ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଦୀର୍ଘମିଆଦୀ ରୋଡମ୍ୟାପ 'ଅମୃତ କାଳ ଭିଜନ ୨୦୪୭’ର ଉନ୍ମୋଚନ କରିବେ
ପ୍ରଧାନମନ୍ତ୍ରୀ ୨୩,୦୦୦କୋଟିରୁ ଅଧିକ ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଏବଂ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଗୁଜରାଟର ଦୀନଦୟାଲ ବନ୍ଦର ପ୍ରାଧିକରଣରେ ଟୁନା ଟେକ୍ରା ଡିପ୍ ଡ୍ରାଫ୍ଟ ଟର୍ମିନାଲର ଶିଳାନ୍ୟାସ କରିବେ
୪,୫୦୦ କୋଟି ଟଙ୍କାରୁ ଅଧିକ ବିନିମୟରେ ଟୁନା ଟେକ୍ରା ଟର୍ମିନାଲ ନିର୍ମାଣ କରିବେ, ଏହି ଟର୍ମିନାଲ ଭାରତ-ମଧ୍ୟପୂର୍ବ-ୟୁରୋପ ଆର୍ଥିକ ଗଲିୟାରେ (ଆଇଏମ୍ଇଇସି) ମାଧ୍ୟମରେ ଭାରତୀୟ ବାଣିଜ୍ୟ ପାଇଁ ଏକ ପ୍ରବେଶ ଦ୍ଵାର ଭାବେ ଉଭା ହେବ
ପ୍ରଧାନମନ୍ତ୍ରୀ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ୩୦୦ରୁ ଅଧିକ ବୁଝାମଣାପତ୍ର ସମର୍ପିତ କରିବେ
ଦେଶର ସବୁଠାରୁ ବଡ ସାମୁଦ୍ରିକ କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ବ୍ୟାପକ ଭାବରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅକ୍ଟୋବର ୨୦୨୩  ସକାଳ ପ୍ରାୟ ସାଢେ ୧୦ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ସମ୍ମିଳନୀ (ଜିଏମଆଇଏସ) ୨୦୨୩ର ତୃତୀୟ ସଂସ୍କରଣକୁ ଉଦଘାଟନ କରିବେ । ଏହି ଶିଖର ସମ୍ମିଳନୀ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡିଆରେ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମ ଅବରରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଦୀର୍ଘମିଆଦୀ ରୋଡମ୍ୟାପ 'ଅମୃତ କାଳ ଭିଜନ ୨୦୪୭'କୁ ଉନ୍ମୋଚନ କରିବେ । ଏହି ରୋଡମ୍ୟାପରେ ବନ୍ଦର ସୁବିଧାଗୁଡିକୁ ବୃଦ୍ଧି କରିବା, ସ୍ଥାୟୀ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ ଦେବା ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ରଣନୀତିଗତ ପଦକ୍ଷେପର ସ୍ଵରୂପରେଖ ପ୍ରସ୍ତୁତି କରାଯାଇଛି। ଏହି ଅତ୍ୟାଧୁନିଆ  ଯୋଜନା ଅନୁରୂପ ପ୍ରଧାନମନ୍ତ୍ରୀ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଦେଶ ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିବେ, ଯେଉଁ ଭାରତୀୟ   ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ 'ଅମୃତ କାଳ ଭିଜନ ୨୦୪୭' ର ଅନୁରୂପ ଅଟେ।

ପ୍ରଧାନମନ୍ତ୍ରୀ  ଗୁଜରାଟର ଦୀନଦୟାଲ ବନ୍ଦର ପ୍ରାଧିକରଣରେ ୪,୫୦୦ କୋଟି ଟଙ୍କାରୁ ଅଧିକ ବିନିମୟରେ ନିର୍ମିତ ହେବାକୁ ଥିବା ଟୁନା ଟେକ୍ରା ଅଲ ୱେଦର ଡିପ୍ ଡ୍ରାଫ୍ଟ ଟର୍ମିନାଲର ଶିଳାନ୍ୟାସ କରିବେ । ଏହି ଅତ୍ୟାଧୁନିକ ଗ୍ରୀନଫିଲ୍ଡ ଟର୍ମିନାଲକୁ ପିପିପି ମୋଡରେ ବିକଶିତ କରାଯିବ । ଏହି ଟର୍ମିନାଲ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ଅଛି । ଏହି ଟର୍ମିନାଲ ୧୮ହଜାରେ ଟିଆଇୟୁ (୨୦ଫୁଟ ସମକକ୍ଷ ୟୁନିଟ)ରୁ ଅଧିକ ଆଗାମୀ  ପିଢ଼ିର ଜାହାଜ ପରିଚାଳନା କରିବ ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍ଇଇସି) ମାଧ୍ୟମରେ ଭାରତୀୟ ବାଣିଜ୍ୟ ପାଇଁ ଏକ ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ଭାଗିଦାରୀ ପାଇଁ ୭ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୩୦୦ରୁ ଅଧିକ ବୁଝାମଣାପତ୍ର (ଏମଓୟୁ) ଲୋକାର୍ପିତ କରିବେ ।

ଏହି ଶିଖର ସମ୍ମିଳନୀ ହେଉଛି ଦେଶର ସବୁଠାରୁ ବଡ ସାମୁଦ୍ରିକ କାର୍ଯ୍ୟକ୍ରମ । ଏଥିରେ ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକା, ଏସିଆ (ମଧ୍ୟ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ବିମଷ୍ଟେକ ଅଞ୍ଚଳ ସମେତ) ଦେଶଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ସମଗ୍ର ବିଶ୍ୱର ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଗ୍ଲୋବାଲ ସିଇଓ, ବାଣିଜ୍ୟିକ ନେତା, ନିବେଶକ, ଅଧିକାରୀ ଏବଂ ଅଂଶୀଦାରମାନେ ଯୋଗଦେବେ । ଏହାବ୍ୟତୀତ ଏହି ଶିଖର ସମ୍ମିଳନୀରେ ଭାରତର ଅନେକ ରାଜ୍ୟକୁ ମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରତିନିଧିତ୍ୱ କରିବେ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଭବିଷ୍ୟତର ବନ୍ଦର ସମେତ ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଡିକାର୍ବନାଇଜେସନ୍; ଉପକୂଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ; ଜାହାଜ ନିର୍ମାଣ; ମରାମତି ଏବଂ ରିସାଇକ୍ଲିଂ; ଅର୍ଥ, ବୀମା ଏବଂ ମଧ୍ୟସ୍ଥତା; ସାମୁଦ୍ରିକ କ୍ଲଷ୍ଟର; ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା; ସାମୁଦ୍ରିକ ନିରାପତ୍ତା ଓ ସଂରକ୍ଷଣ ତଥା ସାମୁଦ୍ରିକ ପର୍ଯ୍ୟଟନ, ଅନ୍ୟାନ୍ୟ ବିଷୟରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଏହି ଶିଖର ସମ୍ମିଳନୀ ଦେଶର  ସାମୁଦ୍ରିକ କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ ।

୨୦୧୬ରେ ମୁମ୍ବାଇରେ ପ୍ରଥମ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୨୦୨୧ରେ ଦ୍ୱିତୀୟ ସାମୁଦ୍ରିକ ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026