GoI is in regular touch with the manufacturers to enhance production of medicines & extend all help needed
Production of all drugs including Remdesivir have been ramped up significantly in the last few weeks
Supply of oxygen is now more than 3 times the supply during the peak of first wave

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅକ୍ସିଜେନ ଓ ଔଷଧର ଉପଲବ୍ଧତା ଏବଂ ଯୋଗାଣର ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

କୋଭିଡ ଏବଂ ମ୍ୟୁକୋରମାଇକୋସିସର ପରିଚାଳନାରେ ବ୍ୟବହୃତ ହେଉଥିବା ଔଷଧର ଯୋଗାଣକୁ ସରକାର ସକ୍ରିୟ ଭାବେ ତଦାରଖ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀ ଜଣାଇଥିଲେ ଯେ ଉତ୍ପାଦନ ବୃଦ୍ଧି ପାଇଁ ଔଷଧ ନିର୍ମାତାଙ୍କ ସହ ସେମାନେ ନିୟମିତ ଭାବେ ଯୋଗାଯୋଗରେ ରହିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଉଛନ୍ତି । ପ୍ରତ୍ୟେକ ଔଷଧ ନିମନ୍ତେ ଏପିଆଇର ବର୍ତ୍ତମାନ ଉତ୍ପାଦନ ଓ ଭଣ୍ଡାରଣ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଆବଶ୍ୟକ ପରିମାଣରେ ଔଷଧ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଗତ କିଛି ସପ୍ତାହ ହେଲା ରେମଡେସିଭିର ସମେତ ସମସ୍ତ ଔଷଧର ଉତ୍ପାଦନ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଥିବା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଏକ ଅତ୍ୟନ୍ତ ଉତ୍ସାହୀ ଫାର୍ମା କ୍ଷେତ୍ର ରହିଛି ଏବଂ ସେମାନଙ୍କ ସହିତ ସରକାରଙ୍କ ନିରନ୍ତର ସମନ୍ୱୟ ଦେଶରେ ସମସ୍ତ ଔଷଧର ଉପଯୁକ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

ଏହାବ୍ୟତୀତ ଦେଶରେ ଅକ୍ସିଜେନର ଉପଲବ୍ଧତା ଓ ଯୋଗାଣ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । କରୋନା ସଂକ୍ରମଣର ପ୍ରଥମ ଲହରି ବେଳେ ଯେଉଁ ମାତ୍ରାର ଅକ୍ସିଜେନ ଯୋଗାଣ ହେଉଥିଲା, ଏବେ ତାହାର ୩ ଗୁଣାରୁ ଅଧିକ ଯୋଗାଣ ହେଉଥିବା ନେଇ ଆଲୋଚନା ହୋଇଥିଲା । ଅକ୍ସିଜେନ ରେଲର ପରିଚାଳନା ଏବଂ ବାୟୁସେନା ବିମାନ ଦ୍ୱାରା ଯୋଗାଇ ଦିଆଯାଉଥିବା ସହାୟତା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଦେଶରେ ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡରର ସଂଗ୍ରହଣ ସ୍ଥିତି ଓ ଦେଶବ୍ୟାପୀ ସ୍ଥାପନ ହେଉଥିବା ପିଏସଏ ପ୍ଲାଣ୍ଟଗୁଡ଼ିକର ସ୍ଥିତି ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଏକ ସମୟୋଚିତ ଢଙ୍ଗରେ ଭେଣ୍ଟିଲେଟରଗୁଡ଼ିକର ପରିଚାଳନା ଏବଂ ଉତ୍ପାଦନକାରୀଙ୍କ ସହାୟତାରେ ବୈଷୟିକ ତଥା ତାଲିମ ସଂକ୍ରାନ୍ତ ସମସ୍ୟାର ପ୍ରତିକାର କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push