In an interdependent and interconnected world, no country is immune to the effect of global disasters: PM
Lessons from the pandemic must not be forgotten: PM
Notion of "resilient infrastructure" must become a mass movement: PM

ଫିଜିର ପ୍ରଧାନମନ୍ତ୍ରୀ,

ଇଟାଲୀର ପ୍ରଧାନମନ୍ତ୍ରୀ,

ବ୍ରିଟେନର ପ୍ରଧାନମନ୍ତ୍ରୀ,

ମାନ୍ୟଗଣ୍ୟ ବ୍ୟକ୍ତି,

ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ଅଂଶଗ୍ରହଣକାରୀ,

ଆନ୍ତର୍ଜାତୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରର ବିଶେଷଜ୍ଞଗଣ ।

ବିପର୍ଯ୍ୟୟ ଅଦମ୍ୟ ଭିତିଭୂମୀ ମେଂଟ ବା ସିଡିଆରଆଇର ତୃତୀୟ ବାର୍ଷିକ ସମ୍ମିଳନୀ ଏକ ଅଭୂତପୂର୍ବ ସମୟରେ ଅନୁଷ୍ଠିତ ହେଉଛି । ଆମେ ଏଭଳି ଏକ ଘଟଣାର ସମ୍ମୁଖୀନ ହେଉଛୁ, ଯାହାକୁ ଶହେ ବର୍ଷରେ ଥରେ ଘଟୁଥିବା ବିପର୍ଯ୍ୟୟ ଭାବେ ଅଭିହିତ କରାଯାଉଛି । କୋଭିଡ୍‌-୧୯ ମହାମାରୀ ଆମକୁ ଶିକ୍ଷା ଦେଇଛି ଯେ ଏକ ଆନ୍ତଃନିର୍ଭରଶୀଳ ଏବଂ ଆନ୍ତଃସଂଯୁକ୍ତ ବିଶ୍ୱରେ, କୌଣସି ଧନୀ ବା ଗରିବ ଦେଶ, ପୂର୍ବ ବା ପଶ୍ଚିମରେ, ଉତର ବା ଦକ୍ଷିଣରେ, ବିଶ୍ୱ ବିପର୍ଯ୍ୟୟର ପ୍ରଭାବରୁ ମୁକ୍ତ ନୁହେଁ । ଖ୍ରୀଷ୍ଟାଦ୍ଦ ଦ୍ୱିତୀୟ ଶତାଦ୍ଦୀରେ, ଭାରତୀୟ ବିଦ୍ୱାନ୍ ନାଗାର୍ଜୁନ ଲେଖିଥିଲେ, “ଭର୍ସେସ ଅନ ଡିପେଣ୍ଡେଂଟ ଆରାଇଜିଂ” ପ୍ରତୀତ୍ୟସମୁତ୍ପାଦ । ସେ ମନୁଷ୍ୟ ସମେତ ପ୍ରତିଟି ଉପାଦାନର ସମସ୍ତ ଜିନିଷର ପାରସ୍ପରିକ-ସଂଯୋଗକୁ ଦର୍ଶାଇଥିଲେ । ପ୍ରାକୃତିକ ଓ ସାମାଜିକ ବିଶ୍ୱରେ ମାନବ ଜୀବନ କିପରି ଭାବରେ ପ୍ରକଟିତ ହେଉଛି ଏହି ଲେଖା ତାହା ଦର୍ଶାଉଛି । ଯଦି ଆମେ ଏହି ପ୍ରାଚୀନ ଜ୍ଞାନକୁ ଅତି ଗଭୀର ଭାବରେ ହୃଦୟଙ୍ଗମ କରିବା, ତାହାହେଲେ ଆମେ ବର୍ତମାନର ବିଶ୍ୱ ବ୍ୟବସ୍ଥାର ସହଜଭେଦ୍ୟତାକୁ ହ୍ରାସ କରିପାରିବା । ଗୋଟିଏପଟେ କୌଣସି ପ୍ରଭାବ କିପରି କ୍ଷୀପ୍ର ବେଗରେ ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇପାରେ ଏହି ମହାମାରୀ ଆମକୁ ତାହା ଦେଖାଇଛି । ଅନ୍ୟପକ୍ଷରେ ବିଶ୍ୱ କିପରି ଏକଜୁଟ ହୋଇ ସମାନ ବିପତି ବିରୁଦ୍ଧରେ ଲଢେଇ କରିପାରେ ତାହା ମଧ୍ୟ ଶିଖାଇଛି । ମାନବୀୟ ନିପୁଣତା କିଭଳି ସବୁଠାରୁ କଠିନ ସମସ୍ୟାର ସମାଧାନ କରିପାରେ ତାହା ମଧ୍ୟ ଆମେ ଦେଖିଲୁ । ଆମେ ରେକର୍ଡ ସମୟ ମଧ୍ୟରେ ପ୍ରତିଷେଧକ ବିକଶିତ କରିପାରିଛୁ ।

