ମୁଁ ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିୟୋ କିସିଦା ଙ୍କ ନିମନ୍ତ୍ରଣରେ ଜାପାନୀ ଅଧ୍ୟକ୍ଷତା ଅନ୍ତର୍ଗତ ଜି7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନର ହିରୋସୀମାକୁ ଯାତ୍ରା କରୁଛି। ନିକଟରେ ଭାରତ-ଜାପାନ ଶିଖର ସମ୍ମିଳନୀ ପାଇଁ ଭାରତର ଯାତ୍ରା କରିବା ପରେ ପ୍ରଧାନମନ୍ତ୍ରୀ କିସିଦାଙ୍କ ସହିତ ପୁଣି ଥରେ ସାକ୍ଷାତ କରିବାକୁ ଯାଉଥିବାରୁ ଅତ୍ୟନ୍ତ ଖୁସିର ବିଷୟ ହେବ। ଯେହେତୁ ଭାରତ ଚଳିତ ବର୍ଷ ଜି20 ର ଅଧ୍ୟକ୍ଷତା କରୁଛି, ଏହାକୁ ଧ୍ୟାନରେ ରଖି ଜି7 ଶିଖର ସମ୍ମିଳନୀରେ ମୋର ଉପସ୍ଥିତି ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ଅଟେ। ମୁଁ ଜି7 ର ସଦସ୍ୟ ଏବଂ ଅନ୍ୟ ଆମନ୍ତ୍ରିତ ଭାଗିଦାର ଦେଶଙ୍କ ସହିତ ବିଶ୍ବ ନିକଟରେ ଆସୁଥିବା ଆହ୍ବାନ ଏବଂ ତାହାକୁ ସାମୁହିକ ଭାବରେ ସମ୍ବୋଧିତ କରିବା ସମ୍ବନ୍ଧିତ ବିଚାରକୁ ଆଦାନ ପ୍ରଦାନ କରିବା ପାଇଁ ଉତ୍ସୁକ ଅଟେ। ଏହା ବ୍ୟତୀତ ମୁଁ ହିରୋସୀମା ଜି7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା କିଛି ନେତାଙ୍କ ସହିତ ଦ୍ବିପାକ୍ଷୀୟ ବୈଠକରେ ମଧ୍ୟ ସାମିଲ୍ ହେବି।

ମୁଁ ଜାପାନ ପରେ ପାପୁଆ ନ୍ୟୁ ଗିନୀର ପୋର୍ଟ ମୋରେସ୍ବି ଗସ୍ତ କରିବି। ପାପୁଆ ନ୍ୟୁ ଗିନି ର ଏହା ମୋର ପ୍ରଥମ ଯାତ୍ରା ହେବ।  ଏହା ମଧ୍ୟ  କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପାପୁଆ ନ୍ୟୁ ଗିନୀର ପ୍ରଥମ ଯାତ୍ରା  ହେବ। ମୁଁ 22 ମେ 2023 ରେ ପାପୁଆ ନ୍ୟୁ ଗିନୀର ପ୍ରଧାନମନ୍ତ୍ରୀ ଶ୍ରୀ ଜେମ୍‌ସ ମାରାପେଙ୍କ ସହିତ ସଂଯୁକ୍ତ ଭାବରେ ଭାରତ-ପ୍ରଶାନ୍ତ ଦୀପ ସହଯୋଗ ଫୋରମ୍ (ଏଫଆଇପିଆଇସି) ର ତୃତୀୟ ଶିଖର ସମ୍ମିଳନୀର ଆତିଥେୟତା ପ୍ରଦାନ କରିବି। ମୁଁ କୃତଜ୍ଞ ଯେ ସମସ୍ତ 14ଟି ପ୍ରଶାନ୍ତ ଦ୍ପୀପର ଦେଶ (ପିଆଇସି) ଏହି ମହତ୍ତ୍ବପୂର୍ଣ୍ଣ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି। ଏଫଆଇପିଆଇସିର ଶୁଭାରମ୍ଭ  2014 ରେ ମୋର ଫିଜି ଗସ୍ତ ସମୟରେ କରାଯାଇଥିଲା,  ଏବଂ ମୁଁ ପିଆଇସି ନେତାଙ୍କ ସହିତ ଆମକୁ ଗୋଟିଏ ମଞ୍ଚକୁ ଆଣିଥିବା ବିଷୟ ଯଥା ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ, କ୍ଷମତା ନିର୍ମାଣ ଓ ପ୍ରଶିକ୍ଷଣ, ସ୍ବାସ୍ଥ୍ୟ କଲ୍ୟାଣ, ମୌଳିକ ଢାଞ୍ଚା ଏବଂ ଆର୍ଥିକ ବିକାଶ ଉପରେ ଆଲୋଚନା କରିବା ପାଇଁ ଉତ୍ସୁକ ରହିଛି।

ଏଫଆଇପିଆଇସି ରେ ଯୋଗଦାନ ବ୍ୟତୀତ, ମୁଁ ପାପୁଆ ନ୍ୟୁ ଗିନି ଗଭର୍ଣ୍ଣର ଜେନେରାଲ୍ ସାର୍ ବବ୍ ଡାଡେ, ପ୍ରଧାନମନ୍ତ୍ରୀ ମାରାପେ ଏବଂ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ କେତେକ ପିଆଇସି ନେତାଙ୍କ ସହ ମୋର ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଗ୍ରହୀ ଅଛି।

ଏହା ପରେ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ନିମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ସିଡନୀ ଗସ୍ତରେ ଯିବି। ମୁଁ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକ ପାଇଁ ମଧ୍ୟ ଉତ୍ସୁକ ରହିଛି। ଏହା ଆମର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଧ୍ୟାନ ପ୍ରଦାନ କରିବ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଆମର ପ୍ରଥମ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀ ପରବର୍ତ୍ତୀ କାର୍ଯ୍ୟ ଦିଗରେ ଏକ ସୁଯୋଗ ହେବ। ମୁଁ ଅଷ୍ଟ୍ରେଲିଆରେ ସିଇଓ ଓ ବ୍ୟବସାୟ ଜଗତର ପ୍ରମୁଖ ନେତୃତ୍ୱଙ୍କ ସହିତ ମଧ୍ୟ ବୈଠକ କରିବି ଏବଂ ଏକ ବିଶେଷ କାର୍ଯ୍ୟକ୍ରମରେ ସିଡନୀରେ ଭାରତୀୟ ଜନସାଧାରଣଙ୍କୁ ଭେଟିବି |

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch