ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହା ବିଶ୍ୱାସର ବିଜୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ଜଗନାଥ
ଭାରତ-ମରିସସ ସହଯୋଗିତା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଲେ ଉଭୟ ନେତା

ଆଜି ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କେ ଜଗନାଥଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶୁଭେଚ୍ଛାମୂଳକ ଫୋନ କଲ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥରର ଐତିହାସିକ ବିଜୟ ସକାଶେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଜଗନାଥ ଅଭିନନ୍ଦନ ଜଣାଇଥିଲେ । ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ବିଶ୍ୱାସର ସାକ୍ଷୀ ବୋଲି ସେ କହିଥିଲେ । ବିଶ୍ୱର ସର୍ବବୃହତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଫଳତାର ସହ ଏବଂ ଦୃଷ୍ଟାନ୍ତମୂଳକ ଭାବେ ସମ୍ପନ୍ନ କରାଇପାରିଥିବାରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଜଗନାଥ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଜଗନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ଭାରତ ଓ ମରିସସ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ଦୃଢ଼ କରିବା ଦିଗରେ ମଧ୍ୟ ସେ ଆଶା ପ୍ରକଟ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India