ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲ୍ସ ମିଶେଲ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଲାଗି ଶ୍ରୀ ମିଶେଲଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ନିମନ୍ତେ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ଶ୍ରୀ ମିଶେଲଙ୍କ ନେତୃତ୍ୱରେ ଭାରତ-ୟୁରୋପୀୟ ସଂଘର ଭାଗିଦାରୀକୁ ଆହୁରି ସୁଦୃଢ଼ କରାଯିବ ।

ଚଳିତବର୍ଷ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଶ୍ରୀ ମିଶେଲଙ୍କ ସହିତ ନିଜ ସାକ୍ଷାତ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଟିଆଇଏ, କନେକ୍ଟିଭିଟି ପାର୍ଟନରସିପ, ୟୁରୋପୋଲ, ୟୁରୋଆଟମ, ଆତଙ୍କବାଦ ମୁକାବିଲା ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଆପୋସ ସ୍ୱାର୍ଥ ପ୍ରସଙ୍ଗରେ ଅଗ୍ରଗତି କରିବା ଲାଗି ପ୍ରତିଶ୍ରୁତିବଦ୍ଧ ।

ଉଭୟ ନେତା ଆସନ୍ତା ବର୍ଷ ବ୍ରୁସେଲ୍ସରେ ପରବର୍ତ୍ତୀ ଭାରତ-ୟୁରୋପ ସଂଘ ଶିଖର ସମ୍ମିଳନୀ ଆୟୋଜନ କରିବା ଲାଗି ସହମତ ହୋଇଥିଲେ । ଏ ସମ୍ପର୍କରେ କୂଟନୈତିକ ମାଧ୍ୟମରେ ତାରିଖ ନିର୍ଦ୍ଧାରଣ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi