‘‘ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ଭାରତର ପ୍ରତ୍ୟେକ ନାଗରିକଙ୍କୁ କୃତଜ୍ଞତା ଜଣାଇବାକୁ ଆସିଛି’’
‘‘ବିରୋଧୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଠାରୁ ରାଜନୀତିକୁ ଅଧିକ ପ୍ରାଧାନ୍ୟ ଦେଇଥିବାରୁ ଏସବୁ ଆଇନ ଉପରେ ଆବଶ୍ୟକ ଆଲୋଚନା ହୋଇପାରିନଥିଲା’’
‘‘ଏକବିଂଶ ଶତାବ୍ଦୀର ଏହି ସମୟ ଦେଶକୁ ଆଗାମୀ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରଭାବିତ କରିବ । ଆମ ସମସ୍ତଙ୍କର ଗୋଟିଏ ଫୋକସ୍ ରହିବା ଦରକାର’’
‘‘ଆମେ ଭାରତର ଯୁବକମାନଙ୍କୁ ଦୁର୍ନୀତିମୁକ୍ତ ସରକାର ଦେଇଛୁ’’
‘‘ଆଜି ଗରିବଙ୍କ ମନରେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଏକ ବିଶ୍ୱାସ ସୃଷ୍ଟି ହୋଇଛି’’
‘‘ଅବିଶ୍ୱାସରେ ଅତିମାତ୍ରାରେ ବୁଡ଼ି ରହିଥିବାରୁ ବିରୋଧୀ ଲୋକଙ୍କ ବିଶ୍ୱାସ ଦେଖି ପାରୁନାହାନ୍ତି’’
‘‘୨୦୨୮ରେ ଯେତେବେଳେ ଆପଣ ଅନାସ୍ଥା ପ୍ରସ୍ତାବ ଆଣିବେ, ସେତେବେଳେ ଭାରତ ବିଶ୍ୱର ଶ୍ରେଷ୍ଠ ୩ ରାଷ୍ଟ୍ର ମଧ୍ୟରେ ରହିଥିବ’’
‘‘ବିରୋଧୀମାନେ ନାମ ପରିବର୍ତ୍ତନ କରିବାରେ ବିଶ୍ୱାସ କରନ୍ତି କିନ୍ତୁ ସେମାନେ ନିଜର କାର୍ଯ୍ୟ ସଂସ୍କୃତି ପରିବର୍ତ୍ତନ କରିପାରିବେ ନାହିଁ’’
"ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ପ୍ରତିଷ୍ଠାତାମାନେ ସର୍ବଦା ବଂଶବାଦ ରାଜନୀତିକୁ ବିରୋଧ କରୁଥିଲେ"
‘‘ମହିଳାଙ୍କ ବିରୋଧରେ ଅପରାଧ ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାର୍ଯ୍ୟ କରିବେ’’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିରୋଧୀଙ୍କୁ ଦେଖୁଛି ଏବଂ ସେମାନେ ସର୍ବଦା ଲୋକଙ୍କୁ ନିରାଶ କରିଛନ୍ତି ।
ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ୟୁନିସେଫ ତଥ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦେଶର ଗରିବ ପରିବାରମାନଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଖରାପ ଭାଷା ଏବଂ ନିରନ୍ତର ଚିତ୍କାର 'କଳା ଟିକା' ଭଳି (କୁଦୃଷ୍ଟିକୁ ଦୂର କରିବା ଲାଗି) କାମ କରେ ।
ଏଲଆଇସିକୁ ନେଇ ବିରୋଧୀମାନେ କରୁଥିବା ଅପ୍ରଚାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଲଆଇସି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ନୀତି, ଉଦ୍ଦେଶ୍ୟ, ଦୂରଦୃଷ୍ଟି, ବିଶ୍ୱ ଅର୍ଥନୀତିର ଜ୍ଞାନ ଏବଂ ଭାରତର ସାମର୍ଥ୍ୟକୁ ବୁଝିବାର ଅଭାବକୁ ସୂଚାଉଛି ।
ବିରୋଧୀଙ୍କ ଅବିଶ୍ୱାସଜନକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ଜାରି ରଖି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ଜନଧନ ଆକାଉଣ୍ଟ, ଯୋଗ, ଆୟୁର୍ବେଦ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେମାନଙ୍କର ବିଶ୍ୱାସର ଅଭାବ ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି।

ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବାକୁ ଆସିଛନ୍ତି । ପୂର୍ବ ଥରର ଅନାସ୍ଥା ପ୍ରସ୍ତାବ ବିଷୟରେ ସ୍ମରଣ କରାଇ ସେ କହିଥିଲେ, ଏହା ସରକାରଙ୍କ ପାଇଁ ଫ୍ଲୋର ଟେଷ୍ଟ ନୁହେଁ ବରଂ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀଙ୍କ ପାଇଁ ଏକ ଫ୍ଲୋର ଟେଷ୍ଟ । ଉଭୟ ଏନଡିଏ ଓ ବିଜେପି ଅଧିକ ଆସନରେ ବିଜୟୀ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ଆମେ ୨୦୧୯ରେ ନିର୍ବାଚନ ଲଢ଼ିଥିଲୁ, ଲୋକମାନେ ସେମାନଙ୍କ ଉପରେ ଅଧିକ ଦୃଢ଼ତାର ସହିତ ଆସ୍ଥା ପ୍ରକଟ କରିଥିଲେ। ଏକ ପ୍ରକାରରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଶୁଭ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲୋକଙ୍କ ଆଶୀର୍ବାଦ ରେ ଏନଡିଏ ଓ ବିଜେପି ୨୦୨୪ରେ ସମସ୍ତ ରେକର୍ଡ ଭାଙ୍ଗି ବିଜୟୀ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିବେଶନ ଆରମ୍ଭରୁ ବିରୋଧୀ ମାନେ ଯଥେଷ୍ଟ ଗମ୍ଭୀରତାର ସହ ବିତର୍କରେ ଅଂଶଗ୍ରହଣ କରିଥିଲେ ଭଲ ହୋଇଥାନ୍ତା । ସେ କହିଥିଲେ, ଗତ କିଛି ଦିନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଗୃହୀତ ହୋଇଛି । ବିରୋଧୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଠାରୁ ଉପରେ ରାଜନୀତିକୁ ପ୍ରାଧାନ୍ୟ ଦେଇଥିବାରୁ ଏସବୁ ଆଇନ ଉପରେ ଆବଶ୍ୟକ ଆଲୋଚନା ହୋଇପାରିନଥିଲା । ମତ୍ସ୍ୟଜୀବୀ, ତଥ୍ୟ, ଗରିବ, ବଞ୍ଚିତ ଓ ଆଦିବାସୀଙ୍କ ସହ ଜଡ଼ିତ ଅନେକ ବିଲ୍ ଥିଲେ ମଧ୍ୟ ବିରୋଧୀଙ୍କର ସେଗୁଡ଼ିକ ପ୍ରତି ଆଗ୍ରହ ନଥିଲା। ଏହା ଲୋକଙ୍କ ଆଶା ପ୍ରତି ବିଶ୍ୱାସଘାତକତା ଥିଲା। ସେମାନେ ପ୍ରମାଣିତ କରିଛନ୍ତି ଯେ ସେମାନଙ୍କ ପାଇଁ ଦଳ ଦେଶଠାରୁ ଊର୍ଦ୍ଧ୍ୱରେ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିରୋଧୀଙ୍କୁ ଦେଖୁଛି ଏବଂ ସେମାନେ ସର୍ବଦା ଲୋକଙ୍କୁ ନିରାଶ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଗୋଟିଏ ରାଷ୍ଟ୍ରର ଜୀବନରେ ଏକ ସମୟ ଆସିଥାଏ ଯେତେବେଳେ ତାହା ପୁରୁଣା ବନ୍ଧନରୁ ମୁକ୍ତ ହୋଇ ନୂତନ ଶକ୍ତି ଏବଂ ସଂକଳ୍ପ ସହିତ ଆଗକୁ ବଢ଼େ । ଏକବିଂଶ ଶତାବ୍ଦୀର ଏହି ସମୟ ଆମର ସମସ୍ତ ଆକାଂକ୍ଷା ପୂରଣ କରିବାର ସମୟ । ଏହି ସମୟ ମଧ୍ୟରେ ଯାହାକୁ ଆକାର ଦିଆଯିବ ତାହା ଆଗାମୀ ହଜାର ବର୍ଷ ପର୍ଯ୍ୟନ୍ତ ଦେଶକୁ ପ୍ରଭାବିତ କରିବ । ତେଣୁ ଆମର ଏକ ବଡ଼ ଦାୟିତ୍ୱ ରହିଛି ଏବଂ ଆମର ଏକ ମାତ୍ର ଧ୍ୟାନ ଦେଶର ବିକାଶ ପ୍ରତି ରହିବା ଉଚିତ୍ । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସମର୍ପଣ ରହିବା ଆବଶ୍ୟକ । ସେ କହିଥିଲେ ଯେ ଆମର ଲୋକ ଏବଂ ଯୁବବର୍ଗଙ୍କ ଶକ୍ତି ଆମକୁ ଆମ ଗନ୍ତବ୍ୟସ୍ଥଳରେ ପହଞ୍ଚାଇପାରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ୨୦୧୪ ଏବଂ ପରବର୍ତ୍ତୀ ସମୟରେ, ଟ୍ରାକ୍ ରେକର୍ଡକୁ ଦୃଷ୍ଟିରେ ରଖି ଦେଶ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ବାଛିଲା । କାରଣ ସେମାନେ ଜାଣିଥିଲେ ଯେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ କେଉଁଠି ଅଛି । ଆମେ ଭାରତର ଯୁବକମାନଙ୍କୁ ଦୁର୍ନୀତିମୁକ୍ତ ସରକାର ଦେଇଛୁ। ଆମେ ସେମାନଙ୍କୁ ସାହସ ଦେଇଛୁ ଏବଂ ଖୋଲା ଆକାଶରେ ଉଡ଼ିବାର ସୁଯୋଗ ଦେଇଛୁ। ଆମେ ବିଶ୍ୱରେ ଭାରତର ସ୍ଥିତିକୁ ମଜବୁତ କରିଛୁ ଏବଂ ସେମାନଙ୍କୁ ନୂତନ ଉଚ୍ଚତାରେ ପହଞ୍ଚାଇଛୁ। ଅନାସ୍ଥା ପ୍ରସ୍ତାବ ଆଳରେ ଲୋକଙ୍କ ଆସ୍ଥା ଭାଙ୍ଗିବା ପାଇଁ ବିରୋଧୀମାନେ ଏକ ବିଫଳ ପ୍ରୟାସ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି, ରେକର୍ଡ ବିଦେଶୀ ପୁଞ୍ଜିନିବେଶ ଏବଂ ରପ୍ତାନିର ନୂତନ ଶୀର୍ଷରେ ପହଞ୍ଚିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଗରିବଙ୍କ ମନରେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଏକ ବିଶ୍ୱାସ ସୃଷ୍ଟି ହୋଇଛି। ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଆଇଏମଏଫର ଏକ କାର୍ଯ୍ୟକାରୀ ଦସ୍ତାବିଜ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ କୁହାଯାଇଛି ଯେ ଭାରତ ଉତ୍କଟ ଦାରିଦ୍ର୍ୟକୁ ପ୍ରାୟ ଦୂର କରିଛି । ଆଇଏମଏଫର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଡିବିଟି ଯୋଜନା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣକାରୀ ଯୋଜନା ଏକ 'ଲଜିଷ୍ଟିକ୍ ଚମତ୍କାର' । ଜଳ ଜୀବନ ମିଶନ ଦେଶରେ ୪ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ୩ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ବୋଲି ଡବ୍ଲୁଏଚଓର ରିପୋର୍ଟ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଏମାନେ ହେଉଛନ୍ତି ଦେଶର ଗରିବ ଲୋକ, ଯେଉଁମାନେ ସହରାଞ୍ଚଳ ବସ୍ତିରେ ରହୁଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ୟୁନିସେଫ ତଥ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦେଶର ଗରିବ ପରିବାରମାନଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରୁଛି । 

