ପ୍ରଧାନମନ୍ତ୍ରୀ ମେଲୋନି
ଆପଣଙ୍କ ପବିତ୍ରତା

ଆପଣଙ୍କ ଗୌରବ
ଆପଣଙ୍କ ମହାନତା

ମହାମହିମ

ନମସ୍କାର


ସର୍ବପ୍ରଥମେ, ଏହି ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ  ଏବଂ ଆମକୁ ଦିଆଯାଇଥିବା  ଆତିଥ୍ୟ-ସତ୍କାର ପାଇଁ ମୁଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ମୁଁ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଜି-୭ ଶିଖର ସମ୍ମିଳନୀର ଏହି କାର୍ଯ୍ୟକ୍ରମ ବିଶେଷ ତଥା ଐତିହାସିକ। ଏହି ଗ୍ରୁପର ୫୦ ତମ ବାର୍ଷିକୀ ଅବସରରେ ଜି-୭ର ସମସ୍ତ ସାଥିମାନଙ୍କୁ ଏହି ସମୂହର ବାର୍ଷକୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।

ସାଥିମାନେ,
ଗତ ସପ୍ତାହରେ ଆପଣମାନଙ୍କ ମଧ୍ୟରୁ ଅନେକ ମିତ୍ର ୟୁରୋପୀୟ ସଂସଦ ନିର୍ବାଚନରେ ବ୍ୟସ୍ତ ଥିଲେ । ଆଗାମୀ ଦିନରେ କିଛି ବନ୍ଧୁ ନିର୍ବାଚନର ସରଗରମ ଉତ୍ସାହ ଦେଇ ଗତି କରିବେ। ଭାରତରେ ମଧ୍ୟ କିଛି ମାସ ତଳେ ନିର୍ବାଚନର ସମୟ ଥିଲା। ଭାରତରେ ନିର୍ବାଚନର ସ୍ଵତନ୍ତ୍ରତା ଓ ବ୍ୟାପକତା କିଛି ତଥ୍ୟରୁ ବୁଝାଯାଇପାରିବ: ୨୬୦୦ରୁ ଅଧିକ ରାଜନୈତିକ ଦଳ, ୧ନିୟୁତରୁ ଅଧିକ ପୋଲିଂ ବୁଥ୍, ୫ ନିୟୁତରୁ ଅଧିକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍, ୧୫ ନିୟୁତ ପୋଲିଂ ଷ୍ଟାଫ୍ ଏବଂ ପ୍ରାୟ ୯୭୦ ନିୟୁତ ଭୋଟର, ସେମାନଙ୍କୁ ମଧ୍ୟରୁ ୬୪୦ ନିୟୁତ ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ବୈଷୟିକ ଜ୍ଞାନକୌଶଳର ସର୍ବବ୍ୟାପୀ ବ୍ୟବହାର ଦ୍ୱାରା ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ କରାଯାଇଛି। ଏବଂ ଏତେ ବଡ଼ ନିର୍ବାଚନର ଫଳାଫଳ ମଧ୍ୟ କିଛି ଘଣ୍ଟା ମଧ୍ୟରେ ଘୋଷଣା କରାଯାଇଥିଲା! ଏହା ଥିଲା ବିଶ୍ୱରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଏବଂ ମାନବତା ଇତିହାସର ସବୁଠାରୁ ବଡ଼ ପର୍ବ। ଗଣତନ୍ତ୍ରର ମା' ଭାବରେ ଏହା ଆମର ପ୍ରାଚୀନ ମୂଲ୍ୟବୋଧର ଏକ ଜୀବନ୍ତ ଉଦାହରଣ । ଏବଂ ମୁଁ ଭାଗ୍ୟବାନ ଯେ ଭାରତର ଲୋକମାନେ ମୋତେ କ୍ରମାଗତ ତୃତୀୟ ଥର ପାଇଁ ସେମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ଗତ ୬ ଦଶନ୍ଧି ମଧ୍ୟରେ ଭାରତରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଏହି ଐତିହାସିକ ବିଜୟ ଆକାରରେ ଭାରତବାସୀ ଯେଉଁ ଆଶୀର୍ବାଦ ଦେଇଛନ୍ତି ତାହା ଗଣତନ୍ତ୍ରର ବିଜୟ। ଏହା ସମଗ୍ର ଗଣତାନ୍ତ୍ରିକ ବିଶ୍ୱର ବିଜୟ। ଏବଂ ମୁଁ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପରେ ଆପଣ ମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋତେ ବହୁତ ଖୁସି ଲାଗୁଛି |

 

