ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଞ୍ଜି ନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ସ୍ଥାୟୀତା ଏବଂ ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କର ଏକ ଦଳ ସହିତ ଆଲୋଚନା କରିଛନ୍ତି । ଉପପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଗାନ୍ କିମ୍   ୟୋଙ୍ଗ ଏବଂ ସିଙ୍ଗାପୁରର ଗୃହ ଓ ଆଇନ ମନ୍ତ୍ରୀ ମହାମହିମ ଶ୍ରୀ କେ ଶାନମୁଗମ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ` ।


ଭାରତରେ ସେମାନଙ୍କ ନିବେଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ସିଙ୍ଗାପୁରଶିଳ୍ପ ମୁଖ୍ୟଙ୍କ ଭୂମିକାକୁ ସ୍ୱୀକାର କରିଥିଲେ । ଭାରତ ସହ ସେମାନଙ୍କର ସହଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ଏକ ଇନଭେଷ୍ଟ ଇଣ୍ଡିଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଏକ ପ୍ରମୁଖ ଗୁରୁତ୍ୱ ଦେବ ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତ ପରିବର୍ତନମୂଳକ ଅଗ୍ରଗତି କରିଛି ଏବଂ ରାଜନୈତିକ ସ୍ଥିରତା, ନୀତି ପୂର୍ବାନୁମାନ, ଇଜ ଅଫ୍ ଡୁଇଂ ବିଜନେସ୍ ଏବଂ ଏହାର ସଂସ୍କାର ଭିତ୍ତିକ ଅର୍ଥନୈତିକ ଏଜେଣ୍ଡାକୁ ଦୃଷ୍ଟିରେ ରଖି ସମାନ ମାର୍ଗରେ ଜାରି ରଖିବ । ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବାକୁ ଯାଉଛି । ଭାରତର ପ୍ରଭାବଶାଳୀ ଅଭିବୃଦ୍ଧି କାହାଣୀ, ଏହାର ଦକ୍ଷ ପ୍ରତିଭା ଏବଂ ବିସ୍ତୃତ ବଜାର ସୁଯୋଗ ବିଷୟରେ ଆଲୋଚନା କରି ସେ ଆଲୋକପାତ କରିଥିଲେ ଯେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ରହିଛି । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା, ଭାରତ ସେମିକଣ୍ଡକ୍ଟର ମିଶନ ଏବଂ ୧୨ଟି ନୂତନ ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ଭାଗିଦାରୀ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଦକ୍ଷତା ବିକାଶ କ୍ଷେତ୍ରରେ ଭାରତରେ ଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ସେ ବ୍ୟବସାୟୀ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ଥାୟୀ ଯୋଗାଣ ଶୃଙ୍ଖଳା ଖୋଜୁଥିବା ବ୍ୟବସାୟମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହାର ଶକ୍ତି ଦୃଷ୍ଟିରୁ ଭାରତ ହେଉଛି ସର୍ବୋତ୍ତମ ବିକଳ୍ପ । ପ୍ରଧାନମନ୍ତ୍ରୀ ତାଙ୍କ ତୃତୀୟ ପାଳିରେ ଭିତ୍ତିଭୂମି ବିକାଶର ଗତି ଏବଂ ବ୍ୟାପକତା ବୃଦ୍ଧି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ରେଳବାଇ, ସଡ଼କ, ବନ୍ଦର, ବେସାମରିକ ବିମାନ ଚଳାଚଳ, ଶିଳ୍ପ ପାର୍କ ଏବଂ ଡିଜିଟାଲ ସଂଯୋଗ କ୍ଷେତ୍ରରେ ନୂତନ ସୁଯୋଗ ବିଷୟରେ ସିଇଓମାନଙ୍କୁ ଅବଗତ କରାଇଥିଲେ ।


ଭାରତରେ ପୁଞ୍ଜିନିବେଶର ସୁଯୋଗ ଉପରେ ଦୃଷ୍ଟି ଦେବାକୁ ଏବଂ ଦେଶରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରର ବ୍ୟବସାୟୀ ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରିଥିଲେ ।

 


 

ନିମ୍ନଲିଖିତ ବ୍ୟବସାୟୀ ମୁଖ୍ୟମାନେ ବ୍ୟବସାୟିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ:

 

No.

Name

Designation

1

Lim Ming Yan

Chairman, Singapore Business Federation

2

Kok Ping Soon

CEO, Singapore Business Federation

3

Gautam Banerjee

Chairman, India & South Asia Business Group,
Singapore Business Federation
Senior MD and Chairman,
Blackstone Singapore

4

Lim Boon Heng

Chairman, Temasek Holdings

5

Lim Chow Kiat

CEO, GIC Private Limited

6

Piyush Gupta

CEO and Director, DBS Group

7

Goh Choon Phong

CEO, Singapore Airlines

8

Wong Kim Yin

Group President & CEO, Sembcorp Industries Limited

9

Lee Chee Koon

Group CEO, CapitaLand Investment

10

Ong Kim Pong

Group CEO, PSA International

11

Kerry Mok

CEO, SATS Limited

12

Bruno Lopez

President & Group CEO, ST Telemedia Global Data Centers

13

Sean Chiao

Group CEO, Surbana Jurong

14

Yam Kum Weng

CEO, Changi Airport Group

15

Yuen Kuan Moon

CEO, SingTel

16

Loh Boon Chye

CEO, SGX Group

17

Marcus Lim

Co-founder and CEO, Ecosoftt

18

Quek Kwang Meng

Regional CEO, India, Mapletree Investments Private Limited

19

Loh Chin Hua

CEO & ED, Keppel Limited

20

Phua Yong Tat

Group Managing Director, HTL International

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s first, 2 geothermal wells commissioned in Ladakh

Media Coverage

India’s first, 2 geothermal wells commissioned in Ladakh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends best wishes to Skyroot Aerospace
July 18, 2026
Prime Minister invites citizens to witness launch of Orbital Launch Vehicle, Vikram-1

Prime Minister Shri Narendra Modi, today, extended his best wishes to Skyroot Aerospace ahead of the maiden orbital launch of Vikram-1, India's first privately developed launch vehicle, describing it as a historic milestone in the nation's space journey. Shri Modi said that the launch of Vikram-1 marks the opening of a new frontier for India's space ambitions and reflects the country's growing capabilities in innovation, technology and entrepreneurship.

The Prime Minister also urged citizens, particularly the youth, to witness this landmark mission.

The Prime Minister posted on X:

A historic new frontier for India’s space journey!

At 11:30 AM today, Skyroot Aerospace will undertake the maiden orbital launch of Vikram-1, India’s first privately developed launch vehicle.

This four-stage rocket is designed to provide rapid and on-demand launch services. This mission highlights the talent, determination and entrepreneurial spirit of our youth. It also shows how our space-sector reforms are unlocking new opportunities for innovation and enterprise.

My best wishes to the entire Skyroot Aerospace team for a successful launch. May Vikram-1 soar high, create history and inspire a generation of innovators.

I urge all Indians, especially my young friends, to follow this historic mission and join in wishing Team Skyroot success using #IndiaWithVikram1.

@SkyrootA