‘‘ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ପ୍ରଗତିର ଗତି ଓ ବ୍ୟାପକତାର ସଙ୍କେତ ଦେଇଛି’’
‘‘ବଂଶବାଦ ରାଜନୀତି ଭାରତର ଗଣତନ୍ତ୍ର ପାଇଁ ଚିନ୍ତାର କାରଣ’’
‘‘ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ’’
‘‘ପ୍ରଥମ ପାଳିରେ ଆମେ ପୂର୍ବ ସରକାରମାନଙ୍କର ଦ୍ୱାରା ସୃଷ୍ଟ ଅଭାବକୁ ପୂରଣ କରୁଥିଲୁ, ଦ୍ୱିତୀୟ ପାଳିରେ ଆମେ ଏକ ନୂତନ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କଲୁ, ତୃତୀୟ ପାଳିରେ ଆମେ ବିକଶିତ ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରିବୁ’’
‘‘ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଲୋକମାନେ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ ହେଉଥିବା ଦେଖିଛନ୍ତି’’
‘‘ଅଯୋଧ୍ୟାରେ ରାମ ମନ୍ଦିର ଭାରତର ମହାନ ସଂସ୍କୃତି ଓ ପରମ୍ପରାକୁ ବଳ ଯୋଗାଇବ’’
‘‘ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆଗାମୀ ୧୦୦୦ ବର୍ଷ ପାଇଁ ଭାରତର ମୂଳଦୁଆ ପକାଇବ’’
‘‘ଭାରତରେ ବର୍ତ୍ତମାନ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଦେଶର ଝିଅମାନଙ୍କ ପାଇଁ ଦ୍ୱାର ବନ୍ଦ ଅଛି’’
‘‘ମୁଁ ମା’ ଭାରତୀ ଏବଂ ଏହାର ୧୪୦ କୋଟି ନାଗରିକଙ୍କ ବିକାଶରେ ଆପଣଙ୍କ ସହଯୋଗ ମାଗୁଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଗୃହରେ ସେନ୍‌ଗୋଲ ବିଷୟରେ ଉଲ୍ଲେଖ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ, ଯାହାକି ଗର୍ବ ଓ ଗୌରବର ସହିତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲା। ଯେତେବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଦେବା ପାଇଁ ନୂତନ ଗୃହରେ ପହଞ୍ଚିଥିଲେ, ଅନ୍ୟ ସାଂସଦମାନେ ତାଙ୍କ ନେତୃତ୍ୱକୁ ଅନୁସରଣ କରିଥିଲେ । ଏହି ପରମ୍ପରା ଗୃହର ମର୍ଯ୍ୟାଦାକୁ ବହୁଗୁଣିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ ଯେ ୭୫ତମ ସାଧାରଣତନ୍ତ୍ର ଦିବସ, ନୂତନ ସଂସଦ ଭବନ ଏବଂ ସେନଗୋଲର ଆଗମନ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଘଟଣା ଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଗୃହର ସଦସ୍ୟମାନେ ସେମାନଙ୍କର ବିଚାର ଓ ଚିନ୍ତାଧାରା ବ୍ୟକ୍ତ କରିଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ପ୍ରଗତିର ଗତି ଏବଂ ବ୍ୟାପକତାକୁ ସୂଚିତ କରୁଥିବା ତଥ୍ୟ ଉପରେ ଆଧାରିତ ଏକ ବିରାଟ ଦସ୍ତାବିଜ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ନାରୀ ଶକ୍ତି, ଯୁବ ଶକ୍ତି, ଗରିବ ଏବଂ ଅନ୍ନଦାତାଙ୍କୁ ନେଇ ଦେଶର ଚାରିଟି ସ୍ତମ୍ଭକୁ ବିକଶିତ ଏବଂ ସୁଦୃଢ଼ କରାଗଲେ ହିଁ ଦେଶ ଦ୍ରୁତ ଗତିରେ ବିକଶିତ ହେବ ବୋଲି ମଧ୍ୟ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅଭିଭାଷଣ ଏହି ଚାରିଟି ସ୍ତମ୍ଭକୁ ସୁଦୃଢ଼ କରି ଦେଶ ପାଇଁ ବିକଶିତ ଭାରତ ହେବାର ମାର୍ଗକୁ ଆଲୋକିତ କରିଛି ବୋଲି ସେ କହିଥିଲେ ।

ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଂଶବାଦ ରାଜନୀତି ଭାରତର ଗଣତନ୍ତ୍ର ପାଇଁ ଚିନ୍ତାର କାରଣ । ବଂଶବାଦ ରାଜନୀତିର ଅର୍ଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ରାଜନୈତିକ ଦଳକୁ ପରିବାର ଚଳାଉଛି, ଯେଉଁ ନିଜ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଦିଆଯାଏ ଏବଂ ଯେଉଁଠାରେ ପରିବାର ସଦସ୍ୟଙ୍କ ଦ୍ୱାରା ସମସ୍ତ ନିଷ୍ପତ୍ତି ନିଆଯାଏ ତାହାକୁ ବଂଶବାଦ ରାଜନୀତି କୁହାଯାଏ। ଏଠାରେ ନିଜର ସାମର୍ଥ୍ୟ ବଳରେ ଲୋକଙ୍କ ସମର୍ଥନରେ ଆଗକୁ ବଢ଼ୁଥିବା ସଦସ୍ୟଙ୍କୁ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ । ଗଣତନ୍ତ୍ର ପ୍ରତି ବଂଶବାଦ ରାଜନୀତିର ବିପଦ ପ୍ରତି ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ମୁଁ ରାଜନୀତିରେ ଥିବା ସମସ୍ତ ଯୁବକଙ୍କୁ ସ୍ୱାଗତ କରୁଛି, ଯେଉଁମାନେ ଦେଶ ସେବା କରିବାକୁ ଏଠାକୁ ଆସିଛନ୍ତି" । ରାଜନୀତିରେ ଏପରି ଏକ ସଂସ୍କୃତିର ଆବିର୍ଭାବକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କହିଥିଲେ ଯେ ଦେଶରେ ଯେଉଁ ବିକାଶ ହେଉଛି ତାହା କୌଣସି ଜଣେ ବ୍ୟକ୍ତିଙ୍କ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କର ।

ଭାରତର ସୁଦୃଢ଼ ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ଭାରତ ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ସେ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀର ସଫଳତାରୁ ଭାରତ ପ୍ରତି ବିଶ୍ୱର ମତ ଓ ପ୍ରତିକ୍ରିୟାର ସାରାଂଶ ମିଳିପାରିବ ।

ଦେଶକୁ ସମୃଦ୍ଧି ଆଡକୁ ନେବାରେ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ପୂର୍ବ ସରକାର ଦ୍ୱାରା ଗୃହରେ ଉପସ୍ଥାପିତ ଅନ୍ତରୀଣ ବଜେଟ୍ ଏବଂ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ବୟାନ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣରେ ଜିଡିପି ଆକାର ଦୃଷ୍ଟିରୁ ଭାରତ ୧୧ତମ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଆଜି ଦେଶ ପଞ୍ଚମ ସ୍ଥାନରେ ପହଞ୍ଚିଛି ବୋଲି ସୂଚନା ଦେଇଥିଲେ। ତତ୍କାଳୀନ ଅର୍ଥମନ୍ତ୍ରୀଙ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୩ ଦଶନ୍ଧି ମଧ୍ୟରେ ଆମେରିକା ଏବଂ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ।