ବିରୋଧୀଙ୍କ ଉପରମୁହାଁ ଆଭିମୁଖ୍ୟକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଅବିଶ୍ୱାସରେ ଏତେ ବୁଡ଼ି ରହିଥିବାରୁ ଲୋକଙ୍କ ବିଶ୍ୱାସ ଦେଖି ପାରୁନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଖରାପ ଭାଷା ଏବଂ ନିରନ୍ତର ଚିତ୍କାର 'କଳା ଟିକା' ଭଳି (କୁଦୃଷ୍ଟିକୁ ଦୂର କରିବା ଲାଗି) କାମ କରେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ସମସ୍ତ ଅନୁଷ୍ଠାନ ସବୁବେଳେ ଉଜ୍ଜ୍ୱଳ ହୋଇଥାଏ ଏବଂ ଏହାକୁ 'ବିରୋଧୀଙ୍କ ଗୁପ୍ତ ବରଦାନ' ବୋଲି ସେ କହିଥିଲେ। "ସେମାନେ ଯାହାର ଖରାପ ଚାହାଁନ୍ତି, ସେଗୁଡ଼ିକ ଭଲ କରନ୍ତି", ସେ କହିଥିଲେ। 

ପ୍ରଧାନମନ୍ତ୍ରୀ ବ୍ୟାଙ୍କିଙ୍ଗ କ୍ଷେତ୍ରର ବିକାଶ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟକୁ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ସେମାନେ ଭୁଲ ସୂଚନା ପ୍ରସାର କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ନିଟ୍ ଲାଭ ଦୁଇଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଫୋନ୍ ବ୍ୟାଙ୍କିଙ୍ଗ୍ ଦୁର୍ନୀତି ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଦେଶକୁ ଏନପିଏ ସଙ୍କଟ ଆଡ଼କୁ ଠେଲି ଦେଇଥିଲା । ସେ ଆହୁରି କହିଥିଲେ ଯେ ଦେଶ ଏଥିରୁ ନିଜକୁ ପୁନରୁଦ୍ଧାର କରିସାରିଛି ଏବଂ ବର୍ତ୍ତମାନ ଆଗକୁ ବଢ଼ୁଛି। ଶ୍ରୀ ମୋଦୀ ହାଲ୍ ର ଏକ ଉଦାହରଣ ମଧ୍ୟ ଦେଇଥିଲେ ଯାହାକୁ ବିରୋଧୀମାନେ ତୀବ୍ର ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ ହାଲ୍ ସଫଳତାର ନୂତନ ଶିଖର ଛୁଇଁଛି ଏବଂ ସର୍ବାଧିକ ରାଜସ୍ୱ ସଂଗ୍ରହ ରେକର୍ଡ କରିଛି। ଏଲଆଇସିକୁ ନେଇ ବିରୋଧୀମାନେ କରୁଥିବା ଅପ୍ରଚାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଲଆଇସି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ।

କିଛି ଦିନ ପୂର୍ବରୁ ତାଙ୍କର ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଦେଶର ସାମର୍ଥ୍ୟ ଓ ସମର୍ପଣରେ ବିରୋଧୀ ବିଶ୍ୱାସ କରନ୍ତି ନାହିଁ । ଏକ ଦାୟିତ୍ୱବାନ ବିରୋଧୀ ଭାବରେ ସେମାନେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ରୋଡମ୍ୟାପ୍ ଉପରେ ପ୍ରଶ୍ନ କରିବା ଉଚିତ୍ ଥିଲା କିମ୍ବା ଅତି କମରେ ପରାମର୍ଶ ଦେବା ଉଚିତ୍ ଥିଲା କିନ୍ତୁ ତାହା ହୋଇନଥିଲା। ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପାଇଁ କିଛି କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରୁଥିବା ବିରୋଧୀଙ୍କ ଶିଥିଳତାକୁ ସେ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ନୀତି, ଉଦ୍ଦେଶ୍ୟ, ଦୂରଦୃଷ୍ଟି, ବିଶ୍ୱ ଅର୍ଥନୀତିର ଜ୍ଞାନ ଏବଂ ଭାରତର ସାମର୍ଥ୍ୟକୁ ବୁଝିବାର ଅଭାବକୁ ସୂଚାଉଛି ।