ମହାମହିମ,

ଏକବିଂଶ ଶତାବ୍ଦୀ ହେଉଛି ଟେକ୍ନୋଲୋଜିର ଶତାବ୍ଦୀ । ମାନବ ଜୀବନର ଏପରି କୌଣସି ଦିଗ ନାହିଁ ଯାହା ଟେକ୍ନୋଲୋଜିର ପ୍ରଭାବରୁ ବଞ୍ଚିତ । ଗୋଟିଏ ପଟେ ଟେକ୍ନୋଲୋଜି ମଣିଷକୁ ଚନ୍ଦ୍ରକୁ ନେବାପାଇଁ ସାହସ ଦେଉଥିବା ବେଳେ ଅନ୍ୟପଟେ ସାଇବର ସିକ୍ୟୁରିଟି ଭଳି ଆହ୍ଵାନ ମଧ୍ୟ ସୃଷ୍ଟି କରିଥାଏ । ବୈଷୟିକ ଜ୍ଞାନକୌଶଳର ସୁଫଳ ସମାଜର ସବୁ ବର୍ଗଙ୍କ ପାଖରେ ପହଞ୍ଚାଇବା, ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଉପଲବ୍ଧି କରିବା, ସାମାଜିକ ଅସମାନତା ଦୂର କରିବାରେ ସାହାଯ୍ୟ କରିବା ଏବଂ ମାନବ ଶକ୍ତିକୁ ସୀମିତ ନ ରଖି ବିସ୍ତାର କରିବା ପାଇଁ ଆମକୁ ସାମୂହିକ ଭାବେ ସୁନିଶ୍ଚିତ କରିବାକୁ ପଡ଼ିବ। ଏହା କେବଳ ଆମର ଇଚ୍ଛା ନୁହେଁ, ବରଂ ଆମର ଦାୟିତ୍ୱ ହେବା ଉଚିତ୍ । ବୈଷୟିକ ଜ୍ଞାନକୌଶଳରେ ଏକଛତ୍ରବାଦକୁ ବ୍ୟାପକ ବ୍ୟବହାରରେ ପରିଣତ କରିବାକୁ ପଡ଼ିବ। ବୈଷୟିକ ଜ୍ଞାନକୌଶଳକୁ ବିନାଶକାରୀ ନୁହେଁ, ସୃଜନଶୀଳ କରିବାକୁ ପଡ଼ିବ। ତା'ହେଲେ ହିଁ ଆମେ ଏକ ସମାବେଶୀ ସମାଜର ମୂଳଦୁଆ ପକାଇପାରିବା। ଭାରତ ନିଜର ମାନବ କେନ୍ଦ୍ରୀତ ଆଭିମୁଖ୍ୟ ମାଧ୍ୟମରେ ଉନ୍ନତ ଭବିଷ୍ୟତ ପାଇଁ ପ୍ରୟାସ କରୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଜାତୀୟ ରଣନୀତି ପ୍ରସ୍ତୁତ କରିବାରେ ଭାରତ ପ୍ରଥମ ଅଳ୍ପ କେତୋଟି ଦେଶ ମଧ୍ୟରୁ ଅନ୍ୟତମ । ଏହି ରଣନୀତି ଆଧାରରେ ଚଳିତ ବର୍ଷ ଆମେ ଏଆଇ ମିଶନ ଆରମ୍ଭ କରିଛୁ । ଏହା "ସମସ୍ତଙ୍କ ପାଇଁ ଏଆଇ" ମନ୍ତ୍ରରୁ ଉତ୍ପନ୍ନ ହୋଇଛି । ଏଆଇ ପାଇଁ ଗ୍ଲୋବାଲ ପାର୍ଟନରସିପ୍ ର ପ୍ରତିଷ୍ଠାତା ସଦସ୍ୟ ଏବଂ ମୁଖ୍ୟ ଅଧ୍ୟକ୍ଷ ଭାବରେ ଆମେ ସମସ୍ତ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରୁଛୁ । ଗତବର୍ଷ ଭାରତ ଦ୍ୱାରା ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଆମେ ଏଆଇ କ୍ଷେତ୍ରରେ ଅନ୍ତର୍ଜାତୀୟ ଶାସନର ଗୁରୁତ୍ୱ ଉପରେ ଜୋର ଦେଇଥିଲୁ । ଆଗାମୀ ଦିନରେ ଏଆଇକୁ ସ୍ୱଚ୍ଛ, ନିରପେକ୍ଷ, ସୁରକ୍ଷିତ, ସୁଲଭ ଓ ଦାୟିତ୍ବସମ୍ପନ୍ନ କରିବା ପାଇଁ ଆମେ ସମସ୍ତ ଦେଶ ସହ ମିଶି କାର୍ଯ୍ୟ ଜାରି ରଖିବୁ।

