"ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି’
ଗ୍ରୀନ୍ ଶକ୍ତି ଉପରେ ପ୍ୟାରିସ୍ ପ୍ରତିଶ୍ରୁତି ପୂରଣ କରିବାରେ ଭାରତ ପ୍ରଥମ ଜି - ୨୦ ରାଷ୍ଟ୍ର ମାନଙ୍କ ମଧ୍ୟରେ ରହିଛି
" ଗ୍ରୀନ୍ ହାଇଡ୍ରୋଜେନ୍ ବିଶ୍ୱର ଶକ୍ତି କ୍ଷେତ୍ରରେ ଏକ ଆଶାଜନକ ସଂଯୋଗ ଭାବରେ ଉଭା ହେଉଛି"
"ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉଦ୍ଭାବନ, ଭିତ୍ତିଭୂମି, ଶିଳ୍ପ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେଉଛି"
‘ନୂଆଦିଲ୍ଲୀ ଜି - ୨୦ ଲିଡର୍ସ’ ଘୋଷଣାନାମାରେ ହାଇଡ୍ରୋଜେନ ଉପରେ ପାଞ୍ଚଟି ଉଚ୍ଚସ୍ତରୀୟ ସ୍ୱେଚ୍ଛାକୃତ ନୀତି ଗ୍ରହଣ କରାଯାଇଛି , ଯାହା ଏକ ସମନ୍ୱିତ ରୋଡମ୍ୟାପ୍ ତିଆରି କରିବାରେ ସହାୟକ ହେଉଛି
‘ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶେଷଜ୍ଞମାନେ ନେତୃତ୍ୱ ନେବା ଏବଂ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ’
‘ଆସନ୍ତୁ ଗ୍ରୀନ୍ ହାଇଡ୍ରୋଜେନର ବିକାଶ ଓ ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ମିଳିତ ଭାବେ କାମ କରିବା’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଗ୍ରୀନ ହାଇଡ୍ରୋଜେନ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଗ୍ରୀନ୍  ହାଇଡ୍ରୋଜେନ୍ ଉପରେ ଦ୍ୱିତୀୟ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ସ୍ୱାଗତ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ବିଶ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଜଳବାୟୁ ପରିବର୍ତ୍ତନ କେବଳ ଭବିଷ୍ୟତର ବିଷୟ ନୁହେଁ ବରଂ ଏହାର ପ୍ରଭାବ ବର୍ତ୍ତମାନ ଅନୁଭବ କରାଯାଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । "ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି”,  ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଶକ୍ତି ପରିବର୍ତ୍ତନ ଏବଂ ଦୀର୍ଘସ୍ଥାୟୀ ବିଶ୍ୱ ନୀତି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏକ ସ୍ୱଚ୍ଛ ଏବଂ ଗ୍ରୀନ୍ ପୃଥିବୀ ସୃଷ୍ଟି ଦିଗରେ ଦେଶର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ଗ୍ରୀନ୍ ଶକ୍ତି ଉପରେ ପ୍ୟାରିସ ପ୍ରତିଶ୍ରୁତି ପୂରଣ କରିବାରେ ଭାରତ ପ୍ରଥମ ଜି - ୨୦ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ୨୦୩୦ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୯ ବର୍ଷ ପୂର୍ବରୁ ଏହି ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ସେ କହିଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଅଣ - ଜୀବାଶ୍ମ ଇନ୍ଧନ କ୍ଷମତା ପ୍ରାୟ ୩୦୦% ବୃଦ୍ଧି ପାଇଛି ଏବଂ ସୌର ଶକ୍ତି କ୍ଷମତା ୩,୦୦୦% ରୁ ଅଧିକ ବୃଦ୍ଧି ପାଇଛି ।  ଏହି ସଫଳତା ପାଇବା ପରେ ଆମେ ବିଶ୍ରାମ ନେଉନାହୁଁ ଏବଂ ଦେଶ ବର୍ତ୍ତମାନର ସମାଧାନଗୁଡ଼ିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଉଛି ଏବଂ ନୂତନ ଏବଂ ଅଭିନବ କ୍ଷେତ୍ର ଉପରେ ମଧ୍ୟ ଦୃଷ୍ଟି ଦେଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