ବିଶ୍ୱସ୍ତରର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଅଭିନବତା କୌଣସି ସ୍ଥାନରେ ମଧ୍ୟ ଜନ୍ମ ନେଇପାରେ ବୋଲି ମହାମାରୀ ଆମକୁ ଶିଖାଇ ଦେଇଛି । ଆମକୁ ଏକ ବିଶ୍ୱସ୍ତରରର ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଯାହା ବିଶ୍ୱର ପ୍ରତ୍ୟେକ ଭାଗରେ ଅଭିନବତାକୁ ସମର୍ଥନ ଯୋଗାଇବା ସହ ଯେଉଁସବୁ ସ୍ଥାନରେ ଏହାର ସର୍ବାଧିକ ଆବଶ୍ୟକତା ରହିଛି, ସେଠାରେ ଏହାକୁ ପହଂଚାଇପାରିବ ।

୨୦୨୧ ବର୍ଷ ମହାମାରୀରୁ ଦୃତ ଆରୋଗ୍ୟଲାଭ କରିହେବ ତାହା ସୁନିଶ୍ଚିତ କରିବାକୁ ଯାଉଛି । ତେବେ ଏହି ମହାମାରୀରରୁ ଯେଉଁ ଶିକ୍ଷା ମିଳିଛି ତାହାକୁ କେବେବି ଭୁଲିବା ଉଚିତ୍ ହେବ ନାହିଁ । ଏହା କେବଳ ସାର୍ବଜନିକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିପର୍ଯ୍ୟୟ କ୍ଷେତ୍ର ପାଇଁ ମଧ୍ୟ ପ୍ରଯୁଜ୍ୟ । ଆମେ ଏକ ଜଳବାୟୁ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛୁ । ଜାତିସଂଘ ପରିବେଶ ମୁଖ୍ୟ ନିିକଟରେ ଏହା କହିଥିଲେ ଯେ, “ଜଳବାୟୁ ସଙ୍କଟ ପାଇଁ କୌଣସି ପ୍ରତିଷେଧକ ନାହିଁ । ଜଳବାୟୁ ପରିବର୍ତନର ମୁକାବିଲା ନିମନ୍ତେ ଏକ ସାମୁହିକ ଏବଂ ଦୀର୍ଘସ୍ଥାୟୀ ଉଦ୍ୟମର ଆବଶ୍ୟକତା ରହିଛି । ଯେଉଁ ପରିବର୍ତନ ସବୁ ଘଟି ସାରିଲାଣି ଏବଂ ବିଶ୍ୱର ପ୍ରତ୍ୟେକ ଗୋଷ୍ଠୀକୁ ଏହା ମଧ୍ୟ ପ୍ରଭାବିତ କରିସାରିଲାଣି । ଏହି ପରିବର୍ତନ ସହିତ ଆମକୁ ଖାପ ଖୁଆଇବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଏହି ମେଂଟର ଗୁରୁତ୍ୱ ଆହୁରି ମହତ୍ୱପୂର୍ଣ୍ଣ ହୋଇପଡିଛି । ଯଦି ଆମେ ଅଦମ୍ୟ ଭିତିଭୂମୀ ନିର୍ମାଣରେ ପୁଞ୍ଜିନିବେଶ କରିପାରିବା ତାହାହେଲେ ଆମ ଅନୁକୂଳ ଉଦ୍ୟମର ଏହା କେନ୍ଦ୍ରବିନ୍ଦୁ ପାଲଟିବ । ଭାରତ ଭଳି ଭିତିଭୂମୀ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରୁଥିବା ଦେଶଗୁଡିକ ଏହା ସୁନିଶ୍ଚିତ କରିବା ଉଚିତ ଯେ ଏହି ନିବେଶ ବିପଦ ପାଇଁ ନୁହେଁ ବରଂ ବିପଦର ମୁକାବିଲା ପାଇଁ ଉଦ୍ଦିଷ୍ଟ । କିନ୍ତୁ ଗତ କିଛି ସପ୍ତାହର ଘଟଣାକ୍ରମରୁ ଆମେ ଜାଣିବାକୁ ପାଇଛୁ ଯେ ଏହା କେବଳ ବିକଶିତ ରାଷ୍ଟ୍ରମାନଙ୍କର ସମସ୍ୟା ନୁହେଁ । ଗତ ମାସରେ ହିଁ ଉରୀ ଶୀତକାଳୀନ ଝଡ ଆମେରିକାର ଟେକ୍ସାସ ସହରର ପ୍ରାୟ ଏକ-ତୃତୀୟାଂଶ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତାକୁ ନଷ୍ଟ କରିଦେଇଥିଲା । ପ୍ରାୟ ୩ ନିୟୁତ ଲୋକ ବିଦ୍ୟୁତଶକ୍ତି ବନା ରହିବାକୁ ବାଧ୍ୟ ହୋଇଥିଲେ । ଏଭଳି ଘଟଣା କୌଣସି ସ୍ଥାନରେ ବି ଘଟିପାରେ । ଯେତେବେଳେ ବିଦ୍ୟୁତ୍ ସରବରାହ ବିଛିନ୍ନ ହେବାର ଜଟିଳ କାରଣ ସମ୍ପର୍କରେ ଏବେ ମଧ୍ୟ ଗବେଷଣା ଜାରି ରହିଛି, ସେତେବେଳେ ଅତୀତରୁ ଶିକ୍ଷା ଲାଭ କରି ଏଭଳି ଘଟଣା ଯେପରି ନଘଟୁ ସେଥିପାଇଁ ଆମକୁ ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡିବ ।

