ଅସ୍ତାନାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଜାଖସ୍ତାନ, ଚୀନ ଏବଂ ଉଜବେକିସ୍ତାନ ରାଷ୍ଟ୍ରନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।

ଗୁରୁବାର ଦିନ ପ୍ରଧାନମନ୍ତ୍ରୀ କାଜାଖସ୍ତାନ ରାଷ୍ଟ୍ରପତି ନୁରସୁଲତାନ ନାଜାରବାୟେଭଙ୍କୁ ଭେଟିଥିଲେ । 2017-18 ବର୍ଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତି ନାଜାରବାୟେଭ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାଦର ସ୍ୱାଗତ ଜଣାଇବା ସହ 2015ରେ ତାଙ୍କର ପୂର୍ବ କାଜାଖସ୍ତାନ ଗସ୍ତ କଥା ମନେ ପକାଇଥିଲେ । ଉଭୟ ନେତା ପୂର୍ବ ଗସ୍ତ ବେଳେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଏବଂ ଚୁକ୍ତିର ଅଗ୍ରଗତି ନେଇ ଆଲୋଚନା କରିଥିଲେ । କାଜଖସ୍ତାନ ବର୍ତ୍ତମାନ ଭାରତକୁ ସର୍ବାଧିକ ୟୁରାନିୟମ ରପ୍ତାନି କରୁଛି । ଉଭୟ ପକ୍ଷ ଆଗକୁ ମଧ୍ୟ ସହଭାଗିତା ଜାରି ରଖିବା ଲାଗି ସହମତ ହୋଇଛନ୍ତି । ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଉଭୟ ନେତା ଆଲୋଚନା କରିଥିଲେ । କାଜାଖସ୍ତାନକୁ ଆନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଇରାନର ଚାବାହର ବନ୍ଦରକୁ ଯୋଗାଯୋଗ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଦିଲ୍ଲୀରୁ ଅସ୍ତାନାକୁ ଦୁଇଟି ବିମାନ ଚଳାଚଳ ମଧ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ସହମତି ହୋଇଥିଲା ।

  

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚୀନ ରାଷ୍ଟ୍ରପତି ଜି ଜିନଫିଙ୍ଗଙ୍କ ସହିତ ମଧ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକରେ କଥାବାର୍ତ୍ତା କରିଛନ୍ତି । ଏସସିଓରେ ଭାରତକୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ନେତା ଉଲ୍ଲେଖ କରିଥିଲେ ଯେ ବହୁ-ଧ୍ରୁବୀୟ ବିଶ୍ୱରେ ଭାରତ-ଚୀନ ଦ୍ଵିପାକ୍ଷିକ ସମ୍ପର୍କରେ ସ୍ଥିରତା ରହିଆସିଛି ଏବଂ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ । ବାଣିଜ୍ୟ, ନିବେଶ, ଯୋଗାଯୋଗ, ଯୁବ ଏବଂ ସାଂସ୍କୃତିକ ବିନିମୟ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକତ ମିର୍ଜିୟୋଏଭଙ୍କ ସହିତ ମଧ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ଅର୍ଥନୀତି, ବାଣିଜ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ବୃଦ୍ଧି ଲାଗି ଉଭୟ ନେତା କଥାବାର୍ତ୍ତା ହୋଇଥିଲେ ।

  

 

 

 

Prime Minister Modi held fruitful talks with Afghanistan President Ashraf Ghani. The leaders discussed several avenues of India-Afghanistan cooperation.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 12, 2026
September 12, 2026

President Putin, Partners, and a Photograph: How PM Modi Turned BRICS Into India’s Showcase

16 Crore Domestic Flyers. ₹22 Lakh Crore Tourism. The Holiday Stayed Home.