ମହାମହିମ,

ଶକ୍ତି କ୍ଷେତ୍ରରେ ଭାରତର ଆଭିମୁଖ୍ୟ ମଧ୍ୟ ଚାରିଟି ନୀତି ଉପରେ ଆଧାରିତ - ଉପଲବ୍ଧତା, ଅଭିଗମ୍ୟତା, ସାମଞ୍ଜସ୍ୟ ଏବଂ ଗ୍ରହଣୀୟତା । ଭାରତ ହେଉଛି ପ୍ରଥମ ଦେଶ ଯିଏ କି ସମୟ ପୂର୍ବରୁ ସିଓପି ଅଧୀନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି । ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋର ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଆମର ପ୍ରତିଶ୍ରୁତି ପୂରଣ କରିବାକୁ ଯଥାସମ୍ଭବ ପ୍ରୟାସ କରୁଛୁ । ଆମେ ସମସ୍ତେ ମିଶି ଏକ ସବୁଜ ଯୁଗ ରେ ପରିଣତ ହେବା ପାଇଁ ଚେଷ୍ଟା କରିବା ଉଚିତ୍ | ଏଥିପାଇଁ ଭାରତ ମିଶନ ଏଲଏଫଇ ଅର୍ଥାତ୍ ପରିବେଶ ପାଇଁ ଜୀବନଶୈଳୀ ଆରମ୍ଭ କରିଛି । ଏହି ମିଶନକୁ ଆଗେଇ ନେଇ ଜୁନ୍ ୫, ପରିବେଶ ଦିବସରେ ମୁଁ ଏକ ଅଭିଯାନ ଆରମ୍ଭ କରିଛି- "ଏକ ପେଡ୍ ମା କେ ନାମ"। ମା'ଙ୍କୁ ସମସ୍ତେ ଭଲ ପାଆନ୍ତି। ଏହି ଭାବନା ସହିତ ଆମେ ବୃକ୍ଷରୋପଣକୁ ବ୍ୟକ୍ତିଗତ ସ୍ପର୍ଶ ଏବଂ ବିଶ୍ୱସ୍ତରୀୟ ଦାୟିତ୍ୱବୋଧ ସହିତ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଚାହୁଁଛୁ । ଏଥିରେ ସାମିଲ ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୋ ଟିମ୍ ଏହାର ବିବରଣୀ ସମସ୍ତଙ୍କ ସହ ଶେୟାର କରିବ।

 

ମହାମହିମ,
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆମର ସଂକଳ୍ପ। ଆମର ପ୍ରତିବଦ୍ଧତା ହେଉଛି ଦେଶର ବିକାଶ ଯାତ୍ରାରେ ସମାଜର କୌଣସି ବର୍ଗ ଯେପରି ରହିବେ ନାହିଁ। ଅନ୍ତର୍ଜାତୀୟ ସହଯୋଗ ପରିପ୍ରେକ୍ଷୀରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ । ବୈଶ୍ୱିକ ଅନିଶ୍ଚିତତା ଏବଂ ଉତ୍ତେଜନାର ଶିକାର ହେଉଛନ୍ତି ଗ୍ଲୋବାଲ ସାଉଥର ଦେଶଗୁଡ଼ିକ । ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକର ପ୍ରାଥମିକତା ଏବଂ ଚିନ୍ତାକୁ ବିଶ୍ୱ ମଞ୍ଚରେ ରଖିବାଭାରତ ନିଜ ଦାୟିତ୍ୱ ବୋଲି ବିବେଚନା କରିଛି। ଏହି ପ୍ରୟାସରେ ଆମେ ଆଫ୍ରିକାକୁ ଉଚ୍ଚ ପ୍ରାଥମିକତା ଦେଇଛୁ । ଆମେ ଗର୍ବିତ ଯେ ଭାରତର ଅଧ୍ୟକ୍ଷତାରେ ଜି-୨୦ ଆଫ୍ରିକୀୟ ସଂଘକୁ ଏକ ସ୍ଥାୟୀ ସଦସ୍ୟ କରିଛି। ଭାରତ ସମସ୍ତ ଆଫ୍ରିକୀୟ ଦେଶର ଅର୍ଥନୈତିକ ଏବଂ ସାମାଜିକ ବିକାଶ, ସ୍ଥିରତା ଏବଂ ନିରାପତ୍ତା ରେ ଯୋଗଦାନ କରୁଛି ଏବଂ ଆଗକୁ ମଧ୍ୟ କରିବ ।

ମହାମହିମ,
ଆଜିର ବୈଠକରେ ସବୁ ଦେଶର ପ୍ରାଥମିକତା ମଧ୍ୟରେ ଗଭୀର ସମନ୍ୱୟ ପ୍ରତିଫଳିତ ହୋଇଛି। ଏହି ସବୁ ପ୍ରସଙ୍ଗରେ ଆମେ ଜି-୭ ସହ ଆଲୋଚନା ଓ ସହଯୋଗ ଜାରି ରଖିବୁ।

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inspects indigenous defence systems at Surat facility, briefed about desi light tank Zorawar

Media Coverage

PM Modi inspects indigenous defence systems at Surat facility, briefed about desi light tank Zorawar
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"