ଭାରତ କିପରି ଦାରିଦ୍ର୍ୟ ଭିତରେ ବୁଡ଼ି ଯାଇଥିଲା ଏବଂ ୧୯୯୧ରେ ଦେବାଳିଆ ହେବାକୁ ଯାଉଥିଲା ତାହା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ତେବେ ୨୦୧୪ ପରେ ଭାରତ ବିଶ୍ୱର ଶ୍ରେଷ୍ଠ ୫ଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଥିଲା। ନିର୍ଦ୍ଦିଷ୍ଟ ଯୋଜନା ଓ କଠିନ ପରିଶ୍ରମ ଦ୍ୱାରା 'ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର' ମନ୍ତ୍ର ମାଧ୍ୟମରେ ଏହା ହାସଲ ହୋଇଛି ବୋଲି ସେ କହିଥିଲେ । ଏହା ଜାରି ରହିବ ଏବଂ ଆବଶ୍ୟକ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ୨୦୨୮ରେ ଯେତେବେଳେ ଆପଣ ଅନାସ୍ଥା ପ୍ରସ୍ତାବ ଆଣିବେ, ସେତେବେଳେ ଦେଶ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥା ମଧ୍ୟରେ ରହିବ ବୋଲି ସେ ଗୃହରେ କହିଥିଲେ। 

ବିରୋଧୀଙ୍କ ଅବିଶ୍ୱାସଜନକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ଜାରି ରଖି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ଜନଧନ ଆକାଉଣ୍ଟ, ଯୋଗ, ଆୟୁର୍ବେଦ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେମାନଙ୍କର ବିଶ୍ୱାସର ଅଭାବ ବିଷୟରେ କହିଥିଲେ। 

କଂଗ୍ରେସ ଶାସନ ସମୟରେ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ତତ୍କାଳୀନ ସରକାର ପାକିସ୍ତାନ ସହ ସହମତ ହୋଇଥିଲେ ଏବଂ ଆତଙ୍କବାଦ ସହ ଶାନ୍ତି ଆଲୋଚନା ଏକସଙ୍ଗେ ଜାରି ରଖିବେ ବୋଲି କହିଥିଲେ। କାଶ୍ମୀରବାସୀଙ୍କ ପରିବର୍ତ୍ତେ ହୁରିୟତ ସହ ସେମାନଙ୍କର ସମ୍ପର୍କ ବିଷୟରେ ମଧ୍ୟ ଶ୍ରୀ ମୋଦୀ କହିଥିଲେ। ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ, ବିରୋଧୀମାନେ କିପରି ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଶତ୍ରୁଙ୍କ ବୟାନକୁ ବିଶ୍ୱାସ କରିବାକୁ ପସନ୍ଦ କରିଛନ୍ତି ।

ଯେଉଁମାନେ ଦେଶ ବିଷୟରେ ଖରାପ କଥା କହୁଛନ୍ତି ସେମାନଙ୍କୁ ବିରୋଧୀମାନେ ତୁରନ୍ତ ବିଶ୍ୱାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାର ଉଦାହରଣ ଦେଇ ସେ କହିଥିଲେ, ଏକ ବିଦେଶୀ ଏଜେନ୍ସିର ଏକ ଭୁଲ ରିପୋର୍ଟରେ ଖାଦ୍ୟ ସଂକଟ ସହ ମୁକାବିଲା କରୁଥିବା ଏକ ଦେଶକୁ କେତେକ ମାନଦଣ୍ଡରେ ଭାରତ ଠାରୁ ଆଗରେ ଦର୍ଶାଯାଇଥିଲା । ସେ କହିଥିଲେ ଯେ ବିରୋଧୀମାନେ ଏଭଳି ଭୁଲ ଖବରକୁ ଗ୍ରହଣ କରନ୍ତି ଏବଂ ପ୍ରତ୍ୟେକ ସୁଯୋଗରେ ଦେଶକୁ ବଦନାମ କରିବାକୁ ଚେଷ୍ଟା କରନ୍ତି । ମେଡ୍ ଇନ୍ ଇଣ୍ଡିଆ କରୋନା ଟିକାର ଉଦାହରଣ ଦେଇ ସେ କହିଥିଲେ ଯେ ବିରୋଧୀ ଏହାକୁ ବିଶ୍ୱାସ କରିନଥଲେ ବରଂ ବିଦେଶୀ ନିର୍ମିତ ଟିକା ଉପରେ ଧ୍ୟାନ ଦେଇଥିଲେ । ସେ କହିଥିଲେ ଯେ ବିରୋଧୀମାନେ ଭାରତ ଓ ଏହାର ଲୋକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ । ଅନୁରୂପ ଭାବେ ଲୋକଙ୍କ ଦୃଷ୍ଟିରେ ବିରୋଧୀଙ୍କ ବିଶ୍ୱାସର ସ୍ତର ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି ।  

