବେଶ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ହେୟ ମନେକରି ନାହିଁ । ବିଶ୍ୱ ଜନସଂଖ୍ୟାର ୧୭% ଭାରତରେ ବାସ କରୁଛନ୍ତି । କିନ୍ତୁ, ବିଶ୍ୱ ଅଙ୍ଗାରକ ନିର୍ଗମନରେ ଭାରତର ଯୋଗଦାନ ମାତ୍ର ୫% ରହିଛି । ଏହା ପଛରେ ମୁଖ୍ୟ କାରଣ ହେଉଛି ଆମ ଜୀବନଶୈଳୀ, ଯାହା କି ପ୍ରକୃତି ସହିତ ଆପୋସ ସମ୍ବନ୍ଧ ବିଷୟ ଉପରେ ପର୍ଯ୍ୟବସିତ ।

ଆପଣମାନେ ସମସ୍ତେ ଏଥିରେ ଏକମତ ହେବେ ଯେ ଶକ୍ତି ଉପଲବ୍ଧତା କେବଳ ଧନୀଙ୍କ ବିଶେଷାଧିକାର ହେବା ଉଚିତ ନୁହେଁ- ଶକ୍ତି ଉପରେ ଏକ ଗରିବ ପରିବାରର ମଧ୍ୟ ସମାନ ଅଧିକାର ରହିଛି । ଏବଂ ଆଜି ଭୂ-ରାଜନୈତିକ ବିବାଦ ଯୋଗୁ ଶକ୍ତି ଦର ଯେତେବେଳେ ଆକାଶଛୁଆଁ ହୋଇଛି, ଏହାକୁ ମନେରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛି । ଏହି ତତ୍ତ୍ୱରୁ ପ୍ରେରଣା ନେଇ, ଆମେ ଭାରତରେ ପ୍ରତ୍ୟେକ ଦ୍ୱାରଦେଶରେ ଏଲଇଡି ବଲବ ଓ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେଇଛୁ ଏବଂ ଏହା ଦର୍ଶାଇଛି ଯେ ଗରିବଙ୍କ ପାଇଁ ଶକ୍ତି ଉପଲବ୍ଧତା ସୁନିଶ୍ଚିତତା ସାଙ୍ଗକୁ କୋଟି କୋଟି ଟନର ଅଙ୍ଗାରକ ନିର୍ଗମନ କମାଯାଇ ପାରିବ ।

ଜଳବାୟୁ ପ୍ରତିବଦ୍ଧତା ପାଇଁ ଥିବା ଆମର ସମର୍ପଣଭାବ ଆମ କାର୍ଯ୍ୟଧାରାରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଧାର୍ଯ୍ୟ ସମୟର ୯ ବର୍ଷ ପୂର୍ବରୁ ଆମେ ଅଣ-ଜୀବାଶ୍ମ ଉତ୍ସରୁ ୪୦% ଶକ୍ତି କ୍ଷମତା ଲକ୍ଷ୍ୟ ପୂରଣ କରିପାରିଛୁ । ସେହିଭଳି ଧାର୍ଯ୍ୟଲକ୍ଷ୍ୟର ୫ ମାସ ପୂର୍ବରୁ ଆମେ ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ବି ପୂରଣ କରିଛୁ । ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ପରିଚାଳିତ ବିମାନବନ୍ଦର ଭାରତରେ ରହିଛି । ଚଳିତ ଦଶନ୍ଧିରେ ଭାରତର ବିଶାଳ ରେଳ ବ୍ୟବସ୍ଥା ନେଟ ଜିରୋ ହେବାକୁ ଯାଉଛି ।

ମହାମହୀମମାନେ,

ଭାରତ ଭଳି ଏକ ବୃହତ ଦେଶ ଯେତେବେଳେ ଏଭଳି ମହତ୍ତ୍ୱାକାଂକ୍ଷା ପ୍ରଦର୍ଶନ କରୁଛି, ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ଏଥିରୁ ପ୍ରେରଣା ପାଉଛନ୍ତି । ଭାରତର ଏହି ଉଦ୍ୟମକୁ ଜି-୭ ଧନୀ ରାଷ୍ଟ୍ରଗୁଡ଼ିକ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ । ଆଜି, ଭାରତରେ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ପାଇଁ ଏକ ବିଶାଳ ବଜାର ରହିଛି । ଏହି କ୍ଷେତ୍ରରେ ଗବେଷଣା, ଅଭିନବକରଣ, ଏବଂ ବିନିର୍ମାଣ ଆଦିରେ ଜି-୭ ରାଷ୍ଟ୍ରଗୁଡ଼ିକ ନିବେଶ କରିପାରିବେ । ପ୍ରତ୍ୟେକ ନୂଆ ପ୍ରଯୁକ୍ତି ନିମନ୍ତେ ଭାରତ ଯେଉଁ ଯୋଗଦାନ ଦେଇପାରିବ, ତାହାଦ୍ୱାରା ଉକ୍ତ ପ୍ରଯୁକ୍ତି ସମଗ୍ର ବିଶ୍ୱ ପାଇଁ ସୁଲଭ୍ୟ ହୋଇପାରିବ । ସର୍କୁଲାର ଅର୍ଥନୀତିର ମୂଳ ସିଦ୍ଧାନ୍ତ ଭାରତୀୟ ସଂସ୍କୃତି ଓ ଜୀବନଶୈଳୀର ଅଭିନ୍ନ ଅଂଶ ହୋଇରହିଛି ।

ଗତବର୍ଷ ମୁଁ ଗ୍ଲାସଗୋରେ ‘ଲାଇଫ- ପରିବେଶ ପାଇଁ ଜୀବନଶୈଳୀ’ ନାମକ ଏକ ଅଭିଯାନ ନିମନ୍ତେ ଆହ୍ୱାନ ଦେଇଥିଲି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସରେ, ଆମେ ‘ଲାଇଫ’ ଅଭିଯାନ ଲାଗି ଅନ୍ତର୍ଜାତୀୟ ପଦକ୍ଷେପ ଆରମ୍ଭ କରିଛୁ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ପରିବେଶ ଅନୁକୂଳ ଜୀବନଶୈଳୀକୁ ଉତ୍ସାହିତ କରିବା । ଏହି ଅଭିଯାନକୁ ଆପଣାଉଥିବା ଲୋକଙ୍କୁ ଆମେ ‘ଟ୍ରିପଲ-ପି ବା ପ୍ରୋ ପ୍ଲାନେଟ ପିପୁଲ’ କହିପାରିବା, ଏବଂ ଆମେ ଆମ ନିଜ ଦେଶରେ ‘ଟ୍ରିପଲ-ପି’ ଲୋକ ସଂଖ୍ୟା ବୃଦ୍ଧି ପାଇଁ ଦାୟିତ୍ୱ ଉଠାଇବା ଉଚିତ । ଆଗାମୀ ପିଢ଼ିମାନଙ୍କ ପାଇଁ ଏହା ଆମର ସବୁଠୁ ବଡ଼ ଅବଦାନ ହେବ ।

ମହାମହୀମମାନେ,

ମାନବ ଓ ପୃଥିବୀର ସ୍ୱାସ୍ଥ୍ୟ ପରସ୍ପର ସହ ଜଡ଼ିତ । ତେଣୁ, ଆମେ ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ଆପଣାଇଛୁ । ମହାମାରୀ ବେଳେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରି ଅନେକ ସୃଜନାତ୍ମକ ଉପାୟ ବାହାର କରିଥିଲା । ଜି-୭ ରାଷ୍ଟ୍ରଗୁଡ଼ିକ ଏହି ଅଭିନବକରଣକୁ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ନିକଟରେ ପହଞ୍ଚାଇବା ପାଇଁ ଭାରତକୁ ସହଯୋଗ କରିପାରିବେ । ନିକଟରେ ଆମେ ସମସ୍ତେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛେ । କୋଭିଡ ସଂକଟ ବେଳେ, ସମଗ୍ର ବିଶ୍ୱରେ ଲୋକଙ୍କ ପ୍ରତିଷେଧକ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକ ବଡ଼ ସାଧନ ସାଜିଥିଲା । ଏହାଦ୍ୱାରା ଅନେକ ଲୋକ ନିଜ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟକୁ ସୁବ୍ୟବସ୍ଥିତ ରଖିବାରେ ସମର୍ଥ ହୋଇଥିଲେ ।

ଯୋଗ ବ୍ୟତୀତ ଭାରତ ସମେତ ବିଶ୍ୱର ଅନେକ ଦେଶରେ ପାରମ୍ପରିକ ଔଷଧ ଭଳି ମୂଲ୍ୟବାନ ସମ୍ପତ୍ତି ରହିଛି, ଯାହାକୁ ସମୂହ ସ୍ୱାର୍ଥ ପାଇଁ ଉପଯୋଗ କରାଯାଇ ପାରିବ । ମୁଁ ଖୁସି ଯେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ନିଜର ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନକୁ ଭାରତରେ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି । ଏହି ସେଣ୍ଟର କେବଳ ବିଶ୍ୱର ପୃଥକ ପୃଥକ ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକର ସଂଗ୍ରାହକ ହେବନାହିଁ, ବରଂ ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ପ୍ରୋତ୍ସାହିତ କରିବ । ଏହା ବିଶ୍ୱର ସମସ୍ତ ନାଗରିକଙ୍କ ପାଇଁ ଲାଭଦାୟକ ହେବ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future