ସରକାରଙ୍କ କାର୍ଯ୍ୟର ଗତି ସହିତ ଏହାର ବଡ଼ ଲକ୍ଷ୍ୟ ଓ ସାହସ ଉପରେ ସମଗ୍ର ବିଶ୍ୱ ନଜର ରଖିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ବର୍ତ୍ତମାନର ସରକାର ଗ୍ରାମୀଣ ଗରିବଙ୍କ ପାଇଁ ୪ କୋଟି ଏବଂ ସହରାଞ୍ଚଳ ଗରିବଙ୍କ ପାଇଁ ୮୦ ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି ବୋଲି ସେ ଗୃହକୁ ସୂଚନା ଦେଇଥିଲେ। ଗତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତୀକରଣ ହୋଇଛି, ୧୭ କୋଟି ଅତିରିକ୍ତ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି ଏବଂ ପରିମଳ ବ୍ୟବସ୍ଥା ୪୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

କଲ୍ୟାଣ ଦିଗରେ ପୂର୍ବ ସରକାରମାନଙ୍କର ବେପରୁଆ ଆଭିମୁଖ୍ୟ ଏବଂ ଭାରତର ଜନସାଧାରଣଙ୍କ ଉପରେ ଆସ୍ଥାର ଅଭାବକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ଶକ୍ତି ଏବଂ ସାମର୍ଥ୍ୟ ଉପରେ ବର୍ତ୍ତମାନର ସରକାରଙ୍କ ବିଶ୍ୱାସକୁ ଦୋହରାଇଥିଲେ । ପ୍ରଥମ ପାଳିରେ ଆମେ ପୂର୍ବ ସରକାରମାନେ ସୃଷ୍ଟି କରିଥିବା ଅଭାବ ପୂରଣ କରୁଥିଲୁ, ଦ୍ୱିତୀୟ ପାଳିରେ ଆମେ ଏକ ନୂତନ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ, ତୃତୀୟ ପାଳିରେ ଆମେ ଏକ ବିକଶିତ ଭାରତର ବିକାଶକୁ ତ୍ୱରାନ୍ୱିତ କରିବୁ। ପ୍ରଧାନମନ୍ତ୍ରୀ ପ୍ରଥମ ପାଳିର ଯୋଜନା ତାଲିକାଭୁକ୍ତ କରିଥିଲେ ଏବଂ ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା, ଆୟୁଷ୍ମାନ ଭାରତ, ବେଟି ବଚାଓ, ବେଟି ପଢ଼ାଓ, ସୁଗମ୍ୟ ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ଜିଏସଟି ବିଷୟରେ ଉଲ୍ଲେଖ କରିଥିଲେ । ସେହିଭଳି ଧାରା ୩୭୦ ଉଚ୍ଛେଦ, ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା, ଭାରତୀୟ ନ୍ୟାୟ ସଂହିତା ଗ୍ରହଣ, ୪୦,୦୦୦ରୁ ଅଧିକ ପୁରୁଣା ଆଇନ ଉଚ୍ଛେଦ ଏବଂ ଦ୍ୱିତୀୟ ପାଳିରେ ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍‌ର ଶୁଭାରମ୍ଭ ଦେଶ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଲୋକମାନେ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ ହେଉଥିବା ଦେଖିଛନ୍ତି। ସମସ୍ତଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବା ଦିଗରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସରକାରଙ୍କ ନିଷ୍ଠା ଓ ସଂକଳ୍ପକୁ ଦର୍ଶାଇଛି ବୋଲି ସେ କହିଛନ୍ତି। ରାମ ମନ୍ଦିରର ପବିତ୍ରତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ଭାରତର ମହାନ ସଂସ୍କୃତି ଏବଂ ପରମ୍ପରାକୁ ଶକ୍ତି ପ୍ରଦାନ ଜାରି ରଖିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳି ପ୍ରମୁଖ ନିଷ୍ପତ୍ତି ଉପରେ ଧ୍ୟାନ ଦେବ। ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ ଦେଶର ମୂଳଦୁଆ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ୧୪୦ କୋଟି ନାଗରିକଙ୍କ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ଗରିବଙ୍କୁ ଉପଯୁକ୍ତ ସମ୍ବଳ ଓ ସ୍ୱାଭିମାନ ଯୋଗାଇ ଦିଆଗଲେ ସେମାନେ ଦାରିଦ୍ର୍ୟକୁ ପରାସ୍ତ କରିପାରିବେ ବୋଲି ସେ ଦୋହରାଇଥିଲେ। ୫୦ କୋଟି ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟ, ୪ କୋଟି ଘର, ୧୧ କୋଟି ଜଳ ସଂଯୋଗ, ୫୫ କୋଟି ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଏବଂ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ମିଳିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ୱନିଧି, କାରିଗର ଓ ହସ୍ତଶିଳ୍ପୀମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା, ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ, ମିଲେଟ୍‌ (ମାଣ୍ଡିଆ) ଉତ୍ପାଦନ ଉପରେ ଗୁରୁତ୍ୱ, ଭୋକାଲ୍ ଫର୍ ଲୋକାଲ ଏବଂ ଖଦୀ କ୍ଷେତ୍ରକୁ ସୁଦୃଢ଼ କରିବା, ବିନା ସୁଧରେ ଋଣ ନେଉଥିବା ରାସ୍ତାକଡ଼ ଉଠାଦୋକାନୀଙ୍କ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "ମୋଦୀ ସେହି ଲୋକମାନଙ୍କ ପାଇଁ ଚିନ୍ତିତ ଯେଉଁମାନଙ୍କୁ ପୂର୍ବରୁ କେହି ପଚାରୁନଥିଲେ।’’

ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଦର୍ଶାଇଥିଲେ ଯେ କିପରି ମହାନ ବ୍ୟକ୍ତିତ୍ୱଙ୍କୁ ପୂର୍ବ ସରକାରମାନେ ଅସମ୍ମାନ ପୂର୍ଣ୍ଣ ବ୍ୟବହାର କରିଥିଲେ । ୧୯୭୦ ଦଶକରେ ଶ୍ରୀ ଠାକୁର ବିହାର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ କରାଯାଇଥିବା ଉଦ୍ୟମକୁ ସେ ମନେ ପକାଇ ଦେଇଥିଲେ।

ଭାରତର ନାରୀ ଶକ୍ତିକୁ ସଶକ୍ତ କରିବା ରେ ସରକାରଙ୍କ ଅବଦାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏବେ ଭାରତରେ ଏଭଳି କୌଣସି କ୍ଷେତ୍ର ନାହିଁ ଯେଉଁଠି ଦେଶର ଝିଅମାନଙ୍କ ପାଇଁ ଦ୍ୱାର ବନ୍ଦ ରହିଛି। ସେମାନେ ଲଢୁଆ ବିମାନ ଉଡ଼ାଉଛନ୍ତି ଏବଂ ସୀମାକୁ ସୁରକ୍ଷିତ ରଖିଛନ୍ତି ବୋଲି ଗର୍ବର ସହିତ ପ୍ରଧାନମନ୍ତ୍ରୀ କହିଥିଲେ। ୧୦ କୋଟିରୁ ଅଧିକ ସଦସ୍ୟ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସାମର୍ଥ୍ୟ ଉପରେ ସେ ଆସ୍ଥା ପ୍ରକଟ କରିଥିଲେ ଏବଂ ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏମାନେ ପ୍ରୋତ୍ସାହିତ କରୁଥିବା ସେ କହିଥିଲେ । ଆଗାମୀ ବର୍ଷଗୁଡ଼ିକରେ ଦେଶ ୩ କୋଟି ଲକ୍ଷପତି ଦିଦିଙ୍କୁ ଦେଖିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। କନ୍ୟା ସନ୍ତାନ ଜନ୍ମ ଉତ୍ସବ ପାଳନ କରାଯିବା ଚିନ୍ତାଧାରାରେ ପରିବର୍ତ୍ତନକୁ ସୂଚାଉଛି ବୋଲି ଉଲ୍ଲେଖ କରି ସେ ଖୁସି ବ୍ୟକ୍ତ କରିଥିଲେ । ଏଥିସହ ମହିଳାଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।

କୃଷକ କଲ୍ୟାଣ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ବାର୍ଷିକ କୃଷି ବଜେଟ୍ ପୂର୍ବ ସରକାରମାନଙ୍କ ସମୟରେ ୨୫,୦୦୦ କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ଏହାକୁ ୧.୨୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ କୃଷକମାନଙ୍କୁ ୨,୮୦,୦୦୦ କୋଟି ଟଙ୍କା, ପିଏମ ଫସଲ ବୀମା ଯୋଜନା ଅଧୀନରେ ୩୦,୦୦୦ ଟଙ୍କା ପ୍ରିମିୟମରେ ୧,୫୦,୦୦୦ କୋଟି ଟଙ୍କା ପ୍ରଦାନ, ମତ୍ସ୍ୟଜୀବୀ ଏବଂ ପଶୁପାଳନ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ଏବଂ ମତ୍ସ୍ୟଜୀବୀ ଓ ଗୋଚାଷୀଙ୍କ ପାଇଁ ପିଏମ କିଷାନ କ୍ରେଡିଟ୍ କାର୍ଡ ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ । ଗୃହପାଳିତ ପ୍ରାଣୀଙ୍କ ଜୀବନ ବଞ୍ଚାଇବା ପାଇଁ ପାଦ ଓ ପାଟି ରୋଗ ପାଇଁ ୫୦ କୋଟି ଟୀକାକରଣ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଭାରତର ଯୁବବର୍ଗଙ୍କ ପାଇଁ ସୃଷ୍ଟି ହୋଇଥିବା ସୁଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଯୁଗର ଆବିର୍ଭାବ, ୟୁନିକର୍ଣ୍ଣ, ଡିଜିଟାଲ ନିର୍ମାତାଙ୍କ ଆବିର୍ଭାବ ଏବଂ ଉପହାର ଅର୍ଥବ୍ୟବସ୍ଥା ବିଷୟରେ କହିଥିଲେ । ଆଜି ଭାରତ ବିଶ୍ୱର ଅଗ୍ରଣୀ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଏହା ଭାରତର ଯୁବବର୍ଗଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଭାରତରେ ମୋବାଇଲ୍‌ ଉତ୍ପାଦନ ଏବଂ ଶସ୍ତା ଡାଟା ଉପଲବ୍ଧତା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ସେ ଭାରତର ପର୍ଯ୍ୟଟନ କ୍ଷେତ୍ର ଏବଂ ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧିକୁ ମଧ୍ୟ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ ସୂଚନା ଦେଇଥିଲେ ଯେ ଦେଶର ଭିତ୍ତିଭୂମି ବଜେଟ୍ ୨୦୧୪ ପୂର୍ବ ୧୦ ବର୍ଷରେ ୧୨ ଲକ୍ଷ କୋଟି ଥିଲା ଯାହା ବୃଦ୍ଧି ପାଇ ବିଗତ ୧୦ ବର୍ଷମଧ୍ୟରେ ୪୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଉପଯୁକ୍ତ ବ୍ୟବସ୍ଥା ଏବଂ ଆର୍ଥିକ ନୀତି ବିକଶିତ କରି ଦେଶକୁ ବିଶ୍ୱର ଏକ ଗବେଷଣା ଓ ଉଦ୍ଭାବନ କେନ୍ଦ୍ରରେ ପରିଣତ କରିବା ଦିଗରେ ଭାରତର ଯୁବକମାନଙ୍କୁ ଉତ୍ସାହିତ କରିବା ଉପରେ ସେ ଉଲ୍ଲେଖ କରିଥିଲେ । ଶକ୍ତି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସବୁଜ ହାଇଡ୍ରୋଜେନ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦରବୃଦ୍ଧି ଉପରେ ମଧ୍ୟ କହିଥିଲେ ଏବଂ ସେ ୧୯୭୪ ରେ ମୁଦ୍ରାସ୍ଫୀତି ହାର ୩୦ ପ୍ରତିଶତ ଥିବା କଥା ମନେ ପକାଇଥିଲେ । ଦୁଇଟି ଯୁଦ୍ଧ ଏବଂ କରୋନା ମହାମାରୀ ମଧ୍ୟରେ ଦେଶରେ ଦରବୃଦ୍ଧିକୁ ରୋକିବା ପାଇଁ ସେ ବର୍ତ୍ତମାନର ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେହି ସମୟକୁ ମନେ ପକାଇଲେ ଯେତେବେଳେ ସଦନରେ ଆଲୋଚନା ଦେଶର ଦୁର୍ନୀତି ଉପରେ ଆଧାରିତ ଥିଲା। ପୂର୍ବ ସରକାରମାନଙ୍କ ତୁଳନାରେ ପିଏମଏଲଏ ଅଧୀନରେ ମାମଲା ଦୁଇ ଗୁଣ ବୃଦ୍ଧି ପାଇଛି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନଗଦ ଓ ସମ୍ପତ୍ତି ପରିମାଣ ୫,୦୦୦ କୋଟି ଟଙ୍କାରୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ‘‘ଜବତ ହୋଇଥିବା ସମସ୍ତ ପାଣ୍ଠି ଗରିବଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହୋଇଛି’’, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟନ ବିଷୟରେ ସୂଚନା ଦେଇ ସେ କହିଛନ୍ତି।