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ମେଣ୍ଟ ନିର୍ମାଣର କୃତ୍ରିମ ପରିବର୍ତ୍ତନ ଦେଶର ଲୋକଙ୍କୁ ବୋକା ବନେଇ ପାରିବ ନାହିଁ ଏବଂ ଏକ ସରଳ ନାମ ପରିବର୍ତ୍ତନ ବିରୋଧୀ ମେଣ୍ଟର ଭାଗ୍ୟ ବଦଳାଇପାରିବ ନାହିଁ । ସେମାନେ ବଞ୍ଚିବା ପାଇଁ ଏନଡିଏର ସାହାଯ୍ୟ ନେଇଛନ୍ତି କିନ୍ତୁ ଅହଂକାରର ଦୁଇଟି ‘ଆଇ’କୁ ଗ୍ରହଣ କରିଛନ୍ତି, ପ୍ରଥମ ‘ଆଇ’ ୨୬ଟି ଦଳର ଅହଂକାର ପାଇଁ ଏବଂ ଦ୍ୱିତୀୟ 'ଆଇ' ଗୋଟିଏ ପରିବାରର ଅହଂକାର ପାଇଁ। ଏପରିକି ସେମାନେ ଭାରତକୁ ଆଇ.ଏନ.ଡି.ଆଇ.ଏ.ରେ ବିଭକ୍ତ କରିଥିଲେ। "ବିରୋଧୀମାନେ ନାମ ପରିବର୍ତ୍ତନ କରିବାରେ ବିଶ୍ୱାସ କରନ୍ତି କିନ୍ତୁ ସେମାନେ ନିଜ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିପାରିବେ ନାହିଁ", ସେ ଜୋର ଦେଇ କହିଥିଲେ । ତାମିଲନାଡୁ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଦେଶ ବିଭାଜନକାରୀ ମନ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଏହି ରାଜ୍ୟ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ତାମିଲନାଡୁ ଏପରି ଏକ ରାଜ୍ୟ ଯେଉଁଠାରେ ଦେଶପ୍ରେମର ଧାରା କ୍ରମାଗତ ଭାବରେ ପ୍ରବାହିତ ହୋଇଥାଏ । ପ୍ରଧାନମନ୍ତ୍ରୀ ନାମକୁ ନେଇ ବିରୋଧୀଙ୍କ ଆକର୍ଷଣ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରତ୍ୟେକ ଯୋଜନା ଓ ମୁଖ୍ୟ ପ୍ରତୀକକୁ କିପରି ଗୋଟିଏ ପରିବାରର ସଦସ୍ୟଙ୍କ ନାମରେ ନାମିତ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆଇ.ଏନ୍.ଡି.ଆଇ.ଏ.କୁ ଏକ 'ଘମଣ୍ଡିଆ' ମେଣ୍ଟ (ଅହଂକାରୀ ମେଣ୍ଟ) ବୋଲି ଅଭିହିତ କରିବା ସହ ସହଯୋଗୀଙ୍କ ମଧ୍ୟରେ ଥିବା ବିରୋଧାଭାସକୁ ଆଲୋକପାତ କରିଥିଲେ।

ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ପ୍ରତିଷ୍ଠାତାମାନେ ସର୍ବଦା ବଂଶବାଦ ରାଜନୀତିକୁ ବିରୋଧ କରୁଥିଲେ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ବଂଶବାଦ ବ୍ୟବସ୍ଥା ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇଥାଏ। ବଂଶବାଦ ରାଜନୀତି ଯୋଗୁଁ ପ୍ରମୁଖ ନେତାମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏଭଳି ରାଜନୀତିର ଶିକାର ହୋଇଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଅଣକଂଗ୍ରେସ ସରକାରଙ୍କ ପରବର୍ତ୍ତୀ ବର୍ଷଗୁଡ଼ିକରେ ହିଁ ସଂସଦରେ ସ୍ଥାନ ପାଇଥିଲା। ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ସଂଗ୍ରହାଳୟ ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ ଏବଂ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ।

୩୦ ବର୍ଷ ପରେ ଭାରତବାସୀ ଦୁଇ ଥର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ତା'ର ସରକାର ନିର୍ବାଚିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚୌକିରେ ବସିଥିବା 'ଗରିବ କା ବେଟା' (ଗରିବର ପୁଅ)କୁ ନେଇ ବିରୋଧୀ ବିବ୍ରତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଅତୀତରେ ବିରୋଧୀମାନେ ବିମାନ ଓ ନୌସେନା ଜାହାଜର ଅପବ୍ୟବହାର କରିଥିବା ବିଷୟରେ ସେ ସୂଚନା ଦେବା ସହ ଏବେ ବିମାନ ଓ ଜାହାଜଗୁଡ଼ିକ ଟିକା ପରିବହନ ଏବଂ ବିଦେଶରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ସଂଶୋଧନ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ ମାଗଣା ରାଜନୀତି ବିରୋଧରେ ଚେତାଇ ଦେବା ସହ ଏଭଳି ରାଜନୀତି କିଭଳି ବିପର୍ଯ୍ୟୟ ଆଣିପାରେ ପଡ଼ୋଶୀ ଦେଶର ପରିସ୍ଥିତି ତାହାର ଏକ ଉଦାହରଣ ବୋଲି କହିଥିଲେ। ବେପରୁଆ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବାର ପ୍ରବୃତି ଏବଂ ବିକାଶ ମୂଳକ ପ୍ରକଳ୍ପ ଅଟକି ରହିଥିବା କାରଣରୁ ଲୋକଙ୍କ ଉପରେ ପ୍ରବଳ ଚାପ ପଡୁଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀ ମାନେ ମଣିପୁର ସ୍ଥିତି ଉପରେ ଆଲୋଚନା କରିବାକୁ କେବେ ଆଗ୍ରହୀ ନୁହଁନ୍ତି । ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଧୈର୍ଯ୍ୟର ସହ ଏବଂ କୌଣସି ରାଜନୀତି ବିନା ପ୍ରସଙ୍ଗକୁ ବିସ୍ତୃତ ଭାବରେ ବୁଝାଇଥିଲେ । ଗୃହମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ଦେଶ ଓ ଦେଶର ଚିନ୍ତାକୁ ବ୍ୟକ୍ତ କରିବାର ଏକ ପ୍ରୟାସ ଥିଲା । ଏହା ମଣିପୁରରେ ସଦନର ବିଶ୍ୱାସ ପହଞ୍ଚାଇବାର ଏକ ପ୍ରୟାସ ଥିଲା । ଏହି ପ୍ରସଙ୍ଗରେ ଆଲୋଚନା କରିବା ଏବଂ ଉପାୟ ଖୋଜିବା ପାଇଁ ଏହା ଏକ ସଚ୍ଚୋଟ ପ୍ରୟାସ ଥିଲା।