ଅନେକ ଭିତିଭୂମୀ ବ୍ୟବସ୍ଥା- ଡିଜିଟାଲ ଭିତିଭୂମୀ, ଜାହଜ ଚଳାଚଳ ଏବଂ ବେସାମରିକ ବିମାନ ଚଳାଚଳ ନେଟୱର୍କ ଉପରେ ବିଶ୍ୱ ଯୋଗାଯୋଗ ବ୍ୟବସ୍ଥା ଆଧାରିତ । ବିଶ୍ୱର ଗୋଟିଏ ଭାଗରେ ବିପର୍ଯ୍ୟୟର ପ୍ରଭାବ ସମଗ୍ର ବିଶ୍ୱକୁ ତତକ୍ଷଣାତ୍ ବ୍ୟାପୀ ଯାଇପାରେ । ବିଶ୍ୱବ୍ୟବସ୍ଥାର ଅଦମ୍ୟତା ସୁନିଶ୍ଚିତ କରିବା ପାଇଁ ହେଲେ ସ୍ୱାଭାବିକତା ଅପରିହାର୍ଯ୍ୟ । ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଭିତିଭୂମୀର ବିକାଶ କରାଯାଇଥାଏ । ଯଦି ଆମେ ଏହାକୁ ଅଦମ୍ୟ କରିବା ତାହାହେଲେ ଆମେ କେବଳ ନିଜପାଇଁ ନୁହେଁ ଆଗାମୀ ପିଢୀ ପାଇଁ ମଧ୍ୟ ବିପର୍ଯ୍ୟୟକୁ ପ୍ରତିହତ କରିପାରିବା । ଯେତେବେଳେ ଗୋଟିଏ ପୋଲ ଧୋଇ ହୋଇଯାଏ, ଟେଲିକମ୍ ଟାୱାର ଭୁଷୁଡି ପଡେ, ଶକ୍ତି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୁଏ କିମ୍ବା ସ୍କୁଲ କ୍ଷତିଗ୍ରସ୍ତ ହୁଏ, ଏହି କ୍ଷତି କେବଳ ଏକ ପ୍ରତ୍ୟକ୍ଷ କ୍ଷତି ନୁହେଁ । ଏହି କ୍ଷତିକୁ ସାମଗ୍ରିକ ଭାବେ ଦେଖିବା ଉଚିତ୍ । ଏହାଦ୍ୱାରା ପରୋକ୍ଷଭାବରେ କ୍ଷୁଦ୍ର ବ୍ୟବସାୟ ଓ ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା ଭଳି ବଡଧରଣର କ୍ଷତି ହୋଇଥାଏ । ପରିସ୍ଥିତିର ଏକ ସାମଗ୍ରିକ ମୂଲ୍ୟାଙ୍କନ ନିମନ୍ତେ ଆମକୁ ସଠିକ୍ ପ୍ରଣାଳୀରେ ହିସାବ କରିବାକୁ ପଡିବ । ଯଦି ଆମେ ଆମର ଭିତିଭୂମିକୁ ଅଦମ୍ୟ କରିପାରିବା, ତାହାହେଲେ ଆମେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ କ୍ଷତି ହ୍ରାସ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ସୁରକ୍ଷା ଦେଇପାରିବା ।

ସିଡିଆରଆଇର ଗଠନ ଚାଲିଥିବା ବର୍ଷଗୁଡିକରେ, ବ୍ରିଟେନ୍ ଓ ଭାରତର ନେତୃତ୍ୱ ଲାଭ କରିଥିବାରୁ ଆମେ କୃତଜ୍ଞ । ୨୦୨୧ ବର୍ଷ ନିର୍ଦ୍ଦିଷ୍ଟଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆମେ ପ୍ୟାରିସ୍ ଚୁକ୍ତି ଓ ସେଣ୍ଡାଇ ଫ୍ରେମୱାର୍କ ଆଧାରରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ମଧ୍ୟସ୍ଥଳରେ ପହଂଚିବାକୁ ଯାଉଛୁ । ବ୍ରିଟେନ୍ ଓ ଇଟାଲୀ ଦ୍ୱାରା ଚଳିତବର୍ଷ ଆୟୋଜିତ ହେବାକୁ ଯାଉଥିବା କୋପ୍‌-୨୬ରୁ ଆମର ଅନେକ ଆଶା ରହିଛି ।

ଏହିସବୁ ଆଶା ମଧ୍ୟରୁ କିଛିଟାର ପୂରଣ ନିମନ୍ତେ ଅଦମ୍ୟ ଭିତିଭୂମୀ ପାଇଁ ଏହି ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ମୁଁ କିଛି କ୍ଷେତ୍ର ଉପରେ ଆଲୋଚନା କରିବାକୁ ଚାହୁଁଛି, ଯେଉଁଗୁଡିକୁ ଅଗ୍ରାଧିକାର ଦିଆଯିବା ଉଚିତ୍‌: ସିଡିଆରଆଇ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସିଡିଆରଆଇର ଯେଉଁ ଅଙ୍ଗୀକାରବଦ୍ଧତା ରହିଛି ତାହାକୁ ପାଳନ କରିବା ଉଚିତ, ତାହା ହେଉଛି, “କାହାକୁ ପଛରେ ଛାଡନାହିଁ” । ଏହାର ଅର୍ଥ ହେଉଛି ପ୍ରଥମେ ସବୁଠାରୁ ଅଧିକ ସହଜଭେଦ୍ୟ ରାଷ୍ଟ୍ର ଓ ସମ୍ପ୍ରଦାୟର ଚିନ୍ତାକୁ ଆମକୁ ଦୂର କରିବା ଦିଗରେ କାର୍ଯ୍ୟ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ର ଯେଉଁମାନେ ବିପର୍ଯ୍ୟୟର କୁପ୍ରଭାବକୁ ଅନୁଭବ କରୁଛନ୍ତି ସେମାନଙ୍କୁ ଜ୍ଞାନକୌଶଳ, ଜ୍ଞାନ ଏବଂ ଯେଉଁ ସହାୟତାକୁ ସେମାନେ ଜରୁରୀ ମନେ କରୁଛନ୍ତି ସେସବୁ ସହଜରେ ଉପଲବଧ ହେବା ଆବଶ୍ୟକ । ସ୍ଥାନୀୟ ପ୍ରସଙ୍ଗ ନିମନ୍ତେ ଆମକୁ ବିଶ୍ୱସ୍ତରୀୟ ସମାଧାନର ପନ୍ଥା ଅବଲମ୍ବନ ନିମନ୍ତେ ଆମର କ୍ଷମତା ଓ ସହଯୋଗ ରହିବା ଉଚିତ୍ । ଦ୍ୱିତୀୟରେ, ବିଶେଷକରି ମହାମାରୀ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡିଜିଟାଲ ଭିତିଭୂମୀ ସ୍ୱାସ୍ଥ୍ୟ ଭିତିଭୂମୀ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଭିତିଭୂମୀ କ୍ଷେତ୍ରର ପ୍ରଦର୍ଶନ ଉପରେ ସମୀକ୍ଷା କରିବାକୁ ପଡିବ । ଏହି କ୍ଷେତ୍ରଗୁଡିକରୁ କି କି ଶିକ୍ଷା ମିଳିଛି ଏବଂ ଭବିଷ୍ୟତ ନିମନ୍ତେ ଆମେ ସେସବୁକୁ କିପରି ଅଧିକ ଅଦମ୍ୟ କରିପାରିବା? ଜାତୀୟ ଏବଂ ଉପ-ଜାତୀୟ ସ୍ତରରେ ସମନ୍ୱିତ ଯୋଜନାର କ୍ଷମତା ବୃଦ୍ଧି, ଢାଂଚାଗତ ନିର୍ମାଣ, ଆଧୁନିକ ଉପକରଣ ତଥା ପ୍ରତ୍ୟେକ ଭିତିଭୂମୀ କ୍ଷେତ୍ରରେ ବହୁସଂଖ୍ୟାର କୁଶଳୀ ବ୍ୟକ୍ତିଙ୍କ ଉପଲବଧତା ଦିଗରେ ଆମକୁ ପୁଞ୍ଜିନିବେଶ କରିବାକୁ ପଡିବ । ଏହି ସମସ୍ତ କ୍ଷେତ୍ରରେ ଗବେଷଣା ଓ ବିକାଶର ଆବଶ୍ୟକତା ରହିଛି । ତୃତୀୟରେ, ଅଦମ୍ୟତାର ଅନ୍ୱେଷଣରେ ଆମକୁ କୌଣସି ପ୍ରଯୁକ୍ତି ବ୍ୟବସ୍ଥାକୁ ଖୁବ୍ ଅଧିକ ମୌଳିକ ବା ଅଧିକ ଉନ୍ନତ ବୋଲି ବିବେଚନା କରିବା ଉଚିତ୍ ହେବନାହିଁ । ପ୍ରଯୁକ୍ତିର ପ୍ରୟୋଗର ପ୍ରଦର୍ଶନ ପ୍ରଭାବକୁ ସିଡିଆରଆଇ ବ୍ୟାପକ କରିବା ଆବଶ୍ୟକ । ଗୁଜରାଟରେ ଆମେ ଭାରତର ପ୍ରଥମ ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥା ଥିବା ହସପିଟାଲ ନିର୍ମାଣ କରିଥିଲୁ । ବର୍ତମାନ ଭୂକମ୍ପ ନିରାପତା ନିମନ୍ତେ ଭାରତରେ ହିଁ ଏହି ବେସ୍ ଆଇସୋଲେଟର ନିର୍ମାଣ କରାଯାଉଛି । ବର୍ତମାନ ଏଦିଗରେ ଆମର ଆହୁରି ଅଧିକ ସୁଯୋଗ ରହିଛି । ଆମକୁ ଭୂ-ସ୍ଥାନୀକ ଜ୍ଞାନକୌଶଳ, ମହାକାଶ ଭିତିକ କ୍ଷମତା, ଡାଟା ବିଜ୍ଞାନ, ଆର୍ଟିଫିସିଆଲ୍ ଇଂଟେଲିଜେନସ୍‌, ବସ୍ତୁ ବିଜ୍ଞାନର ସମସ୍ତ ସମ୍ଭାବ୍ୟ ଦିଗକୁ କାର୍ଯ୍ୟରେ ଲଗାଇବା ସହିତ ଅଦମ୍ୟତା ବୃଦ୍ଧି ନିମନ୍ତେ ସ୍ଥାନୀୟ ଜ୍ଞାନ ସହିତ ଏହାକୁ ସଂଯୋଗ କରିବାକୁ ପଡିବ । ଏବଂ ପରିଶେଷରେ, “ଅଦମ୍ୟ ଭିତିଭୂମୀ”ର ଅବଧାରଣାକୁ ଏକ ଗଣ ଆନ୍ଦୋଳନରେ ପରିବର୍ତିତ କରିବା ନିମନ୍ତେ କେବଳ ବିଶେଷଜ୍ଞ ଓ ପ୍ରତିଷ୍ଠାନଗୁଡିକର ଶକ୍ତି ନୁହେଁ ବରଂ ଗୋଷ୍ଠୀ ଓ ବିଶେଷକରି ଯୁବପିଢୀର ସାମର୍ଥ୍ୟକୁ ଆମକୁ ଅଧିକ ତତ୍ପର କରିବାକୁ ପଡିବ । ଅଦମ୍ୟ ଭିତିଭୂମୀର ଉନ୍ନତି ଦିଗରେ ସାମାଜିକ ଦାବିମାନଙ୍କ ଅନୁପାଳନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ଜନ ସଚେତନତା ଏବଂ ଶିକ୍ଷାରେ ପୁଞ୍ଜିନିବେଶ ଏହି ପ୍ରକ୍ରିୟାର ଏକ ପ୍ରମୁଖ ଦିଗ । ଆମର ଶିକ୍ଷାବ୍ୟବସ୍ଥାକୁ ଅଂଚଳ ଭିତିକ ବିପଦ ଏବଂ ଭିତିଭୂମୀ ଉପରେ ସେଗୁଡିକର ସମ୍ଭାବ୍ୟ ପ୍ରଭାବ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡିବ ।

ଶେଷରେ ମୁଁ କହିବାକୁ ଚାହିଁବି ଯେ ସିଡିଆରଆଇ ନିଜ ପାଇଁ ଏକ ଆହ୍ୱାନପୂର୍ଣ୍ଣ ଓ ଜରୁରୀ କାର୍ଯ୍ୟକ୍ରମ ସ୍ଥିର କରିଛି ଏବଂ ଖୁବଶୀଘ୍ର ଏହାର ଫଳାଫଳ ପ୍ରଦର୍ଶନ ନିମନ୍ତେ ଆଶା କରାଯାଉଛି । ଆଗାମୀ ବାତ୍ୟା, ବନ୍ୟା, ଏବଂ ଭୂମିକମ୍ପ ସମୟରେ ଆମର ଭିତିଭୂମୀ ବ୍ୟବସ୍ଥା ପୂର୍ବଠାରୁ ଅଧିକ ଉନ୍ନତ ଭାବେ ପ୍ରସ୍ତୁତ ଏବଂ କ୍ଷୟକ୍ଷତିକୁ ହ୍ରାସ କରିପାରିଛୁ ବୋଲି କହିବା ଭଳି ସ୍ଥିତିରେ ପହଂଚିଛୁ ବୋଲି କହିପାରିବା । ଯଦି କ୍ଷୟକ୍ଷତି ଘଟେ ଆମେ ତୁରନ୍ତ ଜରୁରୀ ସେବାଗୁଡିକୁ ପୁନଃସ୍ଥାପନ କରିବା ଏବଂ ଉନ୍ନତମାନର ପୁନଃନିର୍ମାଣ ନିମନ୍ତେ ସକ୍ଷମ ହୋଇପାରିବା । ଆମର ଅଦମ୍ୟତା ଅନ୍ୱେଷଣରେ ଆମେ ସମସ୍ତେ ସେହି ଗୋଟିଏ ଭେଳାରେ ବସିଛୁ । ସମସ୍ତେ ନିରାପଦ ନହେବା ପର୍ଯ୍ୟନ୍ତ କେହିବି ନିରାପଦ ନୁହେଁ ବୋଲି ମହାମାରୀ ଆମକୁ ସ୍ମରଣ କରାଇ ଦେଇଥିବାବେଳେ କୌଣସି ଅର୍ଥନୀତି, କୌଣସି ପରିବେଶ, କୌଣସି ସ୍ଥାନ, କୌଣସି ସମ୍ପ୍ରଦାୟ ପଛରେ ରହିଯାଇନାହିଁ ସେକଥା ଆମକୁ ସୁନିଶ୍ଚିତ କରିବାକୁ ପଡିବ । ଯେଭଳି ମହାମାରୀ ବିରୁଦ୍ଧରେ ସଂଗ୍ରାମ ବିଶ୍ୱର ୭୦୦ କୋଟି ଲୋକଙ୍କ ଶକ୍ତିକୁ ଗତି ପ୍ରଦାନ କରୁଥିଲା ସେହିପରି ଆମର ଅଦମ୍ୟତାର ଅନ୍ୱେଷଣ ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତିର ପଦକ୍ଷେପ ଓ ପରିକଳ୍ପନା ଉପରେ ପର୍ଯ୍ୟବେଶିତ ହେବା ଆବଶ୍ୟକ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”