ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଅଧିକ ଉତ୍ପାଦନ ୟୁନିଟ, ଆର୍ଥିକ ସହାୟତା ଓ କଞ୍ଚା ମାଲ ଯୋଗାଣରେ ଭାରତ ସରକାର ସାହାଯ୍ୟ କରୁଛନ୍ତି
ଟିକା ନଷ୍ଟ ରୋକିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କର୍ମୀ, 45 ବର୍ଷରୁ ଅଧିକ ଓ 18-44 ବୟସ ବର୍ଗଙ୍କ ଟିକାକରଣ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଅଧିକାରୀମାନେ ଟିକାକରଣ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ।

ବର୍ତ୍ତମାନ ଉପଲବ୍ଧ ଟିକା ଓ ଏହାକୁ ବଢାଇବା ପାଇଁ ପ୍ରସ୍ତୁତ ରୋଡମ୍ୟାପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଟିକା ଉତ୍ପାଦନ ବଢାଇବା ପାଇଁ ବିଭିନ୍ନ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ସାହାଯ୍ୟ କରିବା ପାଇଁ ହୋଇଥିବା ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ଭାରତ ସରକାର ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ସକ୍ରିୟ ଭାବେ ଜଡିତ ଅଛନ୍ତି ଓ ଅଧିକ ଉତ୍ପାଦନ ୟୁନିଟ, ଆର୍ଥିକ ସାହାଯ୍ୟ ଓ କଂଚାମାଲ ଯୋଗାଇବାରେ ସାହାଯ୍ୟ କରୁଛନ୍ତି ।

ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ସହ ଆଗଧାଡି କର୍ମଚାରୀଙ୍କ ଟିକାକରଣ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ୪୫ ବର୍ଷରୁ ଅଧିକ ଓ ୧୮-୪୪ ବୟସ ବର୍ଗଙ୍କ ଟିକାକରଣ ସ୍ଥିତି  ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ବିଭିନ୍ନ ରାଜ୍ୟରେ ହେଉଥିବା ଟିକା ନଷ୍ଟ ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଥିଲା । ନଷ୍ଟ ହେଉଥିବା ଟିକା ସଂଖ୍ୟା ଅଧିକ ଥିବାରୁ ଏହାକୁ କମାଇବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଟିକାକରଣ ଅଭିଯାନକୁ ଲୋକାଭିମୁଖୀ କରାଇବା ପାଇଁ ବିଭିନ୍ନ ପ୍ରଯୁକ୍ତିଗତ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରାଜ୍ୟଗୁଡିକ ଯେପରି ଟିକା ଉପଲବ୍ଧ ସମ୍ପର୍କରେ ଆଗୁଆ ଜାଣିପାରିବେ ସେଥିପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନାଗରିକଙ୍କ କୌଣସି ଅସୁବିଧା ନହେବା ପାଇଁ ଜିଲ୍ଲା ସ୍ତରରେ ସୂଚନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India start-ups raise $9.1 billion funding as focus shifts to execution

Media Coverage

India start-ups raise $9.1 billion funding as focus shifts to execution
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people on the occasion of Ram Navami
March 26, 2026

The Prime Minister, Shri Narendra Modi, has extended his greetings to the people on the auspicious occasion of Ram Navami. Shri Modi said that the life of Maryada Purushottam Lord Ram, marked by sacrifice, penance and self-restraint, continues to inspire people to face every situation with strength and determination.

Emphasising the enduring relevance of Lord Ram’s ideals, the Prime Minister noted that these values will remain a guiding force not only for the people of India but for the entire humanity for all times to come.

The Prime Minister wrote on X;

“देशभर के मेरे परिवारजनों को रामनवमी की असीम शुभकामनाएं। त्याग, तप और संयम से भरे मर्यादा पुरुषोत्तम के जीवन से हमें हर परिस्थिति का पूरे सामर्थ्य से सामना करने की प्रेरणा मिलती है। उनके आदर्श अनंतकाल तक भारतवासियों के साथ-साथ संपूर्ण मानवता के पथ-प्रदर्शक बने रहेंगे। मेरी कामना है कि भगवान राम की कृपा से सबका कल्याण हो, जिससे विकसित और आत्मनिर्भर भारत के संकल्प की सिद्धि का मार्ग प्रशस्त हो।”