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରରେ ହୋଇଥିବା ହିଂସା ଦୁଃଖଦାୟକ । ମହିଳାଙ୍କ ବିରୋଧରେ ଅପରାଧ ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାର୍ଯ୍ୟ କରିବେ। ଆଗାମୀ ଦିନରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମେ ଯେଉଁ ପ୍ରୟାସ କରୁଛୁ ସେହି ଆଧାରରେ ମୁଁ ଭାରତବାସୀଙ୍କୁ ଆଶ୍ୱାସନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଣିପୁରବାସୀ, ମଣିପୁରର ମା' ଓ ଝିଅମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ଏବଂ ଗୃହ ସେମାନଙ୍କ ସହିତ ଛିଡ଼ା ହୋଇଛି। ମଣିପୁର ଯେପରି ବିକାଶ ପଥରେ ଫେରିବ ସେଥିପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୃହରେ ମା' ଭାରତୀ ପାଇଁ ଆପତ୍ତିଜନକ ଭାଷା ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ ଏବଂ କହିଥିଲେ ଯେ ଏମାନେ ବିଭାଜନ ପାଇଁ ଦାୟୀ ଥିଲେ ଓ ବନ୍ଦେ ମାତରମ୍ ମଧ୍ୟ ଉଚ୍ଚାରଣ କରିନଥିଲେ। ବିରୋଧୀଙ୍କ ବିଫଳତାର ଉଦାହରଣ ଭାବେ ଶ୍ରୀ ମୋଦୀ କଚ୍ଚାଥିଭୁ ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳକୁ ନେଇ ତିନୋଟି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଥମେ ୧୯୬୬ ମସିହା ମାର୍ଚ୍ଚ ୫ ତାରିଖରେ ମିଜୋରାମରେ ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ବାୟୁସେନାକୁ ବ୍ୟବହାର କରାଯାଇଥିଲା । ଦ୍ୱିତୀୟତଃ, ୧୯୬୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଦ୍ୱାରା ରେଡିଓ ପ୍ରସାରଣ ହୋଇଥିଲା ଏବଂ ସେହି ସମୟରେ ଚୀନ୍ ଆକ୍ରମଣ ଠାରୁ ନିଜକୁ ବଞ୍ଚାଇବା ଲାଗି ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କୁ କୁହାଯାଇଥିଲା। ଏହି ଅଞ୍ଚଳ ପ୍ରତି ଅବହେଳା ବିଷୟରେ ରାମ ମନୋହର ଲୋହିଆଙ୍କ ଅଭିଯୋଗକୁ ମଧ୍ୟ ସେ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନର ସରକାରରେ ମନ୍ତ୍ରୀମାନେ ଉତ୍ତର-ପୂର୍ବର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ୪୦୦ ରାତ୍ରୀକାଳୀନ ଗସ୍ତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଭାବେ ନିଜେ ୫୦ ଥର ଗସ୍ତ କରିଛନ୍ତି । ଉତ୍ତର-ପୂର୍ବ ସହ ତାଙ୍କର ଭାବପ୍ରବଣ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ସେ ସମଗ୍ର ଅଞ୍ଚଳ ଭ୍ରମଣ କରିଥିବା ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ମଣିପୁରର ପରିସ୍ଥିତିକୁ ଏପରି ଭାବରେ ଉପସ୍ଥାପିତ କରାଯାଉଛି, ଯେମିତି ନିକଟରେ ସଂଘର୍ଷ ସୃଷ୍ଟି ହୋଇଛି । କିନ୍ତୁ ମଣିପୁରର ସମସ୍ତ ପ୍ରସଙ୍ଗର ମୂଳ କାରଣ ହେଉଛି କଂଗ୍ରେସ ଏବଂ ଏହାର ରାଜନୀତି । ମଣିପୁର ସମୃଦ୍ଧ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ। ମଣିପୁର ହେଉଛି ଅଗଣିତ ବଳିଦାନର ଭୂମ ବୋଲି ଶ୍ରୀ ମୋଦୀ କହିଥିଲେ । ସେ ରାଜ୍ୟରେ କଂଗ୍ରେସ ସରକାରଙ୍କ ସମୟକୁ ମନେ ପକାଇ ଦେଇଥିଲେ ଯେତେବେଳେ ପ୍ରତ୍ୟେକ ଅନୁଷ୍ଠାନ ଉଗ୍ରବାଦୀ ସଂଗଠନମାନଙ୍କ ଆହ୍ୱାନରେ କାର୍ଯ୍ୟ କରୁଥିଲା ଏବଂ ସରକାରୀ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇବା ନିଷେଧ ଥିଲା । ମୋଇରାଙ୍ଗସ୍ଥିତ ଆଜାଦ ହିନ୍ଦ ଫୌଜ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉପରେ ବୋମା ମାଡ଼ ଘଟଣା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ ମନେ ପକାଇଥିଲେ ଯେ ତତ୍କାଳୀନ ସମୟରେ ମଣିପୁରର ବିଦ୍ୟାଳୟଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନକୁ ନିଷେଧ କରାଯାଇଥିଲା ଏବଂ ପାଠାଗାରରୁ ପୁସ୍ତକ ପୋଡିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନ ସମୟରେ ଏହି ଅଞ୍ଚଳରେ ଉଗ୍ରବାଦୀ କାର୍ଯ୍ୟକଳାପର ଅନେକ ଉଦାହରଣ ଦେଇଥିଲେ । ସନ୍ଧ୍ୟା ୪ଟାରେ ମନ୍ଦିରଗୁଡ଼ିକର କବାଟ ବନ୍ଦ କରିବା, ଇମ୍ଫାଲର ଇସ୍କନ ମନ୍ଦିରରେ ବୋମା ମାଡ଼ ଆଦି ଘଟଣା ବିଷୟରେ କହିଥିଲେ ଯେଉଁଥିରେ ଜୀବନ ହାନି ହୋଇଥିଲା । ସରକାରୀ ଅଧିକାରୀମାନେ ଉଗ୍ରବାଦୀମାନଙ୍କୁ ପ୍ରଦାନ କରିଥିବା ସୁରକ୍ଷା ଅର୍ଥ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । 