" ଗ୍ରୀନ୍ ହାଇଡ୍ରୋଜେନ ବିଶ୍ୱର ଶକ୍ତି କ୍ଷେତ୍ରରେ ଏକ ଆଶାଜନକ ସଂଯୋଗ ଭାବରେ ଉଭା ହେଉଛି" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଏହା ଶିଳ୍ପଗୁଡିକୁ, ଯାହାକୁ ବିଦ୍ୟୁତୀକରଣ କରିବା କଷ୍ଟକର ଅଟେ ତାହାକୁ  ଡିକାର୍ବନାଇଜ୍ କରିବାରେ ସାହାଯ୍ୟ କରିପାରିବ । ସେ ବିଶୋଧନାଗାର, ସାର, ଇସ୍ପାତ, ହେଭି - ଡ୍ୟୁଟି ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଉଦାହରଣ ଦେଇଥିଲେ , ଯାହା ଏହା ଦ୍ୱାରା ଉପକୃତ ହେବ । ଅତିରିକ୍ତ ଅକ୍ଷୟ ଶକ୍ତି ପାଇଁ ଗ୍ରୀନ୍ ହାଇଡ୍ରୋଜେନକୁ ଷ୍ଟୋରେଜ୍ ସମାଧାନ ଭାବରେ ବ୍ୟବହାର କରାଯାଇପାରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ।

୨୦୨୩ ରେ ଆରମ୍ଭ ହୋଇଥିବା ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ଗ୍ରୀନ୍ ହାଇଡ୍ରୋଜେନର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ଭାରତର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉଦ୍ଭାବନ, ଭିତ୍ତିଭୂମି, ଶିଳ୍ପ ଏବଂ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଅତ୍ୟାଧୁନିକ ଗବେଷଣା ଓ ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାଗିଦାରୀ ଏବଂ ଷ୍ଟାର୍ଟ ଅପ୍ ଓ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ସେ ଆଲୋକପାତ କରିଥିଲେ ।  ସେ ଗ୍ରୀନ୍ -  ନିଯୁକ୍ତି ପାରିବେଶିକ ବ୍ୟବସ୍ଥାର  ବିକାଶ ପାଇଁ ପ୍ରଚୁର ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ଏହି କ୍ଷେତ୍ରରେ ଦେଶର ଯୁବକମାନଙ୍କ ଦକ୍ଷତା ବିକାଶ ଦିଗରେ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ ।

 

ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନର ବିଶ୍ୱସ୍ତରୀୟ ସମସ୍ୟାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏଭଳି ସମସ୍ୟାର ଉତ୍ତର ବିଶ୍ୱସ୍ତରୀୟ ହେବା ଉଚିତ୍ । ଡିକାର୍ବନାଇଜେସନ୍ ଉପରେ ଗ୍ରୀନ୍ ହାଇଡ୍ରୋଜେନର ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ଭାଗିଦାରୀର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଉତ୍ପାଦନ ବୃଦ୍ଧି, ଖର୍ଚ୍ଚକୁ ହ୍ରାସ କରିବା ଏବଂ ଭିତ୍ତିଭୂମି ନିର୍ମାଣ ଭଳି କାର୍ଯ୍ୟ  ପାରସ୍ପରିକ ସହଯୋଗ ମାଧ୍ୟମରେ  ଦ୍ରୁତ ଗତିରେ ହୋଇପାରିବ । ବୈଷୟିକ ଜ୍ଞାନକୌଶଳକୁ ଆଗକୁ ବଢ଼ାଇବା ପାଇଁ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ମିଳିତ ଭାବେ ପୁଞ୍ଜି ନିବେଶ କରିବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ ପ୍ରକାଶ କରିଥିଲେ । ସେପ୍ଟେମ୍ବର ୨୦୨୩ ରେ ଭାରତରେ ଅନୁଷ୍ଠିତ ଜି - ୨୦ ଶିଖର ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ବିଶେଷ ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ  ଏବଂ ଉଲ୍ଲେଖ କରିଥିଲେ ଯେ ‘ନୂଆଦିଲ୍ଲୀ ଜି - ୨୦ ଲିଡର୍ସ’ ଘୋଷଣାନାମାରେ  ହାଇଡ୍ରୋଜେନ୍ ଉପରେ ପାଞ୍ଚଟି ଉଚ୍ଚସ୍ତରୀୟ ସ୍ୱେଚ୍ଛାକୃତ ନୀତି ଗ୍ରହଣ କରାଯାଇଛି ଯାହା ଏକ ସମନ୍ୱିତ ରୋଡମ୍ୟାପ୍ ସୃଷ୍ଟି କରିବାରେ ସହାୟକ ହେଉଛି । "ଆମେ ସମସ୍ତେ ମନେ ରଖିବା ଉଚିତ୍ - ବର୍ତ୍ତମାନ ଆମେ ଯେଉଁ ନିଷ୍ପତ୍ତି ନେଉଛୁ ତାହା ଆମର ଭବିଷ୍ୟତ ପିଢ଼ିର ଜୀବନ ନିର୍ଦ୍ଧାରଣ କରିବ", ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀନ୍ ହାଇଡ୍ରୋଜେନ କ୍ଷେତ୍ରକୁ ଆଗକୁ ବୃଦ୍ଧି କରିବା ପାଇଁ ବ୍ୟାପକ ବୈଶ୍ୱିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି ଏବଂ କ୍ଷେତ୍ର ବିଶେଷଜ୍ଞ ଏବଂ ବୈଜ୍ଞାନିକ ସମୁଦାୟକୁ ଏହାର  ନେତୃତ୍ୱ  ନେବାକୁ ଅନୁରୋଧ କରିଛନ୍ତି । ଗ୍ରୀନ୍ ହାଇଡ୍ରୋଜେନ୍ ଶିଳ୍ପ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ସାମୂହିକ  ଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଡୋମେନ୍ ବିଶେଷଜ୍ଞମାନେ ନେତୃତ୍ୱ ନେବା ଏବଂ ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ସାର୍ବଜନୀନ ନୀତି ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ଉତ୍ସାହିତ କରିଥିଲେ ଯାହା ଏହି କ୍ଷେତ୍ରକୁ ଅଧିକ ସମର୍ଥନ କରିବ । ଶ୍ରୀ ମୋଦୀ ବିଶ୍ୱ ବୈଜ୍ଞାନିକ  ସମୁଦାୟକୁ  ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ଯେ, "ଆମେ ଗ୍ରୀନ୍ ହାଇଡ୍ରୋଜେନ  ଉତ୍ପାଦନରେ  ଇଲେକ୍ଟ୍ରୋଲାଇଜର ଏବଂ ଅନ୍ୟାନ୍ୟ ଉପାଦାନର ଦକ୍ଷତାରେ ଉନ୍ନତି କରିପାରିବା କି ? ଉତ୍ପାଦନ ପାଇଁ ସମୁଦ୍ର ଜଳ ଏବଂ ମ୍ୟୁନିସିପାଲିଟି ବର୍ଜ୍ୟ ଜଳର ବ୍ୟବହାର ବିଷୟରେ ଆମେ ଅନୁସନ୍ଧାନ କରିପାରିବା କି ?” ବିଶେଷ କରି ସର୍ବସାଧାରଣ ପରିବହନ, ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥ ପାଇଁ ଗ୍ରୀନ୍ ହାଇଡ୍ରୋଜେନ ବ୍ୟବହାରରେ ଏହି ଆହ୍ୱାନ ଗୁଡିକର ମୁକାବିଲା କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ ।  ଗ୍ରୀନ୍  ହାଇଡ୍ରୋଜେନ୍ ଉପରେ ଦ୍ୱିତୀୟ ଆନ୍ତର୍ଜାତିକ ସମ୍ମିଳନୀ ଭଳି ମଞ୍ଚ ଏହି ପ୍ରସଙ୍ଗ ଗୁଡ଼ିକରେ ଅର୍ଥପୂର୍ଣ୍ଣ ବିନିମୟକୁ ପ୍ରୋତ୍ସାହିତ କରିବ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଏଭଳି ବିଷୟ ଉପରେ ଏକାଠି ଗବେଷଣା କଲେ ସମଗ୍ର ବିଶ୍ୱରେ ଗ୍ରୀନ୍ ଶକ୍ତି ପରିବର୍ତ୍ତନରେ ବହୁତ ସହାୟକ ହେବ’ ।

ଆହ୍ୱାନଗୁଡିକୁ ଅତିକ୍ରମ କରିବାର ମାନବତାର ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ପ୍ରତି ଥର ଆମେ ସାମୂହିକ ଏବଂ ଅଭିନବ ସମାଧାନ ମାଧ୍ୟମରେ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଥିଲୁ । ସାମୂହିକ କାର୍ଯ୍ୟ ଏବଂ ଉଦ୍ଭାବନର ସମାନ ଭାବନା ବିଶ୍ୱକୁ ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ମାର୍ଗଦର୍ଶନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଗ୍ରୀନ୍ ହାଇଡ୍ରୋଜେନର ବିକାଶ ଓ ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ଆହ୍ୱାନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ଏକାଠି ରହିଲେ ଆମେ ସବୁ କିଛି ହାସଲ କରିପାରିବା । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଗ୍ରୀନ୍  ହାଇଡ୍ରୋଜେନ ଉପରେ ଦ୍ୱିତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗ୍ରୀନ୍ ହାଇଡ୍ରୋଜେନର ବିକାଶ ଏବଂ ନିୟୋଜନକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତୁ ମିଳିମିଶି କାମ କରିବା ଏବଂ ଏକ ସବୁଜ ଏବଂ ଅଧିକ ସ୍ଥାୟୀ ବିଶ୍ୱ ଗଠନରେ ସହଯୋଗର  ଆବଶ୍ୟକତାକୁ ସୁଦୃଢ଼ କରିବା ବୋଲି ସେ ଆହ୍ୱାନ ଦେଇଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi