ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟର ବିକଳ୍ପ ନାହିଁ: ପ୍ରଧାନମନ୍ତ୍ରୀ
କୋଭିଡ଼ ରୋଗୀଙ୍କ ପାଇଁ ହସପିଟାଲରେ ଶଯ୍ୟା ଉପଲବ୍ଧ କରାଇବା ଦିଗରେ ସମସ୍ତ ପ୍ରୟାସକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଜନସାଧାରଣଙ୍କ ଉଦ୍‍ବେଗ ପ୍ରତି ସ୍ଥାନୀୟ ପ୍ରଶାସନ ସଦାବେଳେ ସକାରାତ୍ମକ ଏବଂ ସମ୍ବେଦନଶୀଳ ରହିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ରେମଡେସିଭିର ଏବଂ ଅନ୍ୟାନ୍ୟ ଔଷଧ ଯୋଗାଣର ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
କାର୍ଯ୍ୟରତ ସ୍ୱୀକୃତ ମେଡ଼ିକାଲ ଅକ୍ସିଜେନ୍‍ ପ୍ଲାଣ୍ଟର କ୍ଷମତା ବୃଦ୍ଧି କରାଯିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ପ୍ରତିଷେଧକ ଟିକା ଉତ୍ପାଦନ ପାଇଁ ସକଳ ପ୍ରକାର ଜାତୀୟ କ୍ଷମତାକୁ ତ୍ୱରାନ୍ୱିତ କରାଯିବା ଜରୁରୀ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ଼ ୧୯ ମହାମାରୀର ମୁକାବିଲା ସକାଶେ ପ୍ରସ୍ତୁତିର ସଦ୍ୟତମ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଔଷଧ, ଅକ୍ସିଜେନ୍‍, ଭେଣ୍ଟିଲେଟର ଏବଂ ଟିକାକରଣ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ।

          ପ୍ରଧାନମନ୍ତ୍ରୀ କହିଲେ ଯେ ଏକତ୍ର ମିଶି ଭାରତ ଗତ ବର୍ଷ କୋଭିଡ଼କୁ ପ୍ରତିହତ କରିପାରିଥିଲା ଏବଂ ଏବେ ମଧ୍ୟ ସେହି ନୀତି ଅବଲମ୍ବନ କରି ଆହୁରି ଶୀଘ୍ର ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଭାରତ ପୁଣି ଥରେ ତାହା କରି ଦେଖାଇବ ।

          ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟର କୌଣସି ବିକଳ୍ପ ନାହିଁ । ଯଥା ଶୀଘ୍ର ଟେଷ୍ଟିଂ କରାଇବା ଏବଂ ଉପଯୁକ୍ତ ଟ୍ରାକିଂ କରାଯିବା ହିଁ ହେଉଛି ଏହି ରୋଗର ମରଣଶୀଳତାକୁ ହ୍ରାସ କରିବାର ଚାବିକାଠି । ସେ କହିଲେ ଯେ ସ୍ଥାନ ପ୍ରଶାସନ ସଦାବେଳେ ଜନସାଧାରଣଙ୍କ ଉଦ୍‍ବେଗ ପ୍ରତି ସକାରାତ୍ମକ ଏବଂ ସହାନୁଭୂତିଶୀଳ ମନୋଭାବ ପ୍ରଦର୍ଶନ କରିବା ଉଚିତ ।

          ରାଜ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ରକ୍ଷା ପାଇଁ ନିର୍ଦ୍ଦେଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାହା ଦ୍ୱାରା ଏହି ମହାମାରୀକୁ ଉପଯୁକ୍ତ ଭାବେ ପରିଚାଳନା ଓ ନିୟନ୍ତ୍ରଣ କରାଯାଇପାରିବ । ସେ କହିଲେ ଯେ କୋଭିଡ଼ ସଂକ୍ରମିତ ରୋଗୀଙ୍କ ପାଇଁ ଯେଭଳି ହସପିଟାଲରେ ଶଯ୍ୟା ଉପଲବ୍ଧ କରାଯାଇପାରିବ ସେଥିପାଇଁ ଉପଲବ୍ଧ ସମସ୍ତ କ୍ଷମତାକୁ ସବୁ ଦିଗରୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥିପାଇଁ ଅସ୍ଥାୟୀ ହସପିଟାଲ ଓ ସଙ୍ଗରୋଧ କେନ୍ଦ୍ରମାନ ସ୍ଥାପନ କରାଯାଇ ତାହା ମାଧ୍ୟମରେ ଶଯ୍ୟା ଉପଲବ୍ଧକୁ ସୁନିଶ୍ଚତ କରାଯିବା ଉଚିତ ।

          ଭାରତର ଫାର୍ମାସିଉଟିକାଲ ଶିଳ୍ପର ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରାଯିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ବିଭିନ୍ନ ଔଷଧର ଯେଉଁ ଚାହିଦା ବୃଦ୍ଧି ପାଉଛି ତାହା ପୂରଣ କରାଯାଇପାରିବ । ଏହି ଅବସରରେ ସେ ରେମଡେସିଭିର ଓ ଅନ୍ୟାନ୍ୟ ଔଷଧର ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ରେମଡେସିଭିର ଔଷଧର ଉପଲବ୍ଧତା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ସରକାରଙ୍କ ପ୍ରୟାସ କ୍ରମେ, ରେମଡେସିଭିର ଔଷଧର କ୍ଷମତା ଓ ଉତ୍ପାଦନ ବୃଦ୍ଧି କରାଯାଇଛି ଯଦ୍ୱାରା ମେ ମାସରୁ ୭୪.୧୦ ଲକ୍ଷ ଭାଏଲ/ମାସିକ ଯୋଗାଇ ଦିଆଯିବ ଯଦ୍ୟପି ଜାନୁଆରୀ- ଫେବୃୟାରୀ ମାସରେ ଏହାର ସାଧାରଣ ଉତ୍ପାଦନ କ୍ଷମତା  ୨୭-୨୯ ଲକ୍ଷ ଭାଏଲ/ ମାସିକ ଥିଲା । ଏପ୍ରିଲ ୧୧ ତାରିଖରେ ଏହାର ଯୋଗାଣ ୬୭,୯୦୦ ଛୁଇଁଛି ଏବଂ ଏପ୍ରିଲ ୧୫,୨୦୨୧ ଠାରୁ ଏହା ବୃଦ୍ଧି ପାଇ ୨,୦୬,୦୦୦ ଭାଏଲ ହୋଇଛି ତଥା ଏହାକୁ ଯେଉଁସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସେହିସବୁ ରାଜ୍ୟର ଚାହିଦା ମୁତାବକ ଯୋଗାଇ ଦିଆଯାଉଛି । ତେଣୁ ଏଭଳି ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ରିଅଲ ଟାଇମ୍‍ ଆଧାରରେ ରାଜ୍ୟମାନଙ୍କୁ ଚେନ୍‍ ପରିଚାଳନା ସହକାରେ ସେସବୁର ଯୋଗାଣ ତଥା ଜରୁରିକାଳୀନ ଭାବେ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେମଡେସିଭିର ଓ ଅନ୍ୟାନ୍ୟ ଔଷଧ ଯେଭଳି ସ୍ୱୀକୃତ ମେଡ଼ିକାଲ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତୁତ ହେବା ଉଚିତ ଏବଂ ଏହାର କୌଣସି ପ୍ରକାର ଅପବ୍ୟବହାର କିମ୍ବା କଳାବଜାରୀ ହେବାକୁ କଠୋର ଭାବେ ରୋକାଯିବା ଆବଶ୍ୟକ ।

          ସେହିଭଳି ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ପ୍ରସଙ୍ଗ ଉପରେ ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ ମେଡ଼ିକାଲ ଅକ୍ସିଜେନ୍‍ ପ୍ଲାଣ୍ଟର ସ୍ଥାପନ କ୍ଷମତାକୁ ବୃଦ୍ଧି କରାଯିବା ଦରକାର । ୧୬୨ଟି ପିଏସଏ ଅକ୍ସିଜେନ୍‍ ପ୍ଲାଣ୍ଟ୍‍ ଏବେ ଦେଶର ୩୨ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ପିଏମ କେୟାର ଅଧୀନରେ କାର୍ଯ୍ୟ କରୁଛି । ବୈଠକରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସୂଚୀତ କରିଥିଲେ ଯେ ଏବେ ଆଉ ଏକ ଲକ୍ଷ ସିଲିଣ୍ଡର ଉତ୍ପାଦନ କରାଯାଉଛି ଏବଂ ଖୁବ୍‍ ଶୀଘ୍ର ତାହା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କୁ ଆହୁରି ଅବଗତ କରାଯାଇଥିଲାଯେ ଅଧିକାରୀମାନେ ୧୨ଟି ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କର ବର୍ତ୍ତମାନ ତଥା ଭବିଷ୍ୟତର ମେଡ଼ିକାଲ ଅକ୍ସିଜେନ୍‍ ଆବଶ୍ୟକତାର ଆକଳନ କରୁଛନ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେହି ୧୨ଟି ଅଧିକ ସଂକ୍ରମିତ ରାଜ୍ୟମାନଙ୍କ ପାଇଁ ଏକ ଯୋଗାଣ ମ୍ୟାପିଂ ଯୋଜନା ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି । ଅକ୍ସିଜେନ ଆବଶ୍ୟକତା ଭଳି ଅନ୍ୟାନ୍ୟ ଆବଶ୍ୟକ ଔଷଧ ଓ ଉପକରଣ ଉତ୍ପାଦନ ବୃଦ୍ଧି କରାଯାଇ ସେସବୁର ଯୋଗାଣ ସୁନିଶ୍ଚିତ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ଓ ଏହା ଦ୍ୱାରା ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତ ପୋଷଣ କରିଥିଲେ ।

          ଏହି ଅବସରରେ ପ୍ରଧାନମନ୍ତ୍ରୀ ଭେଣ୍ଟିଲେଟର ଉପଲବ୍ଧତା ଓ ଯୋଗାଣ ସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏଥିପାଇଁ ଏକ ରିଅଲ ଟାଇମ ମନିଟରିଂ ବ୍ୟବସ୍ଥା ସୃଷ୍ଟି କରାଯିବା ଆବଶ୍ୟକ ଏବଂ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ଏହି ବ୍ୟବସ୍ଥାକୁ ସକାରାତ୍ମକ ଭାବେ ବ୍ୟବହାର ନିମନ୍ତେ ସଚେତନ କରାଯିବା ଦରକାର ।

          ଟିକାକରଣ ପ୍ରସଙ୍ଗରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ ସପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିଯେ ଏଥିପାଇଁ ଉପଲବ୍ଧ ସକଳ ପ୍ରକାର ଜାତୀୟ କ୍ଷମତାକୁ ସଂପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଦରକାର । ତାହା ସରକାରୀ ଅଥବା ଘରୋଇ ସେକ୍ଟରରେ ଥାଉନା କାହିଁକି ଟିକାକରଣକୁ ତ୍ୱରାନ୍ୱିତ କରିବା ଲାଗି ସେସବୁର ଉପଯୋଗ ଜରୁରି ।

          ଏହି ସମୀକ୍ଷା ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ନୀତି ଆୟୋଗର ଫାର୍ମା ସଚିବ ଡକ୍ଟର ଭି କେ ପଲ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's auto retail sales rise 18 per cent in January; dealers optimistic about Feb-Mar growth

Media Coverage

India's auto retail sales rise 18 per cent in January; dealers optimistic about Feb-Mar growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Pandit Deendayal Upadhyay ji
February 11, 2026

The Prime Minister, Shri Narendra Modi paid tributes to Pandit Deendayal Upadhyay ji on his death anniversary, today. Shri Modi stated that his principles and thoughts, rooted in values, will continue to remain a guiding light for every generation of the country.

The Prime Minister posted on X:

"मातृभूमि के अनन्य उपासक पंडित दीनदयाल उपाध्याय जी को उनकी पुण्यतिथि पर सादर नमन। मूल्यों पर आधारित उनके सिद्धांत और विचार देश की हर पीढ़ी के लिए पथ-प्रदर्शक बने रहेंगे।"