ଆଗାମୀ ଦିନରେ ଉତ୍ତର-ପୂର୍ବାଞ୍ଚଳ ବିକାଶର କେନ୍ଦ୍ର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିଶ୍ୱ ବ୍ୟବସ୍ଥାରେ ସଂସ୍କାର ଦକ୍ଷିଣ-ପୂର୍ବ ଏସିଆ ଏବଂ ଆସିଆନ ଦେଶମାନଙ୍କରେ ପରିବର୍ତ୍ତନ ଆଣିବ ଏବଂ ଉତ୍ତର-ପୂର୍ବରେ ଏହାର କ'ଣ ପ୍ରଭାବ ପଡ଼ିବ ସେ ବିଷୟରେ ସେ ଅବଗତ ଅଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାର ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଶ୍ରୀ ମୋଦୀ ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମିରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିଥିଲେ ଏବଂ ଆଧୁନିକ ରାଜପଥ, ରେଳବାଇ ଏବଂ ବିମାନବନ୍ଦର କିପରି ଉତ୍ତର-ପୂର୍ବର ପରିଚୟ ପାଲଟିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଥମ ଥର ପାଇଁ ଅଗରତାଲାରେ ରେଳ ସଂଯୋଗ ହେଲା, ମାଲବାହୀ ଟ୍ରେନ୍ ପ୍ରଥମ ଥର ପାଇଁ ମଣିପୁରରେ ପହଞ୍ଚିଲା, ପ୍ରଥମ ଥର ପାଇଁ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଏହି ଅଞ୍ଚଳରେ ଚାଲିଲା। ଅରୁଣାଚଳ ପ୍ରଦେଶରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ହେଲା, ସିକ୍କିମ ବିମାନ ଯାତ୍ରା ସହ ସଂଯୁକ୍ତ ହେଲା, ଉତ୍ତର-ପୂର୍ବରେ ପ୍ରଥମ ଥର ପାଇଁ ଏମ୍ସ ଖୋଲାଗଲା। ମଣିପୁରରେ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏବଂ ମିଜୋରାମରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ ପ୍ରଥମ ଥର ପାଇଁ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉତ୍ତର ପୂର୍ବାଞ୍ଚଳର ପ୍ରତିନିଧିତ୍ୱ ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ଜଣେ ମହିଳା ରାଜ୍ୟସଭାରେ ନାଗାଲାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି । ପ୍ରଥମ ଥର ପାଇଁ ଉତ୍ତର-ପୂର୍ବର ଏତେ ସଂଖ୍ୟକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ଗଣତନ୍ତ୍ର ଦିବସରେ ଲଚିତ୍ ବୁର୍ଫୁକାନଙ୍କ ଭଳି ଜଣେ ନାୟକଙ୍କୁ ସମ୍ମାନ ପ୍ରଦର୍ଶିତ କରାଯାଇଛି ଏବଂ ରାଣୀ ଗାଇଦିନ୍ଲୁଙ୍କ ନାମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି ।

"ଆମ ପାଇଁ ସବକା ସାଥ ସବକା ବିଶ୍ୱାସ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ଆସ୍ଥା, ଏକ ପ୍ରତିବଦ୍ଧତର । ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଶରୀରର ପ୍ରତ୍ୟେକ କଣିକା ଏବଂ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଦେଶବାସୀଙ୍କ ସେବାରେ ଉତ୍ସର୍ଗ କରିବି,’’ ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସଂସଦ କୌଣସି ଦଳ ପାଇଁ ମଞ୍ଚ ନୁହେଁ। ସଂସଦ ହେଉଛି ଦେଶର ସର୍ବୋଚ୍ଚ ସଂସ୍ଥା । ତେଣୁ ଏଥିପାଇଁ ସାଂସଦମାନଙ୍କର କିଛି ଗମ୍ଭୀରତା ରହିବା ନିହାତି ଜରୁରୀ। ଏତେ ସଂଖ୍ୟକ ସମ୍ବଳ ଏଠାରେ ଉତ୍ସର୍ଗ କରାଯାଉଛି। ଏଠାରେ ପ୍ରତି ସେକେଣ୍ଡକୁ ଦେଶ ପାଇଁ ଉପଯୋଗ କରାଯିବା ଉଚିତ। ଗମ୍ଭୀରତାର ଅଭାବରୁ ରାଜନୀତି କରାଯାଇପାରିବ କିନ୍ତୁ ଦେଶ ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ସାଧାରଣ ନାଗରିକଙ୍କ ବିଶ୍ୱାସ ନୂତନ ଉଚ୍ଚତାକୁ ବୃଦ୍ଧି ପାଉଛି ଏବଂ ପ୍ରତ୍ୟେକ ଭାରତୀୟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛନ୍ତି । ଆଜିର ଭାରତ ଚାପରେ ଭାଙ୍ଗିବ ନାହିଁ। ଆଜିର ଭାରତ ମୁଣ୍ଡ ନୁଆଁଇବ ନାହିଁ, ଥକିବ ନାହିଁ ଏବଂ ଅଟକିବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ବିଶ୍ୱାସ ଓ ସଂକଳ୍ପ ନେଇ ଆଗକୁ ବଢିବା ପାଇଁ ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ କହିଛନ୍ତି ଯେ ସାଧାରଣ ଲୋକଙ୍କ ବିଶ୍ୱାସ ହିଁ ବିଶ୍ୱକୁ ଭାରତ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଉଛି । ଭାରତ ଉପରେ ବିଶ୍ୱର ବଢୁଥିବା ବିଶ୍ୱାସ ପାଇଁ ସେ ସାଧାରଣ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧିକୁ ଶ୍ରେୟ ଦେଇଛନ୍ତି ।

ବିଗତ କିଛି ବର୍ଷ ମଧ୍ୟରେ ସରକାର ବିକଶିତ ଭାରତର ମଜଭୁତ ଭିତ୍ତିଭୂମି ସ୍ଥାପନ କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଭିତ୍ତିଭୂମି ହିଁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଇବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଦେଶ ଏକତ୍ରିତ ହୋଇ ଖରାପ ପରିସ୍ଥିତିରୁ ମୁକୁଳିଛି ବୋଲି ସେ ଜୋର ଦେଇ କହିବା ସହ ମଣିପୁରର ଭୂମିକୁ ତୁଚ୍ଛ ରାଜନୀତି ପାଇଁ ଅପବ୍ୟବହାର ନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ଆମକୁ ଯନ୍ତ୍ରଣା ପ୍ରତି ସହାନୁଭୂତି ପ୍ରକାଶ କରିବାକୁ ପଡ଼ିବ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପଡ଼ିବ। ଏହା ହିଁ ଆଗକୁ ବଢିବାର ବାଟ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରି କହିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As Naxalism ends in Chhattisgarh, village gets tap water for first time

Media Coverage

As Naxalism ends in Chhattisgarh, village gets tap water for first time
NM on the go

Nm on the go

Always be the first to hear from the PM. Get the App Now!
...
PM to visit Uttarakhand and UP on 14 April
April 13, 2026
PM to inaugurate Delhi–Dehradun Economic Corridor
Corridor to reduce travel time between Delhi and Dehradun from over 6 hours to around 2.5 hours
Corridor has been designed with several features aimed at significantly reducing man-animal conflict
Project include a 12 km long wildlife elevated corridor which is one of the longest in Asia
PM to also visit and undertake review of the Wildlife Corridor

Prime Minister Shri Narendra Modi, will visit Uttarakhand and Uttar Pradesh on 14 April 2026. At around 11:15 AM, the Prime Minister will visit Saharanpur in Uttar Pradesh to undertake a review of the Wildlife Corridor on the elevated section of the Delhi-Dehradun Economic Corridor. At around 11:40 AM, the Prime Minister will perform Darshan and Pooja at Jai Maa Daat Kali Temple near Dehradun. Thereafter, at around 12:30 PM, Prime Minister will inaugurate the Delhi-Dehradun Economic Corridor at a public function in Dehradun and will also address the gathering on the occasion.

The 213 km long six-lane access-controlled Delhi-Dehradun Economic Corridor has been developed at a cost of over ₹12,000 crore. The corridor traverses through the states of Delhi, Uttar Pradesh and Uttarakhand, and will reduce travel time between Delhi and Dehradun from over six hours at present to around two and a half hours.

Implementation of the project also includes the construction of 10 interchanges, three Railway Over Bridges (ROBs), four major bridges and 12 wayside amenities to enable seamless high-speed connectivity. The corridor is equipped with an Advanced Traffic Management System (ATMS) to provide a safer and more efficient travel experience for commuters.

Keeping in view the ecological sensitivity, rich biodiversity and wildlife in the region, the corridor has been designed with several features aimed at significantly reducing man-animal conflict. To ensure the free movement of wild animals, the project incorporates several dedicated wildlife protection features. These include a 12 km long wildlife elevated corridor, which is one of the longest in Asia. The corridor also includes eight animal passes, two elephant underpasses of 200 metres each, and a 370 metre long tunnel near the Daat Kali temple.

The Delhi-Dehradun Economic Corridor will play a pivotal role in strengthening regional economic growth by enhancing connectivity between major tourism and economic centres as well as opening new avenues for trade and development across the region. The project reflects the vision of the Prime Minister to develop next-generation infrastructure that combines high-speed connectivity with environmental sustainability and improved quality of life for citizens.