ଦୁର୍ନୀତି ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କୁ ଏହାର ପରିଶୋଧ କରିବାକୁ ପଡ଼ିବ। ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରିବାକୁ ବିଶ୍ୱ ବାଧ୍ୟ। ବିଚ୍ଛିନ୍ନତାବାଦର ବିଚାରଧାରାକୁ ନିନ୍ଦା କରିବା ସହ ଭାରତର ପ୍ରତିରକ୍ଷା ବାହିନୀର ସାମର୍ଥ୍ୟ ଉପରେ ସେ ଗର୍ବ ଓ ବିଶ୍ୱାସ ପ୍ରକଟ କରିଥିଲେ। ଜମ୍ମୁ-କଶ୍ମୀରରେ ଘଟୁଥିବା ଘଟଣାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଦେଶର ବିକାଶ ପାଇଁ କାନ୍ଧରେ କାନ୍ଧ ମିଶାଇ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସଦନର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ‘‘ମୁଁ ମା’ ଭାରତୀ ଏବଂ ଏହାର ୧୪୦ କୋଟି ନାଗରିକଙ୍କ ବିକାଶରେ ଆପଣଙ୍କ ସହଯୋଗ ମାଗୁଛି’’, ଶେଷରେ ସେ କହିଥିଲେ।

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet extends SARTHAK-PDS scheme for 5 yrs with ₹25,530-crore outlay

Media Coverage

Cabinet extends SARTHAK-PDS scheme for 5 yrs with ₹25,530-crore outlay
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to NTR Garu on his birth anniversary
May 28, 2026

The Prime Minister, Shri Narendra Modi, paid tributes to NTR Garu on his birth anniversary.

The Prime Minister said that NTR Garu is fondly remembered for his commitment towards public welfare and governance which ensured dignity for the poor and marginalised.

The Prime Minister also noted that NTR Garu’s contributions to cinema continue to captivate generations and said that his life and ideals remain a source of immense inspiration.

The Prime Minister wrote on X;

“Tributes to the great NTR Garu on his birth anniversary. He is fondly remembered for his commitment towards public welfare and governance which ensured dignity for the poor and marginalised. His contributions to cinema continue to captivate generations. His life and ideals remain a source of immense inspiration. The NDA Government in Andhra Pradesh, under the leadership of my friend Chandrababu Naidu Garu, is committed to advancing the aspirations he cherished for the people.

@ncbn”