ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ଠାରୁ ଆରମ୍ଭ କରି ସମ୍ବିଧାନ ସଭାର ଅଧ୍ୟକ୍ଷତା କରିବା ଏବଂ ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ଆମ ଦେଶର ସେବା କରିଥିଲେ। "ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷଗୁଡ଼ିକ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଦୃଷ୍ଟାନ୍ତମୂଳକ ସେବା ଏବଂ ଦୂରଦୃଷ୍ଟି ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି :
"ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣକାରୀ ହେବା ଠାରୁ ଆରମ୍ଭ କରି ସମ୍ବିଧାନ ସଭାର ଅଧ୍ୟକ୍ଷତା ଏବଂ ଆମର ପ୍ରଥମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ, ସେ ଅତୁଳନୀୟ ମର୍ଯ୍ୟାଦା, ସମର୍ପଣ ଏବଂ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ଆମ ଦେଶର ସେବା କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷ ସରଳତା, ସାହସ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଦ୍ୱାରା ଚିହ୍ନିତ ହୋଇଥିଲା । ତାଙ୍କର ଦୃଷ୍ଟାନ୍ତମୂଳକ ସେବା ଏବଂ ଦୂରଦୃଷ୍ଟି ପିଢ଼ି ପରେ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି ।’’
Tributes to Dr. Rajendra Prasad Ji on his birth anniversary. From being an active participant in India’s freedom struggle, presiding over the Constituent Assembly to becoming our first President, he served our nation with unmatched dignity, dedication and clarity of purpose. His… pic.twitter.com/oeOdtiZOVP
— Narendra Modi (@narendramodi) December 3, 2025




