କୋରୋନା ଭୂତାଣୁ ମୁକାବିଲା ପ୍ରସ୍ତୁତି ଏବଂ ପଦକ୍ଷେପର ସମୀକ୍ଷା ଲାଗି ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା ଭୂତାଣୁ ସ୍ଥିତି ସମୀକ୍ଷା ଲାଗି 25 ଜାନୁଆରୀରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେହି ଶୃଙ୍ଖଳାରେ ଏହା ହେଉଛି ସଦ୍ୟତମ ବୈଠକ । ଆଜିର ବୈଠକରେ କ୍ୟାବିନେଟ ସଚିବ, ବୈଦେଶିକ ସଚିବ, ସ୍ୱାସ୍ଥ୍ୟ, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଜାହାଜ ଚଳାଚଳ, ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବଙ୍କ ସମେତ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ, ଗୃହ ମନ୍ତ୍ରଣାଳୟ ଅଧୀନ ସୀମା ପରିଚାଳନା ବିଭାଗ ସଚିବ ଏବଂ ପ୍ରତିରକ୍ଷା ବାହିନୀ, ଏନଡିଏମଏ, ନୀତି ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅଧିକ ଜନସଂଖ୍ୟା ଏବଂ ରୋଗର ଉତ୍ପତିସ୍ଥଳ ଠାରୁ କମ ଦୂରତାରେ ଥିଲେ ହେଁ ଭାରତରେ ରୋଗ ସଂକ୍ରମଣ ନିରାକରଣ ପାଇଁ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ସକ୍ରିୟ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ତେବେ ରାଜ୍ୟ ସରକାରଙ୍କ ସହ ଭାଗିଦାରୀ ଜରିଆରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ଜରିଆରେ ଆହୁରି ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକରେ ବ୍ୟାପକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ତେବେ ଗତକାଲି ଠାରୁ ମୁକାବିଲାର ସ୍ତରକୁ ସମ୍ପ୍ରସାରିତ କରିବା ଦିଗରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ତାହା ହେଉଛି – ସମସ୍ତ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସାମଗ୍ରିକ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଓ ବିଦେଶରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ସତ୍ୟପାଠ ଗ୍ରହଣ କରାଯିବା । ରାଜ୍ୟ ସରକାର, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ରଖି ଅନ୍ତର୍ଜାତୀୟ ସୀମାରେ ଥିବା ସମନ୍ୱିତ ଚେକ ପୋଷ୍ଟରେ ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗୃହମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଥିଲା । ଏ ଦିଗରେ ଏନଆଇସି ପକ୍ଷରୁ ଇମିଗ୍ରେସନ ବ୍ୟୁରୋ ଏବଂ ଗୃହ ମନ୍ତ୍ରଣାଳୟକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ।

ରାଜ୍ୟ ସରକାରଙ୍କ ସହ ଭାଗିଦାରୀ ଜରିଆରେ ଯଥାଶୀଘ୍ର ଜିଲ୍ଲାସ୍ତର ସମେତ ଦେଶର ବିଭିନ୍ନ ଭାଗରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଆବଶ୍ୟକ ପରୀକ୍ଷଣ ସୁବିଧା, ପୃଥକୀକରଣ ଏବଂ କ୍ୱାରେଂଟିନ ସୁବିଧା କରିବା ଲାଗି  ନିଷ୍ପତ୍ତି ନିଆଯାଇଥିଲା । ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳବାଇ ଏବଂ ଶ୍ରମ ମନ୍ତ୍ରଣାଳୟ ମଧ୍ୟ ସେମାନଙ୍କ ଚିକିତ୍ସା ସୁବିଧା ଏବଂ ଡାକ୍ତରଖାନା ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟକୁ ସହାୟତା କରିବେ ।

ଠିକ ସମୟରେ ସଧାରଣ ଲୋକଙ୍କ ନିକଟରେ ସୂଚନା ଓ ମାର୍ଗଦର୍ଶିକା ପହଁଚାଇବା ତଥା କ’ଣ କରିବା ଏବଂ ନକରିବା ଆବଶ୍ୟକ ସେ ସମ୍ପର୍କରେ ସଚେତନ କରିବା ଲାଗି ସ୍ୱାସ୍ଥ୍ୟ, ମାନବ ସମ୍ବଳ ବିକାଶ ଏବଂ ଏନଡିଏମଏ ସହିତ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଥିଲା । ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ମୁଖପାତ୍ର ଦୈନିକ ତଥ୍ୟ ଯୋଗାଇ ଦେବେ ଯାହାଫଳରେ ଲୋକମାନଙ୍କ ନିକଟରେ ଠିକ ସମୟରେ ସୂଚନା ପହଁଚିପାରିବ । ଏନଡିଏମଏ ଏବଂ ସମ୍ପୃକ୍ତ ଏଜେନ୍ସି ଏବଂ ସରକାରୀ ବିଭାଗ ସହ ମିଶି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ‘ସଂକ୍ରମିତ ସ୍ଥାନ’ ଚିହ୍ନଟ କରିବା ଓ ଡାକ୍ତରୀ ସୁବିଧା ଉପଲବ୍ଧତା ସମ୍ପର୍କରେ ସୂଚନା ପାଇଁ ଜିଆଇଏସ ମ୍ୟାପିଂ ବ୍ୟବସ୍ଥାକୁ ସକ୍ରିୟ କରିବ । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ 23 ଜାନୁଆରୀ, 2020 ଠାରୁ ଆରମ୍ଭ କରାଯାଇଥିବା 24 ଘଣ୍ଟିଆ ହେଲ୍ପ ଲାଇନ ସୁବିଧା ବେଶ ସଫଳ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ନମ୍ବରକୁ 6 ହଜାର ଫୋନ କଲ ଆସିସାରିଛି ।

କୋରୋନା ଭୂତାଣୁ ଦ୍ୱାରା ଦେଖାଦେଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ଲାଗି ଗୋଷ୍ଠୀ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର ସହଭାଗିତା ଜରୁରି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଘରୋଇ କ୍ଷେତ୍ରକୁ ଅଧିକ ମାତ୍ରାରେ ସମ୍ପୃକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ଜନ ସମାବେଶ ଏଡ଼ାଇବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବାରୁ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ବୈଠକ କିମ୍ବା ସମ୍ମିଳନୀ ଆୟୋଜନ କରିବା ପୂର୍ବରୁ ସରକାରୀ ବିଭାଗ ଓ ମନ୍ତ୍ରଣାଳୟମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଠାରୁ ପରାମର୍ଶ ଗ୍ରହଣ କରିବେ ।

ଏଥିପୂର୍ବରୁ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଟ୍ୱିଟ କହି ସୂଚନା ଦେଇଥିଲେ ଯେ ନୋଭେଲ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଜନସମାବେଶ ଆୟୋଜନ ନକରିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେଣୁ ମୁଁ ଏଥର ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ନଦେବା ଲାଗି ନିଷ୍ପତ୍ତି ନେଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride